✿ ସମୁଦ୍ର ✿
✿ ସମୁଦ୍ର ✿
✿ ସମୁଦ୍ର ✿
ଶୁଣିଥିଲି -
ସମୁଦ୍ର ଯାହା ନିଏ, ଫେରାଇ ଦିଏ ।
ତୁମେ ଗଣି ଥିବା ଉଚ୍ଛନ୍ନ ଲହଡି
ହେଉ କି'ଦୂର ଦିଗ୍-ବଳୟ ପାଖେ
ଛାଡ଼ି ଆସିଥିବା ତୁମ ମନଡଂଗା,ସୁଧ ସହ ସେ ଲେଉଟାଇ ଦିଏ !
ଫେରାଏ ତ ସେସବୁଙ୍କୁ ବି -ପୋତି ଦେଇଥିବା ହଜିଲା ଅତୀତ ,ଆଉ ଭାସିଯାଇଥିବା ଆଶା ଅସୁମାରୀ ।
ଯାହା ଶୁଣିଥିଲି ଠିକ୍ -ସମୁଦ୍ର ମନେରଖି ସବୁକିଛି ଫେରାଇଦିଏ.......।
ଦେଖୁନ-
( ସେଇ କାଳୁ ନୋଳିଆ, ତା' ଆଇଁଷିଆ ଡ଼ଂଗା,
ଲେମନଟି , ଝାଲ୍ ମୁଢି , ପେଟୁଆ ପଇଡ଼,
ବମ୍ବେଇ ଲଡୁ, ହରରଂଗୀ ବେଲୁନ,
ଅସଲି ମୋତି କହି ବିକୁଥିବା ନକଲି ମଣିଷ ,
ଦେଶୀ କାକୁଡ଼ି , ଗୁଟୁଖା ବିକା ମାଳ ବୁଢୀ ,
... ... ...
ଶୁଖିଲାରେ ଥାଇ , ଲୋଭିଲା ପଂହରା ଆଖିସବୁ )
ଆଦି ସେଇମିତି ଥାଏ ଫି'ଦିନ ,ତୁମ ଯିବାଯାଏଁ !!!
✿ ଅମିୟ ବେଜ୍ ✿