Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjitarani Santra

Inspirational

2  

Sanjitarani Santra

Inspirational

ସୋରିଷ ତେଲ

ସୋରିଷ ତେଲ

3 mins
7.2K


ସବୁ ରବିବାର ଦିନ ଭଳି ଏଇ ରବିବାର ସକାଳେ ମୋ ନିଦ ଆଗ ଭାଙ୍ଗିଲା । ଜଳଖିଆ, ନାଚ କ୍ଲାସ୍, ମୋ ନାଚ କ୍ଲାସର ସ୍ଟୁଡେଣ୍ଟସମାନଙ୍କର ମା'ମାନଙ୍କ ସହ ଦୁଃଖସୁଖ ସବୁ ସରିବାପରେ, ଖିଆପିଆ ବି ସରିଗଲା । ମୁଁ ମୋ 'to do' ଲିଷ୍ଟଟା ଖୋଲିକି ଦେଖିଲି ସବୁ କାମ ଶେଷ । ଆଗାମୀ କିଛିଦିନ ପାଇଁ ବି ବିଶେଷ କିଛି କାମ ନାହିଁ । ମୋ ଶାଶୂଙ୍କୁ କିଛିଦିନ ତଳେ ଇୟେ ଗୋଟେ ସୁଇଟର ଆଉ ଗୋଟେ ଟପ ଉପହାର ଦେଇଥିଲେ । ସାଇଜ଼ ଠିକ ନଥିଲା, ତେଣୁ ଆମେସବୁ ମିଶିକି ଟାଇମପାସ ପାଇଁ Macys ଗଲୁ । ମୋ ଶାଶୂ ଲୁଗା ପସନ୍ଦ କରିବାରେ ଲାଗିଗଲେ । ମୋ ପୁଅର ଆଜିକାଲି ଗୋଟେ ନୂଆ ସଉକ ଚଢ଼ିଛି । Escalator ରେ ଉପର ତଳ ହବା । mommy ଆଉ daddy ର ଥରକୁ ଥର ପାଳି । ବଳକା ବଳ ତକ କୁସ୍ତି କରି କରି କାଢି ଦେଲାପରେ କାରରେ ଶୋଇ ଗଲା । ତେଣୁ ମୋ ଶାଶୂ କହିଲେ,

-ତୁମେମାନେ ଯାଅ ବୁଲାବୁଲି କରିବ । ମୁଁ ଘରେ ଅଛି ।

ବହୁତ ମାସ ତଳେ ଇୟେ ଥରେ କହିଥିଲେ,

-ଆମେ ଗତଥର କେବେ ଡେଟିଂ କରିଥିଲୁ ?

ମୁଁ ୟାର କିଛି ଉତ୍ତର ନଦେଇ "drop dead diva" ଦେଖିବାରେ ମଗ୍ନ ଥିଲି । ଭାବିଲି ଚାଲ ଆଜି ଡେଟିଂ କରିବା ।
ଯେତେହୁ ପେଟ ଭରି କି ଥିଲା, ଆମେ "insomnia coffee" କୁ ଗଲୁ । ଦୁହେଁ କଫି ନେଇ ବସିଗଲୁ । ଗୋଟେ 4 ସପ୍ତାହର କଅଁଳିଆ ଛୁଆଟିକୁ ନେଇ ଛୁଆର ଆଈ ଆଉ ମା ଆସିଥିଲେ । ତାକୁ ଟିକେ ଗେଲ କରିଦେଲି । ମୋ ଧନର ଫଟୋ ଫୋନରୁ କାଢି ସେମାନଙ୍କୁ ଦେଖେଇଲି । ତାପରେ ଆମେ ଟିକେ Intel କମ୍ପାନୀର କିଛି କାମ ବିଷୟରେ ଆଉ କେତେଟା ସାଇଣ୍ଟିଫିକ ବିଷୟରେ ଆଲୋଚନା କଲୁ । ଆଈ ପାଖ ଟେବୁଲରୁ ପଚାରିଲେ,

-ଆଜି ତୁମ ପୁଅ କୋଉଠି ?

ଏୟେ କହିଲେ,

-ଆମେ ଡେଟିଂ ରେ ଆସିଛୁ, ସେ ଘରେ ଅଛି ।

ସେ ଯାଉ ଯାଉ କହିଲେ,

-ହାପି ଡେଟିଂ ।

Intel ଆଲୋଚନା ପରେ ଦେଖିଲୁ ବହୁତ ବେଳ ହେଇନି ।

-ଚାଲ ଗୋଟେ Drive ହଉ ।

ମୁଁ କହିଲି,

-ହଉ ।

ଦୁଇ ମିନିଟ ପରେ ମୋର ମନେପଡିଲା ସୋରିଷ ତେଲ ସରି ଯାଇଛି । ମୁଁ କହିଲି,

-ଆଚ୍ଛା , ଗାଡି ବୁଲାଅ । ମୋର ସୋରିଷ ତେଲ ଦରକାର । ଇୟେ କହିଲେ ,

-ଆଗରେ ପରା ଗୋଟେ ଇଣ୍ଡିଆନ ଷ୍ଟୋର ଅଛି ।

ମୁଁ କହିଲି,

-ନା , ମୋର ଯୋଉ brand ଟା କିଣେ, ସେଇଟା ଖାଲି ଏଇ ଦୋକାନରେ ମିଳେ । ମୁଁ ଟିକେ ଚେକ କରିଦିଏ ଆଉ କିଛି ଦରକାର କି ?
-ଆମର ଡେଟିଂ ସରିଗଲା ତ ?

ଜବାବରେ ମୁଁ ଖାଲି ହସି ଚାଲିଲି ।


ଘରେ ପୁଅ ଉଠି ସାରିଥିଲା । ଗଲା କେତେଦିନରୁ ଏକାଧିକ ସାଙ୍ଗମାନେ କହିଛନ୍ତି 'ଆଶା tiffin' ରେ ଖାଇବା ପାଇଁ । ଆଜି dinner ଟା ସେଇଠି ହଉ ଭାବିଲୁ । ଏକରେ ସିଟିକୁ ଯିବାରେ ଅଧା ଘଣ୍ଟା । ସେଠି ଆମେ ଅପେକ୍ଷା କଲୁ ଆଉ ଅଧା ଘଣ୍ଟା । ଖାଇବା ଆସୁ ଆସୁ ଆଉ କୋଡିଏ ମିନିଟ । ଗାଡି ଗଲା । ପୁଅ ଭୋକରେ ପାଟି କଲାଣି । ଆମ ପେଟ ତା ଭୋକରେ କୁଁ କୁଁ କଲାଣି, ସେ ତ ଛୁଆଲୋକ । ଖାଇବା ଥୁଆ  ହଉ ହଉ ସେ ହାତ ବଢ଼େଇ ଦେଲା । ମୋ ଶାଶୂ ଦୋସା ନେଲେ । ମୁଁ ପୁଅ ପାଇଁ ଗୋଟେ ଥାଳିରେ ବାଢି ୟାଙ୍କୁ ଦେଲି । ମୁଁ ନିଜେ ବି ଖାଇଲି । ଦେଖିଲି, ସମସ୍ତେ ଖାଉଛନ୍ତି, ଏକା ଇୟେ ଖାଉ ନାହାନ୍ତି । କାରଣ ପୁଅ ତାଙ୍କର ଦୁଇ ହାତକୁ busy ରଖିଛି । ମୁଁ ଗୋଟେ ବଡ ଦୋସା ଖଣ୍ଡକୁ ବାଦାମ ଚଟଣିରେ ବୁଡେଇ ତାଙ୍କ ପାଟିରେ ଭର୍ତ୍ତି କଲି । ତାପରେ କହିଲେ,

-ଟିକେ ସେଟା ବି ଦିଅ, ଏଇଟା ଦିଅ ।

ଏମିତି ସମସ୍ତଙ୍କ ପାଟି ଏକ ସାଙ୍ଗରେ ଚାଲିଲା । ସମସ୍ତେ ଭୋକିଲା ଥିଲେ । କାହାପାଟିରୁ କଥା ଆସୁନି । ଖାଲି ବଢିଆ ସୁଆଦିଆ ଖାଇବା ପେଟକୁ ଯାଉଛି । ମୁଁ ଭାବିଲି,

-ଏଇ ଡେଟିଂଟା ଠିକ୍ ଚାଲିଛି ଏବେ ।


Rate this content
Log in

Similar oriya story from Inspirational