Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

K. Nirmal

Inspirational Thriller

3  

K. Nirmal

Inspirational Thriller

ମୌସୁମି ଓ ଭୂତ

ମୌସୁମି ଓ ଭୂତ

2 mins
7.5K


ଅନେକ ଦିନ ତଳର କଥା ଯେତେବେଳେ ମୁଁ ଛୋଟପିଲାଟିଏ ଥିଲି । ସେହି ସମୟର କଥା । ଗୋଟେଦିନ ମୁଁ ଓ ମୋ ସାଙ୍ଗ ରାସ୍ତାରେ ଯାଉଥିବା ବେଳେ ହଟାତ୍ ଆକାଶର ମେଘାଛନ୍ନ ଦେଖାଗଲା । ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଜାଣି ପାରିଲି ଯେ ମୌସୁମି ଆସୁଛି । କିନ୍ତୁ ଦୁଃଖର କଥା ମୋ ସାଙ୍ଗ ବହୁତ ଡରୁଆ ଥିଲା । ଯେତେବେଳେ ଆମେ ଦୁହେଁ ଜାଣିଲୁ ରାତ୍ର ୧୨ ଘଟିକା । ମୁଁ ବହୁତ ଡରିଗଲି। ଆକାଶରେ ମେଘକୁ ଦେଖି । ଧିରେ ଧିରେ ଆମେ ଆଗକୁ ବଢ଼ିଲୁ ।ମେଘବି ଧିରେ ଧିରେ ପକେଇବାକୁ ଆରମ୍ଭ କଲା । ମୋ ସାଙ୍ଗ ସେ ଖାଲି ପ୍ରଭୁଙ୍କୁ ଡାକି ଚାଲିଲା । କିଛିଦୂର ଯିବାପରେ ଗୋଟେ ଜଙ୍ଗଲ ପଡ଼ିଲା । ସେହି ଜଙ୍ଗଲରେ ଭୂତ ମାନଙ୍କ ବାସ ଥିଲା । ବର୍ଷା ବି ଢ଼ାଳୁଥାଏ । ମୋ ସାଙ୍ଗ ଭୟରେ ମୋତେ କୁଣ୍ଡାଇ ଧରିଥାଏ । ମୁଁ କିନ୍ତୁ ଦମ୍ବର ସହିତ ରହିଥାଏ । ମୁଁ ତାକୁ ବୁଝାଉଥାଏ ଦେଖ୍ ସାଙ୍ଗ ମଣିଷ ଜନମ ମାନେ ତାହାର ମୃତ୍ୟୁ ବି ଅଛି ତୁ ଡରିଲେ କଣ ହେବ । ସେ ବି ମୋତେ କହିଲା:-ସାଙ୍ଗ ତୁହି ଠିକ୍ କହିଛୁ କିନ୍ତୁ ଆମ୍ବେମାନେ ଯେତେବେଳେ ଏ ଧରା ପୃଷ୍ଠରେ ଜନ୍ମ ହୋଇଛେ କିଛି ଆମର କର୍ତ୍ତବ୍ୟ ରହିଛି । ସେଥିପାଇଁ ମୁଁ ଚିନ୍ତିତ ଥିଲି। ମୁଁ ବି ବୁଝି ପାରିଲି । ଆମେ ଦୁହେଁ ଘରକୁ ଆସିବା ପାଇଁ ଆଗକୁ ମାଢି ଚାଲିଲୁ। କିନ୍ତୁ ବର୍ଷା ପ୍ରବଳ ହେବାକୁ ଲାଗିଲା । କଣ କରିବୁ କିଛିବି ଚିନ୍ତା କରି ପାରିଲୁ ନାହିଁ ।

ମେଘକୁ ଭୟ କରିବୁ ନା ଭୂତ କୁ ଭୟ କରିବୁ । ଆଗକୁ ଆମେ ଦୁହେଁ ମାଢି ଚାଲୁଥିଲୁ । କିଛିଦୂର ଗଲାବେଳେ ।ଆମେ ଦୁହେଁ ଦେଖିବାକୁ ପାହିଲୁ ଯେ ମନ୍ଦିର ଟିଏ ଦେଖା ଯାଉଛି । ଆମେ ଦୁହେଁ ବହୁତ ଖୁସି ହୋଇଗଲୁ । ଆଗକୁ ବଢିବା ରାସ୍ତାରେ କିଏ ସେ ଆମ ଦୁହିଁଙ୍କୁ କହୁଥିଲା । ଚିନ୍ତାକର ନାହିଁ ପୁଅମାନେ ମୁଁ ତୁମ ମାନଙ୍କ ସାଙ୍ଗେ ଅଛି ।

ଏହିକଥା ଶୁଣି ଆମେ ଦୁହେଁ ଆହୁରି ଡରିଗଲୁ । ଆମେ ଦୁହେଁ ପଛକୁ ନ ଛାହିଁ ଆଗକୁ ଆଗକୁ ଚାଲିଲୁ । ମନ୍ଦିର ଯେତେବେଳେ ଆସିଗଲା ଦେଖିଲୁ ଯେ ଆମ ଗ୍ରାମର ମା ଦୁର୍ଗାଙ୍କ ମନ୍ଦିର ବହୁତ ଖୁସି ହୋଇଗଲୁ । ଆମେ ଦୁହେଁ ମନ୍ଦିର ଭିତରକୁ ଯାଇ । ପଛକୁ ଦେଖିଲୁ ଯେ ମନ୍ଦିର ଚାରି ପାଖରେ ମା'ଙ୍କ ଦିବ୍ୟ ଆଲୋକ । ହଠାତ୍ ମୋନେପଡ଼ିଗଲା ରାସ୍ତାରେ ଆସିବା ସମୟରେ କିଏ ଜଣେ କହୁଥିଲା ମୁଁ ତୁମ ପଛରେ ଅଛି କିଛି ଚିନ୍ତା କରିବାର ନାହିଁ । ଆମେ ଦୁହେଁ ଖୁସି ହୋଇଗଲୁ । ଯେତେବେଳେ ଜାଣିବାକୁ ପାହିଲୁ ? ମା ଦୁର୍ଗା ଆମ ସାଥିରେ ରହି ଆମ ଦୁହିଁଙ୍କୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇ ଦେଲେ ।

କିଛିକ୍ଷଣ ପରେ ଦେଖିବାକୁ ପାହିଲୁ ଯେ ଆମ ଦୁହିଁଙ୍କ ମା ଓ ବାପା ଖୋଜି ଖୋଜି ସେହି ମନ୍ଦିର ଆଡ଼େ ଆସୁଛନ୍ତି ।

ଏହାପରେ ଆମେ ଦୁହେଁ ଆମ ମା ଓ ବାପାଙ୍କୁ ଡାକ ମାରିଲୁ । ସେମାନେ ଆସି ଆମ ମାନଂକୁ ସେହି ମନ୍ଦିରରୁ ନେଇଗଲେ।

ଏଥି ମଧ୍ୟରୁ ଆମ ଦୁହିଁଙ୍କୁ ଶିକ୍ଷା ମିଳିଲା ଯେ ¡ ଯେତେବେଳେ ପର୍ଯ୍ୟନ୍ତ ମା ଓ ବାପାଙ୍କ ଆଶ୍ରିବାଦ୍ ଥିବ। ସେତେ ପର୍ଯ୍ୟନ୍ତ କେହିବି ତୁମର କିଛି କରି ପାରିବେନି । ସେ ଯେତେବଡ଼ ଲୋକ ହୋଇଥାଉ ନା କାହିଁକି ?

ନାମ:-କେ.ନିର୍ମଳ , ଗ୍ରାମ:-ଜଗନ୍ନାଥି ,ଜିଲ୍ଲା:- ଭଦ୍ରକ

ମୋବାଇଲ:-୯୫୬୬୧୧୩୬୦୭

Gmail:-nirmaln270@gmail.com


Rate this content
Log in

Similar oriya story from Inspirational