Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Acharya

Others

4.0  

Arabinda Acharya

Others

ପ୍ରତିଯୋଗିତା

ପ୍ରତିଯୋଗିତା

2 mins
452


ମୋ ମୋବାଇଲ ଟା ବାଜି ଉଠିଲା । ତର ତର ହୋଇ ମୁଁ ମୋବାଇଲ ଧରିଲି । ଗୋଟେ ଅଜଣା ନମ୍ବର । ତଥାପି ଆଗ୍ରହ ବଢ଼ିଲା । କିଏ ଜାଣେ ନୂଆ ସାଙ୍ଗ କେହି ହେଇଥିବ ।

"ହାଲୋ !"

" ******"

"ହାଲୋ , କିଏ କହୁଥଲେ ? "


ପୁରା ସାଇଲେନ୍ସ । ବିରକ୍ତରେ ଫୋନ ବନ୍ଦ କଲି । ମୁଣ୍ଡରେ ପଶିଲା କାଳେ ସାଉଣ୍ଡକୁ ଠିକ ଭାବେ ଦେଖିନି ତ ? ମୋବାଇଲରେ କଲ ରିସିଭର ସେଟିଂ ରେ କିଛି ଗଡ଼ବଡ଼ ହେଇନି ତ ? ଲାଗିପଡ଼ିଲି ସବୁ ସେଟିଂକୁ ଆମୂଳଚୂଳ ଦେଖିବାରେ । ଏମିତି ଏମିତି ଅଧାଘଣ୍ଟା କଟି ଯାଇଛି । କେତେବେଳେ ମାଆ ଆଉ ବାପା ଆସି ମୋ ପଛରେ ଛିଡ଼ା ହୋଇ ସବୁ ଲକ୍ଷ୍ୟ କରୁଛନ୍ତି ମୁଁ ଜାଣିନି ।

ବାପା ପଚାରିଲେ,

"କଣ ହେଲାକିରେ ଫୋନରେ ? "

ମୁଁ ପ୍ରସ୍ତୁତ ନଥିଲି ଏମିତି ହଠାତ ବାପା ଙ୍କ ପ୍ରଶ୍ନ ପାଇଁ ।

ଟିକେ ହଡ଼ବଡେଇ ଗଲି । ମୁଁ କିଛି ଉତ୍ତର ନ ଦେଉଣୁ , ମା ବାପାଙ୍କୁ କହୁଥିଲା ,

"ଏବେ ପରା ହାଲୋ ହାଲୋ କରୁଥିଲା । ଫୋନ ଠିକ ଥିବ ।"

ମୁଁ , ମା ର କଥାରେ ସମ୍ମତି ସୂଚକ ମୁଣ୍ଡ ଟୁଙ୍ଗାରିଲି ।

ବାପା ହସି ଦେଲେ ।

ଏବେ ବାପା ଓ ମା ଦୁହେଁ ନିଜ ନିଜ କାମ ପାଇଁ ଘର ଭିତରକୁ ଚାଲିଗଲେ।

ମୁଁ ଦୀର୍ଘ ନିଃଶ୍ଵାସ ଟିଏ ନେଲି ।

ଭାବିଲି , ବାପା ଏଇ ମୋବାଇଲ ଫୋନଟି ମୋ ପାଇଁ ଆଣି ଦେଇଥିଲେ । ମୁଁ ନିଟ ଏଣ୍ଟ୍ରାନ୍ସ କ୍ଵଲିଫାୟ କରିବା ପରେ ପରେ ।

ବହୁତ ଦାମିକା ଫୋନ । ନିଜେ ବାପା ବି ସେମିତିଆ ଦାମିକା ମୋବାଇଲ ବ୍ୟବହାର କରିବା ମୁଁ ଦେଖି ନଥିଲି । ବାପା କେତେ ଭଲପାଆନ୍ତି ବୋଲି କଳ୍ପନା କରି କରି ନିଜକୁ ପ୍ରସ୍ତୁତ କରୁଥିଲି । ତାଙ୍କ ସବୁ ଆଶା ମୁଁ କେମିତି ପୁରଣ କରେ ।

ସେମିତି ଭାବୁ ଭାବୁ ମୋ ଆଖି ଭଗବାନ ଙ୍କ ଉଦେଶ୍ୟ ରେ କିଛି ସମୟ ପାଇଁ ମୁଦି ହେଇଗଲା ।

ମନେ ମନେ ଭଗବାନଙ୍କୁ ଆତ୍ମବଳ ମାଗୁଥିଲି ।

ଏମିତି ଭାବୁଛି ଏଇ ସମୟରେ ପୁଣି ମୋବାଇଲ ରିଂ ହେଲା ,

" ହାଲୋ , ମୁଁ ଷ୍ଟୋରି ମିରରରୁ କହୁଥିଲି ....

ଆପଣ ପ୍ରତିଯୋଗିତା ପାଇଁ କିଛି ଲେଖା ଦିଅନ୍ତୁ ।"

( ଶେଷରେ ସେଇ ଘଟଣାଟି ମୁଁ ଭାବିଲି ଲେଖି ପଠେଇବି )



Rate this content
Log in