Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract Others

2.5  

Rasmi Rekha Tripathy

Inspirational Abstract Others

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

2 mins
13.7K



       ବାର୍ଦ୍ଧକ୍ୟ ଗୋଟିଏ ବୋଝ !

କେବଳ ନିଜ ପାଇଁ ନୁହେଁ, ସମସ୍ତଙ୍କ ପାଇଁ l କାହା ଉପରେ ବୋଝ ହେବାଟା ବାସ୍ତବିକ ଯନ୍ତ୍ରଣାଦାୟକ l କ’ଣ ପାଇଁ ଆସେ ଏହି ବାର୍ଦ୍ଧକ୍ୟ? କାହିଁକି ଭଗବାନ ନେଇ ଯାଆନ୍ତି ନାହିଁ ଏହିପରି କଷ୍ଟ ପାଇବା ଆଗରୁ ? ଏମିତି କେତେ ଅଭିମାନିଆ କଥାର ସୁଅ ଛୁଟୁଥିଲା ଦେବଜ୍ୟୋତି ଦିଦିଙ୍କ ମୁହଁରୁ l ଅମାନିଆଁ ଲୁହ ସବୁ ଗଡି ଆସୁଥିଲା ଦୁଇ ଆଖିରୁ l

       ବୋଉ ନନାଙ୍କୁ ନେଇ ଯାଇଥିଲା ଟ୍ରେଜେରୀକୁ l ଜୀବନ ପ୍ରମାଣ ପତ୍ର ଦେବା ପାଇଁ l ଯା’ହେଉ ଏ ବର୍ଷ ଠାରୁ ଆଉ ଦୁଇ ଥର ଜୀବନ ପ୍ରମାଣ ପତ୍ର ଦେବାକୁ ପଡୁନି l ବ୍ୟାଙ୍କ୍ ଭଳି କେବଳ ନଭେମ୍ବର ମାସରେ ଥରେ l ଭଲ ହେଲା l

       ଫେରିବା ବେଳକୁ ବୋଉ କହିଲା, ଦେବଜ୍ୟୋତି ଦିଦିଙ୍କ ଘରକୁ ଯିବା ପାଇଁ l ନନା ଆଗରେ ଘରକୁ ଗଲେ l ମୁଁ ବୋଉ ସହ ଗଲି ଦିଦିଙ୍କ ଘରକୁ l ଦୁଇ ଭଉଣୀ ସେମାନେ l ଦେବହୁତି ଆଣ୍ଟି ଆଉ ଦେବଜ୍ୟୋତି

ଦିଦି l ଦେବଜ୍ୟୋତି ଦିଦି ମୋର ଶିକ୍ଷୟିତ୍ରୀ ଥିଲେ l ଜୀବନରେ ଯଦି ମୁଁ ଆଜି ପାଦ ତଳେ ମାଟି ଟିକେ ପାଇଛି, ତେବେ ଦେବଜ୍ୟୋତି ଦିଦିଙ୍କ ଭଳି କେତେ ଜଣ ମଣିଷଙ୍କ ଯୋଗୁଁ (ମୋ ନନା, ବୋଉ ଓ ଦାଦାଙ୍କୁ ବାଦ୍ ଦେଲେ)l

       ଦେବଜ୍ୟୋତି ଦିଦି ବହୁତ୍ କମ୍ ବୟସରୁ ବିଧବା l ଆଉ ବାହା ହେଲେ ନାହିଁ l ବଡ ଭଉଣୀଙ୍କ ସାହା ହେବା ପାଇଁ ଦେବହୁତି ଆଣ୍ଟି ମଧ୍ୟ ବାହା ହୋଇ ନ ଥିଲେ, ସମସ୍ତଙ୍କର ଶତ ଚେଷ୍ଟା ସତ୍ତ୍ୱେ l ଆଜି ସେ ଦୁହିଁଙ୍କୁ ଦେଖି ମନେ ମନେ ବ୍ୟସ୍ତ ହୋଇଗଲି ମୁଁ l ଦୁଇ ଜଣଙ୍କ ବୟସ ଅଶୀ ପାଖାପାଖି l ମୋ ବୋଉ ଠାରୁ ବହୁତ ବଡ ସେ ଦୁହେଁ l ଗାଧୁଆଘରେ ଖସି ଯାଇ ଦେବଜ୍ୟୋତି ଦିଦିଙ୍କର ଜଙ୍ଘ ହାଡ ଭାଙ୍ଗିଯିବାରୁ ସେ ଏକ ରକମ ଅଚଳ l ଦେବହୁତି ଆଣ୍ଟି ବି ଆଉ ପାରୁ ନାହାନ୍ତି କାମକୁ l ଭାଇ ଭାଉଜ ବି କେତେ ଦିନ କରିପାରିବେ ? ସେମାନେ ବି ବାର୍ଦ୍ଧକ୍ୟରେ ଉପନୀତ l ଝିଆରୀ ପୁତୁରାମାନଙ୍କ ଠାରୁ ବି କିଛି ଆଶା କରା ଯାଇ ନ ପାରେ l ପ୍ରଥମ ଥର ସେ ଦୁହିଁଙ୍କ ଆଖିରେ ଲୁହ ଦେଖିଲି l

       ଗୋଟିଏ ଭାରୀ ମନ ନେଇ ଫେରିଲୁ ବୋଉ ଆଉ ମୁଁ l ହଠାତ୍ ବୋଉ ମୋତେ କହିଲା, “ମାଆରେ ! ଆମ ପାଇଁ ଯଦି କିଛି ଭଗବାନଙ୍କୁ ମାଗିବୁ, ତା’ହେଲେ ମାଗ୍ ଯେ , ହାତ ଗୋଡ ଚଳୁଥିବା ଅବସ୍ଥାରେ ହିଁ ଆମର ମୃତ୍ୟୁ ହୋଇ ଯାଉ l ବାର୍ଦ୍ଧକ୍ୟଟା ବଡ ଅସହାୟ ସତରେ !”

       ମୁଁ କାନ୍ଦି ପାରୁ ନ ଥିଲି l ବୋଉକୁ ବି କହି ପାରିଲିନି ଯେ, “ବୋଉ ଯାହା କାମନା କରୁଥିଲା, ମୁଁ ଭଗବାନଙ୍କୁ ସବୁ ବେଳେ ସେୟା ମାଗେ ଓ ତା’ ସହ ଏହା ବି କୁହେ ଯେ, ସେ ଦୁହିଁଙ୍କ ଆଗରୁ ମୋତେ ନେଇଯିବା ପାଇଁ l କାରଣ, ସେ ଦୁହିଁଙ୍କ ବିନା ମୁଁ ବହୁତ ଅସହାୟ l


Rate this content
Log in

Similar oriya story from Inspirational