Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନବ ଜୀବନ
ନବ ଜୀବନ
★★★★★

© pratap nayak

Others

4 Minutes   244    25


Content Ranking

ଚକ୍ରବାଳ ଆରପଟେ ମୁନିଆଁ ଲେଖନି ବିଦାରୁଥିଲା ତାଳପତ୍ର ଛାତି।ବିସ୍ଥାପନ ବିସ୍ଥାରିତ ଚନ୍ଦ୍ରଚୂଡ ଗଭା  କବରିରେ ଓଲଟଶୁଆର ଚାପୁଆଣି କଳା ମଚମଚ ଚିକ୍କଣ କାଳିଆ କୁଞ୍ଚି କୁଞ୍ଚି ବାଳବେକରେ ଖୁଆରେ ବଳାଗଣ୍ଠିରେ ଗୋଡର ଗୋଇଠି ଉପରେ ହେଞ୍ଜୁଳର କମକୂଟା ମାଳ ।

କରେଇଫୁଲ ଦେଖାଏ ବଡିମା ସତେକି ଲଭିଛି ଖିଆଲି ରଜା କେଉଁ ଅକୁହା ଇଲାକାର ସନ୍ଦିଖ୍ୟଣରେ ରହି ରହି ଚୁପିଚୁପି ଅପହଞ୍ଚ ଇଲାକାର ସ୍ୱପ୍ନୀଳ ଖିଆଲ ଉଙ୍କିମାରେ ଥିରିଥିରି ତାଆରି ମନରେ।

ଆଣ୍ଠୁ ଉପରକୁ ଚିପା ଲୁଗା ଚାପିଥାଏ ଉପର ଛାତିକି ବିନା ଅନ୍ତର୍ବସ୍ତ୍ରେ।ମାଳମାଳ ଧାଡିବନ୍ଧା ଧାଁଙ୍ଗଡି ।ଫାଟିପଡେ ପାହାଡିଆ ସମତଳଭୂମି ନାଚଗୀତ ମାଦଲ ତାନରେ।ସଳପ ଗଛର ରସ ଧିରେ ଧିରେ ଚରୁଥାଏ ଦେହ।ଝୁମିଝୁମି ତାଳେ ତାଳେ ଧାଙ୍ଗଡା ସହିତ ବଣରେ ପ୍ରବହମାନ ଢଳଢଳ ଝରଣା ଜଙ୍ଗଲି ନାଦରେ ତୋଳୁଥିଲା ବେସୁରା ରାଗିଣୀ।

ମଖମଲ ପାଣିରେ ଅଙ୍କାବଙ୍କା ଝଲସୁ ଥିବା ମୁହଁ।ସତେଜ ଜୁଆନ ଦେହ ଝୁଲିଝୁଲି ମିଶେ ପାଣିରେ ଦିଶିଯାଏ ସିଏବି ଅଂକାବଂକା ହେଇ।ଆଣ୍ଠେଇ ପଡିଛି ପିଠିପଟୁ ଝିଙ୍କିବା ଉତ୍ତାରୁ  ।

ମନରସିଆର ଦୃଢ ଆଲିଙ୍ଗନ ଭିଡିଓଟାରି ଉଠାଏ ସପନ ସବାରୀ।ଗୋଟାଏ ପୋଢରେ କାମ ଛିଣ୍ଡେ।ସବୁଦିନପାଇଁ କରିନିଏ ରାଣୀ।ଯୋଉ ରାଣୀ ତା ସହିତ ହଳ କରେ ମାଟିହାଣେ ପୁନେଇଁ ରାତିରେ ରସରକେଲି ଗାଏ ସଳପଗଛରେ ଭାଗ ବସାଏଠାକୁରାଣୀ ପୂଜେ କୁକୁଡା ବଳୀ ଦିଏ ହାଟ କରେ  ଆଉ ପିଲା ଜନ୍ମକରେ ରୋଗବଇରାଗରେ ଜଗିକି ବସେ ଡାକ୍ତର ପିଣ୍ଢାରେ।

ରାଣିତ ଘୋଷାରେ,ରାତିସାରା ରାଜାକୁ।ରାଜା ମଧ୍ୟ ସଳପ ନିଶାରେ ଘୋଷାରି ରାଣିକି ତୃଷା ମେଣ୍ଟାଏ ମନଭରି ଦିନବେଳା ପିଆଶାଳ ଛାଇରେ।

ଅମରି ଲଟା ଉହାଡ ଖୋଜା ପଡେନା ଖୋଜା ପଡେନା ମାର୍ବଲ ଟାଇଲ।ବଣୁଆ ପ୍ରଜାତି ବଣେ ବଣେ ବୁଲି ଖାଏ କେନ୍ଦୁ ମହୁଲ ସାଂଗରେ ନାନାଜାତି ଫଳ ପୁଣି ତୀରମାରି ଶୀକାରେ ସେ ବାର୍ହା କି ଠେକୁଆ,ଝରଣାରୁ ମାଛମାରୀ ପାରେ ତୀରରେ ତୀରରେ।

ଅଫୁରନ୍ତ ଆନନ୍ଦରେ ବଂଚିଯିବାର ମୋହ କାଲି ପାଇଁ ଅପେଖ୍ୟା କରେନା।ଆଜିଟିକୁ ଜିଇ ହୁଏ ନିଜ ମନଇଚ୍ଛା।ନା ଥାଏ,ଅଂକୁଶ କି ଆକଟ କାହାର।

ବାପ ପୁଅ ମା ତିରିଲା ପିଲା ଝିଲା ମାପ ସଭିଂକ ଗୋଟିଏ,ମଣିଷ ମଣିଷ।ଯାହା ଆଜିଅଛି ବଂଚିଯିବା ଆସନ୍ତା କାଲିର ଆହ୍ୱାନ ଆପଣେଇବ ଆସନ୍ତା କାଲି।ଆଜିକି ଧୁମିଳ କରିବା ଠିକ୍ ତ ନୁହେଁ ନପଢିବି ବୁଝନ୍ତି ସେମାନେ ।

ସତେକି ନୂଆ ଜୀବନ ଜିଇବାର ପ୍ରେରଣା ପାଇଲେ ମାନସୀ ଏହି ଉପନ୍ୟାସ "ନୂଆ ଜୀବନ"ରୁ ବାପମାଆ ଯିଏ ଜନ୍ମଦେଇ ଅଳିଅର୍ଦଳି ସହି ପାଠପଢେଇ ବାହାଦେଇ ନିଜ କର୍ମ ସୂଚାରୁରୂପେ କରିଛନ୍ତି ଡିଣ୍ଡିମ ପିଟି ଛାଡିଲେଣି ଇହଧାମ ଅନେକ ଦିନରୁ।ବୋହୁକରି ଆଣିଥିବା ଶାଶୁ ଶ୍ୱଶୁର ବଂଚିଥିଲା ବେଳେ,ଏରୁଣ୍ଡି ଡେଇଁ ଦେଇନାହାଁନ୍ତି ଥରେ ମାତ୍ର ଗେରସ୍ତ ସହିତ ତୁଚ୍ଛା ରଖ୍ୟଣଶୀଳତାର ଦ୍ୱାହୀରେ। ଆଉ ନାଁ ଧରିବାର ଅଧିକାର ନଥିବା ଇଏ କେବେବି ବୁଝିତ ନାହାଁନ୍ତି ମନର ବେଦନା ଫିଟାଇ ନାହାଁନ୍ତିତ ଛାତି ତଳ ଅନ୍ଧାରୀ ଦରଜା।କଣ ଅଭିଳାଶ ମାନସୀ ଆତ୍ମାର।

ବର୍ଷ ପରେ ବର୍ଷ ବିତେଇଛି ନାଁ ହେଇ ଚାରି ପିଲାର ଜନନୀ।ଘୁରିବୁଲିଛି ଠାକୁର ଘରୁ ଶ୍ୱଶୁର ଦରଜା ଦେଇ ରୋଷେଇ ଘରୁ ଶୋଇବା ଘରକୁ।ଚାବିଦିଆ କଣ୍ଢେଇପରି ଦିନହେଇ ହୁଏ ରାତି ।ବାସନ ମଜା ଘରଓଳାରୁ ସକାଳ ଆରମ୍ଭ ପିଲା ପାଠପଢା ରୋଷେଇ ଦେଇ ଗୋଡଘଷା ପରେ ଶେଷରେ ଖାଇ ଶୋଇବାକୁ ଡରଲାଗେ ଆସନ୍ତା କାଲିକି।

ଦି ଝିଅ ବିଦେଶରେ ସେମାନଙ୍କ ସଂସାରକୁ ନେଇ ବେଶ୍ ଖୁସିରେ।ଦୁଇ ପୁଅ ବୋହୁ ନାତି ନାତୁଣି ସହିତ ଜଣେ ଦିଲ୍ଲୀରେ ତ ଜଣେ ମୁମ୍ବାଇରେ।ତରନାହିଁ ପଚାରିବାକୁ ବାପାମା କିଏ ଅଛନ୍ତି ଦୁଇଜଣ ବୋଲି।ନିଜ ମତଲବରେ ସେମାନେ।

ସରକାରୀ ହିସାବରେ ବୃଦ୍ଧ ବାପା ମା କୁଆଡେ ପିଲାମାନଙ୍କର ପରିବାରର ଅଂଗ ନୁହନ୍ତି।

ଆରଘରେ ପତି ପରମେଶ୍ୱର ଲଢୁଛନ୍ତି ରାଜଜଖ୍ମାକୁ ନିଇତି ରାତିରେ ଖୁଁ ଖୁଁ ହେଇ।ଧାଆରେ ମଗା ମୋ ନିଦ ପୁରିବାର ନାଁ ଧରୁନାହିଁ କେବେ।ଯଦିଓ,ଗଞ୍ଜଣା ନଥିଲା ଆଦ୍ୟ ବସନ୍ତରେ। ଫୁରସତ କେବେ ଥିଲାକି ନିଜ ମନଇଚ୍ଛାରେ ଧରିବାକୁ ପ୍ରଜାପତି ଏ ଫୁଲରୁ ସେ ଫୁଲକୁ।ବଇଁଚି କୋଳି ଅଣ୍ଟି ଦେଖିନାହିଁ ବଡହେବା ଆକଟରେ ପଛେ ପଛେ ଗୋଡାଉ ଥିଲା ବୁଢୀମାଆର ଆଖି।ସଅଳ ନିବୁଜ ଆଖି ଓଢଣା ତଳୁ ଧରିଥିବା ହାତ ସାଖି ରଖି ସାତ କଳସ ଆଠଦୀପ ହୋମ ଅଗ୍ନୀ ଦଶ ଦିବପାଳ।ଡରିଡରି ମରୁଥିଲି ଗଂଭୀର ଆଖି ଆଉ ଧାରୁଆ କଥାକୁ।ବିଲକୁଲ୍ ବୁଲ୍ ବୁଲ୍ ଚଢେଇ ପୁଣି ଡେଣାକଟା।

ଶରୀର ଏବେ ଖୋଜୁଛି ବଇଦ ମନପଖୀ ପିଞ୍ଜରାରେ ଧରାଦେଇଛିତ ଅନ୍ୟବାଟ ଯଣା ନାହିଁ ତାରେ।ଜୀବନ ବୈତରଣୀ ଶିଖେଇଛି ଅନେକ ଉନ୍ମାଦନା । ସ୍ରୋତର ଅନୁକୂଳ ବୋହିନିଏ ମାନିନବା ମନ।ଅମାନିଆ ହେଇ କେବେ ଉଜାଣୀ ବହିନି।ସାରୁ ପତ୍ର ତଳେ ବେଙ୍ଗୁଲି ରାଣୀ ସାଜିଲା ପରି ତା ଅବସ୍ଥା।କହିବ କାହାକୁ।

ଆଖି ଖୋଲିଦେଇଛି ତାର ଏହି ବହିଖଣ୍ଡିକ ନୂଆଜୀବନ।ଉଡିବ ସେ,ଧାଙ୍ଗିଡି ପରି ବୁଲିବ ଗିରି କାନ୍ତାର  ଶୁଣିବ ପାହାଡି ଝରଣାର କୂଳୁକୂଳୁ ସୂର ତାଳ ଦେଇ ଗାଇବ ବଣୁଆ କୋଇଲି ସାଂଗେ ଗୋଡେଇବ ହରିଣୀ ପଛରେଚେଷ୍ଟାକରି ତୋଳିବ କେନ୍ଦୁ   ନଚଢିପାରିଲେ ଗଛ ନଗୀର ଆଶ୍ରୟ ନେବ ଖତେଇ ହବ ଦନ୍ତା ମାଙ୍କଡକୁହାତୀ ତୁରୀ ଶୁଣି ଡରିଯାଇ ଲଣ୍ଡାଏ ପକେଇବ ଛେପ ତା ହାଡୁଆ ଛାତିକିହାତଧରି ତାଙ୍କର ନାଚିଯିବ ଶ୍ରାବଣର ମେଘ ରୋଷଣୀରେ ଭିଜୋଉଥିବ ଦେହ ପବନର ତାଳେ ତାଳେ ଚୁମାଟିଏ ନେବ ସେ ଚୋରେଇ ,ତାଙ୍କଠାରୁ ହଉପଛେ କିଛିଖ୍ୟଣ ପାଇଁ ରାଜଜଖ୍ମା ଯିବତ ଦୂରେଇ।

ସାୟାହ୍ନର ଭୋଦୁଅ ଲଗନେ କାକୁଡି ଜହ୍ନିଫୁଲର ସମ୍ଭାର ରଞ୍ଜାର ତାଳୁରୁ ତଳିପା।ବାଡି ବରୁଗୁଡି ଦିଇଟା ଦାନ୍ତେଇ ହେଇଯାଉ କଳା ମଚ୍ ମଚ୍ ଧାଙ୍ଗିଡି ସିଏ ଆଜି।ବରକୋଳି ଗଛକୁ ହଲେଇଲେ ଜମା ହଲୁନି ସେ।ପଡିଥିବା ଢିମା ମାରିବା ପ୍ରୟାସେ ଖୁଆ ଅଖଞ୍ଜରେ ଆପେ ପାଟିରୁ ବାହାରି ପଡିଲା ଭୟଙ୍କର ଦାରୁଣ ଚିତ୍କାର,ଯାହା ଝରକା ଦେଇ ଚାଲିଗଲା ଯେ ଉଠିଆସିଲେ ସେ ରୋଗ ବିଛଣାରୁ ମୋ ଯତ୍ନପାଇଁ।ପିଠିପଟରୁ ଖୁଆକୁ ଆଉଁସି ବୃତ୍ତାନ୍ତ ଶୁଣିଲେ  ବରକୋଳି କେଇଟା ବିଛାଡି ପଡିଛି ଢୀମା ସମ୍ଭାଷଣେ।ଦିଇଟା ଉଠେଇ ଭିଁଇରୁ ଧୁଳି ପୋଛି ଗୋଟିଏ ଖୋଇଦେଲେ ମାନସୀ ପାଟିରେ ଆରଟି ନବ କିଶୋର ଚୋବେଇବା ପାଇଁ ଚେଷ୍ଟାରେ ପାକୁଳି କରିବା ସାର ଦାନ୍ତର ଆବର୍ତ୍ତମାନରେ।

ମାନସି ଆଖି ପଲକ ପଡୁନି ତାଙ୍କଠେଇଁ, ସିଏବି ଯେମିତି ଆନମନା ହେଇ ଦେଖନ୍ତି ମାନସୀ ଆଖିରେ ଅନୁଢା କିଶୋରିର ରୂପ।ବଗପଖିଆ ମେଘ ମୁରୁକି ହସି ଶିଞ୍ଚିଦେଲା କେଇଟୋପା ବାରୀ।ଅପ୍ରକୃତିସ୍ଥ ମାନସୀ ଆଉ ତାର ସିଏ  ସାୟାହ୍ନରେ ବୋହୁଥିବା ଅବୟବ ଆଶ୍ରୟ ଖୋଜିଲା ବରକୋଳି ମୂଳ।ଛାତିରେ ଗୁଞ୍ଜି ମୁହଁ ମାନସି ଶୋଷି ନେଉଥିଲା ଉଷୁମ ଛାତିରୁ ବିଶ୍ୱାସ ତା ପ୍ରଶ୍ୱାସରେ ।ମେଘର ମାତ୍ରା ବଢୁଥିଲା ।ମାନସୀ ଅନୁଭବ କରୁଥିଲା ବାହୁବନ୍ଧନର ଚାପ ମଧ୍ୟ ବଢୁଥିଲା ମେଘର ମାତ୍ରାକୁ ତାଳଦେଇ ତାଙ୍କର ।ପାଦ ଘର ମୁହାଁ ହେବାକୁ ଚାହୁଁଥିଲା ଆଉ ମୁରୁକି ହସି କହୁଥିଲା ଥାଉ ସେତିକି ଧାଙ୍ଗଡା ଧାଙ୍ଗିଡି ପ୍ରେମ ।ଔଷଧ ଖୋଇବା ବେଳ ଗଡୁଛି ତାଙ୍କର।

ଚକ୍ରବାଳ ଆରପଟେ ମୁନିଆଁ ଲେଖନି ବିଦାରୁଥିଲା ତାଳପତ୍ର ଛାତି।

ପ୍ରତାପ ନାୟକ

୭୦୦୮୦୫୪୨୮୨

ତାଳପତ୍ର ଧାଁଙ୍ଗଡି ଜୁଆନ

Rate the content


Originality
Flow
Language
Cover design

Comments

Post

Some text some message..