Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Romance

3.6  

T.Durga Prasad Rao

Romance

ଆତ୍ମଗ୍ଳାନି

ଆତ୍ମଗ୍ଳାନି

4 mins
5.4K



ଷ୍ଟେସନ୍ ପ୍ଳାଟ୍.ଫର୍ମ୍.ର ସିମେଣ୍ଟ ବେଞ୍ଚଟାରେ ଟିକିଏ ଆଉଜି ପଡ଼ି ଆଖି ବୁଜିବାକୁ ଚେଷ୍ଟା କରୁଥିଲି। ଟ୍ରେନ୍ ଆସିବାକୁ ବିଳମ୍ବ ଅଛି। ସେମିତି ଆଖିବୁଜି ହାତରେ ଅଣ୍ଡାଳି ବ୍ୟାଗକୁ କୋଳ ଉପରକୁ ଜାକି ଆଣିଲି। ମୁଁ ଠିକ୍ ଜାଣେ ଏଇ ଷ୍ଟେସନ୍.ଟା ଚୋର ମାନଙ୍କର ଆଡ୍ଡା। ଅନେଇ ରହିଥିବେ, ଚୋର ଆପଣଙ୍କ ଗଣ୍ଠିଳି ନେଇ ଛୁ ମାରିଦେବ। ପକେଟ୍ କାଟି ପର୍ସ୍ ନେଇଯିବ। ଆପଣ ଧରି ପାରିବେ ନାହିଁ। ହାତକୁ ହାତ ବଢ଼େଇ ଚୋର ଦଳ ଅତି ଶୀଘ୍ର ଆପଣଙ୍କ ଆଖି ଉହାଡ଼ରୁ ଖସିଯିବେ, ଆପଣ ଚାହିଁ ରହିଥିବେ ଭୋକୁଆ ପରି।

ହଠାତ୍ କିଏ ଜଣେ ବ୍ୟାଗ୍ ଟାଣିଲା ପରି ମନେ ହେଲା। ମୁଁ ସ୍ୱପ୍ନାୟିତ ହେଲା ପରି ଆଖି ଖୋଲିବା ପୂର୍ବରୁ ଚୋର ଚୋର ବୋଲି ପାଟି କଲି। ତାପରେ ଆଖି ଖୋଲି ଦେଖିଲି ସାମ୍ନାରେ ଠିଆ ହୋଇଛି ଜଣେ ଅପରୂପା ତରୁଣୀ। ଓଠରେ ସ୍ମିତ ହସ ଆଉ ତା ସହ ଆଖିରେ ପୂର୍ଣ୍ଣ ଆତ୍ମଭରସା। ମୁଁ ମୋର ଚାହାଣୀ ତାର ମୁଖରୁ ଧିରେ ଧିରେ ତାର ଉଦ୍ୟତ ହାତ ଦେଇ ଅଙ୍ଗୁଳିରେ ପହଞ୍ଚିଲି। ଚମ୍ପାକଳି ସଦୃଶ ତରୁଣୀର ଅଙ୍ଗୁଳି ବ୍ୟାଗ୍ ଆଡ଼େ ନିର୍ଦ୍ଦେଶ କରୁଥିଲା। ମୁଁ ବ୍ୟାଗ୍ ଆଡ଼କୁ ଚାହିଁ ଦେଖିଲି ସେଇଟା ମୋ ବ୍ୟାଗ୍ ନୁହଁ। ବୋଧହୁଏ ସେଇ ତରୁଣୀର। ମୁଁ ହଠାତ୍ ବ୍ୟାଗ୍ ଛାଡ଼ିଦେଇ ନିଜ ବ୍ୟାଗ୍ ଖୋଜିବା ଆରମ୍ଭ କଲି। ଭାଗ୍ୟ ଭଲ ମୋ ବ୍ୟାଗ୍ ମୋ ଡାହାଣ ପଟରେ ଅଛି। ମୁଁ ତରୁଣୀକୁ ସରି କହି ମୋ ମୁର୍ଖାମୀ ଆଉ ଅଭଦ୍ରାମୀରେ ଲଜ୍ଜିତ ହେଲି। ତରୁଣୀ ତାର ବ୍ୟାଗ୍ ଉଠାଇ ନେଇ ନୋ ମେନ୍.ସନ୍ କହି ମୋ ପାର୍ଶ୍ୱରେ ଥିବା ଖାଲି ଜାଗାରେ ବସି ପଡ଼ିଲା। ମୋର ଚୋର ଚୋର ବୋଲି ଚିତ୍କାରରେ ମୋ ଆଡ଼କୁ ଚାହିଁ ରହିଥିବା କିଛି ଲୋକ ଏକ ଲଘୁ ହସ ହସି ଯିଏ ଯାହା କାମରେ ପୁଣି ବ୍ୟସ୍ତ ହୋଇଗଲେ। ମୁଁ ବି ତନ୍ମୟ ହୋଇଗଲି ତରୁଣୀର ପୋଷାକରୁ ଆସୁଥିବା ପର୍ଫ୍ଯୁମ୍ ବାସ୍ନାରେ। ଆଃ କି ମଧୁର ସେ ବାସ୍ନା! ମୁଁ ଯେମିତି ସେ ବାସ୍ନାରେ ମୋ ନିଜତ୍ୱରୁ ବାହାରି ଲୀନ ହେଇ ଯାଉଥାଏ କେଉଁ ଏକ ସ୍ୱପ୍ନ ରାଇଜରେ। ତାର ଚୁନି ବେଳେ ବେଳେ ଉଡ଼ି ଆସି ମୋ ମୁହଁକୁ ବାଜୁଥାଏ। ମୁଁ ଆଖି ବୁଜି ଦେଇ ତରୁଣୀର ଚୁନିର ସ୍ପର୍ଶରେ ତରୁଣୀର ସ୍ପର୍ଶକୁ ଅନୁଭବ କରିବାର ମଜା ନେଉଥାଏ। ହଠାତ୍ ଟ୍ରେନ୍.ର ହୁଇସିଲ୍ ଶବ୍ଦରେ ଆଖି ଖୋଲେ ତ ତରୁଣୀ ଅନ୍ତର୍ଦ୍ଧାନ। ମୁଁ ଉଠି ଠିଆ ହେଲି। ଟ୍ରେନ୍.ଟି ମୋ ଗନ୍ତବ୍ୟ ସ୍ଥଳକୁ ଉଦ୍ଦିଷ୍ଟ ଥିଲା।

ଏଣିକି ମନ ମୋର ପ୍ରତି ଦିନ ଷ୍ଟେସନ୍ ପ୍ଳାଟ୍.ଫାର୍ମ୍.ରେ ସେଇ ତରୁଣୀକୁ ଖୋଜି ହେଲା। ଅବଶ୍ୟ ବେଳେ ବେଳେ ଦେଖା ବି ହେଉଥିଲା। ହେଲେ ସେଦିନ ପରି ଅତି ନିକଟରୁ ନ ହୋଇ ଦୂରରୁ ଦୂରରୁ। ମୁଁ ତାକୁ ଦେଖୁଥିଲି ଲୁଚି ଲୁଚି ତା ଆଖିର ଆଢ଼ୁଆଳରେ। ଖାଲି ସେତିକି ନୁହେଁ, ମୋ ଆଖି ତାରି ସ୍ୱପ୍ନରେ ପ୍ରତି ରାତି ହେଲା ଜ୍ୟୋତ୍ସ୍ନାୟିତ। ତାକୁ ନିକଟରେ ପାଇବାର ଅଭିଳାସ ଯେମିତି ମୋର ସ୍ୱପ୍ନ ମାଧ୍ୟମରେ ପୂର୍ଣ୍ଣ ହୋଇ ଯାଉଥିଲା। ସ୍ୱପ୍ନରେ ହିଁ ମୁଁ ତାକୁ କୋଳାଗ୍ରତ କରୁଥିଲି। ତାର କପାଳ, କପୋଳ ଓ ଓଷ୍ଠରେ ନିବିଡ଼ ଭାବରେ ଚୁମ୍ବନ ଆଙ୍କି ଦେଉଥିଲି। ତେବେ ସ୍ୱପ୍ନ ଭଙ୍ଗ ପରେ ମୋତେ ଲାଗୁଥିଲା ମୁଁ କିଛି ଦୋଷାବହ କାର୍ଯ୍ୟ କରୁନାହିଁ ତ? ତରୁଣୀର ଅଜାଣତରେ ମୋ ସ୍ୱପ୍ନରେ ମୁଁ ତାର ସବୁ ଅଙ୍ଗ ସ୍ପର୍ଶ କରୁଛି, ଇଏତ ନିହାତି ଦୋଷାବହ କାର୍ଯ୍ୟ। ଧିରେ ଧିରେ ମୁଁ ଗ୍ଳାନି ଅନୁଭବ କଲି।

ହଠାତ୍ ଦିନେ ତା ସହ ଦେଖା ହେଲା ଟ୍ରେନ୍.ରେ। ସାମ୍ନା ସାମ୍ନି ସିଟ୍.ରେ। ଧିରେ ଧିରେ ଆମ ପାଖାପାଖି ସିଟ୍.ରେ ବସିଥିବା ଯାତ୍ରୀ ଆଖପାଖ ଷ୍ଟେସନରେ ଓହ୍ଲାଇପଡ଼ିଲେ। ମୁଁ ଭାବିଲି ଭଗବାନ ମୋତେ ହୁଏତ ସୁଯୋଗଟିଏ ଦେଇଛନ୍ତି ମୋର ସବୁ ଗ୍ଳାନିକୁ ପୋଛିଦେବା ପାଇଁ। ମୁଁ ତା ସହ କଥା ହେବା ପାଇଁ ଚେଷ୍ଟା କଲି। ପଚାରିଲି, ତୁମ ନାଁ ଜାଣି ପାରେକି? କହିଲା, ତୁମ ନାମର ପ୍ରଥମ ଓ ତୃତୀୟ ଅକ୍ଷରର ସମଷ୍ଟି। ମୁଁ ଚମକି ପଡ଼ିଲି। ମୋ ନାଁ ହେଲା, ନୀଳସିନ୍ଧୁ ନାୟକ, ଡାକ ନାଁ ନୀଲୁ। ତାହେଲେ ତରୁଣୀର ନାଁ ଟା କଣ ନୀସି? ନା ନିଶି ହେଇଥିବ। ତୁମେ ମୋ ନାଁ ଜାଣିଲ କେମିତି? ସେ ମୋ ବ୍ୟାଗ୍ ଆଡ଼କୁ ଅଙ୍ଗୁଳି ଦେଖାଇ କହିଲା, ତୁମ ଠିକଣା କାଗଜରେ ଏତେ ବଡ଼ ବଡ଼ ଅକ୍ଷରରେ ଲେଖା ହେଇଛି ଯେ! ମୁଁ ମୋ ବ୍ୟାଗ୍.କୁ ଅନେଇଲି। ଆରେ ସତେ ତ! ତରୁଣୀ କହିଲା, ମୋର ପୁରା ନାମ ନିଶିପଦ୍ମା ପରିଚ୍ଛା। ମୁଁ କହିଲି, ମୁଁ ସବୁବେଳେ ତୁମକୁ ଷ୍ଟେସନରେ, ଟ୍ରେନ୍.ରେ ଦେଖେ। ଆଜି ପ୍ରଥମ କରି ଟ୍ରେନ୍.ରେ ଗୋଟିଏ ବଗିରେ ଦେଖା। ନିଶି ହସିଲା। ମୁଁ କହିଲି ତୁମକୁ ଖରାପ ଲାଗୁନି। ଅବଶ୍ୟ ମୁଁ ଦେଖେ ତୁମ ଅଜାଣତରେ। ନିଶି ସତେ ଯେମିତି ଟିକିଏ ଲାଜେଇଗଲା। ଝରକା ଦେଇ ଚାହିଁଲା ଦୂରକୁ। ମୁଁ ଟିକିଏ ହାତ ଯୋଡ଼ି ଦେଇ ଅନୁତପ୍ତ ଗଳାରେ କହିଲି, ଅନେକ ଥର ମୁଁ ଚେଷ୍ଟା କରିଛି, ତୁମକୁ ଥରେ କ୍ଷମା ମାଗି ନେଇ ମୁଁ ମୋର ଆତ୍ମଗ୍ଳାନିରୁ ରକ୍ଷା ପାଇଯିବି। କିନ୍ତୁ ତୁମ ସହ କଥା ହେବାର ସୁଯୋଗ ଆସିନଥିଲା ଏଯାବତ୍। ନିଶି ବିସ୍ମଯରେ ମୋ ଆଡ଼େ ଚାହିଁଲା। କହିଲା, ଆତ୍ମଗ୍ଳାନି! ହଁ ଆତ୍ମଗ୍ଳାନି, ମୋତେ ତୁମେ କ୍ଷମା କରିଦିଅ, ତୁମ ଅଜାଣତରେ ମୋ ସ୍ୱପ୍ନରେ ତୁମେ ବାରମ୍ବାର ଆସିଛ। ଆଉ ତୁମ ବିନା ଅନୁମତିରେ ମୁଁ ତୁମକୁ... ମୁଁ କହିପାରୁନି, ତୁମେ ବୁଝି ପାରୁଥିବ ମୁଁ କଣ କହିବାକୁ ଚାହେଁ। ଆଉ ମୁଁ ଠିକ୍ ଜାଣେ ମୋ ଅବଚେତନରେ ତୁମେ ନ ଥିଲେ ମୋ ସ୍ୱପ୍ନରେ ଆସିଲ କେମିତି? ତୁମକୁ ନେଇ ମୁଁ ଯାହାବି ଭାବୁଛି, ସେ ସବୁ ସ୍ୱପ୍ନ ହୋଇ ମୋତେ ଅତିଷ୍ଠ କରୁଛି। ନିଶି ଆଖିରେ ଦୁଷ୍ଟାମି ଭରି କହିଲା, ତୁମେ କେମିତି ଜାଣିଲ ମୋର ସେଥିରେ ଅନୁମତି ନାହିଁ ବୋଲି। ମୁଁ ଗତାନୁଗତିକ କହି ଚାଲିଲି, କାରଣ ମୋ ସ୍ୱପ୍ନରେ ତୁମ ଆଡ଼ୁ କିଛି ତତ୍ପରତା ନାହିଁ... ... କହି ଦେଇ ମୁଁ ହଠାତ୍ ଅନୁଭବ କଲି ନିଶି ମୋତେ କିଛି କହିବାକୁ ଚାହୁଁଛି କି?

ନିଶି ଉଠି ଠିଆ ହେଲା। ଟ୍ରେନ୍ ବୋଧେ ତା ଷ୍ଟେସନରେ ପହଞ୍ଚି ସାରିଥିଲା। ପ୍ଳାଟ୍.ଫର୍ମ୍.ରେ ଓହ୍ଲାଇ ନିଶି ଝରକା ପାଖକୁ ଲାଗି ଆସିଲା। ଧୀରେ ମୋ କାନ ପାଖରେ କହିଲା, ମୁଁ କିନ୍ତୁ କେବେ ଠାରୁ ମୋ ସ୍ୱପ୍ନରେ ତୁମକୁ ଅନୁମତି ଦେଇସାରିଛି। ଟ୍ରେନ୍ ଝଟକା ମାରି ଆଗକୁ ଟାଣିଲା। ସେଇ ଝଟକାରେ ମୁଁ ହଠାତ୍ ଆଉଜି ପଡ଼ିଲି ସିଟ୍.କୁ। ନିଶିର ଖିଲ୍ ଖିଲ୍ ହସ ତରଙ୍ଗାୟିତ ହୋଇ ମୋ କର୍ଣ୍ଣ ପଟ୍ଟରେ ବାଜୁଥିଲା।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Log in

Similar oriya story from Romance