Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Comedy

4.4  

Lopamudra Mishra

Comedy

ଅର୍ଶ ମହାମନ୍ତ୍ର

ଅର୍ଶ ମହାମନ୍ତ୍ର

2 mins
669




ଏକଦା ଓଡିଶା ର ଜଣେ ମହାନ ବାବା ସାରା ଭାରତବାସୀ ଙ୍କର ବିରାଟ ଏକ ସମସ୍ୟା, ଅର୍ଶ ରୋଗର ସରଳ ଓ ସହଜ ସମାଧାନ ବହାରକଲେ l ବିନା ଅସ୍ତ୍ରୋପ୍ରଚାର ଓ କୌଣସି ବି ଔଷଧ ର ବିନା ପ୍ରୟୋଗ ରେ ଅର୍ଶ କିପରି ସମ୍ପୂର୍ଣ ଆରୋଗ୍ୟ ଲାଭ କରିପାରିବ ସେଥିପାଇଁ ଗଭୀର ଗବେଷଣା କଲାପରେ ଯାଇଁ ତାଙ୍କୁ ସମାଧାନ ର ରାସ୍ତା ଟି ଦେଖାଗଲା l 


    ଅର୍ଶ କୁ ସମୂଳେ ନାଶ କରିବା ପାଇଁ ସେ ଏକ ମହାମନ୍ତ୍ର ଆବିଷ୍କାର କଲେ l ସେହି ମନ୍ତ୍ର ଟି ଯଦିଓ ଓଡ଼ିଆ ରେ ଲେଖାଥିଲା, ତାର ଅନ୍ୟାନ୍ୟ ଭାରତୀୟ ଭାଷା ରେ ଅନୁବାଦ କରାଯାଇଥିବା କଥା ବାବା ନିଜେ ଶିଷ୍ୟ ମାନଙ୍କୁ କହୁଥିଲେ l ଯେ କେହି ବି ଅର୍ଶ ରୋଗୀ ବାବାଙ୍କ ପାଖକୁ ଆସି ମନ୍ତ୍ର ଟି ଧାରଣ କରି ଯାଉଥିଲା ଓ ବାବାଙ୍କ ପରାମର୍ଶ ଅନୁସାରେ ମନ୍ତ୍ର ଜପିବାର ସଠିକ ସମୟ ବୁଝିନେଉଥିଲା l 


  ମନ୍ତ୍ର ଟି ଅତି ସରଳ ଭାଷା ରେ ଲେଖାଥିଲା l ଅର୍ଶ ମନ୍ତ୍ର ଟି ଏହିପରି ଥିଲା-


   "କହ କହ ବୋଲି କାହାର ଆଜ୍ଞା 

ଶ୍ରୀ ଶ୍ରୀ ଅଖିଳେଶ୍ଵର ମହାଦେବ ଙ୍କର ମହା ମହା ଆଜ୍ଞା 

ଅନ୍ତ ଅର୍ଶ, ବାହ୍ୟ ଅର୍ଶ, କଣ୍ଟ ଅର୍ଶ, ମୁଖ ଅର୍ଶ,ମଳକଂଟକ 

ଭଗନ୍ଦର ଙ୍କୁ ତେତିଶ କୋଟି ଦେବତା ଙ୍କ କୋଟି କୋଟି ରାଣ ମହାଦେବୀ ପାର୍ବତୀ ଙ୍କ ରାଣ, ମାଆ କାଳୀ, ଚଣ୍ଡି ଚାମୁଣ୍ଡି ଙ୍କ ରାଣ .. ରୋଗୀ ର ଶରୀର ରୁ ବାହାରି ଯାଆ... ବାହାରିଯାଆ... ବାହାରିଯାଆ...ଦେବା ଦେବୀଙ୍କ କୃପା ଲାଭ କର..

ନୋହିଲେ ପେଷିବେ ବାଣ... ଅର୍ଶ ହେବୁ ହଇରାଣ... "


   ଏହି ମହାମନ୍ତ୍ର ଟି ପାଇସାରି ମହାନ ବାବା ଜଣଙ୍କ ସେଇଟିକୁ ଜନକଲ୍ୟାଣ କାର୍ଯ୍ୟ ରେ ସମର୍ପିଦେଲେ l ରୋଗୀ ମନ୍ତ୍ର ବିନିମୟ ରେ ବାବା ଙ୍କୁ ଅଳ୍ପ ଯାହା କିଛି ଦକ୍ଷିଣା ଦେବାର ଵିଧି ରଖାଗଲା l ନହେଲେ ମନ୍ତ୍ର ଯେ କାଟୁ କରିବନାହିଁ l 


   ମନ୍ତ୍ର ଜପିବାର ସଠିକ ସମୟ ସୂର୍ଯ୍ୟ ଉଦୟ ର ପବିତ୍ର ବେଳା l ମନ୍ତ୍ର ଯାହାର ମନେ ରହୁନି ସେ କାଗଜ ରେ ଲେଖି ମଧ୍ୟ ପଢିପାରିବେ l ମନ୍ତ୍ର ଜପିବାର ଵିଧି -ସକାଳୁ ଖଣ୍ଡେ କରଞ୍ଜ କାଠି ଆଣି ଦାନ୍ତ ଘଷିବେ l ତାପରେ ଆଞ୍ଜୁଳି ରେ ପାଣି ନେଇ ଚଉଁରା ପାଖେ ଆଣ୍ଠେଇ ବସି ମନ୍ତ୍ର ଟିକୁ ଦଶ ଥର ଜପ କରିବେ l

   ପ୍ରତ୍ୟେକ ଦିନ ଏହିପରି କଲେ ଅର୍ଶ, କୋଷ୍ଠକାଠିନ୍ୟ ଆଦି ନାନାଦି ରୋଗ ଡରିକରି ଛତ୍ରଭଙ୍ଗ ଦେବେ l


  ତାହାହିଁ ହେଲା l ବହୁ ରୋଗୀ ଉପକୃତ ହେଲେ l ଯେଉଁ ଅର୍ଶ ଦିନେ ଔଷଧ କୁ ମଧ୍ୟ ମାନୁନଥିଲା, ସେ ଆଜି ଛାନିଆ ରେ ଦୌଡିଲା l ଅର୍ଶ ଓ ତାର ସାଥୀ ଭାଇମାନଙ୍କର ଭାଳେଣି ପଡିଲା, "ଏମିତି ରାଣ ନିୟମ ଦେଲେ ଆମେ ତ କୌଣସି ଭାରତୀୟ ଙ୍କୁ ଛୁଇଁପାରିବା ନାହିଁ l ଯାହା ହେଉ ବିଦେଶୀ ଅର୍ଶମାନଙ୍କ ର ଏ ସମସ୍ୟା ବୋଧେ ନଥିବ l ଆମକୁ କିଛି ଉପାୟ ବାହାର କରିବାକୁ ପଡିବ, ନହେଲେ ଆମ ବଂଶ ଖୁବ ଶୀଘ୍ର ନାଶ ହେଇଯିବ "l


   ସେମାନେ ସେଦିନ କି ଉପାୟ ପାଞ୍ଚିଲେ କେଜାଣି, ତହିଁ ଆର ଦିନ ସକାଳୁ ସେହି ଆବିଷ୍କାରୀ ବାବା ଯେବେ ଟଏଲେଟ୍ ରୁ ବାହାରିଲେ l ଭୀଷଣ ଯନ୍ତ୍ରଣା ରେ ମୁହଁ ତାଙ୍କର ବିଷଣ୍ଣ, ବିବର୍ଣ୍ଣ ହେଇଯାଇଥିଲା l ସେ ତ ସର୍ବଜ୍ଞାନୀ, ଅଲୌକିକ ଶକ୍ତି ର ଅଧିକାରୀ ଜଣେ ମହାନ୍ ସାଧୁ l ସଂସାର ର ସମସ୍ତ ବସ୍ତୁ ସହ କଥା ହୋଇପାରିବା ର ଶକ୍ତି ପ୍ରାପ୍ତ ହୋଇଛନ୍ତି l ଅର୍ଶ ଉପରେ ବାବା ଖୁବ୍ ରାଗିଲେ l ସେହି ସମୟ ରେ ବାବା କ୍ରୋଧ ରେ ଅର୍ଶ କୁ କଟୁକ୍ତି ପ୍ରୟୋଗ କରି ଗାଳି କରିବା ଆରମ୍ଭ କରିଦେଲେ l ଅର୍ଶ କୁ ଡରାଇ ମହାମନ୍ତ୍ର ଜପିବା କୁ ଯାଆନ୍ତେ, ଅର୍ଶ ହସି ହସି କହିଲା, "ବାବା ଆପଣ ଆଉ ଆମର କିଛି କରିପାରିବେ ନାହିଁ l ଆମେ ଆଉ ଆପଣଙ୍କ ଦେବା ଦେବୀଙ୍କ ରାଣ କୁ ମାନୁନାହୁଁ l କାଲି ରାତି ରେ ହିଁ ଆମେ ସଭିଏଁ ଧର୍ମ ପରିବର୍ତ୍ତନ କରିଦେଉଛୁ l "

    

   ବାବା ଙ୍କର ବୁଦ୍ଧି ହଜିଗଲା l ବାବା ଏବେ ସହର ର ଜଣେ ବିଶିଷ୍ଟ ଓ ନାମୀ ଡାକ୍ତର ଙ୍କ ପରାମର୍ଶ କ୍ରମେ ନିଜ ଅର୍ଶରୋଗ ର ଚିକିତ୍ସା କରାଉଛନ୍ତି l


*********ଲୋପାମୁଦ୍ରା ମିଶ୍ର **********


Rate this content
Log in

Similar oriya story from Comedy