ସପନ-:
ସପନ-:
ସେ ସହର'ର ମଝି ଛକରେ ଠିଆ ହୋଇ ପାଗଳ ପ୍ରାୟ ପ୍ରଳାପ କରୁଥାଏ,,,,,ମୁଁ ସପନ କିଣିବାକୁ ଚାହୁଁଛି ସପନ,,,,,,,ଏ ଭାଇ,,,,,, ହେ ଭାଇ,,,,,, ସପନ କେଉଁ ଦୋକାନରେ ମିଳିବ କହିଲୁ?
ସପନ,,,,,ପୁଣି ଦୋକାନରେ ?
ଆରେ,,,,,ପାଗଳଟେ କୋଉଠୁ ଆସିଛି । ଏମିତି କୋଣସି ସହର କି ବଜାର ନାହିଁ,,,ଯେଉଁ ଦୋକାନରେ ସପନ ବିକ୍ରୀ ହେଉଛି । କେହି ଜଣେ ତାତ୍ସଲ୍ୟ କରି ଲୋକଟିକୁ ଉତ୍ତର ଦେଲା ।
"କାହିଁକି ମିଳିବ ନାହିଁ ?
ଆମ ଗାଁ ମହାଜନ ନରହରି ମହାପାତ୍ର ଦିଲ୍ଲୀ କୋଚିଙ୍ଗ ପାଇଁ ତା ପୁଅକୁ ପଠେଇଲା,,,,, ଚାରିଲକ୍ଷ ଖର୍ଚ୍ଚ କରି । ଦାଣ୍ଡରେ ଘାଟରେ ଅହରହ କହୁଛି ମୋ ପୁଅ ଆଇ.ଟି.ଆଇ ଖୁବ୍ ଶିଘ୍ର କ୍ଲିଅର କରିବ,,,,, ପରେ ବଡ କମ୍ପାନୀରେ ଚାକିରୀ,,,,ବର୍ଷକୁ ଶେଷକୁ ପୁଳା ପୁଳା ଟଙ୍କା, ଗାଡି, ବଙ୍ଗଳା ହେବ,,,,,,, ।
କଣ ସେସବୁ ସପନ ନୁହଁ ? ମୋ ପାଖରେ ଏତେ ପଇସା ନାହିଁ ବୋଲି କଣ ମୁଁ ମୋ ପୁଅ ପାଇଁ ଅଳପ ପଇସାର ସପନ କିଣି ପାରିବିନି ?
ଜଣେ ପାଦଚଲା ପଥିକ ଥଟ୍ଟା କରି କହିଲା,,,,କୌଣସି ଗାରମେଣ୍ଟ ଦୋକାନରୁ ଖଦିର କୁର୍ତ୍ତା, ପାଇଜାମା ଓ ଟୋପିଟିଏ ନେଇ ନେତା ହୋଇଯାଅ ।
ଭିଡ ଛକ ମାନଙ୍କରେ ଅନ୍ୟକୁ ମିଛ ସପନ ଦେଖାଅ,,,,ମନ୍ତ୍ରୀ ଓ କ୍ଷମତା ପାଇବା ପାଇଁ ଲୋକଙ୍କୁ ଭୂଆଁ ବୁଲାଅ ।
ଯଦି ସାଧାରଣ ଜନତାକୁ ସପନ ଦେଖାଇବାରେ ସଫଳ ହୋଇଗଲ,,,,ତେବେ ସାତ ପୁରୁଷ ଜାଏଁ ଲାଇଫ୍ ସେଟ୍ ।
.
.
.
.
.
ଦୁଇବର୍ଷ ପରେ ଲକ୍ଷାଧିକ ଲୋକଙ୍କ ସଭାରେ ଖଦିପିନ୍ଧା ମହାଶୟଙ୍କ ଜୟ ଜୟକାର ହେଉଥିଲା ।
ସମାଜର ଦର୍ପଣ