Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmita Dixit

Drama Inspirational

4.3  

Rasmita Dixit

Drama Inspirational

ବାଘୁଣୀ ମାତିଛି

ବାଘୁଣୀ ମାତିଛି

3 mins
464



    ଏଇ କେତେ ଦିନ ହେଲା କଣ ହେଇଛି କେଜାଣି , ଭାରି ଭୟ ଲାଗୁଛି  ......ତଣ୍ଟି ପାଟି ଶୁଖି ଯାଉଛି । ବେଳେବେଳେ ଜୀବନଟା ଅଛି କି ନାହିଁ ଭାବିବାକୁ ପଡୁଛି । ଯେଉଁଦିନୁ ଏଇ ଛୋଟିଆ ଜଙ୍ଗଲରେ ବୁଧନାର ମଲା ଦେହ ଟା ମିଳିଛି । ହେଲେ ତା ପରି ହଟ୍ଟା କଟ୍ଟା ମର୍ଦ୍ ଟା ମଲା କେମିତି ???


     ମୁଣ୍ଡିଆ ଆଡକୁ ଚାହିଁଲା ସମାରୁ । ସୂର୍ଯ୍ୟ ବୁଡିଯିବେ ଆଉ କେଇ କ୍ଷଣ ପରେ । ଆଜି ଅମାବାସ୍ୟା । ଜଙ୍ଗଲରେ ଅନ୍ଧକାର ଆହୁରି ଗାଢ଼ । ଏତିକି ବେଳେ ତା ଆଖି ପଡ଼ିଲା ସାମ୍ନାରୁ ବାଟ ଭାଙ୍ଗି ଚାଲି ଯାଉଥିବା ମରୁଆ ଉପରେ ।

   

   --- ଆରେ ଏ ମରୁଆ!! ,ରହ ତ ଟିକେ ।


   --- କାଇଁ କରି ରହମି ?


   ---- ତୁଇ ସବୁବେଲେ ଛିଟକି ଯାଉଛୁ କାଏନ କରି ? ମୁଇଁ କେତେ କରି ଭଲ ପାଏସି ତତେ ଇ କଥା ତୁଇ ନାଇଁ ଜାନୁ କାଏନ ?


  --- ହେତକି ନେ ରୁକ । ତୋର ସବୁ ନସର ପସର କଥା ମକେ ଜନା । ତୋର ବାଟେ ବାଟେ ଜିମୁଁ ନା ଦେଖମୁଁ ........ 

  

    

   ଜୀବନ ବିକଳରେ ଜାଗା ଛାଡି ପଳେଇ ଗଲା ସମାରୁ ।

ଏଇ ଝିଅଟାକୁ କେତେ ଥର ପଟେଇବାକୁ , ନିଜ ଫାନ୍ଦରେ ପକେଇବାକୁ ଚେଷ୍ଟା କରିଛି ହେଲେ ସବୁଥର ବିଫଳ ।


    ସାରା ବସ୍ତିରେ ଆଖିଦୃଶିଆ ଝିଅଟିଏ ମରୁଆ । ସାଧାରଣ ଆଦିବାସି ଝିଅଙ୍କ ଠାରୁ ସଫା , ଡେଙ୍ଗା ଆଉ ସୁନ୍ଦର ଗଢଣର । ସବୁଠୁ ସୁନ୍ଦର ତାର ବଡ଼ ବଡ଼ ଆଖି ଦୁଇଟି । ଗଛପତ୍ର , ପଶୁପକ୍ଷୀ , ସାଇଭାଇ ସମସ୍ତଙ୍କ ପାଇଁ ସେ ଆଖିରୁ ସ୍ନେହ ,ପ୍ରେମ ଝରୁଥିଲା ବେଳେ ସମାରୁ କୁ ଲାଗେ ତାକୁ ଦେଖିଲା ମାତ୍ରେ ସେ ଆଖି ଦୁଇଟିରେ ଅଗ୍ନି ସଂଯୋଗ ହୁଏ । ସମାରୁର ଦେହ ପୋଡି ଜଳି ଯାଏ ଅଦୃଶ୍ୟ ତାପରେ ।


ଏଇ ଝିଅଟାକୁ କଣ୍ଟ୍ରାକ୍ଟର ବାବୁ କେତେଥର କହଲାଣି ତା ପାଖକୁ ନେଇ ଗଲେ ତାକୁ ଦି ବୋତଲ ମଦ ଆଉ ବକ୍ସିସ ଦେବ ହେଲେ ହଉଛି କୋଉଠୁ ? ଏ ଝିଅଟା କି ଧାତୁରେ ଗଢା କେଜାଣି କଥା କହିଲେ ଖୁର ଚାଲୁଛି ।


    ଧୀରେ ଧୀରେ ଅନ୍ଧାର ପାଖେଇ ଆସିଲା ।ସମାରୁ ଚଞ୍ଚଳ ଚଞ୍ଚଳ ଘରମୁହାଁ ହେଲା । ଏଇ କେଇଦିନ ତଳେ ବୁଧନାର ଶବ ଜଙ୍ଗଲରେ ମିଳିଛି । ସମସ୍ତେ କହୁଛନ୍ତି ଜଙ୍ଗଲରେ ବାଘ ମାତିଛି । ତେଣୁ ରାତିରେ କେହି ବାହାରେ ରହୁ ନାହାନ୍ତି । ଆପେ ବଂଚିଲେ ବାପର ନାଁ ଭାବି ସମାରୁ ଧାଇଁଲା ।


    ଦକବଙ୍ଗଳା ପାଖ ରାସ୍ତା କଡରେ ଜଙ୍ଗଲ ଟିକେ ପତଳା । ଗତି ଟିକେ କମାଇଲା ସମାରୁ । ହଠାତ କିଛି ଶବ୍ଦ କାନରେ ପଡିଲା । ଅସ୍ପଷ୍ଟ ଗଁ ଗଁ ଶବ୍ଦ  । ଏତେବେଳେ ଏଠି କିଏ ?? କାନେଇଲା । ବଙ୍ଗଳା ଭିତରୁ ଆସୁଛି ଏ ଶବ୍ଦ । ଉତ୍ସୁକତା ହେତୁ ଆସ୍ତେ ଆସ୍ତେ ଭିତରକୁ ପାଦ ପକାଇଲା । ଶବ୍ଦ କ୍ରମଶଃ ଅଧିକ ହେଉଥାଏ । ଭିତରକୁ ଯାଉ ଯାଉ ଅଟକି ଗଲା ସମାରୁ ଭିତର ଦୃଶ୍ୟ ଦେଖି । ବୈଠକଖାନାର ମଝିରେ ହାତ ଗୋଡ଼ ବନ୍ଧା ଅର୍ଦ୍ଧ ନଗ୍ନ ଝିଅଟିଏ ତଳେ ପଡିଛି , ପାଟିରେ ଠୁସା ହେଇଛି କପଡା । ମଦ ନିଶାରେ ଚୁର କଣ୍ଟ୍ରାକ୍ଟର ର ଦୁଇ ଭଡାଟିଆ ଗୁଣ୍ଡା ସେମାନଙ୍କର ପୁରୁଷ ପଣିଆ ଜାହିର କରିବାକୁ ଲାଗି ପଡିଛନ୍ତି ନିରୀହା ଝିଅ ଟି ଉପରେ ।

ଆରେ ଇଏତ ସମ୍ବାରି !!! କାଲି ୟାକୁ ସହରରେ କାମ କରେଇ ଦେବ ବୋଲି କଣ୍ଟ୍ରାକ୍ଟର ପାଖରେ ଛାଡି ଯାଇଥିଲା ।


    ସମ୍ବାରି ର ନଜର ତା ଉପରେ ପଡିବା ଆଗରୁ ସମାରୁ ବୁଲିପଡ଼ି ଚାଲିଯିବାକୁ ବାହାରିଲା ହେଲେ,  ଆଖି  ସାମ୍ନାରେ  ମରୁଆକୁ ଦେଖି ଭୁତ ଦେଖିଲା ପରି ଚମକି ପଡିଲା । ପାଦ ଦୁଇଟି ଯେପରି ଚଲତଶକ୍ତି ହୀନ ହୋଇ ପଡିଲେ । " ତୋର କଥା ବୁଝୁଛେ ପରେ '" କହି ହିଂସ୍ର ବାଘୁଣୀ ପରି ଭିତରକୁ ଧାଇଁ ଗଲା ମରୁଆ । ଆଖି ପିଛୁଳାକେ ଧରିଥିବା ଠେଙ୍ଗାରେ ପ୍ରହାର କରିଚାଳିଲା ଗୁଣ୍ଡା ଦୁଇ ଜଣଙ୍କୁ । ଅତର୍କିତ ଆକ୍ରମଣ ପାଇଁ ପ୍ରସ୍ତୁତ ନଥିଲେ ସେ ଦୁଇଜଣ । ଅସ୍ତବ୍ୟସ୍ତ ହୋଇ ପଡିଲେ ଦୁହେଁ ।


      ଏଇ ସୁଯୋଗରେ ସମ୍ବାରିକୁ ମୁକୁଳାଇ ନେଲା ମରୁଆ । ହେଲେ ସମ୍ବାରି ବନ୍ଧନମୁକ୍ତ ହେଉହେଉ ମରୁଆ କୁ ଅକ୍ତିଆର କରି ନେଲେ ଦୁହେଁ । ତଳେ ପକାଇ ହାତ ଗୋଡ଼କୁ ମାଡି ବସିଲେ । କିଛି ସମୟ ପ୍ରତିରୋଧ କରୁ କରୁ ମରୁଆର ବଳ ଦୁଇ ଅସୁରଙ୍କ ପାଖରେ କମ ପଡିଲା କି ସେ ଜାଣିଶୁଣି ନିସ୍ତେଜ ହେବାର ଅଭିନୟ କଲା ତାହା ତାକୁ ହିଁ ଜଣା ।


   ସାମାନ୍ୟ ପ୍ରସ୍ତୁତି ନେଇ ହଠାତ ମରୁଆ ସବୁ ବଲ ସଞ୍ଚୟ କରି ପଦାଘାତ କଲା ସାମ୍ନା ଜଣକୁ । ଛିଟକି ପଡିଲା ଗୁଣ୍ଡା ଜଣକ ଖଣ୍ଡେ ଦୂରରେ ।ହାତ ଧରିଥିବା ଜଣକୁ ଆଣ୍ଠୁରେ ଆଘାତ କରି ତଳେ ପକାଇ ଦେଲା ଓ ଲମ୍ଫ ଦେଇ ବସି ପଡ଼ିଲା ତା ଉପରେ । କ୍ଷିପ୍ର ଗତିରେ କଟି ଦେଶରେ ଥିବା କ୍ଷୁଦ୍ର ଛୁରୀକା ବାହାର କରି ସମସ୍ତ ଶକ୍ତି ଖଟାଇ ଆଘାତ କଲା ତାର ପୁରୁଷାଙ୍ଗ ରେ । ଯନ୍ତ୍ରଣା ରେ ଚିତ୍କାର କରି ଉଠିଲା ସେ ଜଣକ । ସଙ୍ଗୀର ଏ ଅବସ୍ଥା ଦେଖି ଆର ଜଣକ  ପଳାୟନ କଲାବେଳକୁ ଗୋଡ଼କୁ ମାଡି ବସିଲା ସମ୍ବାରି । ଏଥର ମରୁଆର ଦ୍ୱିତୀୟ ଶିକାର ସେ । 


    ଭୟଭୀତ ହୋଇ ପଡ଼ିଥିଲା ସମାରୁ ମରୁଆର ଉଗ୍ର ରୂପ ଦେଖି । ତେବେ ବୁଧନାର ଚରମ ପରିଣତି ମରୁଆ କୃତ ............। ରହସ୍ୟଜନକ ଭାବେ ପୁରୁଷାଙ୍ଗ ନଥିଲା ଶବରେ । ସମାରୁ ନିଷ୍କ୍ରିୟ ହୋଇ ପଡୁଥଲ ମରୁଆ ଜ୍ୱଳନ୍ତ ଆଖିର ଶିଖାରେ ।ତାକୁ ଲାଗିଲା ପୀଡିତା ସବୁ ଝିଅଙ୍କ ର ଅପମାନ , ଯାତନା ,ଘୃଣା ସବୁକିଛି ଉକୁଟି ଉଠୁଛି ସେଇ ଯୋଡିଏ ଚକ୍ଷୁରେ । ସାରା ବସ୍ତିର ଝିଅ ଯେମିତି ପ୍ରତିବାଦ , ବିଦ୍ରୋହ କରୁଛନ୍ତି ମରୁଆ ମାଧ୍ୟମରେ । ନିଜକୁ ସୁରକ୍ଷିତ ରଖିବାର ସାହସ ଓ କୌଶଳ ଶିଖିଯାଇଛନ୍ତି । ଉପହାସ କରୁଛନ୍ତି ସମଗ୍ର ପୁରୁଷ ଜାତିକୁ । 


     ଘୃଣା ରେ ଦୁଇ ଗୁଣ୍ଡାଙ୍କ ଉପରେ ଲଣ୍ଡାଏ ଛେପ ପକାଇଲା ମରୁଆ ।ସମ୍ବାରୀକୁ ନେଇ ଯାଉ ଯାଉ ଅଟକି ଗଲା ସମାରୁ ପାଖରେ । କହିଲା ," କହିଦେମୁ ତୋର କାନ୍ତରାଟି ବାବୁକେ । ଇ ଜଙ୍ଗଲ ନେ ବା-ଘୁ-ନି ମାତିଛେ । ହୁସିଆର ଥିମ " । 


  କମରରେ ଛୁରୀଟିକୁ ଖୋସିଲା ବେଳେ ଅମାବାସ୍ୟା ର ଘନ ଅନ୍ଧକାର ଭେଦ କରି ଏକ ଉଜ୍ଜ୍ୱଳ ଆଲୋକ ରଖ ଝଟକି ଉଠିଲା ।



Rate this content
Log in

Similar oriya story from Drama