Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ସ୍ମିତା ତ୍ରିପାଠୀ

Tragedy

3  

ସ୍ମିତା ତ୍ରିପାଠୀ

Tragedy

ସମ୍ପର୍କର ମୃତ୍ୟୁ

ସମ୍ପର୍କର ମୃତ୍ୟୁ

8 mins
552


***

ମକର ବେଳେ ମନ୍ଦିର ପ୍ରାଙ୍ଗଣରେ ଏପଟ ସେପଟ ହେଉଥାଏ ଶିବାନୀ । ବାର ବାର ମୋବାଇଲରେ ଟାଇପ କରୁଥାଏ । ପୁଣି ମନ୍ଦିରକୁ ଦେଖୁଥାଏ ।ପୁଣି ଲୋକ ସମାଗମକୁ । ମକର ସଂକ୍ରାନ୍ତି ଥିବାର ଭିଡ଼ ବି ଥାଏ ।କିନ୍ତୁ ଶିବାନୀ ଅତି ଖୁସି ଓ ଆଗ୍ରହର ସହ ଆସିଯାଇଛି ମନ୍ଦିର । କିନ୍ତୁ ସେ ଏତେ ଆଗ୍ରହ କୋଉଥି ପାଇଁ କାହିଁକି ଭାବିନି କେବେ ବି । ଅପେକ୍ଷା ନ କରିପାରି ଟାଇପ କରେ ।

-ଭାଇ ଲୋ କୋଉଠେ ଯେ ।

-ହଁ ଏଇ ତମ ପାଖେ ପହଂଚି ଯିବି ।

-ହଉ ଜଲ୍ଦି ଆସ ନ ହେଲେ ରୁଷିବି ।

-ନା ନା ରୁଷନା ଜମା ।

ଶିବାନୀ ବସି ଦେଖୁଥାଏ ପାହାଚରେ ବସି କି ଲୋକ ସମାଗମ ଓ ପିଲାଙ୍କ ଖେଳ ।

-ଭାଇ ମୋତେ ସେ ଖେଳନା ଦଉନି ,କହି ଅଳି କରୁଥାଏକୁନି ଝିଅଟି।

-ହଁ ଆଣି ଦେବି ଲୋ ଝିଅ କାନ୍ଦେନା ଜମା । କହି ଲୁହ ପୋଛିଦିଏ ତା ହାତରେ ଭାଇଟି ।

-ନା ଭାଇ ମୋର ଏବେ ଦରକାର ଆଣିଦେ । ଜାଣିକି ଅଳି କରେ ବେଶୀ ରୁ ବେଶୀକୁନି ଝିଅଟି । ଭାଇଟି ମା ପାଖକୁ ଯାଇକି ଚକୋଲେଟ କିଣିବାକୁ ପଇସା ମାଗି ଆଣି ଦିଏ ଖେଳନା କାରଣ ମା ଖେଳନା ଦେବେନି ବୋଧ ହୁଏ ସେ ଜାଣିଥିଲା । ଖେଳନା ଦେଖିକି ମା ଗାଳି କଲେ ପୁଅଟିକୁ କାହିଁକି ଝିଅ ଟା ଯାହା ମାଗିଲେ ଦେଇ ଦଉଚୁ କହି । ନୀରବରେ ଗାଳି ଶୁଣି ବି ତା ମୁହଁରେ ନ ଥିଲେଟିକେ ବି ଦୁଃଖ ର ଚିହ୍ନ ଓଲଟା ଥିଲା ବିଜୟ ର ଚିହ୍ନ ଭଉଣୀକୁ ଖୁସି କରି ଥିବାରୁ । ଭାଇ ଖୁସିରେ କୋଳେଇ ନିଏ ସାନ ଭଉଣୀକୁ ଭଉଣୀ ବି ଭାଇ ପାଖେ ଗେଲେଇକି ବସିକି ଖେଳନା ଖେଳୁଥାଏ । ଏ କଥା ଦେଖିକି ଆଖିକୁ ଲୁହ ଆସିଯାଏ ଶିବାନୀର । ମଧ୍ୟବିତ୍ତ ଘର ର ଝିଅ ଶିବାନୀ ।ଅଭାବ ସହ ଛୁଆ ବେଳୁ ସାଲିସ କରି ଚାଲିବା ସେ ଶିଖିଯାଏ ।କିନ୍ତୁ ପଇସା ଅପେକ୍ଷା ସ୍ନେହ ବେଶୀ ବେଶୀ ଖୋଜେ ଶିବାନୀ । ତାକୁ ସମସ୍ତଙ୍କ ଭିତରେ ଥିବା ସ୍ନେହ ଦେଖିଲେ ନିଜକୁ କାହିଁକି ଏକେଲା ଲାଗେ କେଜାଣି । ନିଜ ଭିତରେ ଅଜଣାରେ ଦୁଃଖକୁ ଚାପି ରଖି ହସିବାର ଶକ୍ତି କୋଉଠୁ ପାଇଲା ସେ ନିଜେ ବି ଜାଣି ନାହିଁ । ବୋଧ ହୁଏ ଭଗବାନଙ୍କ ଅନନ୍ୟ ସୃଷ୍ଟି ନାରୀ ।ନାରୀ ସବୁ ସହିଯାଏ ହେଲେ ସ୍ନେହ ଓ ପ୍ରେମ ପାଇଁ ହିଁ ବିକଳ ଯୁଗେ ଯୁଗେ । ଯେମିତି କି ଭାଇ ଭଉଣୀଙ୍କ ସ୍ନେହ ତାକୁ ବେଶୀ ଆବୋରି ରଖେ କିଛି ନ ପାଇବା ର ଆଶାରେ ନିରାଶ ହେଇକି । ଅବଶ୍ୟ ତା ନିଜ ସାନ ଭାଇ ଟେ ଅଛି ହେଲେ ସାନ ଭାଇ ପାଇଁ ସେ ତ ହେଇ ଯାଏ ମାର୍ଗ ଦର୍ଶକ ଓ ସ୍ନେହ ର ପସରା। ହେଲେ ନିଜେ ବି ଗୋଟେ ଖୋଜେ ସେଇ ସ୍ନେହଟିକେ । ତାର ସମ୍ପର୍କୀୟ ବହୁତ ଗୁଡିଏ ଭାଇ ଥିବା ସତ୍ବେ ହେଇଯାଏ ସେ ଏକା । ମାଉସୀ ପୁଅ ମାମୁ ପୁଅ ସବୁ ମିଶି କି 10 12ଟି ଭାଇ ଥିବା ସତ୍ବେ ତାର ହୃଦୟକୁ ବୁଝିବା ଅସମ୍ଭବ । ପୂର୍ଣ୍ଣ ଅପୂର୍ଣ୍ଣ ଭିତରେ ଅପୂର୍ଣ କାହିଁକି ବେଶୀ ଘାରି ବସେ ଓ ନିଜକୁ ସବୁବେଳେ ଏକେଲା ଅନୁଭବ କରି ବସେ ଶିବାନୀ । ମୁହଁରେ ସ୍ମିତ ହାସ୍ୟ ଟାଣ କଥା ଥିବା ସତ୍ବେ ସମସ୍ତଙ୍କ ପ୍ରିୟ ଭାଜନ ହେଇଥିଲା ସିନା ଭିତରେ ଭିତରେ ଇଚ୍ଛା ର ଅପୂର୍ଣ ଘାରି ବସେ ଶିବାନୀକୁ ।

ଏମିତି ସମସ୍ତଙ୍କ ପରି ଫେସବୁକରେ ଥାଏ ଶିବାନୀ । ନୂଆ ନୂଆ ଲେଖିବାର ନିଶାରେ ହଉ ସାହିତ୍ୟ ର ଗପ ସବୁ ପଢ଼ିକି ନିଜକୁ ହାଲକା କରିବାର ପ୍ରୟାସରେ ଜଡ଼ିତ ହେଇଥିଲା ଫେସବୁକ ।ସେଇ ଫେସବୁକରେ ସେ କେବଳ ପରିବାର ମାନେ ନିଜ ସାନ ଭାଇଙ୍କୁ ଗ୍ରହଣ କରିଥିଲା ପଛେ କୌଣସି ସମ୍ପର୍କୀୟ ସହ ସଂଯୋଗ ହେଇ ନ ଥିଲା। ସମାଜ ପ୍ରତି ଘୃଣା ହେଉ ବା ସମାଜରେ ଘଟୁଥିବା ଘଟଣା ପରଠୁ ସେ ଅବଶ୍ୟ ଦୁରେଇ ଯିବାକୁ ଚାହିଁ ଥିଲା ସେ ସମ୍ପର୍କୀୟ ବଡ଼ ଭାଇ ମାନଙ୍କୁ । ଏତେ ଭାଇ ଥିବା ସତ୍ବେ ଅସୁରକ୍ଷିତ ଅନୁଭବ କରେ ଶିବାନୀ ।ସେମାନଙ୍କ ସହ ବସିବା ଦୂରେ ଗାଡିରେକୁଆଡେ ଯିବାକୁ ବାହାରିବାକୁ ମନା କରେ ବହୁତ । ଅବଶ୍ୟ ତା ର ଜିଦିଆ ଓ ସିଧା କଥା ଓ ବଦରାଗୀ ଗୁଣ ଯୋଗୁଁ ମା ବି କେବେ ବାଧ୍ୟ କରନ୍ତିନି କାରଣ ସେ ସ୍ଥିର ନିଶ୍ଚିତ ଯେ ଝିଅ ଭୁଲକୁ ବରଦାସ୍ତ କରେନି ତେଣୁ ଭଲ ଲାଗି ନ ପାରେ । ରାକ୍ଷୀ ବନ୍ଧନ ଦିନ ତାକୁ କାହିଁକି ଏକା ମାଡି ମାଡି ବସେ ସେ ଖୁସି ହେଇପାରେନି କେବେ ବି । ଫେସବୁକରେ ଦିଦି ଡାକ ତାକୁ ଯେତେ ଖୁସି ଦିଏ ଆହୁରି ଦୁଃଖ ଦିଏ ନିଜ ର ନିପାରିଲା ଡାକକୁ ଭାଇ ବୋଲି ଡାକି ଜିଦି କରିବା ଅଳି କରିବାରେ ।  ଝିଅଟିଏ ମାତ୍ରେ ଏକା ଅସହାୟ ନୁହଁ କିନ୍ତୁ ଅସୁରକ୍ଷିତ ଏ ସମାଜରେ । ନିଜ ସ୍ୱାମୀ ତ ନିଜ ଦୁନିଆରେ ବ୍ୟସ୍ତ ,ସୁଖ ଦୁଃଖ ବାଣ୍ଟି କଣ ହୁଏ ସାନ ଭାଇ ସହ ।

ଆବୋରି ବସେ ଆହୁରି ନିପାରିଲା ପଣ । ମନେ ମନେ କାନ୍ଦେ ବେଳେ ବେଳେ ସେଇ ରାକ୍ଷୀ ଦିନ ।ସମସ୍ତେ ଏତେ ରାକ୍ଷୀ ବାନ୍ଧୁଛନ୍ତି ହେଲେ ମୁଁ ମୋ ବଡ଼ ଭାଇ କାହାକୁ ବି ନୁହଁ । ଏତେ ସବୁ ଅପଲୋଡ଼ ଫେସବୁକ ସବୁରେ ଚକଟି ଦବି ହେଇଯାଏ ନୀରବ ଅଳି ସବୁ । ମାଉସୀ ପୁଅ ପିଉସୀ ପୁଅ ସବୁ ଯଦି ତାକୁ ସେଇ ଦୃଷ୍ଟିରେ ଦେଖିଲେ ଆଉ କଣ ବା ବାକି ସୁରକ୍ଷିତ ରହିବାର,ଦୁରେଇ ରହିବାର ପ୍ରୟାସ ମାତ୍ର । ଏତେ ଦୁରେଇ ଓ ନିଜକୁ ବୁଝେଇ ବୁଝେଇ ରହିଲା ପରେ ବି କାଂଦି ଉଠେ ଅଶାନ୍ତ ମନ । ସେ ସମୟ ତକ କେବଳ ଆକାଶରେ ମିଳେଇଦେବା ଓ ଲୁହ ଝରେଇଦେବ ବ୍ୟତୀତ କିଛି ବି ବାକି ନ ଥାଏ ଶିବାନୀ ପାଇଁ । ଦିନେ ଏମିତି ଫେସବୁକ ର କମେଣ୍ଟ ସବୁ ପଢୁ ପଢୁ ଅଟକି ଯାଇଥିଲା ତାରି ଗୀତ ଗୀତରେ ଦିଆଯାଇଥିବା କମେଣ୍ଟକୁ । ସେଇ ଗୀତ ଗୀତରେ କମେଣ୍ଟ ତାକୁ ଏତେ ବିଭୋର କରି ଦେଇଥିଲା ସେଇ ଗୀତ ଗୀତରେ ହିଁ ମତା ମତ ଦିଆ ଚାଲିଥିଲା । ଦିନେ ସେ ମନେ କଣ ଭାବିଲା ସେଇ କେମିତି ବୁଝୁଛନ୍ତି ମୋ ଅବୁଝା କବିତା ସବୁ କିଏ ନ ବୁଝିବା ସତ୍ବେ ।ଯାଏ ପ୍ରୋଫାଇଲ ଦେଖେ ।

-ମା ଦେଖିଲୁ ଏଇ ଫୋଟୋ ଟା କି ଗମ୍ଭୀର କିନ୍ତୁ ମୋ ଲେଖାକୁ ବୁଝନ୍ତି କେମିତି ଯେ ?

-ଆରେ , ସବୁ ଲୋକ କଣ ସମାନ କି ?କିଛି ତ ତାଙ୍କ ଜୀବନରେ କିଛି ଗୋଟେ ଘଟିଥିବ ନ ହେଲେ ବୁଝିବ କିଏ ବା ..

ଏଇ ଶେଷ କଥା ପଦ ମୁଣ୍ଡକୁ ଚକଟି ଦେଇଥିଲା ଶିବାନୀ ର । "କିଛି ଗୋଟେ ଘଟିଥିବ ,କିଛି ଗୋଟେ ଘଟିଥିବ" ପଚାରିଦିଅନ୍ତି ଥରେ ।

-ନା, ନିଜ ମନକୁ ବୁଝେଇକି ବସି ପଡେ ଶିବାନୀ ।

-ଆଜି ଦୁନିଆ ତ ଝିଅକୁ ଏକା ଦେଖିଲା ମାନେ ଖାଇଯିବେ ନିଜ ସମ୍ପର୍କୀୟ ଭାଇ ତ ବାଦ ପଡୁ ନାହାନ୍ତି ।ଆଉ ପଚାରିକି ମିଶିବାର ନାହିଁ । କିନ୍ତୁ ଗମ୍ଭୀର ମୁହଁଟି ଶୁଏଇ ଦିଏନି ଶିବାନୀକୁ । 4 5 ଦିନ ଅତିଷ୍ଠ ହେଲା ପରେ ପଚାରି ବସେ ସେଇ ଗମ୍ଭୀର ମୁହଁଙ୍କୁ ।

-ଭାଇ ଆପଣ ସତରେ ଲେଖା ବୁଝନ୍ତି କେମିତି ଯେ,

-ହଁ ସେମିତି

-ଆପଣଙ୍କ ଲେଖା ବି ସୁନ୍ଦର, ଲେଖୁ ନାହାନ୍ତି ।

-ଲେଖୁଥିଲି ,ଏବେ ବନ୍ଦ ।

-କାହିଁକି ଭାଇ ..ସେ କାହିଁକି ର ଉତ୍ତର ମିଳି ନ ଥିଲା ସତ କିନ୍ତୁ ତାଙ୍କ ବ୍ୟକ୍ତିତ୍ୱ ଓ ଭାଷା ଟାଣି ନେଇଥିଲା ଶିବାନୀକୁ । ଗୂଡ଼ ମୋର୍ଣିଂଗ୍ ରୁ ଆରମ୍ଭ କରି କଥା ହେଇ ଚାଲିଥିଲା ବେଶ କିଛି ଦିନ । ଛୁଟି ଦିନରେ ଭାଇଙ୍କ ସହ ନ କଥା ହେଲେ ହେଇଯାଏ ସେ ନୀରବ । କିନ୍ତୁ ଆଉ ଦିନେ ସହି ନ ପାରି କହିଦେଲା ଭାଇ ଭଲ ଲାଗୁନି ତମ ସହ କଥା ନ ହେଲେ । ଖୁସିରେ ସମ୍ମତି ଦେଇଥିଲେ ହେଲେ ଶିବାନୀ ଭିତରେ ଅବୁଝା ରହୁଥାଏ ଦିନକୁ ଦିନ । ଏମିତିକି ଭାଇଙ୍କୁ ଧୀରେ ଧୀରେ ଭଲ ପାଇ ବସେ ଶିବାନୀ।ଭାଇ ର ଖାଲି ପଣ ତାକୁ ଆଉ ଚକଟି ଦେଉ ନ ଥିଲା । ଭାଇଙ୍କ ବ୍ୟସ୍ତ ତା ଜାଣିକି ବି ଜିଦି ଓ ଅଳି କରିବାରେ ଲାଗେ ଶିବାନୀ । ଆଜି ଏତେ ଦିନ ପରେ ଦେଖିବାକୁ ଆସୁଛନ୍ତି ଭାଇ । ନିଜ ଅଜାନତରେ ଝରିପଡୁଥିବା ଲୁହକୁ ନ ପଡ଼ିବାକୁ ହାତ ଦେଇ ଦିଅନ୍ତି ଭାଇ ।

-ଆରେ ଝିଅ ଏଠି ତୁମେ ଯେ,କଣ କାନ୍ଦୁଚ୍ କାହିଁକି ? ସରି ଲେଟ ହେଇଗଲା ନା..ଚମକି ହିଁ ପଡେ ଶିବାନୀ। ଏତେ ସମୟ ବିତି ଗଲାଣି ।ଜାଣିପାରିନି ସେ ।

ହଠାତ ଭାଇଙ୍କୁ ଦେଖିକି ଅପ୍ରସ୍ତୁତ ହେଇକି "ଭାଇ ତମେ "କହିଦେଲା ସିନା ଭିତରେ ଭିତରେ ଖୁସି ହେଇ ଯାଇଥାଏ ଶିବାନୀ । ସତରେ ଭାଇ ଆସିଲେ ମୁଁ ବିଶ୍ଵାସ ବି କରିପାରୁନି କହି ଲୋଟି ପଡିଥିଲା ଭାଇଙ୍କ ଛାତିରେ ।ଜାବୁଡି ଧରିଥିଲା ଭାଇଙ୍କୁ । ଆଉ ତାକୁ କାହିଁକି ଲାଗୁ ନ ଥାଏ ଅପୂର୍ଣ୍ଣ । ଭାଇ ବି ମୁଣ୍ଡରେ ହାତ ଆଉଁସି ଦେଇକି କହିଲେ,

-କେମିତି ନ ଆସିବି କହିଲ ।

-ନିଜ ଭାଇ ତ ଆସନ୍ତିନି କାମ ବାହାନା କରି ।

-ଭାଇ ଡାକ ଯେ ନ ବୁଝିଛି ସେ ବାହାନା କରିକି ବି ଟାଣି ହେଇଯାଏ ।ଆଉ ତମ ଲୋ ଡାକ କାହିଁକି ଏତେ ଟାଣି ନିଏ ମୁଁ ବି ଜାଣିପାରେନି ।

-କିନ୍ତୁ ତମେ ତ ଏତେ ଗମ୍ଭୀର । ହସି ଦିଅନ୍ତି ଭାଇ । ଦେଖିଲ ଏବେ ମୁଁ ହସିଲି ନା ।

-ଇସଃ ସତେ ତ । ମୁଁ ତ ଭାବିଛି ହସି ଆସେନି । ପୁଣି ଭାଇ ବାହାରନ୍ତି ଯିବାକୁ ଝାଉଁଳି ପଡେ ଶିବାନୀ ର ମୁହଁ । ସବୁ ଜାଣି ବି ଭାଇ ଗଲାକୁ ସ୍ନେହରେ ଆଉଁସି ଦେଇକି ବିଦାୟ ଦିଅନ୍ତି ସତ ଶିବାନୀ କିନ୍ତୁ ଅବୁଝା ହେଉଥାଏ। ମିଲନ ର ମୁହୂର୍ତ୍ତ ରୁ ବିଚ୍ଛେଦ ର ମୁହୂର୍ତ୍ତ ବହୁତ କଷ୍ଟ ।

-ପହଁଚିଲେ କି ? ଭାଇଙ୍କ ମେସେଜରେ ଉତ୍ତର ନ ଦେଇ କାଂଦି ପକାଏ ଶିବାନୀ ।

-ଆରେ ମନ୍ଦିରରେ ନା ଘରେ ? ପୁଣି ମେସେଜ ର ଉତ୍ତର ନ ଦେଇ ଭାବେ ମିଛ କହିବି ।

-ଭାଇ ଲୋ

-ତୁମେ କାନ୍ଦୁଚ୍ ନା ।

-ନା ଭାଇ ବହୁତ ଖୁସି କିନ୍ତୁ ..

-ବ୍ୟସ୍ତ ହୁଅନି ଘରକୁ ଚାଲ ।ଏଇ ତ ଆରମ୍ଭ ମାତ୍ର ।ମୁଁ ରହିଛି ରହିବି ।

-ନା ଭାଇ ମୋର ଦରକାର ଚକୋଲେଟ ।

-ଦେଖ ତମ ପର୍ସରେ ଥୁଆ ହେଇଚି ।

-ଭାଇ ତମେ ଆସନ୍ତ ନା ।

-ଏଇ ଏଇ ପାଖରେ ଅଛି ।

-ହଉ ଲୋ ମୁ ଚାଲିଲି ।

***

ଭାଇଙ୍କୁ ପାଇକି ଖୁସି ଥାଏ ଶିବାନୀ ।ସବୁ ଦିନେ ଭାଇ ଲୋ କହି ଦିନ ଆରମ୍ଭ କରି ଶେଷ କରେ ଫ୍ଲାଇଙ୍ଗ କିସ ପଠେଇବାରେ ।

ସମୟ ର ଚକ ଚାଲିଥାଏ ଜଙ୍ଗଲ ର ଝରଣା ଭଳିକୁଳୁକୁଳୁ ହେଇ ଖୁସିରେ ।

**

ହଠାତ ଅଧା ରାତିରେ ମେସେଜ ଦେଖି କି ଶିବାନୀ ହୁଏ ଆଚମ୍ବିତ ।

-ଗୋଟେ କଥା ରଖିବ ।

-ହଁ କୁହ ଭାଇ।

-ତମେ ସବୁବେଳେ ମୋର ହେଇ କି ହିଁ ରହିବ କିନ୍ତୁ ସମାଜ ସବୁବେଳେ ଖୁସି ବେଶୀ ଦିନ ଚାହେନି ।

-ହଠାତ କାହିଁକି ପୁଣି କଣ ହେଲା ।

-ନା ଯେ ଲୋ ଡାକରେ ଏତେ ଆତ୍ମୀୟତାରେ ବାନ୍ଧି ହେଇଯାଏ ହେଲେ ମୋ ମିସେସ ସନ୍ଦେହ କରୁଛନ୍ତି ।

-ଭାଇ ମୁଁ ମୋ ନିଜ ପାଇଁ କାହା ପରିବାରରେ ଅଶାନ୍ତି ଆଣିବିନି ।

-ନା ତମ ବିନା ତ ମୁଁ ଅସମ୍ଭବ ହେଲେ ବିଧି ର ନିୟନ୍ତା ଭଗବାନ ।ମାନି ଯିବାକୁ ହେବ ।

-ଠିକ ଅଛି ଭାଇ ।

-ଲୋ ଆଉ କହିବ ନାହିଁ ।

-ଠିକ ଅଛି ସୋଇପଡ଼ନ୍ତୁ । ସେ ଦିନୁ ନୀରବ ହେଇଯାଏ ଶିବାନୀ। ମେସେଜ ବି ପ୍ରାୟ କମେଇଦେବାକୁ ଚାହିଁ ବନ୍ଦ କରିଦେଇଥିଲା ହେଲେ ଭାଇଙ୍କ ମେସେଜ ବଢ଼ିବାରେ ଲାଗିଥିଲା । କେବଳ ଉତ୍ତର ଦେଉଥିଲା ସତ ଆତ୍ମୀୟତା କିନ୍ତୁ ମିଳୁ ନ ଥିଲା ଭାଇଙ୍କୁ । ସେଇ ଆତ୍ମୀୟତାକୁ ପାଇବା କେତେ କଷ୍ଟ ଓ ସାମାନ୍ୟ ସନ୍ଦେହ ବି ଚୁରମାର କରିଦିଏ ସେଇ ଆତ୍ମୀୟତାକୁ ।

-ନା ତୁମେ ମୋତେ ଲୋକୁହ ନ ହେଲେ ରହିହେଉନି ।

-ରହିବାକୁ ହେବ ଭାଇ ।

-ନା ତମେ କହିବ ନା ନାହିଁ ।

-ଆତ୍ମୀୟତା ହଜେଇବାକୁ ପଡେ ସଂପର୍କ ର ନାମରେ ଭାଇ ।

-ତମେ କହିବ ନା ନାହିଁ ।

-ନା ଭାଇ ।

-ସବୁ କଥାରେ ମାନି ଯାଅ ହେଲେ ଆଜି ..

-ନା ଭାଇ ପରିବାରକୁ ଭାଙ୍ଗି ସମ୍ପର୍କକୁ ଅବୁଝା କରିବା ମୋର ଉଧ୍ୱେଶ୍ୟ ନ ଥିଲା ଭାଇ ।ସ୍ନେହ ଓ ଆବେଗରେ ହିଁ ଲୋ କହିଦିଏ ।ସରି ଭାଇ ।

-ନା ତମର କଣ ହେଇଚି ।

-ନା କିଛି ନାହିଁ ସମ୍ପର୍କରେ କିଛି ଅବୁଝା ରହିଗଲା ।ଗୋଟେ ଲୋ ଶବ୍ଦ ବି 15 25 ବର୍ଷ ର ସଂପର୍କ ଚୁରମାର କରିଦେବ ସେଟା ମୋ ଆଶା ବାହାରେ ଭାଇ ।

-ନା ତମେ ଠିକ ନାହଁ ।

-ମୁଁ ଠିକ ଅଛି ଭାଇ ବାସ ଶେଷ ଇଚ୍ଛାଟିଏ ତମରି ଆକଟରେ ବଂଚିଯିବି ।

-ନା

-ମାନିବାକୁ ପଡିବ ବିଧି ର ନିୟନ୍ତାଙ୍କୁ ।ତମ ନିଜ ଆବେଗ ବି ମିଛ ହେଇଯାଇପାରେ ।

-ମୁଁ ଆସୁଛି କାଲି।

-ନା ଭାଇ ସନ୍ଦେହ କେବଳ ନାରୀ କରେ ଓ ସେ ସନ୍ଦେହ ର କାରଣ ବି ନାରୀ ହେଇଥାଏ ।

-କାହିଁକି ଆସିବ ଏତେ ହଇରାଣ ହେଇକି ?

-ହଇରାଣ କଣ ତମକୁ ମୁଁ ବି ବହୁତ ଭଲ ପାଏ ।ଭଉଣୀ ର ସ୍ନେହ ଓ ଆତ୍ମୀୟତା ମୋର ହିଁ ଲୋଡ଼ା ।

-କିନ୍ତୁ ସରି ଭାଇ ଯଦି ମୋର କିଛି ହେଇଯାଏ ସେ ଲୋ ବିନା ତ ରହିଯିବ ।ସହିଯାଅ ନା ।

-ନା...

ଟାଇପ ସହ ଚିତ୍କାର କେତେବେଳେ କରିଦେଇ ଛନ୍ତି ଭାଇ ଓ ହାତ ରୁ ମୋବାଇଲ ବି ଖସି ପଡିଛି । ଧାଇଁ ଆସିଛନ୍ତି ଧର୍ମପତ୍ନୀ। କଣ ହେଲା ଏତେ ପାଗଳ ହଉଛ ଗଲ ଶୋଇବ ।ଚୁପରେ ଖଟକୁ ଗଲେ ସତ ମନ ଟା ଆସନ୍ନ ବିପଦ ର ଆଶଂକାରେ । ତା ଆରଦିନ ହିଁ ପତ୍ନୀଙ୍କୁ ଧରିକି ଗଲେ ଶିବାନୀ ପାଖକୁ । ଶିବାନୀକୁ ଦେଖୁ ଦେଖୁ ଖୁସିରେ ଭିଡି ଧରି କାଂଦି ପକେଇ ଲୁହରେ ଭିଜେଇଦେଲେ ଶିବାନୀକୁ । ଶିବାନୀ ବି ଭାଇକୁ ଭିଡି ଧରି ବେଶ କିଛି ସମୟ କାନ୍ଦିଲା ପରେ ହେଇଯାଏ ଅଚେତ । ଢଳି ପଡେ ଭାଇ ର ଛାତିରେ । ହାତରେ ଥାଏ ନୋଟ ବୁକ ଟେ । ସମ୍ଭବତଃ ଲେଖୁଥିଲା ସେ ସବୁଦିନେ କିଛି ନା କିଛି ଗପ ଗୀତ. ଖସିପଡ଼ିଲା କାଗଜ ଟେ ଅଜାଣତରେ.. ପତ୍ନୀ ଉଠେଇ କି ପଢିଲେ

ଭାଇ ଲୋ.

କ୍ଷମା କରିବ ମୋର କିଛି ସ୍ଵାର୍ଥ କି ଅଵଶୋଷ ନ ଥିଲା କେବଳ ଇଚ୍ଛା ଥିଲା ଭାଇ ମୋର ବଡ଼ ଭାଇ ଟେ ।ଆକଟ ଓ ସ୍ନେହରେ ବଞ୍ଚିବା ର ମୋହଟିଏ ।

ଲୋ କେବଳ ନିଜ ଆତ୍ମାକୁ ଡାକନ୍ତି ଓ ମିଛ ନାଟକ ଆସିନି ଭାଇ । ମୁଁ କିନ୍ତୁ ଚାହିଁନି ଭାଉଜଙ୍କ ମନରେ ସନ୍ଦେହ ଆସୁ ଓ ସନ୍ଦେହ ସବୁ ଚୁରମାର କରିଦଉ 25 ବର୍ଷ ର ସମ୍ପର୍କକୁ । ସେ ଦିନ ଅଧା ରାତିରେ ଲୋକୁ ନେଇ ସନ୍ଦେହ ଜାଣିଲା ପରେ ବହୁତ ବାଧିଥିଲା କହିଲେ ଭୁଲ ହେବ ତମରି ହାତ ରୁ ଚାପଡ଼ଟିଏ ଖାଇଲା ପରି ଲାଗିଥିଲା ହେଲେ ଭାଇ ନିଜ ବିଶ୍ଵାସରେ ଭାଇ ହିଁ ଭାବିଥିଲି । ତମେ କହିଥିଲ ନା ବିଧି ର ନିୟନ୍ତା ଭଗବାନ ।ମାନିନିଅ ଏଇଆ ଥିଲା ଭଗବାନଙ୍କ ଇଛା । ଆଉ ଭାଇ ଥରୁଟିଏ ଵୋକ ଦେଇଦିଅ ନା। କ୍ଷମା କରିଦେବ ଲୋ । କାନ୍ଦିବନି ମ୍ ।ଭିତରେ ଅଛି ରାକ୍ଷୀ ଟେ ,ପୁରୁଣା ହେବନି ପିନ୍ଧିଦେବ ନା । ରହୁଛି ଲୋ ଭାଇ ।" ସବୁ ପଢ଼ିସାରି ଭାଇ ଲଥ୍ କିନା ବସି ପଡିଲେ ସେଇ ଶିବାନୀକୁ କୋଳେଇ ଧରି ଵୋକ ପରେ ଵୋକ ଦେଇଚାଲିଥାନ୍ତି । ଆରେ ଆରେ କହୁ କହୁ ହେଇଯାଇଥିଲା ଶିବାନୀର ନିଥର ପାର୍ଥିବ ଶରୀର ଶୀତଳ ପଥର ପରି ,ହାତରେ ଚିକ ଚିକ କରୁଥାଏ ସୁଦୃଶ୍ୟ ରାକ୍ଷୀ ।

***

ସ୍ମିତା ତ୍ରିପାଠୀ

ଖଲାରୀ

ଅନୁଗୋଳ 7591332


Rate this content
Log in

Similar oriya story from Tragedy