Monalisa Swain

Tragedy


2  

Monalisa Swain

Tragedy


ଭଉଣୀ ର ଭାଇ

ଭଉଣୀ ର ଭାଇ

3 mins 307 3 mins 307

ପ୍ରତିରବିବାର ଭଳି ଆଜି ମଧ୍ୟ ସପ୍ତାହ ଯାକର ଲୁଗାପଟା କାଢି ପକାଇଲି ସଫା କରିବାକୁ l ବହୁତ୍ ଦିନ ହେଲା କନ୍ଥା ଟା ସଫା ହେଇନି ଭାବି ତା ଦେହରୁ ଖୋଳ ବାହାର କରିଦେଲି,l ଆଖି ପଡିଲା ତୁମେ ଦେଇଥିବା ସେଇ ମାଟିଆରଙ୍ଗର ସାଲ ଉପରେ, ସେଥିରେ ଥିବା କଣା ଗୁଡାକ ଆଜି ବି ସେ ଦିନ ସବୁର ସ୍ମୃତିରେ ମୋତେ ହଜେଇ ଦେଉଥିଲା, ଆଉ ଫେରେଇ ନେଉଥିଲା ତୁମ ସହ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ, ତୁମେ ସିନା ଆଜି ମୋ ପାଖରେ ନାହଁ କିନ୍ତୁ ତୁମ ସ୍ମୃତି ଆଜି ବି ଉଜ୍ଜୀବିତ l ତୁମେ ସେଦିନ ନିଜ ଦେହରୁ କାଢି ଦେଇ ମୋତେ ଘୋଡ଼େଇ ବା ଦେଇଥିବା ସେଇ ଚିରା ଶାଲ୍ ଆଜି ବି ମୁଁ ସାଇତିରଖିଛି, ତାକୁ କନ୍ଥା ବନେଇ ତା ଉପରେ ଶୋଇଚି ଆଉ ଅନୁଭବ କରୁଛି ତୁମ ଭଲପାଇବାର ଗଭୀରତାକୁ l ଭାଇ କେବେ ରାକ୍ଷୀ ବାନ୍ଧି ନି ମୁଁ ତୁମ ହାତରେ, କୋଉ ଭାଗବାନଙ୍କ ଧଣ୍ଡା କି ପାଦୁକା ପାଇ ଆମେ ଭାଇ ଭଉଣୀ ହେଇନଥିଲୁ, କି କେବେ ଧରମ ଭାଇର ଆଖ୍ୟା ଦେଇନି ମୁଁ ତୁମକୁ, କେବଳ ମୁଁ ଏତିକି ଜାଣିଛି ତୁମେ ମୋ ଭାଇ l ଏଇ ଛୋଟ ଭଉଣୀର ଭାଇ l ତୁମର ମୋର ସମ୍ପର୍କ କାଲି ପରି ଲାଗୁଛି l ନୂଆ ଚାକିରି ପାଇ ଜଏନ୍ କରିବାକୁ ଆସିଥାଏ ଏଇ ସ୍କୁଲକୁ l ନୂଆ ଜାଗାl ଆଗରୁ କେବେ ଆସିନି କି କେହି ଚିହ୍ନା ଜଣା ନାହାନ୍ତି l କି ସମ୍ପର୍କୀୟ, ଏ ପଏଣ୍ଟମେଣ୍ଟ ଲେଟର ଧରି ଆମେ ବାପ ଝିଅ ଆସି ପହଞ୍ଚିଲୁ ସ୍କୁଲରେ, ଜଏନିଙ୍ଗ ପାଇଁ ମେଡିକାଲ ଫିଟନେସ ସାର୍ଟିଫିକେଟ ଦରକାର ବୋଲି କହିଲେ l ବାପା ଆଉ ମୁଁ ବାହାରିଲୁ ସାର୍ଟିଫିକେଟ ବାହାର୍ କରିବାକୁ l ଅପନ୍ତରା ରାଇଜ, ଗାଡି ଗୋଟେ ଦୁଇଟା ରାସ୍ତାରେ ଯିବା ମୁସ୍କିଲ୍ l ଖାଲି ଜଙ୍ଗଲରେ ଭର୍ତି l ଗୋଟେ ଲୋକର ବାଇକରେ ଲିଫ୍ଟ ମାଗି ଗଲୁ ବଜାରକୁ l ପହଞ୍ଚିଲୁ ବ୍ଲକରେ, ମେଡିକାଲଟି ବ୍ଲକ ପରିସରରେ l କାହାକୁ କଣ କହିବୁ? ଗୋଟେ ବି ଚିହ୍ନା ମୁହଁ ନାହିଁ, ସବୁ ନୂଆ ନୂଆ ଲାଗୁଚି l ଲୋକମାନେ ଏପଟ ସେପଟ ହେଉଥାନ୍ତି, ବେଶ ପୋଷାକ ପୁରା ଅଲଗା ତାଙ୍କର l ସଫା ସୁତୁରା ନୁହଁନ୍ତି l କଣ ସବୁ ତାଙ୍କ ଭିତରେ କଥା ହେଉଥାନ୍ତି କିଛି ବୁଝି ହେଉନଥାଏ, ମୁଁ ଖାଲି ଜଳକା ହେଇ ଚାହିଁ ଥାଏ ସେମାନଙ୍କ ଗୋଡରୁ ମୁଣ୍ଡ ଯାଏ, ଠିକ୍ ସେତିକିବେଳେ ଭଦ୍ର ଲୋକ ଜଣକ ଆସି ବାଇକ ରୁ ଓହ୍ଲାଇଲେ l ବାପାଙ୍କ ଠୁ 4-5 ବର୍ଷ କମ୍ ହେବେ l ଆମ ସେପଟ ଲୋକ ଭଳି ଦିଶୁଛନ୍ତି, ଗାଡିରଖି ଆମ ପାଖକୁ ଆସିଲେ l ବୋଧେ କୋଉ ସରକାରୀ କର୍ମଚାରୀ ଭାବିଲି, ମୁଁ ଧିରେ ବାପାଙ୍କୁ କହୁଥାଏ - ଆମ ସେପଟ ଲୋକ ଭଳି ଦିଶୁନାହାନ୍ତି? ସେ ଆମ ପାଖକୁ ଆସି ପଚାରିଲେ କୋଉଠୁ ଆସିଛନ୍ତି? କଣ ବ୍ଲକରେ କିଛି କାମ ଥିଲା?

ବାପା କହିଲେ - କେନ୍ଦ୍ରପଡା ରୁ ଆସିଛୁ, ଝିଅ ଚାକିରିରେ ଯଏନ କରିବ ତ, ମେଡିକାଲ ଫିଟନେସ ସାର୍ଟିଫିକେଟ ପାଇଁ ଆସିଛୁl ଏତକ ଶୁଣୁ ଶୁଣୁ ସେ ଖୁସି ହେଇ କହିଲେ ଆମ ଘର ବି କେନ୍ଦ୍ରାପଡା, ମୁଁ ଏଇ ବ୍ଲକରେ J. E, ବାପା ଆଉ ସେ କଥା ହେଲେ, ମୁଁ ଚୁପ୍ ଥାଏ l କଥା ହେଇସାରି ମୋତେ ପଚାରିଲେ ତୋ ନାଁ କଣ? ମୁଁ ମୋନାଲିସା କହିଲି l ହଉ ବ୍ୟସ୍ତ ହେନା ମୁଁ ଅଛି ସବୁ ବୁଝିବି l ତାଙ୍କ ସାଙ୍ଗରେ ଯାଇ ସବୁ କାମ ସରିକି ଆସିଲୁ l ଆସିଲା ବେଳେ ମୁଁ ତାଙ୍କ ପାଦ ଛୁଇଁ ପ୍ରଣାମ କଲି, ଆମ ସ୍କୁଲକୁ ଆସିବେ ସାର୍ କହିଲି l ମୋ ମୁଣ୍ଡକୁ ଦୁଇ ହାତରେ ଉଠେଇ କହିଲେ ଆଲୋ ସାର୍ କଣ, ଭାଇ ବୋଲି କହ, ଆଜିଠୁ ଯିଏ ପଚାରିବ ମୋ ଭଉଣୀ ବୋଲି କହିବୁ, ମୁଁ ହସିଦେଇ କହିଲି ହୁଁ ଭାଇ l ଭାଇ କହିଲେ ତୁ ଯା ଜମା ବ୍ୟସ୍ତ ହନି ମୁଁ ଅଛି, ତୋ ଭାଇ, ଯାହା ଅସୁବିଧା ମୋତେ କହିବୁ l ମୁଁ ସ୍କୁଲରେ ଯଏନ୍ କଲି, ବାପା ତା ପରଦିନ ମୋତେ ଛାଡି ଘରକୁ ପଳେଇଗଲେ, ବହୁତ୍ କାନ୍ଦିଲି, ଏକା କେମିତିରହିବି, ଭାଇ ପ୍ରତିଦିନ ଆସୁଥିଲେ ମୋତେ ଦେଖା କରି ଯାଉଥିଲେ, ଭଲମନ୍ଦ ବୁଝୁଥିଲେ l ଯେତେ କାମ ଥାଉ ଆସି ଦେଖି ଯିବେ, ଅସୁବିଧା ବେଳେ ଆସି ପହଂଚି ଯାଉଥିଲେ, ଆମେ ଦୁହେଁ ଗୋଟେ ଥାଳିରେ କହୁଥିଲୁ, ମୁଁ ଆଗ ଖାଇଦେଇ ତାଙ୍କୁ ଭାତ ଠେଲୁ ଥିଲି ଆଉ ସେ ମୋତେ, ତାପରେ ତାଙ୍କ ହାତକୁ ଧରି ମୁଁ କହୁଥିଲି, ତୁମକୁ ଖାଇ ଆସୁନି ରୁହ ମୁଁ ଖୋଇଦେବି, ଆଉ ବଡ ବଡ ଗୁଣ୍ଡା କରି ଖୋଇ ଦେଉଥିଲି, ଆଉ ସେ କହୁଥିଲେ ଆଲୋ ମୋ ମା ଏତେ ଭଲ ପାନି, ଦୁରେଇ ଗଲେ ସହିପାରିବି ନି, ତାଙ୍କ କଥା ଆଜି ଭାରି ମନେ ପଡୁଚି ମୋର, ସେ ଏଇ ଭଉଣୀର ଭାଇ....


Rate this content
Originality
Flow
Language
Cover Design