Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମୁଁ ସୁନା ମୁଣ୍ଡା ହେଇଗଲି
ମୁଁ ସୁନା ମୁଣ୍ଡା ହେଇଗଲି
★★★★★

© Bhariom Power Ajtak

Inspirational

2 Minutes   7.2K    16


Content Ranking

୧୯୯୪ମସିହା ତାରିଖ ମନେ ନଥିଲେବି ରବିବାର ହୋଇଥାଏ । ମୁଁ ପାଖ ବଜାରରୁ ଫେରୁଥାଏ ,ସମୟ ପଖାପାଖି ଅପରାହ୍ନ ୫ଟା ,ମୋ ଆସିବା ବାଟରେ "ମନମୋହନ ସ୍ଵାଇଁ " ମୋର ଜଣେ ସାଥୀ ଦେଖା ହୋଇଗଲେ । କଥାହୋଇ ଆସିଲୁ । କଥା ଭିତରେ ସାଥୀ ଜଣକ ପଚାରିଲେ -ବ୍ୟସ୍ତ ଅଛନ୍ତିକି ?ମୋର ବି କିଛି କାମ ନ ଥିଲା। ତେଣୁ ନାହିଁ କରିବାରୁ,ତାଙ୍କ ଡାକିବାରେ ମୁଁ ତାଙ୍କ ସହ ଏକମତ ହେଲି, ଆଉ ତାଙ୍କୁ ଅନୁସରଣ କଲି । ସେ ପାଖରେ ଥିବା ଗୋଟେ  ଫାଟକ  ଖୋଲି ଭିତରକୁ ଗଲେ ମୁଁ ମଧ୍ୟ ତାଙ୍କ ସହ ଗଲି ।ସେ ଯାଗାଟି ଗୋଟିଏ ସ୍କୁଲ ଥିଲା ।ସେ ଗୋଟିଏ ଶ୍ରେଣୀ କୋଠରୀ ଭିତରକୁ ଗଲେ । ମୁଁ ଦେଖିଲି ସେ କୋଠରୀ ଦ୍ଵାରରେ ଯୋତା ପାଖାପାଖି ୧୦୦ହଳ ଧାଡି ହୋଇ ରହିଚି । କୋଠରୀ ଭିତରେ ସମସ୍ତେ ନିରବରେ ଯୋଗ ମୁଦ୍ରାରେ ଅଛନ୍ତି । ସେ ଭାଇ ବି ଧାଡିର ଶେଷରେ ଯୋଗମୁଦ୍ରାରେ ବସିଗଲେ । ମୁୁଁ ବି ତାଙ୍କପରି ଗୋଟିଏ ଧାଡିର ଶେଷରେ ବସିଲି । ଅନ୍ନିଛା ସତ୍ଵେ ମୁଁ ବି ଆଖି ବନ୍ଦକରି ବସିଲି । ସେତେବେଳେ ଭାବୁଥାଏ ଏଠୁ କେତେବେଳେ ବାହାରିବି ,ବଡ ଅଡୁଆ ହେଇଗଲା । ହଠାତ୍ ଚମକି ପଡିଲି ଏକ ସ୍ଵରରେ ଏକା ଥରେ "ଓଁ" ଉଚ୍ଚାରଣ ଶବ୍ଦରେ । ମୁଁ ବି ତାଳ ଦେଇ କେମିତି କେଜାଣି" ଓଁ" ଉଚ୍ଚାରଣ କଲି । ୩ ଥର ଉଚ୍ଚାରଣ ପରେ ହଠାତ୍ ଜଣେ ଭାଇ ଗଣେଶଙ୍କ ଭଜନ ଗାଇଲେ ଆଉ ସମସ୍ତେ ପାଳି ଧରି ଗାଇଲେ । ମୁଁ ବି କେମିତି କଣ ତାଙ୍କ ସହ ପାଳି ଧରିଲି । ଏମିତି ଜଣେ ଜଣେ ଆଗରେ ଗାଇଲେ ସମସ୍ତେ ପାଳି ଧରିଲେ । ପ୍ରାୟ ୧୧ କି ୧୨ଟି ଭଜନ ପରେ  ଆଳତି କରି କାର୍ଯ୍ୟକ୍ରମ ଶେଷକଲେ । ଜଣେ ଭାଇ ଛିଡା ହୋଇ ଜଣାଇଲେ ଆସନ୍ତା ରବିବାର ସକାଳ ୭ଟାରେ ପାଖ ଗାଁ ଯଦୁପୁର ଇଦ୍ଗା ପଡିଆସେବା ଅଛି । ସେଦିନର ପରିସ୍ଥିତି ମୋତେ ଏମିତି ସେ ଭଜନ କାର୍ଯ୍ୟକ୍ରମ ପ୍ରଭାବିତ କରିଥିଲା କି ମୁଁ ପରଦିନ ସୋମବାର ପୁଣି ସେ ସ୍କୁଲରେ ପହଁଚି ଯାଇଥିଲି ,ଭଜନରେ ବସିବାକୁ । ହେଲେ ସେଦିନ କେହି ହେଲେ ଆସିଲେନି । ମୋର ଆଗ୍ରହ ପୁଣି ୨ ଗୁଣ ବଢିଗଲା ,ଏ ସବୁ କଣ ,କେମିତି ଏ କାର୍ଯ୍ୟକ୍ରମ ହେଉଛି ? ରବିବାର ଆସିଲା ,ମୋ ମନ ଲାଗିଚି । ମୁଁ ସକାଳ ୭ଟାରେ ମୋ ଘରୁ ବାହାରି ପଡିଲି ଜାଣିବାକୁ ସେବା କଣ ଆଉ କେମିତି ହୁଏ ସେଠାରେ ପହଁଚି ଦେଖିଲି ସମସ୍ତେ କେତେବେଳଠୁ ଆସି ସଫେଇ କାମ କରୁଛନ୍ତି । ଭାବିଲି ଫେରିଯିବି । ମୋତେ ଜଣେ ଭାଇ ଡାକିବାରୁ ମୁଁ ବି ଯାଇ ଯୋଗଦେଲି। ସେ ଭାଇ କହିଲେ ଯେତିକିହଉ କରନ୍ତୁ । ଶେଷରେ ଓଁ କାରରେ କର୍ଯ୍ୟ ଶେଷକରି ଫେରିଲୁ ।  ପୁଣି ସେଦିନ ଅପରାହ୍ନ ୫ଟା ହେବାକୁ ୨୦ମନିଟ୍ ଥାଏ ,ଭଜନ ହେବା ସ୍ଥାନରେ ପହଁଚି ଦେଖିଲି କେହି ହେଲେ ନାହାଁନ୍ତି । ଭାବିଲି ଆଜି ବୋଧେ ଭଜନ ହେବନି । ତଥାପି ଆଗ୍ରହ ଯୋଗୁ ଅପେକ୍ଷା କଲି । ଠିକ୍ ୫ଟାକୁ ୫ମିନିଟ ଥାଏ ସମସ୍ତେ ଆସି ପହଁଚିଗଲେ । ଭାବିଲି କଣ ସମସ୍ତେ ଏକାବେଳେ ଆସିଗଲେ ! କାର୍ଯ୍ୟକ୍ରମ ହେଲା । ମୁଁ ଜାଣିଲି ସେମାନେ ସମସ୍ତେ ଥିଲେ ସମୟାନୁବର୍ତ୍ତି ଆଉ ଯେ କୌଣସି କାମକୁ ଘୃଣା ନ କରି ଆନନ୍ଦରେ କରୁଥିଲେ । ତା ପରଠୁ ମୁଁ ବି ସେମାନଙ୍କ ସହ ସାମିଲ୍ ହୋଇଗଲି । କେହି କାହାକୁ ହେଲେ କୌଣସିି କାମ କରିବାକୁ କହୁନଥିଲେ । ଜାଣିଲି ସେବା କଲେ ଆନନ୍ଦ ମିଳୁଚି । ସେମିତି ସେମିତି ସାଧାରଣ ସେବା ଓ ନାରାୟଣ ସେବାରେ ସାମିଲ ହୋଇଗଲି । ଜାଣିପାରିଲି ଯେ ମୋର ସମୟ କିଛି ବେକାର ହଉନି ଆଉ ମୋତେ ଆନନ୍ଦ ମିଳୁଚି । ସେବେଠୁ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଲି । କିଛିଦିନପରେ ପ୍ରଶାନ୍ତି ନିଲୟମ୍ ରେ ସେବା କରିବାକୁ ଭାଇମାନଙ୍କ ନାମ ତାଲିକା ହଉଥିଲା । ମୁଁ ଇଛା ଥିଲେବି  ଭାବିଲି ମୋଠୁ ଅଧିକ ଦକ୍ଷ ଭାଇମାନେ ଅଛନ୍ତି । ମନେ ମନେ ରହିଲି ,ପ୍ରଶାନ୍ତି ସେବାକୁ ଯିବା ୩ ଦିନ ବାକିଥାଏ,ଜଣେ ଭାଇ କହିଲେ ଆପଣ ପ୍ରଶାନ୍ତି ସେବାରେ ଯିବାକୁ ସିଲେକ୍ସନ ହୋଇଛନ୍ତି । ଆଉ କୌଣସିି କଥା ନ ଭାବି ଅର୍ଜିତ ଛୁଟି ନେଇ ୧ମାସ ପ୍ରଶାନ୍ତି ସେବାରେ ଗଲି । ପରେ ଜାଣିଲି ପ୍ରଶାନ୍ତିରୁ ଚିଠି ଆସିଲା ନୂଆ ସେବକଙ୍କୁ ଯିବାକୁ । ଏମିତି ମୋପରି ନୂଆ ପ୍ରାୟ ୮ଜଣ ଯାଇଥିଲେ । ସେଠାରେ ସେବାକରି ବହୁତ ଆନନ୍ଦ ପାଇଲି । ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପାଦ ଦର୍ଶନ ଓ ପାଦ ସ୍ପର୍ଶ ପାଇଲି । ବାବା ମୋର ମୁଣ୍ଡରେ ହାତମାରି ଆଶୀର୍ବାଦ କଲେ ଓ ନିର୍ଦ୍ଦେଶ ଦେଲେ କ୍ରୋଧରୁ ଦୂରରେ ରହ । ସେବେଠୁ ମୋ ଜୀବନର ମୋଡ ବଦଳିଗଲା । ଆଉ ମୁଁ ସୁନା ହୋଇଗଲି ।     

ବିରେନ୍ ରାୟ ।

ଭୁବନେଶ୍ବର , 

ଫୋନ୍ =୯୪୩୭୪୬୩୫୩୮ .

ମନମୋହନ ମୁଁ ଶ୍ରୀ ସତ୍ୟସାଇ

Rate the content


Originality
Flow
Language
Cover design

Comments

Post

Some text some message..