Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parameswar Ojha

Others

2  

Parameswar Ojha

Others

ଖୁସି

ଖୁସି

2 mins
596


ଖୁସିକୁ ମୁଁ ବହୁତ୍ ପାଖରୁ ଦେଖିଲି ସେଦିନ। ଟ୍ରେନରେ ଗଲାବେଳେ । ତା ବୋଉ ଆଣିଛି ସେଓ କିଛି ମିକ୍ଚର୍ କେତୋଟି କମଳା ଲେମ୍ବୁ ଛୋଟ ପୁଅ ଝିଅ ଦୁହେଁ ଆଣିଛନ୍ତି କିଛି ଖୁଚୁରା ପଇସା, ଗୋଟେ ପୁରା ଆଉ ଗୋଟେ ଅଧା କୁର୍କୁରେ ପକେଟ୍ । ବାପା ଯାଇଛନ୍ତି ଟ୍ରେନର ସେ ମୁଣ୍ଡକୁ ଏ ପର୍ଯ୍ୟନ୍ତ ଚଣା ଭଜା ବେପାର ସାରି ଆସିନାହାନ୍ତି ।

ପୁଅ କୂର୍କୁରେରୁ ଦୁଇଟା ବାହାର କରି ବୋଉ ପାଟିରେ ପୁରେଇ ଦେଉଛି । ଛୋଟ ଭଉଣୀ ବି ଭାଇକୁ ଖୁଆଇ ଦେଉଛି । ଶେଷରେ ବୋଉ ସେଓକୁ ପାଟିରେ ତିନି ଭାଗ କରି ଦେଉଛି । ପୁଅ ପାଟିକୁ ଖଣ୍ଡେ ଝିଅ ପାଟିକୁ ଖଣ୍ଡେ ବଢେଇ ଦେଇ ନିଜ ପାଇଁ ଛୋଟ ଖଣ୍ଡକ ରଖିଦେଉଛି । 


ସେଓ ଖାଇବା ଭିତରେ କେତେ ଖୁସି ଗପ ଥଟ୍ଟା ମଜା ଗେଲ ତାମସା । ତା ପରେ ସୁଖ ନିଦ୍ରା ଟ୍ରେନର ଫାଟକ ନିକଟରେ । ପୁଅ ଝିଅ ଦୁହିଁଙ୍କୁ ପଣତରେ ଘୋଡେଇ ଦେଇ ହାତ ଥାପି ଦେଉଥାଏ ବୋଉ । ବାପା କିଛି ଘଣ୍ଟା ପରେ ବେପାର ସାରି ଆସନ୍ତି ଆଉ ସ୍ତ୍ରୀ ପାଖରେ ବସି ଦିନ ଯାକର ଅନୁଭୂତି କୁ ଖୋଲି ଦିଅନ୍ତି । ନାହିଁ ସେମାନଙ୍କ ପାଖେ ପଖାଳ କଂସା ଶାଗଭଜା କି ରୁଟି ଚିକେନ, ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଚାଳିଆ ଟିଏ ତଥାପି ସେମାନେ ଖୁସି । କାହିଁକି ନା ତାଙ୍କ ପେଟ ନ ପୂରିଲେ ନାହିଁ କିନ୍ତୁ ଅପୋଷା ରହିନି । ଆଶ୍ରୟଟିଏ ଅଛି ଯାହାର ନାଁ ରେଳ ଷ୍ଟେସନ ।

କିଛି ମିଳିଯିବାର ଭରସାଟିଏ ଅଛି ରେଳ ବଗି ଭିତରୁ ଲୋକ ମାନଙ୍କ ହାତ ଟେକାରୁ କିଛି , କିଛି ଖୁଚୁରା ପଇସା କିଛି ବଳକା ଖାଦ୍ୟ ନହେଲେ କେତେବେଳେ ଗୋଟା ସେଓ ନହେଲେ କିଛି ମିକ୍ସସର୍ । ଆଉ ସେଥିରେ ଲୁଚି ରହିଛି ସେମାନଙ୍କ ଖୁସି ।


କାସ୍ .... ମୁଁ ବି ଏମିତି ଖୁସି କୁ ଅନୁଭବ କରିପାରିଥାନ୍ତି କି ।

ମୋ ପାଖରେ ସେଞ୍ଚୁରିର ପାଞ୍ଚ ଇଞ୍ଚିଆ ମୋଟା ଗଦି ବିଳାସମୟ ବଙ୍ଗଳା ସୁନ୍ଦରୀ ସ୍ତ୍ରୀ ଦୁଇ ବର୍ଷର ପୁଅ, ଲଞ୍ଚ ରେ ଭାତ ସହିତ ଆଠ ପ୍ରକାର ଖାନା, ଡିନରରେ ରୁଟି ସହିତ ମଟନ ନହେଲେ ଚିକେନ ବିରୀୟାନୀ । ତା ସହିତ ରାତିରେ ସୁନ୍ଦରୀ ସ୍ତ୍ରୀର କୋମଳ ଆଉ ମଧୁର ସ୍ପର୍ଶ । ସେଥିରେ ପୁଣି ସରକାରୀ ଚାକିରୀଟେ, ଏଠୁ ସେଠିକ ଚାଲିଗଲେ ସମ୍ମାନ ଅନୁନୟ ବିନୟ ଭାବର ପରିପ୍ରକାଶ । ତେବେ କାହିଁକି ଏ ଖୁସି ମୋ ପାଖରେ ନାହିଁ ? ଓଃ ଭାବରେ ମିଳୁଥିବା ଖୁସି ଠାରୁ ଅଭାବରେ ମିଳୁଥିବା ଖୁସିର ମୂଲ୍ୟ ବୋଧେ ବହୁତ୍ ଅଧିକ ।


Rate this content
Log in