Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gourav Mohanty

Romance

4.0  

Gourav Mohanty

Romance

କାଳିଝିଅ ଓ ଫେରିବାଲା

କାଳିଝିଅ ଓ ଫେରିବାଲା

2 mins
429


କାଳିଝିଅ ଓ ଫେରିବାଲା

---------------------

ଗୋଟିଏ ଦୁର୍ଘଟଣା ଘଟିଗଲା।

ଫେରିବାଲାର ସାଇକେଲକୁ ଧକ୍କା ଦେଲା କାଳିଝିଅର ସ୍କୁଟି।

ରକ୍ତ ଝରୁଥିଲା - କାଳିଝିଅର ପାଦରୁ,ଫେରିବାଲାର ମୁଣ୍ଡରୁ।

ଫେରିବାଲା ଉଠି ବସିଲା।ଜିନିଷ ସଜାଡିଲା।

କାଳିଝିଅ ଧାଇଁ ଯାଇ ଫେରିବାଲାର ମୁଣ୍ଡରୁ ନିଜ ରୁମାଲରେ ରକ୍ତ ପୋଛିଲା।

- ' ଗାଡ଼ି ଚଲାଇଲା ବେଳେ ଅନ୍ୟମନସ୍କ ହେବା ଠିକ୍ ନୁହେଁ। ' ଫେରିବାଲା କହିଲା।

- ' ନୂଆ ନୂଆ ସ୍କୁଟି ଚଲାଉଛି।କିଛି ମନେ କରିବନି। ' ଦୁଃଖ ପ୍ରକାଶ କଲା କାଳିଝିଅ।

ଜିନିଷପତ୍ର ସଜାଡୁଥିଲା ଫେରିବାଲା।ମନକୁମନ କହୁଥିଲା - ' ଏ ଝିଅଟା ସଜ ହୁଏନି ବୋଧେ। ଇସ୍ ,କି ଅସୁନ୍ଦର ଦିଶୁଛି ! '

- ' ମୋର ଡେରି ହେଲାଣି।ମୁଁ ଆସୁଛି। ' କହିଲା କାଳିଝିଅ।ସ୍କୁଟି ଷ୍ଟାର୍ଟ କରି ଚାଲିଗଲା।

ଫେରିବାଲା ତା' ସାଇକେଲ ଧରି ଆଗକୁ ଚାଲିଲା।

ସେଦିନ କଲେଜରୁ ଫେରି ଘରେ ଫେରିବାଲା କଥା ଭାବିବାକୁ ଲାଗିଲା କାଳିଝିଅ। - ' କେତେ ଭଲ ସେଇ ଫେରିବାଲା ! '

ମନକୁମନ କହୁଥିଲା ସେ।ଫେରିବାଲା ପାଇଁ ବଢୁଥିଲା ତା'ର ସହୃଦୟତା।

ଫେରିବାଲାକୁ ଭୁଲି ପାରୁନଥିଲା କାଳିଝିଅ।

ପ୍ରାୟ ସପ୍ତାହକ ପରେ ଦିନେ ସେ ନିଜ ଘରର ଗେଟ୍ ସାମ୍ନାରେ ଶୁଣି ପାରିଲା ଫେରିବାଲାର ସ୍ବର।

- ' ସାମ୍ପୋ,ସାବୁନ୍,ସ୍ନୋ,ପାଉଡର୍,ବିନ୍ଦି,ଅଳତା ରଖିବ ! '

ଡାକୁଥିଲା ଫେରିବାଲା।

ତା' ପାଖକୁ ଆସିଲା କାଳିଝିଅ।ସେଦିନ ତା' ଠାରୁ ବେଶ୍ କିଛି ସଜ ହେବା ଜିନିଷ ରଖିଲା।

ପ୍ରଥମ କରି ସଜ ହେବା ଜିନିଷ ରଖୁଥିଲା କାଳିଝିଅ।

- ' ଯେତେ ସଜ ହେବାକୁ କହିଲେ ହୁଏନି।ଆଜି ତା'ର କ'ଣ ମନ ହେଇଛି କେଜାଣି ! ' ପାଖରେ ଠିଆ ହୋଇଥିବା ତା'ର ମାଆ କହିଲେ।ମୁର୍କି ହସିଲେ।

- ' କେତେ ଟଙ୍କା ଦେବି ? ' ପଚାରିଲା କାଳିଝିଅ।

- ' ପରେ ନେବି।' କହିଲା ଫେରିବାଲା। ଫେରିଗଲା।

ସାମ୍ପୋ, ସାବୁନ୍, ସ୍ନୋ, ପାଉଡର୍, ବିନ୍ଦି - ଏ ସବୁରେ ଏବେ କାଳିଝିଅ ଦିଶୁଥିଲା ଗୋରୀ, ସୁନ୍ଦରୀ।ଆଇନାରେ ନିଜର ମୁହଁ ଦେଖି ଭାରି ଖୁସି ହେଉଥିଲା।ଫେରିବାଲାକୁ ଦେଖାଇବାକୁ ଚାହୁଁଥିଲା ନିଜକୁ।ଜିନିଷର

ଦାମ୍ ବି ଦେବାକୁ ଚାହୁଁଥିଲା।

ଫେରିବାଲାର ଦେଖା ନ ଥିଲା।

ବ୍ୟସ୍ତ ହେଉଥିଲା କାଳିଝିଅ।

ଦିନେ ପୁଣି ଆସିଲା ଫେରିବାଲା।ତାକୁ ଦେଖି ଖୁସି ହେଲା କାଳିଝିଅ।ପଚାରିଲା - ' ଏତେ ଦିନ ହେଲା ଆସୁନଥିଲ ? ମୋ କଥା କିଛି ମନେ ପକେଇ ପାରୁ ନଥିଲ କ'ଣ ? '

ଅଳ୍ପ ହସିଲା ଫେରିବାଲା।ପୁଣି ଜିନିଷ ରଖିଲା ବେଳେ ଧୀରେ କହିଲା - ' ଏବେ ତୁମକୁ ସୁନ୍ଦରୀ କହିପାରିବି କି ? '

- ' ଯଦି ସେମିତି ଲାଗୁଥିବି କହିପାରିବ।ହେଲେ ଆଉ କିଛି କହିପାରିବନି କ'ଣ ? ' କହିଲା କାଳିଝିଅ।ପରେ ହସିଲା।

ଟିକେ ମୁର୍କି ହସିଦେଇ ଲାଜେଇଗଲା ଫେରିବାଲା।

ଇଏ ଯେମିତି ଥିଲା ଗୋଟେ ଭଲପାଇବା ଜନ୍ମ ନେବାର ସ୍ପଷ୍ଟ ସୂଚନା।

ହେଲେ କିଏ କାହାକୁ ଭଲ ଲାଗୁଥିଲା ! ! !


Rate this content
Log in

Similar oriya story from Romance