Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumarr Senapati

Inspirational

4.0  

Bijaya Kumarr Senapati

Inspirational

ଉଡାନ୍

ଉଡାନ୍

5 mins
3.1K


ଦୁହିତା ଶବ୍ଦର ଅର୍ଥ ବୁଝିବାର ବୟସ ଆସିଯାଇଥିଲା,ରିଚା ର।

ତଥାପି ସେ ଅଡି ବସିଥିଲା,ଜେଜେମା ଠୁଁ ଶୁଣିବ ବୋଲି। ଜେଜେମା କହିଥିଲେ , ଦୁହିତା ର ଅର୍ଥ ହେଉଛି,'ଯିଏ ଦୁଇ କୁଳର ହିତ ସାଧନ କରେ'। ଗୋଟିଏ ହେଉଛି , ବାପଘର ଓ ଅନ୍ୟଟି ହେଉଛି ଶାଶୁଘର। ହଠାତ୍ ରିଚାର ମୁହଁରେ ବିଷାଦ ଖେଳିଗଲା। କେଜିାଣି କାହିକିଁ ଶାଶୁଘର ନାଁ ଶୁଣିଲେ,ତାର ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। କଣ ଝିଅଟିଏ ଜନ୍ମ ହୋଇଥାଏ ଖାଲି ଶାଶୁଘର ଯିବା ପାଇଁ? ସେଠି ଶାଶୁ, ଶ୍ବଶୁର, ସ୍ବାମୀଙ୍କୁ ନେଇ,ନିଜେ ପିଲା ଜନ୍ମକରି ସଂସାର କରିବା ପାଇଁ? ସେ କଣ ଖାଲି ଦୁଇ କୁଳର ହିତ ସାଧନ କରିଥାଏ? ଦୁନିଆଁର ହିତ ସାଧନ କରୁଥିବା ଲୋକଟିକୁ କଣ କୁହାଯିବ ତାହେଲେ?

ତାର ଇଛା କିନ୍ତୁ ଅନ୍ୟପ୍ରକାରର। ସେ ଆକାଶରେ ଉଡି ଯାଉଥିବା ଚଢେଇଟିକୁ ଦେଖିଲେ ଉଲ୍ଲସିତ ହୋଇଉଠେ।

ତା ମନରେ ଇଛାମାନେ ଜମାଟ ହୋଇଯାନ୍ତି, କେତେବେଳେ

ସେ ଉଡିଯାନ୍ତା କି ତା ପରି! ଜୟସାଲମାର୍ ର ବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ଉପରେ ଉଡିଯାଉଥିବା ଫାଇଟର୍ ପ୍ଲେନ୍ ର ଛାଇକୁ ମାପିଦେଇ ସେ ଆଙ୍କିବସେ ଚିତ୍ରଟିଏ। ଆରେ ହେ !

ଏଇଟା ବି ତ ଚଢେଇ ଟା।

ସ୍କୁଲ୍ ରୁ ଫେରୁ ଫେରୁ ତାର ବେଳେବେଳେ ବିଳମ୍ବ ହୋଇଯାଏ । ସାଙ୍ଗମାନେ ବି ବିରକ୍ତ ହୋଇ ଛାଡି ପଳାନ୍ତି।

ରିଚାର ବାପା ମା ପଚାରିଲେ, ସେମାନେ କହିଦିଅନ୍ତି,`ସେ ଉଡନ୍ତା ଚଢେଇର ଛାଇ ମାପୁଛି'। ଯେତେ ଛାଇର ଚିତ୍ର ଆଙ୍କିଲେବି,ସେ ଥକେନି ବରଂ ଉତ୍ସାହ ବଢୁଥାଏ ତାର,ଥରକୁ ଥର। କେବଳ ସୂର୍ଯ୍ୟାସ୍ତ ଆସିବାର ହେଲେ,ସେ ଫେରିଆସେ ଘରକୁ ।

x x x x

ରିଚା ଅଗସ୍ଥ୍ୟା। ଭାରତର ପ୍ରଥମ ମହିଳା ଏୟାର୍ ଫୋର୍ସ୍ ପାଇଲଟ୍।ଖାଲି ଯୋଧପୁର୍ ଏୟାରବେସ୍ କାହିଁକି ସାରାଦେଶ ତା ପାଇଁ ଗର୍ବିତ। ପିଲାଦିନର ସ୍ମୃତି ରୋମନ୍ଥନ କରୁକରୁ ପ୍ରକୃତିସ୍ଥ ହେଲା ସେ,ଏୟାର୍ ବେସ୍ ର ଏମରର୍ଜେନ୍ସି ଆଲାର୍ମ ରେ। ହଠାତ୍ ଲାଲ୍ ଲାଲ୍ ଲାଇଟ୍ ଜଳିଉଠିବା ସହ ହୁଟର୍ ର,କର୍କଶ ଶବ୍ଦ। ଧାଇଁଲା ସେ କଣ୍ଟ୍ରୋଲ୍ ରୁମ୍ ଆଡକୁ। ସ୍କ୍ବାଡନ୍ ଲିଡର୍ ମି.ରାଓ୍ବତ୍ ଙ୍କୁ ସାଲୁଟ୍ ଦେଇ ସାବଧାନ୍ ପୋଜିସନ୍ ନେଇନେଲା,ସେ। ଏ କଣ? ଫ୍ଲିଟ୍ ର ସେ ଏକମାତ୍ର ପାଇଲଟ୍!

ମି.ରାଓ୍ବତ୍ ବୁଝାଉଥିଲେ,' ଏ କଲ୍ ଅଫ୍ ହେଲ୍ପ। ଓମାନ୍ ରୁ ୪୬୦ ଜଣ ଯାତ୍ରୀ ନେଇ ବାହାରିଥିବା ଗଲ୍ଫ ଏୟାରଓ୍ବେଜ୍ ର ଏକ ବୋଇଂ ପ୍ଲେନ୍ ରେ ଇନ୍ଧନ ଟାଙ୍କିରେ ଲିକେଜ୍ ଦେଖାଦେଇଛି। ଯେଉଁ ମାତ୍ରାରେ ଗ୍ୟାସୋଲିନ୍ ବାହାରିଯାଉଛି, ସେ ପ୍ଲେନ୍ ଟି ମୁମ୍ବାଇ ଏୟାରପୋର୍ଟ ପହଞ୍ଚିପାରିବନି। ୪୬୦ ଜଣ ଯାତ୍ରୀ ଓ ୨୨ଜଣ ଫ୍ଲିଟ୍ ଷ୍ଟାଫ୍ ଙ୍କ ଜୀବନ ସଂକଟରେ। ତେଣୁ ମିଡ୍ ଏୟାର ଫୁଏଲିଂ ଦରକାର।'

ଆକାଶରେ ଦ୍ରୁତଗତିରେ ଉଡୁଥିବା ଏକ ଉଡାଜାହାଜକୁ ଅନ୍ୟଏକ ଉଡାଜାହାଜ ଦ୍ବାରା ଇନ୍ଧନୀକରଣ ହୁଏତ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଅସମ୍ଭବ ନୁହଁ। ବିଜ୍ଞାନର ଜ୍ଞାନ କୌଶଳରେ ସବୁକିଛି ସମ୍ଭବ। ତା ଛଡା ସବୁବେଳେ ସମସ୍ତଙ୍କୁ ଏ ସୁଯୋଗ ମିଳିନଥାଏ।

'କମ୍ ଅନ୍ ରିଚା ! ମାଇଁ ବ୍ରେଭ୍ ଗାର୍ଲ। ସୋ ୟୋଅର୍ କ୍ରେଡିବିଲିଟି । ଏହା ତୁମ ପାଇଁ ଏକ ସୁଯୋଗ। କିନ୍ତୁ ଦୁଃଖର କଥା, ତୁମର କୋପାଇଲଟିଂ ପାଇଁ ଏବେ ବେସ୍ ରେ କେହି ପାଇଲଟ୍ ଉପସ୍ଥିତ ନାହାନ୍ତି। ଡୋଣ୍ଟ୍ ଓରି। ଆଇ ଉଇଲ୍ ବି ଇନ୍ ATC ଟିଲ୍ ଈଉ ରିଟ୍ଣ୍ଣସ୍ । ମାଇଁ ବେଷ୍ଟ ଉଇସେସ୍ ଆର୍ ଉଇଥ୍ ଇଉ, ମାଇଁ ଚାଇଲ୍ଡ ।"

ସୁଯୋଗ ସବୁବେଳେ ଆସେନାହିଁ, ଆଉ ତାକୁ ହାତଛଡା କରିବାର ଝିଅ ଅନ୍ତତଃ ରିଚା ନୁହେଁ। ଦୁନିଆଁର ହିତ ସାଧନ କରିବାକୁ ହୁଏତ ତାର ଜନ୍ମ। ଏକ ଛୋଟିଆ ହସଟିଏ ହସି,ଗ୍ରାଉଣ୍ଡକ୍ଲିୟର୍ କରିବାକୁ ଷ୍ଟାଫ୍ ମାନଙ୍କୁ ଇଂଗିତ କରି ସେ ଧାଇଁଗଲା ତାର ଆମେରିକାନ୍ ମେଡ୍ ହାରକ୍ୟୁଲେସ୍ ସିରିଜ୍ ର IL 19 ବିମାନର ହ୍ୟାଙ୍ଗର୍ ନିକଟକୁ।

ସୁଯୋଗର ସଦ୍ ବ୍ୟବହାର ଯିଏ କରିଜାଣେ,ସିଏ ହିଁ ସଫଳତା ପାଇଥାଏ। ତା ଛଡା ସୁଯୋଗ ବି ତ ବାର ବାର ଆସେନା। ଏଠାରେ ତ ୪୮୨ ଜଣ ମଣିଷଙ୍କର ଜୀବନ ମରଣର ପ୍ରଶ୍ନ!

ରିଚା ରନଓ୍ବେ ଛୁଇଁବା ମାତ୍ରକେ ଗ୍ରାଉଣ୍ଡ କ୍ଲିୟରେନ୍ସ ମିଳିଗଲା। ATC ରୁ ସ୍କ୍ବାର୍ଡନ୍ ଲିଡର୍ ମି. ରାଓ୍ବତ୍ ଙ୍କର ଟେକ୍ଅଫ୍ ର ନିର୍ଦ୍ଦେଶ।

ଓକେ!

x x x x x

ଆକାଶର ଅନନ୍ତ ନୀଳ ବୁକୁରେ ଡେଣାଝାଡି ଉଡିବାର ସ୍ବପ୍ନରେ ମସଗୁଲ୍ ରିଚା,ତାର ପ୍ରତିଟି ଫ୍ଲାଇଟ୍ ରେ ଏକ ଅହେତୁକ ଆନନ୍ଦ ଅନୁଭବ କରିଥାଏ। ବୋଇଂ ୭୪୭ କୁ ଆକାଶ ମାର୍ଗରେ ରି ଫୁଏଲିଂ କରିସାରିବା ପରେ,ସେ ଧନ୍ୟବାଦ ଜଣାଇଲା,ATC ରେ ରହି ମାର୍ଗଦର୍ଶନ କରୁଥିବା ସ୍କ୍ବାର୍ଡନ ଲିଡର୍ ମି.ରାଓ୍ବତ୍ ଙ୍କୁ। ପ୍ରତିପକ୍ଷ ର ଫ୍ଲାଇଟ୍ କମାଣ୍ଡର୍ ଓ ଷ୍ଟାଫ୍ ଙ୍କର ପ୍ରଶଂସାରେ ପୋତିହୋଇ ପଡୁଛି ସେ। ପାରିବା ପଣିଆର ଗର୍ବରେ ତାର ଛାତି କୁଣ୍ଢେମୋଟ। ସଫଳତାର ସ୍ବାଦ ହିଁ ନିଆରା। ଯିଏ ଅନୁଭବ ନକରିଛି,ସେ ବୁଝିପାରିବ ନାହିଁ ।

ATC ରୁ ପୁନଃ ନିର୍ଦ୍ଦେଶ," ଆଫେକ୍ଟେଡ୍ ବୋଇଂ ୭୪୭ ର ମୁମ୍ବାଇ ସି ଏସ୍ ଟି ରେ ଲାଣ୍ଡିଂ ପର୍ଯ୍ୟନ୍ତ ଗାଇଡ୍ କରିବାକୁ" ଓ

ତା ପରେ ଯୋଧପୁର୍ ଏୟାର୍ ବେସ୍ କୁ ରିଟର୍ଣ୍ଣ।

ବୋଇଂ ୭୪୭ ର ସୁରକ୍ଷିତ ଲାଣ୍ଡିଂ। ରିଚା ଖୁସିରେ ଫାଟି ପଡୁଥାଏ,ତାର ଶ୍ରମ ସାର୍ଥକ ହୋଇଥିବାରୁ। ଅଗତ୍ୟା ସେ ATC ରୁ ଅନୁମତି ନେଇ ଫ୍ଲାଇଟ୍ ର ମୋଡ ବଦଳେଇଲା, ଯୋଧପୁର୍।

ସମୟ ଦିନ ଦୁଇଟା। ଆକାଶରେ ସୂର୍ଯ୍ୟ ଚକ୍ ଚକ୍ କିରଣ ବିଞ୍ଛି ଚାଲିଛନ୍ତି,ମୁଣ୍ଡ ଉପରେ ଥାଇ। ତଳକୁ ଚାହିଁଲେ ଦିଶୁଛି ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା। ତା ଉପରେ ଉଡିଯାଉଥିବା ଏକ ଚଢେଇ ଯେମିତି ତା ସହ ତାଳଦେଇ ଉଡିଚାଲିଛି! ରିଚା ଭାବିଚାଲିଛି,ତା ପିଲାଦିନର କଥା ଆଉ ଜୋର୍ ଜୋର୍ ରେ ହସିଚାଲିଛି,ପାଗିଳୀଙ୍କ ଭଳି।

ଏ କଣ ? ହଠାତ୍ RUDDER କାମକରିବା ବନ୍ଦ କରିଦେଲା। ପ୍ଲେନ୍ ର ଦିଗ ପରିବର୍ତ୍ତନ ଅସମ୍ଭବ,ତା ବିନା। ସଙ୍ଗେ ସଙ୍ଗେ ଏମରଜେନ୍ସି ଆଲାର୍ମ।ATC ରୁ ଗର୍ଜି ଉଠିଲେ,

ମି.ରାଓ୍ବତ୍,`ରିଚା ! ଆର୍ ଇଉ ଓକେ ?'

ନୋ ସାର୍।

RUDDER ମାଲ୍ ଫଙ୍କ୍ସନିଂ।

Oh my GOD !

କଣ କରିବ ସେ? କୋ ପାଇଲଟ୍ ବି କେହି ନାହିଁ, ଟ୍ରବୁଲ୍ ସୁଟ୍ ପାଇଁ। ଖାଲି ଗୋଟିଏ ଦିଗରେ ହିଁ ସେ ଯାଇପାରିବ।କିଛି ସମୟ ପରେ ଯୋଧପୁର୍ ସହର ଓ ଜନବସତି। କିଛି ଅଘଟଣ ଘଟିଲେ, ଶହଶହ ଲୋକଙ୍କର ଧନ ଜୀବନ ହାନିହେବ। ତା ମୁଣ୍ଡ ଝାଇଁ ଝାଇଁ କରିବାକୁ ଲାଗିଲା। ହେ ଭଗବାନ ! କି ପରୀକ୍ଷା ଇଏ ?

__ ବି ଦେୟାର୍ । ବି ରେଡି ଫର୍ କ୍ରାସ୍ ଲାଣ୍ଡିଂ। ହେବ୍ ପ୍ୟାସେନ୍ସ। ଫଲୋ ମାଇଁ ଅର୍ଡର।

-- ଶୁଣ! ବିପଦ ବେଳେ ଯିଏ ଧୈର୍ଯ୍ୟହରା ହୁଏ,ସିଏ କାଓ୍ବାର୍ଡ। ଆଉ କାଓ୍ବାର୍ଡ ମାନଙ୍କୁ ମୁଁ ସର୍ବଦା ଘୃଣା କରେ। ୧୦୦୦କୋଟି ଟଙ୍କାର ଯୁଦ୍ଧବିମାନର ଭାଗ୍ୟ ତୁମ ହାତରେ।ସେତିକି ଅର୍ଥ ଉପାର୍ଜନ ପାଇଁ ଦେଶର କେତେ କୃଷକ ଓ ଶ୍ରମିକ ତାଙ୍କର ମୁଣ୍ଡଝାଳ ତୁଣ୍ଡରେ ମାରିଥିବେ। ତା ଛଡା ଏପରି ଏକ ବିମାନ ବିଦେଶରେ ତିଆରି କରିବା ପାଇଁ ୩ ରୁ ୪ ବର୍ଷ ସମୟ ଲାଗିବ। ଦେଶର ପ୍ରତିରକ୍ଷା ଶକ୍ତି ବି ଦୁର୍ବଳ ହୋଇଯିବ। ଚିନ୍ତାକରିବାକୁ ସମୟ ନାହିଁ।

-- ରିଚା ! ବି ଫାଷ୍ଟ! ଫଲୋ ମି ।

ୟେସ୍ ସାର୍ ।

-- ମେକ୍ ଦ ସ୍ପିଡ୍ ଜିରୋ। ହେବ୍ କଣ୍ଟ୍ରୋଲ୍ ଅନ୍ ଏଲିଭେଟର୍।

ୟେସ୍ ସାର୍ ।

-- ମେକ୍ ଦ ଆଇଡିଲଂ ସ୍ପିଡ୍ ହାଇ। ରିଡ୍ୟୁସ୍ ଦ ହାଇଟ୍ ଭେରି ସ୍ଲୋଲି।

ୟେସ୍ ସାର୍।

--- ତଳକୁ ଦେଖ। ଏନି ହର୍ଡଲସ୍ ?

ନୋ ସାର୍ ।

-- ବି ଏଟ୍ ୧୦୦୦ ଫିଟ୍। ଡୋଣ୍ଟ ଓରି। ନୋ ପ୍ଲେନ୍ ଉଇଲ୍ ବି ଅନ୍ ଦାଟ୍ ଓ୍ବେ ।

ୟେସ୍ ସାର୍। ବଟ୍ ଫୁଏଲ୍ ଟ୍ୟାଙ୍କ୍ ଇଜ ଏଟ୍ ୫୦ ପରସେଣ୍ଟ୍ ରେଞ୍।

-- ଥ୍ୟାଙ୍କ. ଗଡ୍। ଏ ବୁନ୍ ଫର୍ ଇଉ। ଏନାଫ୍ ଟାଇମ୍।

ପାଞ୍ଚରୁ ସାତଘଣ୍ଟା ର ଇନ୍ଧନ ବାକି। ତାକୁ ଶେଷ ଡ୍ରପ୍ ପର୍ଯ୍ୟନ୍ତ ନିଃଶେଷ କରିବାକୁ ହେବ,ନୋହିଲେ ନିଆଁଲାଗିଯିବାର ସମ୍ଭାବନା। ଚାରୋଟି ଫାୟାର ଡିମିନିସିଂ ହେଲିକ୍ୟାପ୍ଟର୍ କୁ ଏୟାରବେସ୍ ରୁ ଡକାଇ ଦିଆଯାଇଛି, ଯାହାକି କିଛିବି ଫାୟାର୍ ର ମୁକାବିଲା କରିପାରିବେ।

--ଡୋଣ୍ଟ୍ ଓରି! ଆମେ ସମସ୍ତେ ତୁମ ସହିତ ଅଛୁ।

ହେଲେ ଚଏସ୍ ଇଜ୍ ଇୟୋରସ୍। ଆହ୍ବାନ୍ କୁ ଗ୍ରହଣ କରିପାର ନୋହିଲେ ପାରାଚୁଟ୍ ରେ ଇଜେକ୍ଟ କରିପାର।

ନୋ ସାର୍। ଆଇ କ୍ୟାଣ୍ଟ୍ ଲିଭ୍। ଉଇଲ୍ ବି ଦେୟାର୍ ଟିଲ୍ ଲାଷ୍ଟ ଦ ମିଶନ୍।

ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଭାରତର କୌଣସି ସୈନିକ ଯେପରି ଲଢେଇ କରିଚାଲିଥାଏ,,ସେହିପରି ରିଚା ସଂଗ୍ରାମ କରିଚାଲିଲା। ପ୍ରତିମୁହୂର୍ତ୍ତରେ ବିପଦ ସହ ଲଢେଇ।

ହୁଏତ ପାଣିଫୋଟକାଟିଏ ପରି କେତେବେଳେ ଜୀବନ ମିଳେଇ ଯାଇ ପାରେ। ଦେଶର ସବୁ ଟିଭି ମିଡିଆରେ ପ୍ରମୁଖ ଖବର । ମିନିଟ୍ ପରେ ମିନିଟ୍ ର ତର୍ଜମା ଓ ଚର୍ଚ୍ଚା। ଯୋଧପୁର୍ ଓ ଜୟସାଲମେର୍ ବାସୀଙ୍କର ପୂଜାର୍ଚ୍ଚନାର ଖବର। ପ୍ରତିରକ୍ଷା ମନ୍ତ୍ରୀଙ୍କର ଯୋଧପୁର୍ ଏୟାର୍ ବେସ୍ ଆଗମନ। ଚାପରେ ସ୍କ୍ବାର୍ଡନ୍ ଲିଡର୍ ମି.ରାଓ୍ବତ୍। ରିଚାର ଭଲମନ୍ଦ ପାଇଁ ତାଙ୍କୁ ହିଁ କୈଫିୟତ୍ ଦେବାକୁ ହେବ।

ରିଚା ର ଅଟୋପାଇଲଟ୍ ମୋଡ୍ ପାଇଁ ପରମିସନ୍ ।

--ହ୍ବାଟ୍? ରିଚା ! ଆର୍ ଇଉ କୁଇଟିଂ?

ନୋ ସାର୍। ଟ୍ରାଇଂ ଟୁ ରିପ୍ଲେସ୍ ଦ relay ଅଫ୍ rudder.

-- ଓକେ। ଇଉ ଟ୍ରାଏ। ଥ୍ରୀ ଆଓ୍ବାରସ୍ ଇଜ ଇନ୍ ଇୟୋର ହ୍ୟାଣ୍ଡ।

ଓକେ ସାର୍।

ଅଭାବ ଅସୁବିଧା ହିଁ ଉଦ୍ଭାବନର ଜନକ। ସେହିପରି ରିଚାବି ଜୀବନ ମରଣର ସନ୍ଧିସ୍ଥଳରେ କରିଚାଲିଛି ବଂଚିବା ଓ ବଂଚାଇବାର ପ୍ରୟାସ। ATC ରେ ଇଲେକଟ୍ରୋନିକ୍ ଏକ୍ସପାର୍ଟ ବି ହାଜର୍, ସହାୟତା ପାଇଁ। କିନ୍ତୁ ନିଜକୁ ନିଜେ ସବୁ କରିବାକୁ ହେବ ତାକୁ।

ସାର୍, କ୍ୟାନ୍ ଆଇ ହେଭ୍ ଏ ସିମୁଲେସନ୍,ପ୍ଲିଜ୍ ?

--ଓକେ ବଟ୍ ଉଇଥ୍ କେୟାର୍।

ସାର୍, ଫିପ୍ଟି ଫିପ୍ଟି ।

--ଅଫ୍ ନୋ ଇଉଜ୍। ଭେରି ରିସ୍କି। ଲାଣ୍ଡିଂ ମେ ବି ମେ ନଟ୍ ବି।

ନୋ ସାର୍। ଆଇ ଉଇଲ୍ । ଇଟ୍ ଇଜ୍ ବେଟର୍ ଦେନ୍ କ୍ରାସ୍ ଲାଣ୍ଡିଂ। ଆଇ ଉଇଲ୍ ବି ଲିଟିଲ୍ କମ୍ଫର୍ଟେବଲ୍।

ଚିନ୍ତାରେ ମି.ରାଓ୍ବତ୍। ୟେସ୍ ୟା ନୋ?

ସାର୍ ପ୍ଲିଜ୍। ବିଲିଭ୍ ମି। ଆଇ ସେଲ୍ ଓ୍ବାର୍କଆଉଟ୍। ଆଇ ଏମ୍ ଲାଇକ୍ ୟୋର୍ ଡଟର୍। ଆପଣଙ୍କ ଝିଅପରି ମୁଁ। ବିଶ୍ବାସ କରନ୍ତୁ ! ଜୀବନରେ ମୁଁ କବେବି ମିଛ କହିନାହିଁ। ଭଗବାନ ବି ଏଇଟା ନିଶ୍ଚୟ ସତ ବୋଲି ପ୍ରମାଣ କରିବାକୁ ସୁଯୋଗ ଦେବେ ମୋତେ।

ତରଳିଗଲେ ମି.ରାଓ୍ବତ୍। ହଠାତ୍ ସେ କହିଉଠିଲେ,"ଏ ବିଗ୍ ୟେସ୍ ଟୁ ରିଚା। ଗୋ ମାଇଁ ଚାଇଲ୍ଡ। କଙ୍କର୍ ଦ ସ୍କାଇ ।'

x x x

ତା ପର ଦିନ ସବୁ ଖବରକାଗଜ ର ହେଡ୍ ଲାଇନ୍ ,' ଉଡାନ୍-_ ଏ ଟ୍ରୁ ଷ୍ଟୋରୀ' । ରିଚାକୁ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀଙ୍କର ସମ୍ବର୍ଦ୍ଧନା ର ଫଟୋ ଓ ପ୍ରଶଂସାରେ ଶତମୁଖ ସବୁ ଖବର କାଗଜ। ଦୁନିଆଁର ହିତ ପାଇଁ ଜନ୍ମ ନେଇଛି,ଭାରତବର୍ଷର ଦୁହିତା, ରିଚା ଅଗସ୍ଥ୍ୟା। ରିଚା , ଏ ହଣ୍ଡ୍ରେଡ୍ ସାଲୁଟ୍ ।

--


Rate this content
Log in

More oriya story from Bijaya Kumarr Senapati

Similar oriya story from Inspirational