Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er. Manoj Nayak

Abstract

4  

Er. Manoj Nayak

Abstract

ଟ୍ରାଫିକ୍ ଛକରେ

ଟ୍ରାଫିକ୍ ଛକରେ

1 min
14.5K


ଟ୍ରାଫିକ୍ ଛକରେ

 

 

 

ହେଇ  ଦେଖ ଟ୍ରାଫିକ୍ ଛକରେ

କେମିତି କିଛି ଜିର୍ଣ ଶିଶୁ        

ଚିରା ଫଟା,ମଇଳା ଡ୍ରେସ୍ ପିନ୍ଧି

ଅଟକି ରହିଥିବା ଗାଡିକୁ ଘେରିଗଲେ       ||

 

କଣ କିଛି  ଟଙ୍କା ପାଇବା ଅଶାରେ

ଡହଳ ବିକଳ ହେଇ ଆସିଲେ

ଖର ,ବର୍ଷା ,ଶୀତ କିଛିକୁ

ନାହିଁ ଖାତିର୍ ତାଙ୍କର                        ||

 

ହେଲେ ଏ କଣ  ?

କଳା କୋଟ୍ ପିନ୍ଧିଥିବା ବାବୁ ଟି

କାର୍ ଭିତରୁ ଠେଲିଦେଲା

ନିରୀହ ପିଲାଟିକୁ                              ||

 

କେଡେ କଷ୍ଟ ସତେ

ଦେଲେନି ତ ଦେଲେନି

ପୁଣି କାହିଁ ଏ ଅତ୍ୟାଚାର

କଣ ତାଙ୍କର ନାହିଁ ମାନବତା                 ||

 

ତଥାପି ବି ହାର୍ ମାନିନି ଶିଶୁଟି

ଉଠିପଡି ଅନ୍ୟ ଏକ

ଗାଡି ସଂମୁଖରେ ହାଜର୍

କାଳେ ମିଳିଯିବ କିଛି ଟଂକା                   ||

 

ଏମିତି ଅହରହ ଚାଲେ

ତାଙ୍କର ନିତିଦିନିଆ ଜୀବନ

ଏମାନଙ୍କ ଠାରେ କେବେ ନଜର ପଡେନି

ନିର୍ବାଚନୀ ପ୍ରଚାରରେ ଥିବା ନେତାଙ୍କର       ||

 

 

 

 

 

 

 

 

 

ଆଉ ଏମାନଙ୍କ ପାଇଁ

ଲାଭ ନାହିଁ ସରକାରଙ୍କର

କିଛି ଯୋଜନା ଯେଉଁଥିରେ

ଖାଲି ବାହା ବାହା ନିଅନ୍ତି ସରକାର              ||

 

ଏମାନେ ବୁଝନ୍ତି ନାହିଁ

କଣ ଜୀବନର ମୂଲ୍ୟ

ବୁଝନ୍ତି ନାହିଁ ଶିକ୍ଷାର ମହତ୍ତ୍ଵ

ଖାଲି ବୁଝନ୍ତି କେମିତି ପୁରିବ ପେଟ             ||

 

ଭାରି ଦୁଃଖ ଲାଗେ ଦେଖି

ଏମାନଙ୍କର ଅବସ୍ଥା

ହେଲେ କିଛି କରିବା ପାଇଁ

ମୁଁ ନାଚାର ଓ ନିସହାୟ                           ||

 

ଠାକୁର କରନ୍ତୁ ଦୂର ହେଉ

ଏମାନଙ୍କର ଦୁଃଖ

ଆଉ ଶକ୍ତି ଦିଅନ୍ତୁ ଏମାନଙ୍କୁ

ଯେପରି ନିଜ ଭାଗ୍ୟ ନିଜେ ଗଢିବେ             ||

                         

 

     

 

 

    (ମନୋଜ  କୁମାର  ନାୟକ)

 

     Mob :- 9668834183

 

MIG-A 13, Nilakantha Nagar, Nayapally, Brit colony, BBSR-12

 


Rate this content
Log in

Similar oriya story from Abstract