Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Inspirational

5.0  

Trilochan Karjee

Inspirational

କିନ୍ନର, ବାଳକ ଓ ପଇସା

କିନ୍ନର, ବାଳକ ଓ ପଇସା

1 min
514


ସେଦିନ ଟ୍ରେନରେ ଯାତ୍ରା କରୁଥିବା ବେଳେ କିନ୍ନର ଜଣକ ତାଳି ମାରି ପଇସା ମାଗିଲା।

ମୁଁ ପକେଟରୁ ଦୁଇ ଟଙ୍କିଆ କଏନ କାଢି ତା ହାତକୁ ବଢେଇ ଦେଲି। ସେ କଏନ ନେଇ ମୋ ମୁହଁକୁ ପୋପାଡି ଦେଲା। ତାର ଅସଭ୍ୟ ଭାଷାରେ କହି ମୋଠାରୁ ଦଶ ଟଙ୍କା ନେଇଗଲା।

ସେଇ ସମୟରେ ଆଉ ଜଣେ ଛୋଟିଆ ବାଳକ ଆସି କହିଲା- ବାବୁ, ପଇସା ଟି ଦିଅ।

ଏଥର ମୁଁ ଦଶଟଙ୍କା ଟି କାଢି ବାଳକ ହାତକୁ ବଢେଇ ଦେଲି। ସଙ୍ଗେ ସଙ୍ଗେ ସେ ପାଞ୍ଚ ଟଙ୍କା ଫେରସ୍ତ କଲା। ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲି।

ବାଳକ ବିନୟ ସ୍ବରରେ କହିଲା- ବାବୁ, ମୁଁ ଯେତେ ଟଙ୍କା ଆପଣଙ୍କ ଠାରୁ ଆଶା କରୁଥିଲି ଆପଣ ପାଞ୍ଚ ଗୁଣା ଅଧିକ ଦେଲେ। ଅଧିକ ପାଇଲେ ମଣିଷ ଆହୁରି ଲୋଭ ବଢିବ।

ମୁଁ ତାହା ଚାହେଁ ନାହିଁ।

କଣ କହି ତାକୁ ଧନ୍ୟବାଦ ଦେବି ମୋ ପାଖରେ ଭାଷା ନଥିଲା ।

ସତରେ ବାଳକଟିର ସଚ୍ଚୋଟ ପଣିଆ ଆଗରେ ମୋର ମଣିଷପଣିଆ ଯେମିତି ହାର ମାନିଥିଲା।

ତ୍ରିଲୋଚନ କାର୍ଯୀ

ପାତ୍ରପୁର, ଗଂଜାମ

9178830120


Rate this content
Log in

Similar oriya story from Inspirational