Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ମାମୁଁ ଅଜା

ମାମୁଁ ଅଜା

1 min
14.6K



       ଯେଉଁ ଯୁଗରେ ଟେଲିଫୋନର ପ୍ରଚଳନ ନ ଥିଲା, କେବଳ ଚିଠି ଉପରେ ହିଁ ଭରସା କରିବାକୁ ପଡୁଥିଲା, ସେହି ଦିନମାନଙ୍କରେ ଦିନେ ଅଜା ବହୁତ ଆଗରୁ ଚିଠି ଦେଇଥିଲେ ମଧ୍ୟ ଡାକ ବିଭାଗର ଅସୁବିଧା ହେତୁ ମାମୁଁ ଅଜା ଖାଇ ବସିଛନ୍ତି ଅଜାଙ୍କର ଚିଠି ପାଇଲେ l ସେହି ଦିନ ହିଁ ଅଜା ବୋଉକୁ ଧରି ମାମୁଁ ଘରକୁ ଆସିବାର ଥିଲା l ମାମୁଁଅଜା ଖାଇବା ଥାଳି ପାଖରୁ ଉଠି ତୁରନ୍ତ ଶଗଡ ଧରି ପାଞ୍ଚ କିଲୋମିଟର୍ ରାସ୍ତା ଛୁଟି ଆସିଲେ ଓ ଭାଗ୍ୟ ବଶତଃ ବସ୍ ବିଳମ୍ବରେ ପହଞ୍ଚିବାରୁ ଅଜା ଓ ବୋଉଙ୍କୁ ବେଶି ସମୟ ଅପେକ୍ଷା କରିବାକୁ ପଡି ନ ଥିଲା l ତା ମାମୁଁଙ୍କ ବିଷୟରେ ବୋଉ ଏମିତି ବହୁତ କଥା କୁହେ l

       ମାର୍ଚ୍ଚ୍ ମାସ l ଆର୍ଥିକ ବର୍ଷର ଶେଷ ଭାଗ l ମୁଣ୍ଡ ଉପରେ ଟାର୍ଗେଟ୍ ପୁରଣର ଚାପ l ଅଫିସରେ କାମର ଚାପ l ଏହି ପରି ସମୟରେ ଖବର ଆସିଲା ମାମୁଁଅଜା ମରିଗଲେ l ବୋଉ ମୋର ମୋ ଅସୁବିଧା ବୁଝି ପାରେ l କିନ୍ତୁ ସେ ବି ଅସହାୟ l ସେ ଯେମିତି ହେଲେ ଯିବ, ଆଉ ମୁଁ ତାକୁ ଏକା ବି ଛାଡି ପାରିବିନି l

       ମାମୁଁଅଜା ଯଦି ସମ୍ପର୍କର ମର୍ଯ୍ୟାଦା ରଖିବା ପାଇଁ ଖାଇବା ଥାଳି ପାଖରୁ ଉଠି ଆସି ପାରିଲେ, ମୁଁ ଚାକିରିର ଦ୍ୱାହି ଦେଇ ତାଙ୍କ କ୍ରିୟା କର୍ମରେ ଯୋଗ ନ ଦେବାଟା କେତେ ଦୂର ଉଚିତ ହୋଇଥାନ୍ତା ? ମୁଁ ନିଜକୁ ନିଜେ ପ୍ରଶ୍ନ କଲି l ଶେଷରେ ଅଫିସରେ ଦୁଇ ଦିନ ପାଇଁ ଛୁଟି ଦରଖାସ୍ତଟିଏ ଦେଇ ବୋଉକୁ ସାଙ୍ଗରେ ନେଇ ମାମୁଁଅଜାଙ୍କ ଶୁଦ୍ଧ ଘରେ ଯୋଗ ଦେବାକୁ ସ୍ଥିର କଲି l


Rate this content
Log in

Similar oriya story from Inspirational