Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akash kumar bhola

Others

3  

Akash kumar bhola

Others

ବୃଦ୍ଧାଶ୍ରମ

ବୃଦ୍ଧାଶ୍ରମ

1 min
3.0K


ରେଳ ଷ୍ଟେସନରେ ଚା ବିକୁଥିବା ଯୁବକର ନଜର ହଠାତ୍ ଏକ ବୃଦ୍ଧ ଦମ୍ପତିଙ୍କ ଉପରେ ପଡ଼ିଲା । ସେ ଦେଖିଲା କି ବୃଦ୍ଧ ଜଣଙ୍କ ତାଙ୍କ ପତ୍ନୀର ହାତକୁ ସାହାରା କରି ଧୀରେ ଧୀରେ ଚାଲୁଛନ୍ତି । କିଛି ବାଟ ଗଲା ପରେ ସେମାନେ ଏକ ଖାଲି ସ୍ଥାନ ଦେଖି ବସିଲେ । ଠିକ ସେତିକି ବେଳେ ଟ୍ରେନ ଆସିବାର ସଂକେତ ଦେଲା ଆଉ ଚା ଵାଲା ତା କାମରେ ଲାଗିଗଲା ।

ସନ୍ଧ୍ୟାକୁ ଯେତେବେଳେ ସେଇ ଚା ଵାଲା ଷ୍ଟେସନକୁ ଆସିଲା ପୁଣି ଦେଖେତ ବୃଦ୍ଧ ଦମ୍ପତି ଦୁହେଁ ସେଇ ସ୍ଥାନରେ ହିଁ ବସିଛନ୍ତି । ଏହା ଦେଖି ସେ ପାଖକୁ ଯାଇ ପଚାରିବାକୁ ଲାଗିଲା- ମଉସା ଆପଣ ସକାଳ ଠାରୁ ଏଠି ବସିଛନ୍ତି , ଆପଣଂକୁ କୁଆଡେ ଯିବାର ଅଛି ?

ବୃଦ୍ଧ ଜଣଙ୍କ ନିଜ ପକେଟରୁ ଖଣ୍ଡେ କାଗଜ ବାହାର କରି ଚା ଵାଲା କୁ ଦେଇ କହିଲା , ପୁଅ ଆମ ଦୁଇଜଣଙ୍କ ମଧ୍ୟରୁ କାହାକୁ ବି ପଢିବା ଜଣା ନାହିଁ । ଏହି କାଗଜରେ ମୋ ବଡ଼ ପୁଅର ଠିକଣା ଲେଖା ଅଛି । ମୋ ସାନ ପୁଅ କହିଥିଲା ଭାଇ ଯଦି ତୁମକୁ ନବାକୁ ନ ଆସେ , କାହାକୁ ବି ଏଇ ଠିକଣା ଦେଇଦେବ ସେ ସେଇ ଜାଗାରେ ପହଞ୍ଚେଇ ଦେବ ।

ଚା ଵାଲା ଖୁସି ହୋଇ ଯେବେ ସେ କାଗଜ ଖୋଲିଲା , ତା ଆଖିରୁ ବୁନ୍ଦା ବୁନ୍ଦା ଲୁହ ଝରିବାକୁ ଲାଗିଲା । ସେହି କାଗଜରେ ଲେଖା ଥିଲା , " ଦୟାକରି ଏହି ଦୁଇଜଣକୁ ଆପଣଙ୍କ ସହରର ଯେ କୌଣସି ବୃଦ୍ଧାଶ୍ରମରେ ଛାଡ଼ିଦେବେ , ଆପଣଙ୍କର ବହୁତ ବହୁତ ମଙ୍ଗଳ ହେବ " ।

© ଆକଶ କୁମାର ଭୋଳ


Rate this content
Log in