Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Inspirational

2  

Dr Jharana Satapathy

Inspirational

ପରିଶ୍ରମର ଫଳ

ପରିଶ୍ରମର ଫଳ

3 mins
572


ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା କୌଣସି ବି ଅସମ୍ଭବକୁ ସମ୍ଭବ କରିହେବ । ପ୍ରତିଭାକୁ କେହିବି ରୋକିପାରନ୍ତି ନାହିଁ ,ଏହାକୁ କୌଣସି ବି ପରିସ୍ଥିତିରେ ବାନ୍ଧି ରଖାଯାଇପାରିବନାହିଁ। ନିଜର ଇଛାଶକ୍ତି ଏବଂ ଦୃଢ କଠିନ ପରିଶ୍ରମ ବଳରେ ଲକ୍ଷ୍ୟର ଶୀର୍ଷ ସ୍ଥଳରେ ପହଞ୍ଚିହୁଏ ।ଯଦି ଉଦ୍ଦେଶ୍ୟ ସଚ୍ଚା ରହିଛି ତେବେ ପ୍ରତିଟି ସ୍ୱପ୍ନ ସାକାର ହୋଇପାରିବ । ଠିକ୍ ସେହିପରି ମିତା କଠିନ ପରିଶ୍ରମ ଏବଂ ଦୃଢ ଆତ୍ମବିଶ୍ବାସ ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛି ।

ରେଳଲାଇନ କଡରେ ଥିବା ଭଙ୍ଗା ଦଦରା ଝାଟିମାଟି ଘରଟିଏ ।ସେହି ଘରେ ବାସ କରନ୍ତି ମିତା ଏବଂ ତା ମାଆ । ଏକ ଗରିବ ପରିବାରରେ ଜନମ ହେତୁ ନାହିଁ ନ ଥିବାର ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ମିତାକୁ । ପିଲାଟି ଦିନରୁ ହିଁ ବାପ ଛେଉଣ୍ଡ ଏବଂ ତା ମାଆ ଜଣେ ଦିନ ମଜୁରିଆ । ମିତାକୁ ୧୪ବର୍ଷ ହୋଇଥିଲା ବେଳେ ତା ଉପରେ ପ୍ରଥମ ଚଡକ ପଡିଲା । ତା ବାପା ଙ୍କର ମୃତ୍ୟୁ ଘଟିଲା ।ମିତାର ମା ଭାଙ୍ଗି ନ ପଡି ଝିଅ (ମିତା)କୁ ନେଇ ସଂସାର ଚଲାଉଥିଲା । ବହୁ ଦୁଃଖକଷ୍ଟ କରି ମିତାକୁ ପାଠ ପଢାଉଥିଲା।

କିନ୍ତୁ ମିତାର ଜୀବନରେ ଦେଖାଗଲା ଆଉ ଏକ ବିପଦ । ତା ମା ସିଢିରେ ଚଢି ଇଟା ନେବା ବେଳେ ଛାତ ଉପରୁ ତଳୁ ପଡିଯାଇଥିଲା ।ସବୁଦିନ ପାଈଁ ଶର୍ଯ୍ୟାସାୟୀ ହୋଇ ରହିଗଲା ତା ମାଆ । ଆର୍ଥିକ ଅବସ୍ଥା ସ୍ବଛଳ ନ ଥିବା ଯୋଗୁଁ ମିତା ତା ମାକୁ ଭଲ ଡାକ୍ତର ପାଖରେ ଦେଖାଇ ପାରୁନଥାଏ । ପିଲାଙ୍କୁ ଟିଉସନ୍ କରି ନିଜେ ଆତ୍ମନିର୍ଭର ହେବା ସହ ମାର ସଵୁ ଦାୟିତ ନିଜେ ନିଏ ମିତା।

ସେ ପ୍ରତ୍ୟେକ ଦିନ ବାହାରକୁ ଯିବାବେଳେ ତା ମାର ପାଦଛୁଇଁ ଯାଇଥାଏ । ତା ମାଆର ପାଦଧୁଳିଟିକୁ ମୁଣ୍ଡରେ ମାରି ଆଶିର୍ବାଦ ଟିକେ ନେଇଥାଏ । ତା ମାଆ ମୁହଁରେ ଖୁସି ଟିକେ ଆଣିବାକୁ ସେ ସର୍ବଦା ଚେଷ୍ଟା କରେ ।ତା ମାଆର ଇଛା ମିତା ନିଜ ଗୋଡରେ ନିଜେ ଠିଆ ହେଉ ଏବଂ ନିଜର ସ୍ବ ପରିଚୟ ଦେଇ ବଞ୍ଚୁ ଏ ଦୁନିଆରେ ।କିନ୍ତୁ ତା ମାଆ ଆଜି ନିଜେ ଶର୍ଯ୍ୟାସାୟୀ ଆଉ ତା ପାଈଁ କରିବ କ'ଣ ?

ଘରେ ବତିଟିଏ ଜାଳିଵା ପାଇଁ ପଇସା ମଧ୍ୟ ନ ଥାଏ। ଷ୍ଟ୍ରିଟ୍ ଲାଇଟରେ ପାଠପଢିଥାଏ ମିତା ।ସାହସର ସହ ସବୁ ପରିସ୍ଥିତିକୁ ସାମ୍ନା କରି ଜୀବନକୁ ନେଇ ସ୍ୱପ୍ନ ଦେଖିବା ଆରମ୍ଭ କରିଥାଏ ମିତା। ପରିବାରର ସବୁ ଖର୍ଚ୍ଚ ସେ ତୁଲାଏ । ଟିଉସନ୍ କରି ଅଳ୍ପ କିଛି ରୋଜଗାର କରେ ଏଵଂ ସେଥିରେ ନିଜର ପାଠ ପଢା ଖର୍ଚ୍ଚ ବାହାର କରି ଘର ଚଳାଏ ।ବାପା ଛେଉଣ୍ଡ ହେଲା ପରେ ବି ସେ କାହା ପାଖରେ କେବେ ହାତ ପତାଇନାହିଁ ।ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ କଲେଜରେ ନାମଲେଖାଏ ।ସ୍କୁଲରେ ସମସ୍ତ ତାକୁ ଭଲ ପାଆନ୍ତି।ଜଣେ ଆଦର୍ଶ ଛାତ୍ରୀ ହିସାବରେ ସ୍କୁଲର ନାମ ରଖେ।

ଅନେକ କିଛି ହରାଇ ମଧ୍ୟ ଜୀବନ ଯୁଦ୍ଧରେ ହାରିନାହିଁ ସେ କେଵେ । ମିତା ସବୁବେଳେ ବଡ ଲୋକ ହେବାର ସ୍ୱପ୍ନ ରଖିଥାଏ।ମିତାର ସ୍ବପ୍ନଥାଏ ଜଣେ ଆଇଏଏସ୍ ହେବାପାଇଁ ।

ସ୍ୱାଭିମାନର ସହ ନିଜେ ବଞ୍ଚିବାର ଶିଖେ ।ଗୋଟିଏ ପଟେ ମାର ଯତ୍ନ ଓ ଆଉ ଗୋଟିଏ ପଟେ ପାଠ ପଢା ନିଶା । ସକାଳୁ ଅନ୍ୟମାନଙ୍କ ଘରେ କିଛି କାମ କରେ ଏବଂ ପଇସା ରୋଜଗାର କରେ । ଏହା ପରେ ସେ କଲେଜ ଯାଏ । ପିଲାଙ୍କଠୁ ବହି ମାଗି ଆଣି ପଢେ ଓ ଫେରାଇ ଦେଇଥାଏ ।କଲେଜର ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ତାକୁ ପାଠପଢାରେ ସାହାର୍ଯ୍ୟ କରନ୍ତି।

କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ସେ କମ୍ପିଟେଟିଭ ପରୀକ୍ଷା ଦେଇ ଜଣେ ଆଇଏଏସ ବନିଯାଏ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତା ପ୍ରତିଭା ଛୋଟ ବେଳରୁ ହିଁ ଜଣାପଡୁ ଥାଏ । ସେ ସାରା ଦେଶ ପାଇଁ ଗୌରବ ଆଣିଦିଏ ସେ ଏଵଂ ଦେଶର ଲକ୍ଷାଧିକ ଗରିବ ପିଲାଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଯାଏ । ମିତା ତା ମାର ଉପଯୁକ୍ତ ଚିକିତ୍ସା କରାଏ ଏବଂ ତା ମାଆ ଆରୋଗ୍ୟ ଲାଭ କରେ ।

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in

Similar oriya story from Inspirational