Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Tragedy

0.2  

Rasmi Rekha Tripathy

Tragedy

ଫୋଟ

ଫୋଟ

1 min
14.6K



      : ବୋଉ! ମୋତେ ଧରି ତୁ କାହିଁକି ଏମିତି ଫୋଟ ଉଠେଇନୁ ? ଏତେ ଦିନ ପରେ ଝିଅର ପ୍ରଶ୍ନରେ ଚମକି ଗଲି ମୁଁ l ପୁତୁରାକୁ ଧରି ଅନେକ ବର୍ଷ ତଳେ ଉଠେଇଥିବା ଏକ ପୁରୁଣା ଫୋଟକୁ ଦେଖି ପଚାରୁଥିଲା ମୋ ଝିଅ l

       ଯାଆ ଦିଅର ବାହାରେ ଚାକିରି କରୁଥିଲେ l ଛୁଟି ହେଲେ ଗାଆଁକୁ ଆସନ୍ତି l ଏମିତି କୌଣସି ଏକ ସମୟରେ ଦିଅର ସେହି ଫୋଟଟି ଉଠେଇଥିଲେ l ଗାଆଁରେ ମୋର ଜମ୍ମା ଫୁରୁସତ୍ ନ ଥାଏ l ଘରର ବଡ ବୋହୁ l ହଳିଆ ମୂଲିଆ ଘର l କିଏ କେତେ ବେଳେ ଖାଇଲା ନ ଖାଇଲା, କାହା ଘରକୁ ବେଭାର ବନ୍ଦାଣ ଯିବ, କୁଣିଆ ମଇତ୍ର, ଭଲ ମନ୍ଦ ବୁଝୁ ବୁଝୁ ମୋ ଝିଅ କେତେବେଳେ ବଡ ହୋଇ ଯାଇଥିଲା ଜଣା ପଡି ନ ଥିଲା ମୋତେ l ଆଜି ଲାଗୁଛି ମୁଁ କେତେ ଅବହେଳା କରିଛି ମୋ ଝିଅକୁ l ଆଜିକାଲିର ମାଆମାନେ ସେମାନଙ୍କ ଛୁଆମାନଙ୍କ ପ୍ରତି କେତେ ସଚେତନ l ଆଜି ଇଛା ହେଉଛି, ସେ ପୁରୁଣା ଦିନ ସବୁ ଫେରି ଆସନ୍ତା କି ? ମୁଁ ମୋ ଝିଅର ପ୍ରତିଟି ମୂହୁର୍ତ୍ତକୁ ବନ୍ଦୀ କରି ରଖିଥାନ୍ତି ଆଲବମର ପୃଷ୍ଠା ଭିତରେ l

       : ଯେଉଁ ଭୁଲ ମୁଁ କରିଛି, ସେ ଭୁଲ ତୁ କେବେ ବି କରିବୁ ନାହିଁ l ମୋର ଏତିକି କଥାରେ ଝିଅ ମୋର କୁଣ୍ଢେଇ ପକେଇଲା ମୋତେ l ଦୁହିଁଙ୍କର ଆଖି ଲୁହରେ ଭର୍ତ୍ତି ହୋଇଯାଇଥିଲା l


Rate this content
Log in

Similar oriya story from Tragedy