Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନୋଥ
ନୋଥ
★★★★★

© Paramita Mishra

Others

13 Minutes   2.0K    7


Content Ranking

""ନୋଥ" ଏକ ପ୍ରେମ ର ଶ୍ରୋତ

*************************


ରାତି ପ୍ରାୟ ଗୋଟାଏ ବାଜିଲାଣି। ମାମା ସେ ଯାଏଁ ଶୋଇନଥିଲେ। ଫୋନ ର ଘଣ୍ଟି ଖୁବ୍ ଜୋରରେ ବାଜିବା ଶୁଣି ମାମା ଙ୍କ ହାତରୁ ପିଉଥିବା ପାଣି ଗିଲାସ ଟି ଖସି ପଡିଲା। ବାପା ଦୌଡି ଆସିଲେ। ମାମା କୌଣସି ଅମଙ୍ଗଳର ଆଶଙ୍କା ଜତାଉଥିଲା। ମନା କରିବା ସତ୍ତ୍ବେ ବାପା ଫୋନ ଉଠେଇ ନେଲେ। ପଛପଟୁ ମାମା ପାଗଳି ପରି କହି ଚାଲିଥିଲା ଆଜି ଠିକ୍ ସେଇ ଦିନ, ସେହି ତିଥି ଆଉ ସମୟ ବି ଠିକ୍ ସେଇୟା,ମୁଁ ଯାହା ଅନୁଭବ କରୁଥିଲି....

   ବାପା ମୁହଁ ଶୁଖିଲା କରି ମାମା ଙ୍କ ହାତ ଟି ଧରୁ ଥିଲେ କି ମାମା, ଚିତ୍କାର କରି ଉଠିଲେ "ବାପା ମୋ ବାପା, ମୁଁ ଅନାଥା ହୋଇଗଲି ପ୍ରସାଦ ମୁଁ ଅନାଥ ହୋଇଗଲି" କହି ମୁଣ୍ଡ କୁ କାନ୍ଥ ରେ ମାରିବାକୁ ଲାଗିଲା। ବାପା ମାମା ଙ୍କୁ ଭିଡି ଧରି ଆଶ୍ବାସନା ଦେବାକୁ ଲାଗିଲେ। ଏପଟେ ମତେ ଜଲଦି ଟିକଟ କରିବାକୁ ଠାରିକି କହିଲେ।


ଉଡାଜାହାଜ ର ସିଟରେ ବାହାର ମେଘ ମଣ୍ଡଳ ଭିତରେ ମାମା ଯେମିତି ଖୋଜୁଥିଲା ତାର ସତ୍ତା କୁ।ଏକ୍ ଦମ ସ୍ଥାଣୁ ହୋଇ ବସିଯାଇଛି ସେ।ମୁଣ୍ଡ ଉପରୁ ବାପା, ମାଆ ର ହାତ ଉଠିଗଲେ କେତେ ଯେ ଦୁଃଖ ମାଆ ଙ୍କୁ ଦେଖି ମୁଁ ଅନୁଭବ କରୁଥିଲି। 

ପୂର୍ବ ଦିନ ସକାଳେ ଆଇ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଥିଲା। ମୁମ୍ବାଇ ର 20ମହଲା ଉପରେ ଆମ ଘରେ ପାହନ୍ତର ସୂର୍ଯ୍ୟଦୟ ର ପ୍ରଥମ କିରଣ ପଡେ। ମା ବଡି ଭୋର ରୁ ଉଠି ଝରକା ପାଖରେ ସୂର୍ଯ୍ୟ ଙ୍କୁ ହାତ ଯୋଡି ଠିଆ ହୋଇଥିଲେ। ମା ହାତରେ ଗୋଟେ ସୁନ୍ଦର ଫରୁଆ ଥିବାର ମୁଁ ଲକ୍ଷ୍ୟ କରିଥିଲି। ଯେହେତୁ ମା ର ମନ ଭଲ ନଥିଲା ମୁଁ ତାକୁ କିଛି ପଚାରିନି। ଆସିଲା ବେଳ ସେ ଫରୁଆ ଟି ପର୍ସ ରେ ଲୁଚେଇଲା ଭଳି ନେଇ ଆସିଥିଲେ ।


ଆଇ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ଦିନ ବାରଟା ପରେ ମାମୁଁ ପିଣ୍ଡ ଦାନ ପରେ ଫୋନ କଲେ ମା କୁ। ତା ପରେ ବି ମା କିଛି ଖାଇ ନଥିଲେ।ଆଇ ମରିବାର ଦୁଃଖ ରୁ ମା ବାହାରି ବି ନଥିଲା କି କାଲି ର ଠିକ୍ ସେହି ଦିନ ହିଁ ଅଜା ବି ଚାଲିଗଲେ।ମୁଁ ମା କୁ କିଛି ଖାଇବାକୁ ବି ଯାଚିଥିଲି। କିନ୍ତୁ ସେ ଏକବାରେ ନିର୍ବିକାର। 


ଭୁବନେଶ୍ବର କୁ ମାମୁଁ ଗାଡ଼ି ପଠେଇଥିଲେ। ଆମେ ସେଥିରେ ମାମୁଁ ଘର ଅଭିମୁଖେ ଗଲୁ। ଅଜା ଙ୍କ ମର ଶରୀର ଆମେ ଆସିବା ଯାଏଁ ରଖିଥିଲେ। ମୁଁ ଯେମିତି ଅଜା ଙ୍କୁ ଦେଖିଛି ମୋ ଦେହ ଝିମ୍ ଝିମ୍ ହୋଇଗଲା।ଲାଗୁଥିଲା ଅଜା ଏବେ ଉଠିକି ବସିବେ ଆଉ କହିବେ "ଆସିଗଲା ମୋ କ୍ବିନ ମୋ ରାଣୀ" ।

ଘର ସାରା କନ୍ଦାକଟା ରେ ଲାଗିଥିଲେ କିନ୍ତୁ ମାମା କାନ୍ଦୁନଥିଲା।ଗୋଟେ ରାତିରେ ମା ଯେମିତି ପଥର ବନି ଯାଇଛି।କିନ୍ତୁ ଯେମିତି ଅଜା ଶରୀର କୁ କାନ୍ଧେଇ ହରିବୋଲ ଆରମ୍ଭ ହେଲା ମାଆ ର ଧୈର୍ଯ୍ୟ ର ସବୁ ସିମା ଭାଂଗି ଗଲା। ବାପା, ମୋତେ କ୍ଷମା କର ବାପା କହି ମଶାଣି ଯାକେ ଦୌଡିଲା ମାଆ।


ସେ ଯାହା ହେଉ ମାମୁଁ ମାନେ ମିଶି ସବୁ କାର୍ଯ୍ୟ ବହୁତ୍ ଭଲ ରେ ସମ୍ପାଦନ କଲେ।ସବୁ କାର୍ଯ୍ୟ ଠିକ୍ ରେ ହୋଇଗଲା। ଚଉଦ ଦିନ ପରେ ରାତିରେ ଅଜାଙ୍କ ପେଢି ଖୋଲା ହେଲା, ସେଥିରେ ସମସ୍ତଙ୍କ ପାଇଁ କିଛି କିଛି ଉପହାର ଥିଲା।ଯିବା ପୂର୍ବରୁ ଟ୍ରେଜେରୀ ଚାବି ବଡ ମାମୁଁ ଦେଇ ଯାହାକୁ ଜା ର ଜିନିଷ ଦେଇ ଦେବାକୁ କହିରଖିଥିଲେ ନହେଲେ ତାଙ୍କ ଆତ୍ମା ଶାନ୍ତି ପାଇବନି କହିଥିଲେ।

 କାହାକୁ ଆଇ ଙ୍କ ବାହୁଟି, କାହାକୁ ଶଂଖ ହାର, କାହାକୁ ବନାରସି ପାଟ କାହାକୁ ଅଜାକ ସୁନା ପରତ ସିନ୍ଦୁକ।ଆହୁରି କେଜାଣି କେତେ କଣ ବଣ୍ଟା ହେଲା। 


ମୋ ଭାଗ କୁ ଥିଲା ଅଜାଙ୍କ ଗପ ପେଢି। ଆଉ ମା ପାଇଁ ଗୋଟେ ଚିଠି। ତା ଛଡା ବାପାଙ୍କ ପାଇଁ ଅଜା କଂ ତୁଳସୀ କଁଠି ମାଳି।ମାମୁଁ ମା କୁ କହିଲେ ତୁ ଚିନ୍ତା କରନା ମୋ ଭାଗ ର ଅଧା ମୁଁ ତତେ ଦେଇଦେବି। ମାଆ ମନା କଲେ କହିଲେ ମତେ ଲଜ୍ଜା ଦିଅନି ଭାଇ, ବ୍ଯାଗ ରୁ କିଛି କାଢିବାକୁ ହାତ ବଢାଇ ଥିଲେ ବଡ ମାମୁଁ ମାଆ ଙ୍କ ହାତକୁ ଧରିନେଲେ। କହିଲେ ତୁ କିଛି ଭୁଲ କରିନୁ ତୋ ପ୍ରାପ୍ୟ ନେଇ ତୁ ଖୁସିରେ ରହ। କେହି ବୁଝୁ କି ନବୁଝୁ ମୁଁ ବୁଝିଛି। ମାଆ କୁ ଧରି ବଡ ମାମୁଁ ସବୁ ମାମୁଓ ମାଉସୀ ଙ୍କ ପାଖକୁ ନେଇଗଲେହସବୁ ଭାଇ ଭଉଣୀ ପରସ୍ପରକୁ ଆଲିଙ୍ଗନ କରି ବହୁତ୍ କାନ୍ଦିଲେ। ବଡ ମାମୁଁ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଯାଏଁ ମୁଁ ବଞ୍ଚିଛି ତୁମେ କେହି ଅନାଥ ନୁହଁ ବୁଝିଲ। ତାପରେ ସମସ୍ତେ ଯିଏ ଯା ଘର ଗଲେ ଓ ଅଜା ଓ ଆଇ କଂ ଅସ୍ଥି ଧରି ମାମୁଁ ହରିଦ୍ଵାର ଗଲେ। ଗାଆଁ ଘର ତାଲା ପଡିବ ନାହିଁ ତେଣୁ ମାଳି କୁ ଯତ୍ନ ପାଇଁ ଛାଡିଗଲେ। 


ମୁଁ ଟିକେ ଅଭିମାନ କରିଥିଲି ଯେ ସମସ୍ତ ଙ୍କୁ ସୁନା ରୂପା ପାଟ ପତନି ଆଉ ମୋ ବାପା କୁ କାଠ ମାଳି କୁ ମା କୁ ଚିଠି ଖଣ୍ଡେ। ଭଲ ପାଇ ବାହା ହୋଇଥିଲେ ବୋଲି କଣ ବାପା ସମ୍ପତ୍ତିରେ ତାର କଣ କିଛି ଅଧିକାର ନାହିଁ। କିନ୍ତୁ ମାଆ ଏକଦମ ଶାନ୍ତ ଥିଲେ।କିଛି ଅଭିଯୋଗ ନଥିଲା ତାଙ୍କର। ତେଣୁ.. ଏମିତି ରେ ବି ଆମର କୌଣସି ପାଇବାର ଆଶା ନଥିଲା ତେଣୁ ଆମ ପ୍ରାପ୍ଯ ସବୁ ବ୍ଯାଗ ରେ ରଖି ଆମେ ଘରକୁ ଫେରିଲୁ।


ଘରକୁ ଆସିଲା ପରେ ବି ମାଆ ଆଖିରୁ ଲୁହ ଶୁଖିଲାନି ମୁଁ ଦୁଃଖି ଥିଲି କିନ୍ତୁ ତା ସହ ଗପ ପେଢି ଖୋଲିବା ପାଇଁ ଉତ୍ସୁକ ବି ଥିଲି। । ମତେ ମୋ ଭଳି ଜିନିଷ ଟେ ମିଳିଥିଲା। ଅଜା ଜାଣିଥିଲେ ମୋର ଲେଖିବାରେ ସଉକ ବୋଲି।


ମାଆଙ୍କ ମନରେ କିଛି ଅଛି ଯାହା ସେ କହୁନାହାନ୍ତି। ମୁଁ ଭାବିଲି ଅଜାଙ୍କ ଗପ ପେଢି ରେ ନିଶ୍ଚୟ କିଛି ମିଳିବ । ଗପ ପେଢି ଖୋଲିଲି।ନାନା ଜାତିଜାତିକା ବହି ଖାତା ସବୁ ଥିଲା। ଭାରି ସୁନ୍ଦର। ତା ସହ ଅଜାଙ୍କ ବହୁ ପୁରୁଣା ଲେଖାସବୁ। ବହୁତ ପୁରୁଣା ଓ ଦୁର୍ଲଭ ଡାଏରୀ ଓ କଲମ ସବୁ ଥିଲା। ସବା ଉପରେ ଗୋଟିଏ ସୁନ୍ଦର ଡାଏରୀ ଥିଲା। ତା ଉପରେ ମୋର ଆଉ ଅଜାଙ୍କ ଫୋଟ ଥିଲା ବୋଧେ ଅଙ୍କା ଯାଇଥିଲା। ତା ଉପରେ ଛୋଟିଆ କାଗଜରେ ଲେଖା ଥିଲା


  ମୋ କ୍ବିନ ( ମୁଁ) ତୋ ମାଆ ପ୍ରତି ମୁଁ ଅନ୍ୟାୟ କରିଛି। ମୁଁ ଲେଖିଥିବା ଏ କାହାଣୀ ଟି ଶୁଣିବୁ।ତୋ ମାଆ କୁ ବି ଶୁଣାଇବୁ। ମୋ କ୍ବିନ ତୁ ଦେଖିବାକୁ ଅବିକଳ ତା ଆଇ ପରି କିନ୍ତୁ ମୋ ଭିତରର ସୁପ୍ତ ଲେଖକଟି ତୋ ଭିତର ବି ଅଛି।ତୁ ମୋ କାହାଣୀ ର ଅଭିପ୍ରାୟ ନିଶ୍ଚୟ ବୁଝିଯିବୁ।

ଆଶା ତୁମକୁ ତୁମ ର ସବୁ ପ୍ରଶ୍ନର ଉତ୍ତର ମିଳିଯିବ

         ଇତି ତୋର

          ଅଜା

ମୁଁ ରଡି ଛାଡି ମାଆ କୁ ଡାକିଲି।


ମାଆ ଆସି ମୋ ପାଖେ ବସିଗଲେ ଆଉ ମୁଁ ପଢିବା ଆରମ୍ଭ କଲି।।


"ବହୁତ୍ ଦିନ ତଳ ର କଥା। ଗୋଟେ ଗାଁ ରେ ଦୁଇ ସାଙ୍ଗ ରହୁଥିଲେ। ଦେବବ୍ରତ ମିଶ୍ର ଆଉ ଦୀନବନ୍ଧୁ ହୋତା। ଦେବ ଓ ଦୀନ ପିଲାବେଳ ର ଘନିଷ୍ଠ ବନ୍ଧୁ। ଦୀନ ଟିକେ ବଡ ଘରର ପିଲା କିନ୍ତୁ ଦେବ ଘରର ଆର୍ଥିକ ଅବସ୍ଥା ଭାରି ସ୍ବଚ୍ଛଳ।ଦୀନ ପାଠ ପଢା ରେ ଭାରି ଦୁର୍ବଳ, ଦେବ କିନ୍ତୁ ପାଠ ପଢାରେ ଖୁବ୍ ଚତୁର। ଏମିତିକି ଦୀନ ର ପାଠପଢା ବି ଦେବ କରିଦିଏ। ଦେବ ବାପା ତାକୁ ଆଉ ପାଠ ପଢାଇବାକୁ ମନା କରିଦଲେ ତେଣୁ ମନ ଦୁଃଖ ରେ ନଇପଠା ରେ ବସିଥିଲା। ଦୀନା ସବୁ ଶୁଣିଲା ପରେ ସେ ଦେବ କୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଲା। ଦୀନ କହିଲା ତାକୁ ପାଠ ପଢା ରେ ଟିକେ ଇଛା ନାହିଁ ମହାନ ସଙ୍ଗୀତଜ୍ଞ ଗୁରୁ ସୁରମଣି ପାଖ ଗାଁ ରେ ରହୁଛନ୍ତି ସେଠି ସଙ୍ଗୀତ ଶିଖିବାକୁ ଚାହୁଁଚି। ବାପା ଙ୍କୁ ମନାଇ ବାକୁ ପଡିବ, ଆଉ ସେଇଟା କେବଳ ତା ନାନୀ କରିପାରିବ। ଦେବ କହିଲା ଠିକ୍ ତ ତାହାଲେ ତୁ ତୋ ନାନୀ କୁ କହ ବାପାଙ୍କୁ କହିବାକୁ। ଦୀନ ଚୁପ୍ ହୋଇ ବସିଗଲା କହିଲା, ଶୁଣୁ ଦେବ ତତେ ପାଠ ପଢିବା ର ଅଛି ତେଣୁ ତତେ ଟଙ୍କା ଦରକାର ଆଉ ମତେ ସଙ୍ଗୀତ ଶିଖିବାର ଅଛି ଆଉ ଆମ ଦୁଇ ଜଣ କର ଯଦି କେହି ସାହାଯ୍ଯ କରି ପାରିବ ସେ ହେଉଛି ଆମ ର ଇନ୍ଦୁ ନାନୀ। ଦେବ ସେଠୁ କହିଲା ତାହେଲେ ଚାଲ ନାନୀ କୁ କହିବା,। ଦୀନ, ଦେବ ର ହାତ ଦୁଇ ଟା ଭିଡି ଧରି ଜଲଦି ଜଲଦି ଯନ୍ତ୍ରଚାଳିତ ଭାବେ କହିଦେଲା ଦେବ ଦେଖ ମତେ ମାରି ବୁନି ତୁ ମୋ ନାନୀ କୁ ବାହା ହେଇଯା ଆମ ସବୁ ସମସ୍ୟା ସମାଧାନ ହୋଇଯିବ। ଦେବ ହକାବକା ହୋଇ ଚାହିଁ ରହିଲା। କହିଲା ଯା ମ ସେ ଗେରସ୍ତ ଖାଇ ନାକ ଦଣ୍ଡି କୁ ମୁଁ କାହିଁକି ବିଭା ହେବି।


ଦୀନା ଟିକେ ରାଗିଯାଇ କହିଲା ଏ ଦେବ ସେମିତି କହନି ନାନି ର ଗେରସ୍ତ ମଲା ଯେ ମୋ ନାନି ର କି ଦୋଷ! ତୁ ବିଭା ହେବୁ ଯଦି କହ, ମୋ ନାନି କୁ ବାପା ବହୁତ ଭଲ ପାଆନ୍ତି, ଖାଣ୍ଟି ଲକ୍ଷ୍ମୀମନ୍ତିଆଣି ଟା, ବାପା ଧନରେ ତୋ ଘର ଭରିଦେବେ ଆଉ ତୌ ର ସବୁ ପାଠ ପଢା ର ଖର୍ଚ୍ଚ ବି ବାପା କରିଦେବେ।


     ତାପରେ ବହୁତ୍ ସମୟ ଯାଏଁ ଦୁହେଁ ନଇ ପାଣି ରେ ଗୋଡ ବୁଡେଇ ବସି ରହିଲେ।ଦୁହେଁ ଦୁହିଁଙ୍କୁ ବିଲକୁଲ ପାଟି ଖୋଲୁନଥିଲା। ସଂଜ ହେଲା ଯିଏ ଯା ଘରକୁ ଗଲେ ହେଲେ ସାରା ରାତି ଦେବ କୁ ତାର କହିଥିବା କଥା ପାଇଁ ଗ୍ଲାନି ହେଉଥିଲା। ରାତି ଅଧରେ ଦେବ ଥୁରୁଥୁରୁ ଶୀତରେ ଦୀନ ଘରକୁ ଗଲା। ଘର କବାଟ ଖଡଖଡ କରିବାରୁ ଦୀନ ଦୌଡି ଆସି ଦେବ କୁ ଲୁଚାଇ ବାରିପଟ ଢିଙ୍କିଶାଳ କୁ ନେଇକି ଗଲି।


ସେଠୁ ଦେବ କହିଲା ଦୀନ ତୋ ନାନୀ ପାଇଁ ମୋର ଏମିତି କହିବାର ନଥିଲା, ମତେ କ୍ଷମା କରିଦେ କିନ୍ତୁ ମୁଁ ତାକୁ ବାହା ହେବିନି।ଦୀନ କହିଲା, କିନ୍ତୁ କାହିଁକି ଦେଖ ତୁ ଖାଲି ବାହା ହେଇଯା ଆମ ବାପା ତୋର ସବୁ ପଢା ଖର୍ଚ୍ଚ ଉଠେଇବେ।ମ୍ଯାଟ୍ରିକ ସରିଲେ ତୁ ହେଡ ମାଷ୍ଟର ହେଇପାରିବୁ ଜାଣିଛୁ।


ଦେବ କହିଲା ହଁ ଯେ ଗଲା ମାସରେେ ଚାନ୍ଦା ମାଗିବାକୁ ମୁଁ ତମ ପିଣ୍ଡା କୁ ଆସିଥିଲି ତୋ ନାନି ଖପରା ଖେଳୁଥିଲା ମୋ ଗୋଡ ପଡିଗଲା ବୋଲି ଖପରା ମୋ ଉପରକୁ ଫିଙ୍ଗିଥିଲା।କେତେ ଗାଳି ଦେଲା। ଖାଲି ତୋ ଭଉଣୀ ବୋଲି ମୁଁ କିଛି କହି ନଥିଲି।ସେଠୁ ଦୀନ କହିଲା ହଉ ତାହେଲେ ବିଭା ଘର ସରିଲେ ତୁ ଜୋର କିନି କାନ ମୁଣ୍ଡା ରେ ଚିମୁଟି ଦବୁ ତାକୁ।


ପୁଣି ଦେବ କହିଲା ସବୁ ଠିକ୍ ଯେ ହେଲେ ମୋ ଠୁ ବର୍ଷେ ବଡ। ତ ଦୀନ କହିଲା ବକୁଟେ ନାକ ହେଇଛି କିଏ ଜାଣି ପାରିବନି।


ଦେବ ପୁଣି କହିଲା ହଁ ଯେ ସେ ନାକରେ ଯୋଉ ଗୋଟେ ଦଣ୍ଡି ଲଗେଇଛି। ନାକ ଟା ସବୁବେଳେ ସୁଡୁସୁଡୁ କରୁଛି। ଗଧୁଣି କାନି ରେ ନାକ ଟା ସୁଁ କରି ପୋଛି ଦେଉଛି।


ଦୀନ ଆଖି ଦୁଇଟିକୁ ଉଜ୍ଜ୍ବଳ କରି କହିଲା ଆରେ ଅସଲ କଥା ତ ତତେ କହିନି କହି କାନ ରେ ଖୁସୁଖୁସୁ କରି କିଛି କହିଲା। ଏଥର ଦୀନ ର ଶର ବାଜିଲା ଲକ୍ଷ୍ୟ ରେ, କଥା ଟା ମନକୁ ପାଇଲା ଟିକେ ଦେବର। ତଥାପି ଗୁଁ ପୁଁ ହେଉଥାଏ ।


ଦୀନ ପଚାରିଲା କଣ କହୁଛୁ ହେବୁ ତ? ପାହନ୍ତ ହେବାକୁ ଆସିଲାଣି ଗାଁ ମାଇପି ମାନେ ମାର୍ଗଶିର ର ପ୍ରଥମ ଗୁରୁବାରରେ ହୁଳହୁଳି ଦେଲେଣି। ଦେବ ବିସ୍ତାପ ମନରେ ହଁ କହିଲା। ଦୀନା କହିଲା ସାଂଗ ତୋ ଘରକୁ ଲକ୍ଷ୍ମୀ ଆସିଲେ ଜାଣ।


ଦେବ ର ନନା ଓ ବୋଉ ବି ଏକଥା ଶୁଣି ସଫା ମନା କରିଦେଲେ। ତାପରେ ଦେବ ଘରେ ମିଛ ସତ କହି ସମସ୍ତଙ୍କୁ ରାଜି କରେଇଲା। ଘରେ ସମସ୍ତେ ବୁଝିଲେ ଯେ ଘରେ ବାଡୁଅ ଝିଅ ମନେ ଅଛନ୍ତି। ସାନ ଭାଇ ମନେ ଅଛନ୍ତି। ବଡ ପୁଅର ଚାକିରି ହେଲେ ତ ଘର ର ଉଦ୍ଧାର ହେବ। ଆଉ ହୋତା ଘର ଏଡେ ବଡ ଘର ଝିଅ ପୁଣି ଗୋଟିଏ ବୋଲି ଝିଅ, ଗୋଟିଏ ଚାଉଳରେ ଗଢ଼ା। ତେଣୁ ବାହାଘର ଛିଡିଲା।


ରାଣୀ କୁ ଏବେ ଆଉ କେହି ଅମଗୁଂଳା କହିବେନି। ନାନୀ ର ମୁହଁ ରେ ହସ ଦେଖି ବାପା ଖୁସ୍ ଆଉ ନାନି ଫୁସୁଲେଇ କି ବାପା କୁ କହିଲା ରୁ ବାପା ବି ଦୀନା କୁ ସୁରମଣି ଗୁରୁଜୀ ପାଖେ ଛାଡିବାକୁ ରାଜି ହୋଇଗଲେ। ଦେବ, ଦେବ ର ତ ଏବେ ପାଞ୍ଚ ଆଙ୍ଗୁଠି ଘିଅ, ମହୁ ଆଉ କେତେ କଣ ରେ। 


ସବୁ ତ ଠିକ୍ ଥିଲା କିନ୍ତୁ ଏ ଭିତରେ ଦୁଃଖି ଥିଲା ତ ଖାଲି ଦେବ। କେତେ ସ୍ବପ୍ନ ଥିଲା ତାର ବାହାଘର ପାଇଁ।ସୁନ୍ଦରିଆ ମାଇପ ଟେ ଆଣିବ।ଯିଏ ଟିକିଏ ପାଠ ଶାଠ ପଢିଥିବ। ଗେରସ୍ତ ବୋଲି ଆସିଲା ମାତ୍ରେ ସେବା ଯତ୍ନ କରିବ। କିନ୍ତୁ କଣ ଯେ ହେଲା। ପିଲାଦିନୁ ଦେଖିଛି ଏ ଇନ୍ଦୁ କୁ ଖାଲି କଳିହୁଡି, ମତେ ଖପରା ଛାଡିକି ବାଡେଇଥିଲା। ଏମିତି ସବୁ ଭାବୁଥିଲା।


ଚାରି ବଖରା ଘର। ଶେଷ ଘରେ ଦେବ ପାଇଁ ଇନ୍ଦୁ ରାଣୀ ଅପେକ୍ଷା କରି ବସିଥିଲା। ରାଗ ତମତମ ହୋଇ ଦେବ ଘର ଭିତରେ ପଶିଗଲା। ଆଉ ଶେଜ ଉପରେ ବସିଥିବା ନୁଆଁ ବୋହୂ କୁ ଥୋକେ ବି ନ ଚାହିଁ ମୁହଁ ବୁଲାଇ ଶୋଇ ପଡିଲା। କିଛି ସମୟ ପରେ କଡ ଲେଉଟାଇ ଦେଖିଲା ତ ରାଣି ଏବେବି ମୁହଁ ରେ ଓଢଣୀ ରଖି ବସିଛି। ବତୀ ଆଲୁଅ ରେ ଯେମିତି ଇନ୍ଦୁ ରାଣି ର ମୁହଁ ଟି ଜହ୍ନ ଭଳି ଝଟକୁ ଥିଲା।ତି ନାକରେ ପିନ୍ଧି ଥିବା ନୋଥର ଆଲୁଅରେ ତା ମୁହଁ ଟା ବି କୋ ଉ ହିରା ଠୁ କମ୍ ଦିଶୁ ନଥିଲା। ଆଖି ରୁ ଥପ୍ ଥପ୍ କରି ଝରି ଯାଉଥିଲା ହିରା ସବୁ ସତେ କି ଚାନ୍ଦ ରୁ ଚାନ୍ଦନୀ ଝରି ଯାଉଛି।କେଜାଣି କେମିତି ଆପଣା ଛାଏଁ ଦେବର ହାତ ରାଣିର ଗାଲ ଯାକେ ଚାଲିଗଲା ଆଉ ଗେଲରେ ଚିମୁଟିଲା ପରି ଧରିନେଲା ଗାଲ ଟିକୁ। ଭୋଡ ଭୋଡ ହୋଇ କାନ୍ଦି ଉଠିଲା ରାଣି କହିଲା ହେଲା ତ ଏଥର ମୁଁ ତତେ ବାଡେଇଥିଲି ତୁ ମତେ ଚିମୁଟିଲୁ ଏଥର ଶୁଝିଗଲା। ଦେବ ଦେଖିଲା ରାଣି ର ଗୋରା ତକତକ ଗାଲ ଏକଦମ ଲାଲ୍ ପଡିଯାଇଛି। ଇନ୍ଦୁ କାଲି ସମସ୍ତଙ୍କ ଆଗେ କହିବ ମୁଁ ତାକୁ ମାରିଛି ହେଲେ ମୁଁ ତ ଗେଲ ରେ ହାତ ବଢେଇଥିଲି। ବୋଉ ଜାଣିଲେ ମତେ ଆଉ ରଖିବନି। ସାଙ୍ଗେସାଙ୍ଗେ ହାତ ଟା ନେଇ ଆସିଲା। ରାଣି ଲାଲ୍ ରଂଗ ର ଜରୀ ବୌର୍ଡର ଲଗା ବଡ ସୁନ୍ଦର ଶାଢୀ ପିନ୍ଧିଥିଲା। କାନି ମଂଗରୁ ପତର ପୁଡିଆ ଖଣ୍ଡେ ବାହାର କଲା। କହିଲା ଖୁଡି ମହାପ୍ରସାଦ ଦେଇଛି କହିଛି ଆଗ ସ୍ବାମୀ କୁ ଦେବୁ ତାପରେ ଅଁଇଠା ତୁ ଖାଇବୁ।। ଦେବ ହାତରେ କିଛି ମହା ପ୍ରସାଦ ଉଠେଇ ନେଇ ଇନ୍ଦୁ ହାତରେ ରଖି କହିଲା ମୋ ଅଇଁଠା କାହିକିଁ ତୁ ଖାଇବୁ ତୁ ମୋଠୁ ବଡ ଉଁ ଉଁ ହଉ ଠିକ୍ ଅଛି ଚାଲ ମିଶିକି ଖାଇବା। ରାଣୀ ଆଖି ଦୁଇଟି ଉଜ୍ଜଲ ହୋଇ ପୁଣି ଲାଜେଇ ଗଲା।


ସମୟ ଗଡି ଗଡି ଯାଉଥିଲା। ଜାଣିନି କେମିତି ଆପଣା ଛାଏଁ ଦେବ ଧିରେ ଧିରେ ରାଣି ଆଡକୁ ଟାଣି ହୋଇ ଯାଉଥିଲା। କିନ୍ତୁ ପ୍ରକାଶ କରିପାରୁନଥିଲା। ମିତ୍ର ଦୀନ ପାଖରେ ବସି ବି ଦୁହେଁ କିଛି କଥା ହେଉ ନଥିଲେ। ଦୀନ କେତେ ପଚାରିଲା ପରେ ବି ଦେବ କିଛି ଉତ୍ତର ଦେଇ ପାରେନି। ବାହା ହୋଇ ସାତ ଦିନ ଖଣ୍ଡେ ହେଲାଣି। ସଳା ବାବୁ ସାଗମାଛ ଧରି ଘରେ ହାଜର।ସାଂଗରେ ଖବର ଧରି ଯେ ଲେଉଟାଣି ସରିଲା ପରେ ଦେବ ସ୍କୁଲ ଜିବ। ଜଗବନ୍ଧୁ ହାଇସ୍କୁଲ ରେ ମ୍ଯାଟ୍ରିକ ପଢିବ ପୁଣି ପାସ୍ ହେ୍ଲାପରେ ସେଇଠି ମାଷ୍ଟର ବି ହୋଇପାରିବ। ଜଗବନ୍ଧୁ ହାଇସ୍କୁଲ! ଏଠୁ 3ମାଇଲ ବାଟ। ଛାତ୍ରାବାସରେ ରହିବାକୁ ପଡିବ। ଦେବ ଏ କଥା ବହୁତ୍ ଖୁସି ହୋଇଗଲା କିନ୍ତୁ ହଠାତ୍ କାହିଁକି ସେ ଟିକେ ଉଦାସ ଲାଗିଲା। ସଂଜ ହୋଇ ଆସୁଥିଲା। ବୋଉ ସଂଜ ଦେବାକୁ ଗଲା। ବାଡି ପଟେ ଚୁଲିରେ ରାଣି ମାଛ ଭାଜୁଛି। ମାଛ ଖାଇବା ବାହାନା ରେ ସେଇଠି ଯାଇ ବସିଗଲା ଦେବ। ଚୁଲି ନିଆଁରେ ରାଣି ର ମୁହଁ ର ଦାଉ ଦାଉ ଦେଖା ଯାଉଥିଲା।ସତରେ ଏ ନାକର ନୋଥ ଟା ତାକୁ ଭାରି ମାନୁଥିଲା। ଆଗରୁ ମୁଁ ଦେଖି ନଥିଲି କେମିତି। କେଜାଣି କଣ ଭାବିଲା ଦେବ। ପ୍ରଥମ ଥର ରାଣି ଗାଲରେ ଚୁମ୍ବନ ଟିଏ ଆକିଂ ଦେଲା ସେ। ବୋଉଲୋ ବୋଲି ଚିଲେଇ ଦେଲା ଯେ ରାଣି ଘରୁ ସବୁ ଦୌଡି ଆସିଲେ। ସବୁ ପଚାରୁଛନ୍ତି କଣ ହେଲା। ସେଠୁ ରାଣୀ କହିଲା କିଛି ନାହିଁ ବିରାଡି ଟାଏ ଆସିଥିଲା କାଳେ ମାଛ ଖାଇ ଦେବ ସେଥିପାଇଁ...


ଦେବ ରାତି ରେ ରାଗି କି ଗମ୍ଭୀରି ଭିତରେ ମୁହଁ ମାଡି ଥିଲା ଇନ୍ଦୁ ଆସିବା ଦେଖି ଶୋଇବା ଭଲି ହେଲା ଇନ୍ଦୁ ବୁଝିଲା ଯେ, ଦେବ ର ଗୋଡ ଚିପି ବାକୁ ଲାଗିଲା। ଦେବ ଝଅଟ କରି ତା ହାତ ଧରି ନେଲା। ଦେଖିଲା ଇନ୍ଦୁ ଆଖିରେ ଲୁହ। ଦେବ କହିଲା ଆରେ ମୁଁ ତ ରାଗିନି। କିନ୍ତୁ ତୁ ଯେ ମତେ ଛାଡି ଚାଲିଯିବୁ। ଦେବ କହିଲା ତା ହେଲେ ତୁ ଚାହୁଁ ମୁଁ ତୋ ପାଖେ ରହେ ବୋଲି। ନା ମାନେ ହଁ କହିଲା ଇନ୍ଦୁ । ଦେବ କୁ ବୁଝିବାକୁ ବାକି ରହିଲାନି ଯେ ଇନ୍ଦୁ ହିଁ ତାର ପ୍ରକୃତ ଜୀବନସାଥି। ଇନ୍ଦୁ କୁ ଆଲିଙ୍ଗନ କରୁକରୁ ଦେବ ପ୍ରତିଶ୍ରୁତି ଦେଲା ଯେ ସେ ଜଲଦି ଆସିବ। ଆଉ ସାରାଜୀବନ ସେମାନେ ସାଥି ହୋଇ ରହିବେ।ହଠାତ୍ ଦୀନ ତା କାନରେ କହିଥିବା କିଛି କଥା ଦେବ ର ମନେ ପଡିଲା, ଦେବ ସାଂଗେସାଂଗ ଇନ୍ଦୁ କୁ ପଚାରିଲା ଆଛା କହିଲୁ ତୁ ମତେ କେତେ ଭଲପାଉ । ଇନ୍ଦୁ କହିଲା ତୁ ଯଦି କହିବୁ ଜୀବନ ଦେଇଦେବି। ଦେବ କହିଲା ମୁଁ ମାଗିଲେ ଏ ନୋଥଟା ଦେଇଦେବୁ? ଆଖିରୁ ଧାର ଧାର ଲେମ୍ୱୁ ଧାର ଗଡିଗଲେ ତଥାପି ତାକୁ ପୋଛୁପୋଛୁ ରାଣି କହିଲା ମୋର ମାଆ ନାହିଁ ଏ ନୋଥ ମୋ ମାଆ ର ଶେଷ ସନ୍ତକ ତୁ ଯଦି ମାଗୁଛୁ ନେଇଯା। ତତ୍କ୍ଷଣାତ୍ ହାତ କୁ ଧରି ପକେଇଲା ଦେବ କହିଲା ମୁଁ ବଞ୍ଚି ଥିଲା ଯାକେ ଆକୁ କାଢିବୁନି।ଆଜି ଏଇଠି ଶପଥ କର। ତତେ ଘିଣା ମାନୁଛି। ଖାଲି ମତେ ତୁ ତା କରେନା। ଦୁହେଁ ଖି ଖି ହୋଇ ହସିବାକୁ ଲାଗିଲେ।ଦେବ କହିଲା ଆଜିଠୁ ତୁ ମୋ ରାଣି ମୋ ଇନ୍ଦୁ ରାଣି। 


ଏକ ସମ୍ପର୍କ ଜାହା ମାତ୍ର ଏକ ସଂଯୋଗ ବା ସନ୍ଧି ଥିଲା ତାକୁ ତାର ଲକ୍ଷ୍ୟ ମିଳିଗଲା।ଧିରେ ଧିରେ ସମୟ ଗଡିଲା। କିଛି ଦିନ ର ବିରହ ପରେ ଦେବ ଗାଁ ସ୍କୁଲ କୁ ମାଷ୍ଟର ହୋଇ ଆସିଲା। ସେତେବେଳକୁ ବଡ ପୁଅ ଜନ୍ମ ହୋଇସାରିଥିଲା ଆଉ ଜଣେ ଆସିବାର ଥିଲା। ଦେବ ଲକ୍ଷ୍ୟ କଲା ରାଣି ପୁରାଣ ପୋଥି ଗୁଡିକ ବି ପଢି ପାରୁନି। ଦେବ ଏଥର ଲାଗିଲା ସ୍ତ୍ରୀ କୁ ଶିକ୍ଷିତ କରେଇବାରେ।ବଡ ପୁଅକୁ ପାଠ ପଢେଇଲା ବେଳେ ଏଥର ରାଣୀ ବି ପଢି ବସେ।ଗାଁ ମାଇପି ସେ ପାପ ପୁଣ୍ୟର ଦ୍ବାହି ଦେଲେ ସବୁ ଶୁକିବ। ତାକୁ ଦେବ ବୁଝେଇ ଦେଇଛି ଗର୍ଭାବସ୍ଥା ରେ ଯାହା କର୍ମ କରିବ ଛୁଆ ଉପରେ ତାର ଛାପ ରହିବ। ମହାଭାରତ ର ଅଭିମନ୍ୟୁ ର କାହାଣୀ କୁ ବି ସେ ତାକୁ କହିଛି। କିଛି ସୁଖ ଆସିଛି ତ କିଛି ଦୁଃଖ ବି ଆସିଛି।ଭାଇ ଭଉଣୀ ମାନଙ୍କର ପାଠପଢା, ତାପରେ ବାହାଘର।ପଇସା ର ବହୁତ୍ ଅଭାବ ରେ ବି ଦୁହେଁ ଘରକୁ ସୁଚାରୁ ରୂପେ ଚଳେଇ ନେଇଛନ୍ତି। ପାଞ୍ଚଟି ପୁଅ ଆଉ ଚାରୋଟି ଝିଅର ସୁଖି ସଂସାର। ଦେବ ପୁଅ ଓ ଝିଅ ଉଭୟ କୁଂ ଶିକ୍ଷା ଦେବାରେ ବିଶ୍ବାସ ରଖୁଥିଲା। ତେଣୁ ଯେତେ କଷ୍ଟ ହେଲେବି ସେ ସମସ୍ତଙ୍କୁ ପାଠ ପଢେଇବାରେ ଲାଗିଥିଲା। ପୁଅ ମାନେ ଭଲ ଭଲ ଚାକିରି କଲେ। ଝିଅ ମାନେ ବି ବହୁତ୍ ଭଲ ଜାଗାରେ ବାହା ସାହା ହେଲେ। ଖାଲି ବାକି ରହିଲା ସାନ ପୁଅ ଓ ଝିଅ କଥା। କୋଡ ପୋଛା ବୋଲି ଭାରି ଅଲିଅଳି ଝିଅ । ପାଠ ରେ ସବୁଠୁ ଆଗୁଆ। ବାପା ଦେବବ୍ରତ ସବୁବେଳେ ଶଳା ଦୀନବନ୍ଧୁ ଙ୍କୁ କହନ୍ତି ମୋ ଝିଅ ପାଇଁ ସବୁଠୁ ଭଲ ପ୍ରସ୍ତାବ ଟେ ଆସିବ। ଦେଖିବୁ ଆଖ ପାଖ ର କାହାର ଏମିତି ଭୋଜି ହେଇ ନଥିବା। ଯୋଗକୁ ସାନ ପୁଅ ଜୀବନ୍ ର ବାହାଘର ବହୁତ୍ ବଡ ଘରେ ଠିକ୍ ହେଲା,ଝିଅ ଘରୁ ଖବର ଦେଲେ ଯେ ତାଙ୍କୁ କାଳେ ଦେବ ର ସାନ ଝିଅ ଭାରି ପସନ୍ଦ ଆସିଛି ତାଙ୍କ ପୁଅ ପାାଇଁ ଯିଏ କି ଆମେରିକା ରେ ଡାକ୍ତର ଅଛି


ଘରେ ସମସ୍ତେ ଭାରି ଖୁସି ଥିଲେ କିନ୍ତୁ ଝିଅ ମନ ଶୁଖିଗଲା, ଇସାରା ରେ କିଛି କହିବ କହିବ ହେଉଥିଲା କିନ୍ତୁ କହିପାରିଲିନି ଯେ ସେ ପ୍ରସାଦ ରାୟ କୁ ଭଲପାଏ। ମାମୁଁ ଙ୍କ ସଂଗୀତ ବିଦ୍ୟାଳୟ ରେ ତାର ଦେଖା ହୋଇଥିଲା ପ୍ରସାଦ ସହ। ସଂଗୀତରେ ବିଶାରଦ କରୁଛନ୍ତି ସେ। ଏଠି ରିସର୍ଚ୍ଚ ପାଇଁ ଆସିଥିଲେ।ଭାରି ଭଲ ଲୋକ ସେ ମାମୁଁ ଙ୍କୁ ଭାରି ମାନନ୍ତି। କିନ୍ତୁ ଏ କଥା ଘରେ କହିଲେ ପ୍ରଳୟ ଆସିଯିବ।ଆଉ ଭାଇ ବାହାଘର ଭାଙ୍ଗିଯିବ। କଣ କରିବ କିଛି ଚିନ୍ତା ନକରି ପାରି ଶେଷ କୁ ଝିଅ ମାଆ କୁ ସବୁ କଥା କହିଦେଲା।ଦେବ ସେହି ଲୋକ ଯିଏକି ସାରା ସମାଜ ରୁ ଅଲଗା ଯାଇ ବିଧବା ସହ ବାହା ହୋଇ ପାରିଥିଲେ କିନ୍ତୁ ଯେତେବେଳେ ଝିଅ ନିଜ ଇଚ୍ଛା ରେ ବାହା ହେବା କଥା ଆସିଲା ସେ ଏକଦମ୍ ଅଲଗା ବିଚାର କଲେ। ସ୍ଵାମୀ ଓ ଝିଅ ର ଖୁସି ଭିତରୁ ରାଣୀ ଝିଅ କୁ ସମର୍ଥନ କଲେ। ଦେବବାବୁ ମିଛ ଅଂହ ଭାବକୁ ନେଇ ବାହା ବେଦୀ ଉପରେ ଝିଅ ନାଆଁ ର ସ୍ଵାହା କରିଦେଇ ଆସିଲେ।


ଧିରେ ଧିରେ ଦେବ କୁ ହୃଦୟଙ୍ଗମ ହେଉଥିଲା ଯେ ସେ ଝିଅ ସହ ଅନ୍ୟାୟ କରିଛି। ଝିଅକୁ ବହୁତ ବଡ ଘରେ ବାହା ଦେବାର ଇଛା ରେ ଝିଅର ଖୁସି କୁ ଦେଖି ପାରି ଲେନି ଦେବ ବାବୁ। ସାନ ଝିଅ ହିଁ ଥିଲା ଯିଏ ବାପା ଆଉ ମାଁ ଦୁହିଁଙ୍କୁ ଠିକ୍ ବୁଝିପାରୁଥିଲା। ବାପା ମନ ଅଥୟ ହେଲେ ବି ସ୍ୱାଭିମାନ ତାକୁ ନଇଁବାକୁ ଦେଲାନି।ଭାଗ୍ୟ କୁ ଘରେ କାହାର ଝିଅ ନଥିଲା, ସାନ ଝିଅର ଝିଅ ଟେ ହୋଇଛି, ଘରର ପ୍ରଥମ ଝିଅ କିନ୍ତୁ ବାପା ଡରରେ କେହି ତାକୁ ଦେଖିବାକୁ ଜାଇ ନାହାନ୍ତି । ରାଣୀ କିଛି ନକହିଲେ ବି ଦେବ ତାର ମୁହଁରୁ ବୁଝିଯାଇଛି ଯେ ସେ ଭିତରୁ ଝିଅ ଓ ନାତୁଣୀ କୁ ଭାରି ଖୋଜୁଛି। ନାତୁଣୀ କୁ ଦେଖିବାକୁ ଛଟପଟ ହେଉଛି, କିନ୍ତୁ ଦେବ ଯେ ନିରୁପାୟ।ସେ କେମିତି ନଇଁ ଜିବ ଏ ଯେ ତା ର ସ୍ବାଭିମାନ। 


ସାନ ଝିଅ କିନ୍ତୁ ମାମୁଁ ପାଖକୁ ପ୍ରତି ବର୍ଷ ନୂଆବର୍ଷ ରେ ତା ଝିଅର ଫୋଟ ସହ ଗ୍ରିଟିଂସ୍ କାର୍ଡ ଟିଏ ପଠାଏ। ଆଉ ଦେବ ସେଇଟିକୁ ଦୀନା ଠୁ ଥିରି କି ମାଗିକି ଆଣେ କାହାକୁ ନ ଜଣେଇ ନେଇ କେବଳ ରାଣୀ କୁ ନେଇ ଦେଖାଏ। ଏଇମିତି ବିତି ଗଲା ଦିନ, ମାସ ଆଉ ବର୍ଷ। ସମୟ କାହାକୁ ଅପେକ୍ଷା କରେନି।


ଥରେ ବୁଢାବୁଢୀ ଘରେ ଥିଲେ, ବୁଢୀ ପଖାଳ ଖାଇ ବସିଥିଲା ହଠାତ୍ ଅଧାରୁ ଉଠି ଛାଡି ଚାଲିଗଲା। ବାସ୍ ତାପରେ ଖିଆ ପିଆ ଛାଡିଦେଇ ବିଛଣା ଧରିଲା। କାହାକୁ ମୁହଁ ସୁଦ୍ଧା ଦେଖାଇଲାନି। ବୁଢ଼ା ଦେବ, ସ୍ତ୍ରୀ ହାତ ଧରି ଖାସେ ତାରି ପାଖେ ବସି ରହିଲା। ସବୁ ପୁଅ ବୋହୂ ଏ କଥା ଶୁଣି ଗାଁ କୁ ଆସିଲେ। କଣ ହେଇଛି କିଛି କହିଲାନି ଖାଲି ବୁଢାକୁ କହିଲା ମୋ ସାନ ଝିଅ କୁ ଘିନା ଡାକ ତାକୁ ଦେଖିଲେ ଯାଇ ମୋ ନାଟିକା ଛାଡିବ। ଶେଷକୁ ଦେବ ବୁଢାର ଅହଂ କୁ ଭାଙ୍ଗି ବଡ ଭାଇ, ଭଉଣୀ କୁ ଘେନି ଗଲେ। ସାଥିରେ ଜ୍ବାଇଁ ଆଉ ନାତୁଣୀ ଦେଖି ବୁଢୀ ହରସି ଉଠି ବସିଲା। ସମସ୍ତେ ଦେଖି ହତବାକ୍ ଯେ ବୁଢୀ ର ମୁହଁ ପୁରା ଅଲଗା ଦିଶୁଛି। ନାକର ନୋଥ ଟା କାହିଁ,! ଦେବ ବାବୁ ନିଜେ ଦେଖିକି କାବା। କିନ୍ତୁ ସବୁ ଝିଅ, ବୋହୁକଂର ନଜର ସେହି ନୋଥରେ ଥିଲା। ଏଡେ ବଡ ନୋଥ କାହାର ବା ନ ହେବ। ଏଇ କାର୍ତ୍ତିକ ର ମାସ ଆରମ୍ଭ ହେଉଥିଲା। ରାତିରେ ବୁଢା ବୁଢୀ ଦୁଇଜଣ ନାତୁଣୀ କୁ ସେରେନ୍ତା କରୁଥିଲେ। ବୁଢା ଦେବ କହିଲା ଅବିକଳ ତୋ ପରି ଦିଶୁଛି ଲୋ ରାଣୀ ତୋ ନାତୁଣୀ। ତ ଝିଅ କହିଲା ବାପା ତା ନା ବି ରାଣି ମାନେ କ୍ବିନ । ପୁରା 25 ବର୍ଷ ର ସ୍ନେହ ଗୋଟିଏ ଦିନରେ ଅଜାଡି ଦେବେ କି ସତେ। ସେହି ଦିନ ରାତିରେ ବୁଢୀ ଦେହ ଭୀଷଣ ଖରାପ ହେଲା ପ୍ରାୟ 3 ଦିନ ହେଲା ଖାଲି ପାଣି ପିଇ ପଡିଛି। ଦେବ ଭାରି ଆଦରରେ ବୁଢୀ ର ମୁଣ୍ଡ ଅଣ୍ଡାଳି ପଚାରିଲା ରାଣି ଲୋ ନୋଥ ଟା କଣ କଲୁ, କହିଲା ନାତୁଣୀ ହାତରେ ଗଂଗା ପାଣି ଟିକେ ଦିଅ କହିବି, ଯେମିତି ନାତୁଣୀ ଗଂଗା ପାଣି ଦେଇଛି ବୁଢି ଏତେ ଦିନ ଯାଏଁ ମଳ ତ୍ୟାଗ କରି ନଥିଲା ତ ସାଙ୍ଗେସାଙ୍ଗେ ମଳ ତ୍ୟାଗ କରିଛି ଆଉ ସେତିକିରେ ତାର ପ୍ରାଣ ବାୟୁ ଉଡିଗଲା। ମଲା ବେଳକୁ ବି ଦେବ ର ହାତ କୁ ଜାବୁଡ଼ି ଧରିଥିଲା ରାଣୀ। ସମସ୍ତେ ଅନ୍ଯ କାର୍ଯ୍ୟ ରେ ବ୍ଯସ୍ତ ଥିଲା ବେଳେ ସାନ ଝିଅ ମାଆ କୁ ପରିସ୍କାର କରିବାକୁ ଲାଗିଲା।ମଳ ପରିଷ୍କାର କଲାବେଳେ ତାକୁ ସେଥିରୁ ମିଳିଲା ମାଆ ର ନାକର ନୋଥ ଟା। ବୁଢ଼ା ବସି ବସି ଏକାଲୟ ରେ ଦେଖୁଥିଲା ଘର ର ଅନ୍ୟ ମାନଙ୍କୁ କାହାର ଆଉ ମାଆ ବୋଲି ଚିନ୍ତା ନାହିଁ। କାନ୍ଦି କାନ୍ଦି ସାନ ଝିଅ ନୋଥ ଟା ମିଳିଗଲା ବୋଲି ସମସ୍ତଙ୍କୁ କହିବାକୁ ଯାଉଥିଲା କି ଦେବ ତାର ହାତ ଧରିନେଲା। କହିଲା ତାକୁ ସମ୍ଭାଳି କି ରଖିଦେ ମାଗିଲେ ଦବୁ କହି ତାକୁ ରୋକି ଦେଲା ସେ।


ସବୁ କାର୍ଯ୍ୟ ସମ୍ପର୍ଣ୍ଣ ହେଲା।ସମସ୍ତେ ଯିଏ ଯାହାର ଗଲେଣି। ସାନ ଝିଅ ଯିବା ପୂର୍ବରୁ ବାପା ତାକୁ ପାଖକୁ ଡାକିଲେ। ବାପା ଝିଅ ପରସ୍ପର କୁ ଭୁଲ ମଗାମଗି ହେଲେ। ବାପା ଦେବ କହିଲେ ତୋ ମାଆ ସିନା ମତେ ଠକିଲା ହେଲେ ମୁଁ ବୁଝିଗଲି ସେ ଜାଣି ଶୁଣି ମତେ ଛାଡିକି ଜାଇଛି। ସେଦିନ ପଖାଳ ଖାଉଥିଲା ଜାଣିଲା ନୋଥ ଟାକୁ ଗିଳିଦେଇଛି। ଆସିକି ମୁହଁ ମାଡି ଶୋଇଲା ମତେ ବି ତା ମୁହଁ ଦେଖାଇଲାନି। ଲାଜରେ କାହାକୁ କହିଲାନି।ମତେ ସେ କଥାଦେଇ ଥିଲା ଯେ ମୁଁ ଥିଲା ଯାକେ ସେ ନୋଥ କାଢିବନି, ଜାଣିଛୁ ତୋ ମାଆ ର ଭାରି ସରାଗ ସେଥିରେ ତା ମାଆ ର ଶେଷ ସନ୍ତକ ହେଲେ ଅସଲ ରହସ୍ୟ କଥା ଟା ହେଉଛି ସେଇ ଟି କୌଣସି ସାଧାରଣ ନୋଥ ନୂହେଁ ବୁଝିଲୁ ତୋ ମାଆ ନିଜେ ବି ଜାଣିନି ଯେ ସେଇଟା ହେଉଛି ନୀଳମଣି, ଗୋଟେ ଅମୂଲ୍ୟ ରତ୍ନ, ଏବେ କା ଦିନରେ ତାର ମୁଲ୍ୟ କେଜାଣି କେତେ ଲକ୍ଷ୍। ମୋତେ ମୋ ଶଳା କହିଥିଲା, ଏସବୁ। ଏତେ ସମୟ ହୀରା ତା ପେଟ ରେ ରହିଲା ସେଥିପାଇଁ ବିଷାକ୍ତ ହୋଇଗଲା ମତେ କହିଥିଲେ ମୁଁ ତାକୁ ଡାକ୍ତର ପାଖକୁ ନେଇ ଠିକ କରି ଥାନ୍ତି କିନ୍ତୁ ସେ ଆଉ ଠିକ୍ ହେବାକୁ ଚାହୁଁ ନଥିଲା ମୁଁ ବୁଝିଗଲି ସେ ଏସବୁ ଜାଣିକି କରିଛି।


ସେଇଟିକୁ ତା ନାତୁଣୀ କୁ ଦେବ ବୋଲି ମତେ ବାରବାର କହେ। ସେଥିପାଇଁ ଜାଉଜାଉ ତାରି ହାତରୁ ଖାଇକି ଗଲା ଆଉ ସେ କରିଥିବା ଶପଥ ଭାଙ୍ଗିଗଲା ବୋଲି ଗ୍ଲାନିରେ ମତେ ଛାଡି ଚାଲିଗଲା ।


ଝିଅ ସବୁ କଥା ଶୁଣିଲା। କହିଲା ବାପା ମୋର କୋଉଥିରେ ଲୋଭ ନାହିଁ ତମ ଆଶିର୍ବାଦ ମିଲିଗଲା ମୋତେ ସ୍ବର୍ଗ ମିଲିଗଲା ଯଦି ତମେ ମତେ କ୍ଷମା କଲ ତେବେ, ମାଆ ନାହିଁ ତମକୁ ଏଠି ଏକୁଟିଆ ଭଲ ଲାଗିବନି ମୋ ସହ ଚାଲ, ଦେବ ବାବୁ ଟିକେ ମୁରୁକି ହସି କହିଲେ ତୋ ମାଆ କହିଛି ଶିଘ୍ର କାମ ସାରି ଆସିବ ବୋଲି ଆଉ ତାର ବର୍ଷିକିଆ ଟା ସାରିଦିଏ ତା ପରେ ବଞ୍ଚିଲେ ତୋରି ପାଖରେ ରହିବି। ମୋ ବେକର ଏଇ କଣ୍ଠୀ ମାଳ ତୋ ମାଆ ବନେଇ ଥିଲା ତାକୁ ପ୍ରସାଦ କୁ ଦେଇଦେବୁ ମାଆ ର ଆଶୀର୍ବାଦ ଭାବି ମୋ ପରେ।


ମୋ ସମ୍ପତ୍ତି, ମୋ ରାଣି ମା କୁ ତତେ ଦେଇଛି ସମ୍ଭାଳିକି ରଖିବୁ।ଚିନ୍ତା କରନା ଭାଇ ମାନଙ୍କୁୁ ମୁଁ କହିଦେବି ତତେ କେହିି ନିନ୍ଦା କରିବେନି। ଝିଅ ସେଠୁ କାନ୍ଦ କାନ୍ଦ ହୋଇ କିଛି ନକହି ମୁଣ୍ଡିଆ ହୋଇ ଚାଲିଗଲା।


ଦେବ ଝିଅ ଯାଉଥିବାର ଦେଖୁଥିଲା ।ଆଉ ଫେରିଗଲା ତାର ସ୍ମୃତି ରେ ସଜେଇ ରଖିଥିବା ସେଇ ଷୋଡ଼ଶୀ ରାଣି ର ଅତୀତ କୁ। ଜୀବନ ଶେଷ ବର୍ଷ ରେ ଦେବ ପୁଣି ଜିଇଁ ଥିଲା ସେହି ଅତୀତ ରେ ଇନ୍ଦୁ ରାଣି ସହ ବିତାଇ ଥିବା ମୁହୁର୍ତ ସବୁ। ସମୟ ଅତିବାହିତ କରିବା ପାଇଁ ଦେବ ଏଥର ନିଜ ଜୀବନରେ ବିତାଇ ଥିବା ପ୍ରତି ଟି ମୂହୁର୍ତ୍ତ କୁ କାଗଜ ରେ ଉତାରି ବାକୁ ଲାଗିଲା ।ଜୀବନର ଛୋଟ ବଡ ସବୁ ସ୍ମୃତି କୁ ଲେଖିରଖିଲା ତା ନାତୁଣୀ କ୍ବିନ ଉଦେଶ୍ୟ ରେ।


ଡାଏରି ଶେଷରେ ଲେଖାଥିଲା


"ନୋଥ ପ୍ରେମର ଏକ ଶ୍ରୋତ" ।


ଆଶା ତୁମକୁ ତୁମ ସବୁ ପ୍ରଶ୍ନର ଉତ୍ତର ମିଳିଯାଇଥିବ। ମୁଁ ଯାଉଛି ମୋ ରାଣୀ ମୋ ଅପେକ୍ଷା ରେ


 ଇତି ତୋର ଅଜା ଓ ଆଇ


ଦେବବ୍ରତ ଓ ଇନ୍ଦ୍ରାଣୀ ମିଶ୍ର

 

ବାପା ବେକରେ କଣ୍ଠି ମାଳ ଟା ବେଳେବେଳେ ପକାନ୍ତି, ମାଆ, ଅଜା ଙ୍କ ହାତ ଲେଖା ଶେଷ୍ ଚିଠି ଟି କୁ ସାଇତି ରଖିଛନ୍ତି ଆଉ ବେଳେ ବେଳେ ଦେଖି କନ୍ଦାନ୍ତି। 


ମୋ ର ମନରୁ ଅଭିମାନ ଓ ମାଆ ଙ୍କ ମନରୁ ଗ୍ଲାନି ଧିରେ ଧିରେ କମ୍ ହୋଇ ଯାଇଥିଲା।rm


Paramita mishra

9337573886

Paramita mishra



ନୋଥ ଆଇ ମାମୁଁ ଘର

Rate the content


Originality
Flow
Language
Cover design

Comments

Post

Some text some message..