Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bismita Sahoo

Tragedy

5.0  

Bismita Sahoo

Tragedy

ଏକ ବିଚରାର କାହାଣୀ

ଏକ ବିଚରାର କାହାଣୀ

5 mins
220



ମୁଁ ଆପଣମାନଙ୍କୁ ଏକ ବିଚରାର କାହାଣୀ କାହାଣୀ କହିବାକୁ ଯାଉଛି। ଆପଣମାନେ ଭାବୁଥିବେ ଏ ଗରୀବ ରାଜ୍ୟରେ ବିଚରାମାନଙ୍କର ସଂଖ୍ୟା ଏତେ ଅଧିକ ଯେ ଶୁଣିବା ପାଇଁ ଇଛା ହିଁ ନାହିଁ। 


    ଖାଲି ଧନ ନ ଥିଲେ, ଖାଇବାକୁ ଗଣ୍ଡେ କି ପିନ୍ଧିବାକୁ ଖଣ୍ଡେ ନଥିଲେ କଣ ସେ କେବଳ ବିଚରା ପଦବାଚ୍ୟ ? ମୋ ଗଳ୍ପର ବିଚରା ଜଣେ ନିଆରା ବ୍ୟକ୍ତିତ୍ବର ଅଧିକାରୀ। ନା ତାର ଖାଇବା ଚିନ୍ତା ନା ପିନ୍ଧିବା। ଧନ ତା ପାଖରେ ଏତେ ମହଜୁଦ ଅଛି ଯେ ସାତ ପୁରୁଷ ବସି ଖାଇଲେ ବି ସାରିବନି। ଯେତେବେଳେ ଯାହା ଚାହିଁଛି ତାହା ତାହା ପାଇଛି। ଆକାଶର ଚାନ୍ଦ ଯଦି ସେ ମାଗିବ , ଆଣିବା ପାଇଁ ଲୋକ ଛୁଟିଯିବେ ଆକାଶକୁ। ଏତେ ଖୁସିରେ ଥାଇ ବି ସେ ଥିଲା ଜଣେ ବିଚରା।

       

ସେ ବିଚରା ଜଣକ ଏକ ପ୍ରଖ୍ୟାତ ବ୍ୟବସାୟୀ ଥିଲେ। ଘରେ ତାର ସୁନ୍ଦରୀ ସ୍ତ୍ରୀ, ଯିଏକି ଆଧୁନିକତାର ମୋହର ଲଗେଇ ନିଜର ପ୍ରତିଟି ମୁହୂର୍ତ୍ତ କ୍ଲବ ଓ ଯୁବସାଥୀ ମେଳରେ କଟେଇ ଦିଏ। କହିଲେ କହିବ;

 - ଏତେ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ ହେଇ ରାଜେଶ ତୁମେ ଏତେ ଆଉଟଡେଟେଡ଼ କଣ ପାଇଁ? ତୁମେ ତ ମୋ ପାଇଁ ଗର୍ବ ଅନୁଭବ କରିବା କଥା ଯେ ତୁମକୁ ଏତେ ମଡ଼ର୍ଣ୍ଣ ସ୍ତ୍ରୀ ମିଳିଛି ଯିଏକି ତୁମ ଆରିଷ୍ଟୋକ୍ରାସିର ସିମ୍ବଲକୁ କ୍ୟାରି କରିଛି।


   ବାସ୍ତବିକ ସତ କଥା। ଏତେ ମଡ଼ର୍ଣ୍ଣ ସ୍ତ୍ରୀ କାହା ଭାଗ୍ୟରେ ଅଛି? ଯାହା ପାଖରେ ସ୍ୱାମୀ ପାଇଁ ଟିକିଏ ସମୟ ନାହିଁ? ଆଉ ଛୁଆ କଥା ତ ଛାଡ଼। ତାର କର୍ତ୍ତବ୍ୟ ଥିଲା ଛୁଆ ଜନ୍ମ କରିବା। ସେ ବଞ୍ଚୁ କି ମରୁ ତାର ଯାଏ ଆସେ ନାହିଁ। ସେତିକି ହେଇଥିଲେ ବି ମନ ଦୁଃଖ କରିବାର କିଛି ନଥିଲା। ନିଜର ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବା ଭୟରେ ନିଜ ସନ୍ତାନକୁ ମାତୃକ୍ଷୀରରୁ ବଂଚିତ କରିଥିଲା। ସେ କଣ ଗାଈ କି ଛେଳି ପରି ପଶୁ ହେଇଛି ଯେ ନିଜ ପିଲାକୁ କ୍ଷୀର ପିଆଇବ? ଆଜିର ସେରେଲାକ, ହରଲିକ୍ସ ଯୁଗରେ ଜାଣିଶୁଣି ପଶୁବତ୍ ଆଚରଣ କରିବ।


   ରାଜେଶ ଚେଷ୍ଟା କରିବି ବୁଝିପାରେନା ଯେ ମାଟିଏ ନିଜ ଛୁଆକୁ ସ୍ତନ୍ୟପାନ କରାଇବା ଦ୍ୱାରା ତାର ସୌନ୍ଦର୍ଯ୍ୟହାନୀ କିପରି ହୁଏ? ବରଂ ଏଇ ଅମୃତଧାରା ଯେତେବେଳେ ମା ଠାରୁ ବହି ଛୁଆର ରକ୍ତରେ ମିଶେ ସେମାନଙ୍କ ସମ୍ପର୍କ ଆହୁରି ମଜବୁତ ହୁଏ। ଏଇଟା ତ ମା'ର ସ୍ୱତନ୍ତ୍ରତା। ବାପାଟିଏ କେବେ ବି ଏହି ସୁଖ ନିଜ ଜୀବନ କାଳରେ ଭୋଗି ପାରେନି। ସେଥିପାଇଁ ତ ଛୁଆଟି ଯେତେବଡ଼ ହେଲେ ବି ମା କୋଳ ଖୋଜେ।


  ତାର ବେଳେବେଳେ ଗୋଟିଏ ଗପ ମନେପଡେ। ଜଣେ ରାଜା ଥିଲେ। ତାଙ୍କ ମନକୁ ଏକ ଅଜବ ଖିଆଲ ପଶିଲା। ସେ ରାଜ୍ୟର ସମସ୍ତ ଚିତ୍ରଶିଳ୍ପୀଙ୍କୁ ତତକ୍ଷଣାତ୍ ସଭାକୁ ଡକେଇ ନିର୍ଦ୍ଦେଶ ଦେଲେ ମାତ୍ର ସପ୍ତାହଟେ ମଧ୍ୟରେ ଦୁନିଆର ସବୁଠାରୁ ସୁନ୍ଦରୀ ସ୍ତ୍ରୀର ଚିତ୍ର ଆଙ୍କି ରାଜାଙ୍କୁ ଭେଟି ଦେବାକୁ। ଯିଏ ଏଥିରେ ଜିତିବ ସେ ରାଜ୍ୟର ଅର୍ଧେକ ଭାଗ ପାଇବ ଓ ଯିଏ ହାରିଲା ତାର ମୁଣ୍ଡ କାଟ। ସମ୍ପତ୍ତି ଲୋଭରେ ପ୍ରତିଦିନ କେହି ନା କେହି ଚିତ୍ରକାର ରାଜସଭାରେ ଚିତ୍ରଟିଏ ଧରି ପହଞ୍ଚି ଯାଆନ୍ତି ଓ ରାଜା ସେସବୁକୁ ନାକଚ କରି ନିଜ କାରାଗାରରେ ବନ୍ଦୀ କରି ରଖନ୍ତି।


   ନିଜ ପସନ୍ଦ ମୁତାବକ ଚିତ୍ରଟିଏ ନ ପାଇ ରାଜା ଭୀଷଣ ଭାବରେ ରାଗିଯାଇ ସୂର୍ଯୋଦୟ ହେଲେ ସବୁ ବନ୍ଦୀମାନଙ୍କ ମୁଣ୍ଡକାଟ କରିବାର ଘୋଷଣା କଲେ। ଏ ଘୋଷଣା ଶୁଣି ଚିତ୍ରକାର ମଧ୍ୟରେ ଭାଳେଣି ପଡ଼ିଗଲା। ସେମାନଙ୍କ ମଧ୍ୟରେ ଥିବା ଜଣେ ଯୁବ ଚିତ୍ରକରର ନିଜ ସ୍ତ୍ରୀ ଓ ପରିବାର କଥା ଖୁବ ମନେ ପଡ଼ିଲା। ସେ ଦୁଃଖରେ ଅତ୍ୟନ୍ତ ମ୍ରିୟମାଣ ହୋଇ ନିଜ ସ୍ତ୍ରୀର ଚିତ୍ର ଆଙ୍କି ଶୋଇଗଲା। ରାଜା ଶେଷଥର ପାଇଁ ସବୁ ଚିତ୍ରକର ମାନଙ୍କୁ ଭେଟିବାକୁ ଆସିଲେ। ସମସ୍ତଙ୍କୁ ଆସନ୍ନ ମୃତ୍ୟୁର ଡର ଜଡେଇ ଧରିଥିଲା। ଭୟାତ୍ତୁର ଆଖିରେ ରାଜାଙ୍କୁ ଚାହିଁ ରହିଥିଲା ସଭିଙ୍କ ଆଖି ଗୁଡିକ। ରାଜା ଢପଢପ କରି ଅତ୍ୟନ୍ତ ହିଂସ୍ର ଭାବରେ ଆଗକୁ ବଢୁଥାନ୍ତି ଓ ଚିତ୍ରକର ମାନେ କାକୁସ୍ଥ ଭାବରେ ହାତ ଯୋଡ଼ି ତାଙ୍କୁ ଅନୁଧାବନ କରୁଥାନ୍ତି। ହଠାତ ରାଜା ଅଟକି ଗଲେ। ହା ହା କରି ଖୁବ ଯୋରରେ ଅଟ୍ଟହାସ୍ୟ କରିବାକୁ ଲାଗିଲେ। ଚିତ୍ରକର ମାନଙ୍କ ଅବସ୍ଥା ପୁରାପୁରି ସାଙ୍ଘାତିକ। ବୋଧହୁଏ ରାଜା ନିଜ ହସ୍ତରେ ହିଁ ସେମାନଙ୍କ ଶିର ଛେଦନ କରିବେ। ନଚେତ ଏପରି ପାଗଳମାନଙ୍କ ପରି ପ୍ରଳାପ କରନ୍ତେ କାହିଁକି?


  ସମସ୍ତେ ପ୍ରମାଦ ଗଣିବାକୁ ଲାଗିଲେ। ନିଜ ଇଷ୍ଟଦେବୀଙ୍କୁ ମନେ ମନେ ସୁମରିଲେ। ରାଜା ତଳେ ପଡିଥିବା ଚିତ୍ରଟିକୁ ଉଠେଇ ଆଣି ନିଜ ଛାତିରେ ଚାପି ଧରିଲେ, ଏବଂ ଅତ୍ୟନ୍ତ ଆନନ୍ଦରେ ଏହି ଚିତ୍ରଟି ଦୁନିଆର ସବୁଠାରୁ ସୁନ୍ଦରୀ ସ୍ତ୍ରୀର ଚିତ୍ର ବୋଲି ଘୋଷଣା କଲେ। ସଭିଙ୍କ ଆଖି ଆପଣାଛାଏଁ ଚିତ୍ର ଉପରକୁ ଗଲା।ଚିତ୍ରଟି ଥିଲା ଗତ ରାତିରେ ଯୁବ ଚିତ୍ରକର ଜଣକ ଅତି ନିରାଶାରେ ନିଜ ପରିବାରକୁ ମନେ ପକେଇ ନିଜ ସ୍ତ୍ରୀ ତାଙ୍କ ଏକୋଇଶ ଦିନର ପୁଅକୁ ସ୍ତନ୍ୟପାନ କରୁଥିବାର ଚିତ୍ର। ରାଜା କହିଲେ ଯେ କୌଣସି ନାରୀ ଯେତେବେଳେ ନିଜର ଛୁଆକୁ ଦୁଗ୍ଧପାନ କରାଏ ନାରୀଟିର ମୁହଁରେ ଏକ ଅପୂର୍ବ ଖୁସି ଉଦ୍ଭାଷିତ ହୁଏ। ତାର ସୌନ୍ଦର୍ଯ୍ୟ ଆଗରେ ଆଉ ସବୁ ଫିକା ପଡ଼ିଯାଏ।


  ହେଲେ ତା କ୍ଷେତ୍ରରେ ସବୁ ଓଲଟା। ରାଜେଶର ଏବେବି ମନେଅଛି ତାଙ୍କ ଘରେ ବାସନ ମାଜୁଥିବା ଗୁରେଇ ଯେତେବେଳେ ମଲା ଛୁଆଟିଏ ଜନ୍ମ କରିଥିଲା ଏତେ ଭାଙ୍ଗି ପଡିଥିଲା ଯେ ଯାହାର ବି ଛୁଆକୁ ଦେଖିଲେ କ୍ଷୀର ପିଆଇବା ପାଇଁ ଦୌଡ଼ି ଯାଏ। ତାକୁ ବେଳେବେଳେ ହୃଦବୋଧ ହୁଏ ଏତେ ପାଠ ପଢି ବଡ଼ ଭୁଲ କରିଦେଇଛି। ସେ ହଳିଆଟେ ହେଇ ଜମିରେ ମୂଲ ଲାଗିଥାନ୍ତା ଯଦି ଭଲ ହେଇଥାନ୍ତା। ସକାଳେ ତା ଘରଣୀ ପଖାଳ କଂସା ବଢ଼େଇ ଦିଅନ୍ତା ଆଉ ସେ ପରମ ତୃପ୍ତିରେ ତାକୁ ଖାଇ ମାଟି ସାଙ୍ଗରେ ମିଶି ମାଟି ହେଇଯାଅନ୍ତା। ଦ୍ବିପହର ବେଳକୁ ତା ସ୍ତ୍ରୀ ଅଣ୍ଟା ହଲେଇ ହଲେଇ ମୁଣ୍ଡରେ ପଖାଳ କଂସା ଧରି ତା ପାଖରେ ପହଞ୍ଚନ୍ତା। ଆମ୍ବଗଛ ମୂଳେ ଦୁହେଁ ବସନ୍ତେ। ତା ସ୍ତ୍ରୀ ପଣତ କାନିରେ ପୋଛି ଦିଅନ୍ତା ତା ଝାଳକୁ। ଦୁହେଁ ଦୁହିଁଙ୍କ ପ୍ରେମ ଭରା ଚାହାଣୀରେ ଭୁଲି ଯାଆନ୍ତେ ଦୁନିଆକୁ।ସାରା ଦୁନିଆର ଭଲ ପାଇବା ସେ ତା ସ୍ତ୍ରୀର ପାଦ ତଳେ ଅଜାଡ଼ି ଦିଅନ୍ତା। ହେଲେ ସେସବୁ ତା ପାଇଁ ସାତ ସ୍ବପ୍ନ।



    ଏଇ ଡିସେମ୍ବର ୨୧ ତାରିଖ ଦିନ ତା ବାପା ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କଲେ ଓ ମାତ୍ର କେଇ ମିନିଟ ଭିତରେ ହୃଦ୍ଘାତରେ ମୃତ୍ୟୁ ବରଣ କଲେ। ୩୧ ତାରିଖ ଦିନ ବାପାଙ୍କ ଦଶାହ କର୍ମ ସରିଥିଲା। ମା ଏଯାଏଁ ପ୍ରାକୃତିକ ଅବସ୍ଥାକୁ ଫେରିନଥିଲେ। ଘରେ କୁଣିଆ ମୈତ୍ରଙ୍କ ଗହଳି ଚହଳି ଲାଗି ରହିଥିଲା। ସକାଳ ପାହିଲେ ଏକାଦଶ ଭୋଜି। କାମ କିଛି ଆରମ୍ଭ ହେଇନି। ରାଜେଶ ବାପାଙ୍କ ଅନୁପସ୍ଥିତିକୁ ସହ୍ୟ କରି ପାରୁନଥିଲା। ଠିକ୍ ସେହି ସମୟରେ ନୂତନ ବର୍ଷର ସ୍ୱାଗତ କରିବା ପାଇଁ ତା ସ୍ତ୍ରୀ ବୀଣା ଉଗ୍ର ଆଧୁନିକ ବେଶ ପୋଷାକରେ ରାତି ବାରଟାରେ ସାଙ୍ଗ ମାନଙ୍କ ସହ ଡିସ୍କୋ ଥେକ୍ ଯିବାପାଇଁ ବାହାରିଲା।


    ଘରର ଏକମାତ୍ର ବୋହୂକୁ ଏହି ସମୟରେ ବାହାରକୁ ଯିବା ଅନୁଚିତ କହିବାରୁ ବୀଣା ତା ସାତ ପୁରୁଷକୁ ଓଝାଳି ପକେଇଲା। ବୀଣାର କହିବାର କଥା ହେଲା ଯାହା ହେବାର ତ ହେଲାଣି, ଯିଏ ଦୁନିଆ ଛାଡ଼ି ଯିବା କଥା ଗଲାଣି ଏବେ ତା ପାଇଁ ସେ ନୂଆବର୍ଷ ପାର୍ଟି ମିସ୍ କରିବ କଣ ପାଇଁ? ପରିସ୍ଥିତି ଅସମ୍ଭାଳ ହେବାରୁ ରାଜେଶ ବୀଣାକୁ ହାତ ଯୋଡ଼ି କ୍ଷମା ଭିକ୍ଷା କରିଥିଲା। ଘରର ମାହୋଲ୍ ଥଣ୍ଡା ପଡିଥିଲା ହେଲେ ସେବେଠାରୁ ସେ ମାଇଚିଆ ନାଁ ରେ ପରିଚିତ ହେଇଥିଲା। ହଁ ସେ ତ କେବେଠାରୁ ନିଜକୁ ମାଇଚିଆ ବୋଲି ଭାବିନେଲାଣି। ଯେବେ ସେ ନିଜ ପ୍ରେମିକା ରିତାକୁ ବିବାହ କରିବା ପାଇଁ ବାପାଙ୍କୁ କହିଥିଲା ବାପା ତା କଥାକୁ ହସରେ ଉଡ଼େଇ ଦେଇଥିଲେ। ଜଣେ ସାମାନ୍ୟ ୟୁ. ପି ସ୍କୁଲ ମାଷ୍ଟ୍ରର ଝିଅ ତାଙ୍କ ବୋହୂ ହେଲେ ତାଙ୍କ ଖାନଦାନୀ , ଆଭିଜାତ୍ୟ , ବଂଶ ପରମ୍ପରା ବାକି ରହିବ ତ? ତେଣୁ ତା ଅନିଛାସତ୍ୱେ ବୀଣା ସହିତ ତାର ବିବାହ କରେଇ ଦେଇଥିଲେ। ସେ ମାଇଚିଆ ନା ସେ ସମୟରେ ନିଜ ବାପାଙ୍କୁ ତା ଉପରେ କର୍ତ୍ତୃତ୍ୱ ଜାହିର କରିବାକୁ ରୋକି ପାରିଥିଲା ନା ଏବେ ବୀଣା ଗୋଡ଼ରେ ଲଗାମ କଷି ପାରୁଛି। 


   କାହାର ଡାକ ଶୁଣି ତା ଭାବନାର ଅନ୍ତ ଘଟିଲା। ବୀଣା ନିଶାରେ ଚୁର୍ ହେଇ କ୍ଲବରୁ ଫେରିଥିଲା। ରାଜେଶ ବିଚରା ସାଜି ନିକିତିଟିଏ ଧରି ତଉଲୁଥିଲା। ଗୋଟିଏ ପଟେ ରିତା ଓ ଆର ପାର୍ଶ୍ୱରେ ବୀଣା। ସେ ଜାଣିବାକୁ ଚାହୁଁଥିଲା ରିତା ବୋହୂ ହେବା ଦ୍ୱାରା ଯେଉଁ ଷ୍ଟାଟସ୍ ରେ ଆଞ୍ଚ ଆସିଥାନ୍ତା ତାହା କିପରି ବୀଣା ଯୋଗୁଁ ଦ୍ବିଗୁଣିତ ହେଇଛି।




Rate this content
Log in

Similar oriya story from Tragedy