Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Abstract

0.2  

Rasmi Rekha Tripathy

Abstract

ଚିଠି

ଚିଠି

1 min
7.3K


       ମାଆ ଦକ୍ଷିଣକାଳୀଙ୍କ ଆଦେଶ କ୍ରମେ ଏ ଚିଠି ଲେଖୁଛି l ଏହି ଚିଠିକୁ ପଢି ଅଣଦେଖା କରିବେ ନାହିଁ l ଯିଏ ଏ ଚିଠିକୁ ଅଣଦେଖା କରିଛି ତାର ଅଶେଷ କ୍ଷତି ହୋଇଛି l କାହାର ଘର ନିଲାମ ହୋଇଯାଇଛି ତ କିଏ ଚାକିରିରୁ ନିଲମ୍ବିତ ହୋଇଛି l କାହାକୁ ଅସାଧ୍ୟ ରୋଗ ହୋଇଛି ତ କିଏ ପରୀକ୍ଷାରେ ଫେଲ୍ ହୋଇଛି l

       ତେବେ ଏହି ଚିଠି ପଢି ଯିଏ ଏ ଭଳି 500 ଖଣ୍ଡ ଚିଠି ଲେଖି ବାଣ୍ଟିଛି ମାଆ ତାର ସାହା ହୋଇଛନ୍ତି l ତାକୁ ଧନ ଦୌଲତ, ଯଶ ସମ୍ମାନ ପ୍ରାପ୍ତି ହୋଇଛି , ଅବିବାହିତା ଝିଅ ଓ ପୁଅଙ୍କୁ ସେମାନଙ୍କ ମନ ମୁତାବକ ଜୀବନସାଥି ମିଳିଛି, ଅପୁତ୍ରିକ ଘରେ ପୁତ୍ର ସନ୍ତାନ ଜନ୍ମ ନେଇଛି l କାହାକୁ କଣ ମିଳିଛି ଓ କିଏ କଣ ହରେଇଛି ଲେଖି ବସିଲେ ଗୋଟିଏ ପୋଥି ହୋଇଯିବ l ତେବେ ଏଥର ଆପଣଙ୍କୁ ଏହି ଚିଠି ଦେବାକୁ ମାଆଙ୍କର ଆଜ୍ଞା ହୋଇଛି l

       ଚିଠିଟି ପଢି ଗୋଟିଏ ମୁହୂର୍ତ୍ତ ପାଇଁ ଦ୍ୱନ୍ଦ୍ୱରେ ପଡିଗଲି ମୁଁ l କଣ କରିବି ନ କରିବିର ଦ୍ୱନ୍ଦ୍ୱ l ପର ମୁହୂର୍ତ୍ତରେ ଚିଠିଟିକୁ ନେଇ ଠାକୁରକ ଆସ୍ଥାନ ତଳେ ରଖିଦେଲି l ଯଦି କିଛି କ୍ଷତି ହେବ ତେବେ ମୋ ଜଣଙ୍କର ହେବ l ଅନ୍ତତଃପକ୍ଷେ ଆଉ ପାଞ୍ଚ ଶହ ଜଣ ତ ମାନସିକ ଅଶାନ୍ତିରୁ ମୁକ୍ତି ପାଇ ପାରିବେ l ଏହି ଭାବନା ମନରେ ନେଇ ମୁଁ ସେ ପାଞ୍ଚ ଶହ ଚିଠି ଲେଖିବାରୁ ବିରତ ହେଲି l


Rate this content
Log in

Similar oriya story from Abstract