Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ସରପଞ୍ଚ

ସରପଞ୍ଚ

3 mins
14.9K


ସରପଞ୍ଚ

ମୋ ପିଲାବେଳେ ଆମ ଗାଁର ଦିବଂଗତ ଶ୍ରୀ ମଂଗୁଳି ସାହୁ (ମଂଗୁଳି ଅଜା) ପାଖାପାଖି ୫/୬ଥର ଖଣ୍ଡେ ସରପଞ୍ଚ ଥିଲେ । ଭାରି ଭଦ୍ର, ବୁଦ୍ଧିମାନ । ଯେବେ ନିର୍ବାଚନ କଥାଉଠେ, ଆଖପାଖ  ଲୋକେ ଠୁଳହୋଇ ତାଙ୍କପାଖକୁ ଯାଉଥିଲେ । ଆଉ ନାଇଁ, ଆଉ ନାଇଁ କହି ସେ ରାଜି ହେଉଥିଲେ । ବାସ୍ ହୋଇଗଲେ ସରପଞ୍ଚ ! ଅପରିଦ୍ଵନ୍ଦୀ । କି ଏକତା ! 
ଅବଶ୍ୟ ସେତେବେଳର ସରକାର ବୋଧେ ଗରିବ ଥିଲେ କି କ’ଣ ? ଏତେସବୁ ବିକାଶମୁଖୀ ଯୋଜନା ନଥିଲା । ତେବେ ପ୍ରତିବର୍ଷ ଗାଁ ପୋଖରୀରୁ ଦଳସଫା, ମାଛଧରା, ଅଣଓସାରିଆ ରାସ୍ତାରେ ମୁରୁମ୍ ଢଳା , ଭଂଗା ନଳକୂଅ ମରାମତି ଆଦି କିଛି କାମ ନିଶ୍ଚେ ହେଉଥିଲା ।


ଅଜା ଯେବେ ମରିଗଲେ, ସମସ୍ତେ ଆଇଙ୍କୁ ସରପଞ୍ଚ ହେବାକୁ କହିଲେ । ହାତେ ଓଢଣୀଟାଣି ଆଇ ଆସି କହିଲେ
- ନାଇଁ ଏତିକି ।
ସେଠୁ ସମସ୍ତେ ପୁଅ କଥା ଉଠାଇଲାରୁ -
- ସାହୁଏ କହିଯାଇଛନ୍ତି, ପୁଅ ସମାଜସେବା କରିବ ସତ, ଟିକେ ଅଲଗା ରକମେ । ସେ ଡାକ୍ତର ହୋଇ ଫେରିବ । ରୋଗୀ ଦେଖିବ । ପାଂଚ ଝିଅରେ ପୁଅଟିଏ, ସେ ନିଜ ହିସାବରେ ବଢୁ ।
ଆଇ ହାତ ଯୋଡିଦେଲେ । ଏବେବି ତାଙ୍କ ଘରକୁ ଲୋକେ ସରପଞ୍ଚ ଘର କୁହନ୍ତି ।

ଗାଁ ରୁ ଭାଇଙ୍କ ଫୋନ୍ ଆସିଲା ।
- ବାପୁନି, ହପ୍ତାଏ ଛୁଟି ନେଇ ଘରକୁ ଆ ।
- କ’ଣ କଥା ?
- ତୋ ଭାଉଜ ଏଥର ସରପଞ୍ଚ ଛିଡା ହେଉଛି ।
- ଏସବୁ କ'ଣ ?
- ହଁ ! ଲେଡିଜ୍ ସିଟ୍ । ଜିତିବାର ଚାନ୍ସ ଅଛି । ପାର୍ଟି ସପୋର୍ଟ ଅଛି । ତୁ ଆସିଲେ ପ୍ରଚାରଟା ବୁଝନ୍ତୁ । ମୁଁ ଏକୁଟିଆ ହୋଇଯାଉଛି ।
ହଉ କହି ଫୋନ୍ ରଖିଲି । ଯିବାକୁ ହେବ । ମୋ ଲାଗି ଏତେ କରିଛନ୍ତି । ଛୁଟିନେଲି ।
ଭାଉଜ ହେବେ ସରପଞ୍ଚ । ହଜମ ହେଉନଥିଲା । ଛୁଆଗୁଡା ସ୍କୁଲରେ । ଚାଷବାଷ । ମା' କଥା । ଅଡୁଆ ଲାଗୁଥିଲା ଭାରି ।

ଗାଁରେ ପହଞ୍ଚୁପହଞ୍ଚୁ ସଂଜ । ଛକରେ ମେଞ୍ଚାଏ ବସିଥିଲେ ନିଆଁଜାଳି । କ’ଣ ଗୋଟେ ଚର୍ଚ୍ଚା ଜୋର୍ ଧରିଥିଲା । ଅନ୍ଧାରରେ କାହାକୁ ଚିହ୍ନିହେଲାନି । କଥା କାନରେ ବାଜୁଥିଲା । କିଏ ଗୋଟେ ଭାଉଜଙ୍କ ନାଁ ନେଇ କହୁଥିଲା - 'ଶାଳୀକୁ ...
ତରତରରେ ପାଦ ବଢାଇଲି ମୁଁ । 
ଆଗପରି ଗାଁରାସ୍ତା ଆଉ ନଥିଲା । ପକ୍କାରାସ୍ତା, ଧାଡ଼ିଧାଡି ପକ୍କାଘର, ଡ୍ରେନ୍, ପାଣିପାଇପ୍, ଛକଛକରେ ଆଲୁଅ ଆଦି କେତେ କ’ଣ !
ସ୍କୁଲ୍ ବାରନ୍ଦାରେ ଭୋଜିଭାତ ଚାଲିଥିଲା । ସାମ୍ନାରେ ପଡିଗଲା ମଦନା । ଟଳଟଳ ହୋଇ ହାତ ମିଳାଇ ପଚାରିଲା -
- ଆସିଗଲୁ?
- ହଁ ଭାଇ ! କ’ଣ ଚାଲିଛି ?
- ସରପଞ୍ଚ ଭୋଜି !
- କାହାର ?
- ସନା ରାଉତ ଝିଅର ।
- ଆରେ ସେ ତ ପଢୁଥିଲା ଇଂଜିନିୟରିଂ ଭୂବନେଶ୍ଵରରେ । ଭଲ ପଢୁଥିଲା ପିଲାଟା ।
- ହେଃ ! ଭଲ ନା ଚୋପା । ଗାଁକୁ ଭୋବନେଶ୍ୱର ବନେଇବ ସେ । ହେହେ ...। ଜିତିବରେ ଜିତିବ , 'ସାଲୁନାନୀ' ଜିତିବ ।
ମୁଁ ହସି ମଦନାର ପିଠି ଥାପୁଡେଇ କହିଲି ହଉ ହଉ ।
-  ତୁମେ ଯାଅ । ତୁମର ଅଲଗା ଗୋଠ । ଭାଉଜ ପାଇଁ ଲଢ ।
ମଦନା ଫେରିଗଲା ଭୋଜିକୁ ।

ଘରେ ପହଞ୍ଚିଲି । ଭାଇଭାଉଜ ନଥିଲେ । ପିଲାଏ ବହିଧରି ବସିଥିଲେ । ଗୋଟିଗୋଟି ଆସି ମୁଣ୍ଡିଆ ମାରିଲେ । 
- ପରୀକ୍ଷା କେବେ ?
- ସତରରୁ ।
- ହଉ ମନଦେଇ ପଢ ।
ରାତି ଦଶ ପରେ ଭାଇଭାଉଜ ଫେରିଲେ । ଟିକେ ବାଗେଇ ଯାଇଥିଲେ ଭାଉଜ । ମୋତେଦେଖି ଖୁସିହେଲେ ।
- ଯା'ହେଉ ବାପୁନି ଆସିଗଲେ । ଟିକେ ସହଜ ହେବ ।
- ଏସବୁ ନକଲେ ହେବନି । ରାଜନୀତି । ଭାରି ଅଡୁଆ । ଆମେ ସାଧାସିଧା ଲୋକ । ଥରେ ଏଥିରେ ପଶିଲେ ଆଉ ବାହାରି ହେବନି ।
ମୋ' କଥାଶୁଣି ଭାଇ କହୁଥିଲେ -
- କିଏ ବାରବାର ସରପଞ୍ଚ ହେଉଛି ବାପୁନି ? ଥରୁଟିଏ କାଫି... ।

 


Rate this content
Log in