Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Others Comedy

0.4  

Rasmi Rekha Tripathy

Others Comedy

ଡାକ୍ତର

ଡାକ୍ତର

1 min
451



       ଆମେ ଗୋପାଳ ଡାକ୍ତର ପାଖକୁ ଯିବା l ସ୍ୱାଇଁ ଡାକ୍ତର ପାଖକୁ ଯିବାନି l ସକାଳୁ ସକାଳୁ ଘୋଷା ଲଗେଇଥିଲା ବୁବୁନ୍ (ମୋ ଭାଇର ପୁଅ) l ମୁଁ କାଲି ଆସି ପହଞ୍ଚିବା ଠାରୁ ତାକୁ ଜ୍ଜ୍ୱର l ଭାଇ ସକାଳୁ ସକାଳୁ ପ୍ଲାଣ୍ଟକୁ ଯିବ l ମୋତେ କହି ଦେଇ ଗଲା ବୁବୁନକୁ ଡକ୍ଟରଙ୍କ ପାଖକୁ ନେଇ ଯିବା ପାଇଁ l ଭାଉଜ ରୋଷେଇ ଘରେ ବ୍ୟସ୍ତ ଥିଲେ l ଏତିକି ବେଳେ ବୁବୁନ୍ ଆସି ମୋ ପାଖରେ ଏହି ଅଳି l ଅଳି ନୁହେଁ ତ ଏକ ପ୍ରକାର ଜିଦ୍ କହିଲେ ଅତ୍ୟୁକ୍ତି ହେବ ନାହିଁ l ମାତ୍ର ଚାରି ବର୍ଷର ଛୁଆଟେ l ଅଥଚ ସେ ବି ପାର୍ଥକ୍ୟ ବାରୁଛି ଦୁଇ ଡାକ୍ତରଙ୍କ ଭିତରେ l ମନେ ମନେ ବିରକ୍ତ ହୋଇ ଯାଉଥିଲି ମୁଁ l 


      ଭାଉଜଙ୍କ ଆଗରେ ପ୍ରକାଶ କରି ଦେଲି ମୋ ବିରକ୍ତ ଭାବକୁ l ହସି ହସି ଗଡିଗଲେ ସେ l ବୁବୁନ୍ କରୁଥିବା ଜିଦର ସେ ଯେଉଁ କାରଣ ଦର୍ଶେଇଲେ, ସେଥିରେ ମୁଁ ବି ହସି ହସି ଗଡି ଗଲି l ଗୋପାଳ ଡାକ୍ତର୍ ହୋମିଓପାଥି ପ୍ରାକ୍ଟିସ୍ କରନ୍ତି ଓ ସ୍ୱାଇଁ ଡକ୍ଟର୍ ଆଲୋପାଥିକ୍ l



Rate this content
Log in