Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପରାଧୀନା
ପରାଧୀନା
★★★★★

© Ranjit Sahu

Others Inspirational

6 Minutes   14.8K    9


Content Ranking

ପରାଧୀନା 

ଭଲ ପାଇ ବାହା ହେବାର ଓ ବାହା ହୋଇ ଭଲ ପାଇବାର ଅର୍ଥକୁ ବେଶ ଭଲ ଭାବରେ ହୃଦୟଙ୍ଗମ କରି ପାରିଥିଲା ବଡ଼ ଭାଇ ବାହା ହେବାର କିଛି ଦିନ  ମଧ୍ୟରେ।  କିଛିଟା ସ୍ଵପ୍ନ ସତ୍ୟତାର ଆଲୋକରେ ଭାଙ୍ଗି ଯାଇଥିଲା  ା ସପ୍ତାହଟିଏ ମଧ୍ୟ ବିତି ନଥିଲା, ସାଙ୍ଗ ସାଥି ମାନଙ୍କର ପ୍ରଭାବରେ ଆସି ନିଜର ବାହାଘରର ସମୀକ୍ଷା ଆଉ ବିଶ୍ଳେଷଣ ଆରମ୍ଭ କରି ଦେଇଥିଲେ  ା ଅନେକ ଚେଷ୍ଟା କରିଥିଲେ ପରିବାରର ଲୋକ ମାନେ। ବୁଝିବାକୁ କିନ୍ତୁ ନାରାଜ଼ ବଡ ଭାଇ. ମିନତୀ ଅପା ମଧ୍ୟ କଥାକୁ ଟିକିଏ ହାଲୁକା କରିବା ଅପ୍ରାଣ ଚେଷ୍ଟା କରିଥିଲା। ସେ କହିଥିଲା," ଆରେ  ଏମିତି କଣ ହଉଛୁ  ମ?ଖାଲି ତୁ କ'ଣ ବାହା ହେଉଛୁ ପ୍ରଥମ କରି ଏହି ଦୁନିଆରେ ନା କଣ? ଏତେ ବେଶୀ ଚିଙ୍ଗୁଡ଼ି ଭଳି ଡିଆଁ ଡେଇଁ କରେନା। ଯେତେ କରିବୁ ପରିବାରରେ ସେତିକି ଅଶାନ୍ତି କରିବୁ ଯେମିତି ମାଛ ପାଣିରେ ବେଶୀ ଡିଆଁ ଡେଇଁ କଲେ ନିଜ ପୋଖରୀ ହିଁ ଗୋଳିଆ କରେ! ତାହା ଛଡା ଏହା ପରା ଶାଦୀ କା ଲଡ଼ୁ "!

ସମସ୍ତେ ହସି ଦିଅନ୍ତି। ଭାଇ କିନ୍ତୁ ମାନିବାକୁ ନାରାଜ଼।

 "ମୋର ବାହାଘର ପାଇଁ ଆପତ୍ତି ନାହିଁ। ହେଲେ ଏହି ଝିଅଟି ସହ!"

ମିନତି  ଅପା ପୁଣି କହେ," ଆରେ ମୂର୍ଖ, ତୁ କ'ଣ ଭାବୁଛୁ ଆଉ କୌଣସି ଝିଅ ହେଇଥିଲେ ତୋର ତା ସହ କିଛି ମତାନ୍ତର ହେଇ ନ ଥାଆନ୍ତା? ସବୁ ବେଳେ ପଡୋଶୀ ଘର ତରକାରୀ ସୁଆଦିଆ ଲାଗେ, କିନ୍ତୁ ନିଜ ଘରେ ତିଆରି ହିଁ ଖାଇବାକୁ ହୁଏ।"

ମିନତି  ଅପାର ଆଉ ଭାଇର ବହୁତ  ଯୁକ୍ତି ତର୍କ ଚାଲେ । ଜେଜେମା ମଝିରେ ଟିପ୍ପଣୀ  କରେ," କେମିତି ଯୁଗ ହେଲା କେଜାଣି! ଆଜି କାଲି ବାହାଘର ହେଲା ପରେ ତାହା ବିଷୟରେ ଆଲୋଚନା ହଉଛି । ଆମ ବେଳେ ବାହା ଘର ହେଲା ମାନେ, ନିଜର ସଂସାର ସମ୍ଭାଳିବାର ସମୟ ଆସିଲା । ଆଉ କୌଣସି ଯୁକ୍ତି ତର୍କ  ନାହିଁ । ଯାହା ସମସ୍ୟା ସମାଧାନ ସବୁ ଅଣ୍ଡିରା ମାଈପ ନିଜ ଭିତରେ କରିବେ ।"

ଭାଇ ଚିଡି ଯାଏ । "ତୁମ ସମୟ ଗଲାଣି ଜେଜେମା । ଦୁନିଆ ବଦଳି ଗଲାଣି । ଆଜି କାଲି ସବୁ ନିଜେ ଠିକ କରନ୍ତି  କାହା ସହ ବାହା 

ହେବେ  ା" ଜେଜେମା କୁ କେହି ପାରି ନାହିଁ ଯୁକ୍ତିରେ । ତୁରନ୍ତ ଉତ୍ତର ଦିଏ," ହଁ ସତ କଥା । କାହା ସହ ବାହା ହେବେ ଆଉ କେତେ ଦିନ ପାଇଁ ବାହା 

ହେବେ, ଆଉ କେମିତି ବାହା ହେବେ; କଚେରୀରେ, 

ମନ୍ଦିରରେ, ନା ଘରେ....." ଭାଇ ମୁହଁ ମୋଡିକି ଚାଲି ଯାଏ । ନୂଆ ବୋଉ ସବୁ ଶୁଣେ କିନ୍ତୁ କିଛି କୁହେ ନାହିଁ  ତାହାର କାମରେ  ଲାଗି ଥାଏ । ତାକୁ  କାହା ସହିତ କେବେ  ଯୁକ୍ତି କରିବାର ଶୁଣି ନାହିଁ । ଅନେକ ସମୟରେ ଭାବିଛି କିନ୍ତୁ, ଭାଇ ଏମିତି ବ୍ୟବହାର କାହିଁକି କରୁଛି । କିନ୍ତୁ ନିଜର ପାଠ ପଢ଼ାରେ ବ୍ୟସ୍ତ ରହି ସେ ବିଷୟ ସବୁ ନିଜ  ମନରୁ ବାହାର କରି ଦିଏ ।

 

କିଛି ବର୍ଷ ଏମିତି ହିଁ ବିତିଗଲା । ଗାଁ ଠାରୁ ଦୂରେଇବା ପରେ ପରିବାର ସହ ସମ୍ପର୍କଟି ଟିକିଏ ଢିଲା ହୋଇ ଯାଇଥିଲା । କିନ୍ତୁ ଦିନେ ଦେଖା ହେଲା ସୁବୀର ସହିତ । ସୁବୀର ମୋର ନିହାତି ଅନ୍ତରଙ୍ଗ ବନ୍ଧୁଟିଏ । ଗାଁରେ ହିଁ ରହି ତାହାର ଘର ସଂସାର ସମ୍ଭାଳିଛି । ସହରକୁ ଆସିଥିଲା କୌଣସି କାମରେ । ମୋ ପାଖକୁ ଆସି ଭଲ ମନ୍ଦ କଥା ହେବାକୁ ଲାଗିଲା । କଥା ପ୍ରସଙ୍ଗରେ ଭାଇ କଥା ପଡିଲା । "ତୋ ଭାଇ ଏ ଯାଏଁ ବଦଳି ନାହିଁ । ଆଦୌ  ବଦଳିବ ନାହିଁ ମଧ୍ୟ । ଆଜି ଯାଏଁ ନୂଆ ବୋହୁକୁ ଗଞ୍ଜଣା ଶୁଣାଉଛି । ""କଣ ହେଲା କି?" ମୁଁ ପଚାରିଲି.

 

"ଆମ  ଗାଁର  ନଟ ସାହୁ ଯେଉଁଦିନ ଠାରୁ ବାହା ହେଇକି ଆସିଛି, ସେହିଦିନ ଠାରୁ ତୋ ଭାଇର ଉତ୍ପାତ ବଢି ଯାଇଛି । ନଟ ସାହୁ କୁଆଡେ ଭଲ ପାଇ ବାହା ହୋଇଛି, ଆଉ ତାହାର ଭାରିଜାଟି କୁଆଡେ ବହୁତ ସୁନ୍ଦର ଦେଖିବା ପାଇଁ । ଯେଉଁ  ଦିନ ନଟ ସାହୁ ସହ ତୋ ଭାଇର ଦେଖା ହୁଏ ସେହି 

ଦିନ ତୋ ଘରେ ମହାଭାରତ ହୁଏ । ନଟ ସାହୁ ଭାରି ରସିକିଆ ଲୋକ । ବହୁତ ଝିଅ ଖୋଜି ଖୋଜି ବାହା ହୋଇଛି । କାହା ସହ କଣ କରିଛି ନ କରିଛି  ସହରରେ ରହିକି କିଏ 

ଜାଣେ?  କିନ୍ତୁ ଦେଖିବାକୁ ସୁନ୍ଦର ଚେହେରା । ଆଉ ସବୁ ବେଳେ ଗାଡ଼ିଟିରେ କାହାକୁ ପଛରେ ବସେଇ ଥାଏ ।  ସିଏ ବାହା ହେବା ଦିନଠାରୁ  ତୋ ଭାଇର ସବୁ ବେଳେ ମିଜାଜଟି ଖରାପ ରହୁଛି । "

ଭାଇର ସହପାଠୀ ହୋଇଥିବାରୁ କିଛିଟା ପ୍ରତିଦ୍ଵନ୍ଦ୍ଵିତା  ନିଶ୍ଚିତ ଥିବ । ଭାଇ ଟିକିଏ ଭାବପ୍ରବଣ ପ୍ରକୃତିର । ତାକୁ ସହଜରେ କଥାରେ ଫସେଇ  ଦେଇ ହୁଏ । ତେଣୁ ମୁଁ ଭାବିଲି ବୋଧ ହୁଏ ନଟ ସାହୁ ଜାଣି ଜାଣି ଭାଇ ସହ ଏମିତି କରୁଛି । ନଟ ସାହୁ ସବୁବେଳେ ମଉକା ଖୋଜୁଥାଏ ଭାଇକୁ ତଳେ 

ପକେଇବାକୁ । ଭାଇ ଭଳି ସିଏ ଲୋକପ୍ରିୟ ନୁହେଁ । ତେଣୁ ସବୁ ବେଳେ ଜଳେ । ଅବଶ୍ୟ ଘରେ ଚାହୁଁଥିଲେ ବୋହୁଟିଏ ଆସି ଘର ସମ୍ଭାଳିଲେ 

ଭଲ ହୁଅନ୍ତା.ଚାକିରୀ କରେଇବାର ଅଭିପ୍ରାୟ କାହାର ନଥିଲା. ଭାଇର ମଧ୍ୟ ନୁହଁ କିନ୍ତୁ,  ନଟ ସାହୁର ସ୍ତ୍ରୀ ମଧ୍ୟ ସହରରେ ଚାକିରୀ କରେ।  ଏହି ସବୁ ଦେଖି ଓ ନଟ ସାହୁର ପ୍ରଭାବରେ, ଭାଇ ଦିନକୁ ଦିନ ଅଧିକ ବିଗିଡ଼ିବାକୁ ଲାଗିଲା ନୂଆ ବୋହୁ ଉପରେ। 

 

ମିନତି  ଅପା ବହୁତ ପ୍ରୟାସ  କରିଥିଲା  ଭାଇକୁ ବୁଝେଇବା 

ପାଇଁ।  ଭାଇ କିନ୍ତୁ ଆଉ ବୁଝିବାକୁ ରାଜି ନ ଥିଲା। ଶେଷରେ ଯେତେବେଳେ  ଭାଇର  ସହରକୁ ଟ୍ରାନ୍ସଫର ହେଲା ଭାଇ ଏକ ଏକା ଚାଲିଗଲା ଚାକିରୀ ବାହାନାରେ। ତାହା ବ୍ୟତୀତ  ନଟ ସାହୁ ସହ ତାହାର ଘନିଷ୍ଠତା ଆହୁରି ଦୃଢୀଭୁତ  ହେବାକୁ ଲାଗିଲା। ସଙ୍ଗତିର କେତେ ପ୍ରଭାବ ପଡିଥିଲା ଭାଇ ଉପରେ ମୁଁ ଜାଣେନି। କିନ୍ତୁ ମୁଁ ଚମକି ପଡ଼ି଼ଥୁଲି ଯେଉଁ ଦିନ ଭାଇ ସହ କଥାବାର୍ତ୍ତା  

ବେଳେ ସିଏ କହିଥିଲା, "ବୁଝିଲୁ ଛୋଟୁ, ଟିକିଏ ବ୍ୟବଧାନ ଦରକାର ହୁଏ, ଶାନ୍ତିରେ ରହିବାକୁ ହେଲେ ଜୀବନରେ। ସେଥି ପାଇଁ ତୋ ନୂଆ ବୋହୂକୁ ମୁଁ ସହରକୁ ଆଣୁ ନାହିଁ।ଏହା ବ୍ୟତୀତ ସିଏ ସବୁ ବେଳେ ମୋ ଉପରେ ନିର୍ଭର କରୁଛି। ସବୁ ଜିନିଷ  ପାଇଁ। ଟିକିଏ ମଧ୍ୟ ସ୍ଵାଧୀନ ମନୋଭାବ ନାହିଁ। ନିଜେ କିଛି ଅର୍ଜନ କରିବାର କ୍ଷମତା ନାହିଁ।ନଟ ସାହୁ ସ୍ତ୍ରୀକୁ  ଦେଖେ କେମିତି ସ୍ମାର୍ଟ ଅଛି। ମୁଁ କହି ଦେଇ ଆସିଛି ଏଥର, ତୋ ନୂଆ ବୋହୂକୁ, ସିଏ 

ତାହାର କଥା ନିଜେ ବୁଝିବ। ପୁଅ  ଆଉ ଟିକେ ବଡ ହୋଇ  ଗଲେ ମୁଁ ତାକୁ ହଷ୍ଟେଲ୍ ରେ  ଭର୍ତ୍ତି  କରି ଦେବି। ମୋ ଦ୍ୱାରା ଆଉ ଏହି  ସବୁ ଝାମେଲା ସମ୍ଭାଳି ହେବ ନାହିଁ।" 

"ନୂଆ ବୋହୁ କଣ ଘରର ସବୁ କାମ  କରୁ ନାହାନ୍ତି କି? ତାହା ଛଡ଼ା ମୁଁ ଶୁଣୁଥିଲି ସିଏ କିଛି ଗୋଟିଏ ପଢୁଛନ୍ତି," 'ମୁଁ ପଚାରିଥିଲି।

"ଜାଣିନି ଠିକ ଭାବରେ କିନ୍ତୁ କିଛି ଗୋଟିଏ କରୁଥିଲା  ା ଆଜି କାଲି ମା ମଧ୍ୟ  ବହୁତ ଝଗଡା କରୁଛି।"

"କାହଁକି ଝଗଡା କରୁଛନ୍ତି ବୁଝିବାକୁ ଚେଷ୍ଟା କରିଛ କି?" ମୁଁ ପଚାରିଥିଲି।

"ମୋର ବୁଝିବାର ନାହିଁ । ତାହାକୁ ଯାହା ଭଲ ଲାଗୁଛି କରୁ। ମୁଁ ଏହି ବ୍ୟବଧାନରେ ଖୁସି  ଅଛି। ଗୋଟିଏ  ସ୍ୱାଧୀନ  ଦେଶର ସ୍ଵାଧୀନ ନାଗରିକ ହିସାବରେ କଣ ମୋର ନିଜ ଇଛାରେ ବଞ୍ଚିବାର ଅଧିକାର ନାହିଁ? ନଟକୁ ଯଦି   ଏତେ ସବୁ ମିଳିଲା ବାହା ହୋଇ,  ମୋତେ କଣ    ମିଳି ନ  ଥାଆନ୍ତା ସହରରେ ବାହା ହୋଇଥିଲେ? ନଟ ଆଜି 

ପାର୍ଟି  ରଖିଛି ମୋ ପାଇଁ ।ଯାଉଛି ନ ହେଲେ ତାହାର ସ୍ତ୍ରୀ  ମନ ଦୁଃଖ କରିବ। ନଟ ସ୍ତ୍ରୀ ସବୁ ବେଳେ ମୋତେ ପାର୍ଟିରେ  ବହୁତ ମାନ୍ୟତା ଦିଏ ଆଉ ମୋର ବଢ଼େଇ କରେ।  ତୋ ନୂଆ ବୋହୁ ଯାହା କରୁଛି କରୁ। ତାହା ସହ ବ୍ୟବଧାନରେ ରହି ମୁଁ ଖୁସି।ଖାଲି ଛୁଆଟିକୁ ଜନ୍ମ କରିଛି ବୋଲି ଘରେ ରଖିଛି। ଯେଉଁ ଦିନ ମୋ  ଛୁଆ ସ୍କୁଲ ଯିବ ତାହାର ଭୂମିକା ଆମ ଘରେ ଶେଷ, "କହି ଭାଇ ଉଠି ଚାଲି  ଯାଇଥିଲା ସେହି ଦିନ। ପରେ ବୁଝିଥିଲି, ନୂଆ ବୋହୂକୁ ସମସ୍ତେ ବହୁତ ତିରସ୍କାର କରନ୍ତି  ଯେ ହେତୁ ସିଏ ଅଧିକା କିଛି ଆଣି ନ ଥିଲା ବାହାଘର ସମୟରେ । ମିନତି  ଅପା କୁ ଛାଡିକି।  ମିନତି  ଅପା ତାହାକୁ କିଛିଟା  ଆତ୍ମବିଶ୍ୱାସ  ବଢେଇବାରେ ସାହାଯ୍ୟ କରିଥିଲା ଆଉ କୌଣସି ଏକ 

ପାଠ୍ୟକ୍ରମରେ  ଯୋଗ ଦେବାକୁ କହିଥିଲା। ନୂଆ ବୋହୁ ମିନତି ଅପାଙ୍କର କଥା ଶୁଣେ ଓ ମାନେ କିନ୍ତୁ ତାଙ୍କୁ ମଧ୍ୟ କେବେ ନିଜର ମନ କଥା ଖୋଲି କହି ନଥିଲା। 

 

 ସମୟ ସବୁ ସମସ୍ୟାର  ସମାଧାନ ପାଇଁ ସୁଯୋଗ ଦିଏ।  କିନ୍ତୁ  ସମସ୍ୟା  ସହ ଜଡିତ ବିଭିନ୍ନ ବ୍ୟକ୍ତି ସେମାନଙ୍କର ସୁବିଧା ଓ ମନୋଭାବ ଅନୁସାରେ ସମାଧାନର ପନ୍ଥା  ସ୍ଥିର କରନ୍ତି।  ନୂଆ ବୋହୁ ମଧ୍ୟ ତାହାହିଁ କଲା। ସେ ବର୍ଷ  ଅଗଷ୍ଟ 15 ଦିନ ଛୁଆର  ପ୍ରଥମ ସ୍ଵାଧୀନତା ଦିବସ। ତାକୁ ସ୍କୁଲ ରେ ଛାଡିକି କୁଆଡେ ଚାଲିଗଲା। ଆଜି ପର୍ଯ୍ୟନ୍ତ ତାହା ବିଷୟରେ କିଛି ଖୋଜ ଖବର ନାହିଁ। ମିନତି  ଅପା ମଧ୍ୟ ଜାଣି ପାରିଲାନି ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା କି ନାହିଁ ଓ କେଉଁଠି ଚାକିରୀ ପାଇଲା କି ନାହିଁ। ନୂଆ ବୋହୁ  କେବଳ ଖଣ୍ଡିଏ  କାଗଜ଼ରେ ଲେଖି ଯାଇଥିଲା 

 

"ମୁଁ ମଧ୍ୟ ଚିରଦିନ ପାଇଁ ପରାଧୀନା ହୋଇ ରହିବାକୁ ଚାହେଁ ନାହିଁ ଏହି ପରିବାର ରେ ।" କେବଳ ତାହାର ପାଦର ଅଳତା ର ଛାପ ରହି ଯାଇଥିଲା ଏରୁଣ୍ଡିବନ୍ଧରେ.

 

ଭାଇର ଏମିତି ଅବାଗିଆ ପରିସ୍ଥିତି କୁ ସମ୍ମୁଖୀନ ହେବାର କ୍ଷମତା ନଥିଲା। ଏହା ମଧ୍ୟରେ  ନଟ ସହ କୌଣସି କାରଣରୁ ଯୁକ୍ତି ତର୍କ ହୋଇ ତାହାର ଚାକିରୀ ମଧ୍ୟ ଚାଲି ଯାଇଥିଲା। ଶେଷରେ ଗାଁକୁ ଫେରି  ଗାଁରେ ଚାଷ ବାସ କରି ରହିଲା।

 

କିଛିଟା ଦୂରତା ରହିବା ନିହାତି ଦରକାର  କୌଣସି ସମ୍ପର୍କରେ। ଦୁଇଟି ମଣିଷ ମଧ୍ୟରେ ଥିବା ପାର୍ଥକ୍ୟକୁ ଯଥେଷ୍ଟ ସ୍ଥାନ ଦେବା ପାଇଁ ଓ ସେମାନଙ୍କର ସ୍ଵାଧୀନ  ଚିନ୍ତାଧାରା କୁ ବଜାୟ ରହିବା

 ନିମନ୍ତେ।  କିନ୍ତୁ  ଏହାର ମାନେ କଣ ଜଣକର ସ୍ଵାଧିନତା ଲାଗି ଆଉ 

ଜଣେ   ସବୁ ଦିନ ପାଇଁ ଏରୁଣ୍ଡି  ବନ୍ଧକୁ  ପାର କରିବା ପାଇଁ 

ବାଧ୍ୟ ହୋଇଯିବ? ନୂଆ ବୋହୂର ପାଦଚିହ୍ନ ଆଜି ମଧ୍ୟ ମୋତେ ତଟକା ଲାଗେ ଏରୁଣ୍ଡିବନ୍ଧରେ।ସନ୍ଧ୍ୟା ନଇଁ ଆସିଲେ ପାଶ୍ଚାତ୍ୟରୁ  ଅସ୍ତରାଗର ଲାଳିମା ଆଜି ମଧ୍ୟ ରକ୍ତିମ କରିଦିଏ ସେହି ପାଦଚିହ୍ନକୁ । ଜାଣେ ଭାଇ ତାହାର  ସ୍ୱାଧୀନତାକୁ ଆଜି ମଧ୍ୟ ଖୋଜୁଥିବ ତଳ ବସ୍ତିର କେଉଁ ଏକ ଅନ୍ଧାର କୋଣରେ, ନିଜକୁ ନିଜର ଅତୀତ 

ଠାରୁ ମୁକ୍ତ କରିବା ପାଇଁ। ଆଉ ଥରେ  ଅତୀତକୁ  ମନେ  ପକେଇଦେଇଥିଲି ମୁଁ, ନ ଚାହିଁକି  ମଧ୍ୟ। ମୋ ସାମ୍ନାରେ ମୋର  ଭବିଷ୍ୟତ ଆଭିର୍ଭାବ ହୋଇଥିଲା ବୋଉର ଫୋନକଲ ରୂପରେ. 

"ସମସ୍ତେ ଝିଅଟିକୁ ପସନ୍ଦ କରିଛନ୍ତି, ଅଗଷ୍ଟ 15 ଛୁଟି ଅଛି। ଆସିକି ଦେଖି ଗଲେ ତୋର ବାହାଘର ଡ଼ିସେମ୍ବରରେ ରଖିବା ବୋଲି ଭାବୁଛି। କଣ କହୁଛୁ? କାହାକୁ ପଠେଇବି ତୋତେ ବସ  ଷ୍ଟାଣ୍ଡରୁ ଘରକୁ ଆଣିବାକୁ?" ବୋଉର ଶବ୍ଦ ବାରମ୍ବାର ପ୍ରତିଧ୍ଵନିତ  ହେବାରେ ଲାଗିଥିଲା ମୋ କାନରେ। 

ସ୍ଵାଧୀନତା - ପରାଧୀନତା ସମ୍ପର୍କ

Rate the content


Originality
Flow
Language
Cover design

Comments

Post

Some text some message..