Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ପକେଟ୍ ମନି

ପକେଟ୍ ମନି

2 mins
14.1K


☆☆☆ ପକେଟ୍ ମନି ☆☆☆

" ଏଇ ବୟସରୁ ଛକରେ ସାଙ୍ଗମାନଙ୍କ ସହ ଖଟିକରିବା, ବାପାମା'ଙ୍କୁ ମିଛ କହି ଅଧାରାତିରେ ନାଇଟ୍ ସୋ' ସିନେମା ଦେଖି ଘରକୁ ଫେରିବା ଆଦି ଲକ୍ଷଣରୁ କ'ଣ ଏ ପିଲା ଭବିଷ୍ୟତରେ ବୈଜ୍ଞାନିକ ହେବ ବୋଲି ଭାବୁଛ ? ବୁଢା ହେଲୁଣି ଆସି, ବାପାମା' ଙ୍କୁ ପଦୁଟିଏ ମିଛ କହିବା ଆମର ଦରକାର ପଡିନି ଏଯାଏଁ । ସେମାନେ ଯେତେବେଳେ ଯାହା କହି ଆସିଛନ୍ତି, ମାନି ଆସିଛୁ । ଅଥଚ ଏ ପିଲାକୁ ଦେଖ । ନିଶ ଭଲକି ଉଠିନି, କିନ୍ତୁ କର୍ମ ସବୁ ପାକଳି ଗଲାଣି । ନଷ୍ଟ ହୋଇସାରିଲାଣି ତୁମ ପୁଅ, କୁଳାଂଗାର ।" ପତ୍ନୀଙ୍କ ଉପରେ ବର୍ଷୁଥିଲେ ସୁଦର୍ଶନବାବୁ । ମା'ପୁଅ ଅପରାଧିଙ୍କ ପରି ଚୁପଚାପ୍ କୋଣରେ ଛିଡ଼ା ହୋଇ ଗାଳି ହଜମ କରୁଥିଲେ । କମୁନଥିଲା ସୁଦର୍ଶନଙ୍କ ରାଗ ।

-"ଟଙ୍କା ଟିଏ ଠୁଳାଇବାକୁ ରକ୍ତ ଝାଳ ହେବାକୁ ପଡୁଛି ମୋତେ । ଅଥଚ ସେଇ ପଇସାକୁ ନେଇ ସୁପୁତ୍ର ସିନେମାବାଲାକୁ ଦେଇ ଆସୁଛନ୍ତି । ତା'ରି ବୟସରେ ଥିଲାବେଳେ ଦଶଟା ଟଙ୍କା ପାଇଁ ବାପାଙ୍କ ପଛରେ ଗୋଡାଇବାକୁ ପଡୁଥିଲା ମୋତେ । ମିଳିଗଲେ ଖାତା-କଲମ- ମ୍ୟାଗାଜିନ୍ ଆଦି କେତେ କ'ଣ ଉପଯୋଗୀ ଚିଜ କିଣି ଖୁସି ହେଉଥିଲି ମୁଁ । ୟାକୁ ଦେଖ । ପକେଟ୍ ମନିର କେମିତି ସଦ୍ଉପଯୋଗ କରୁଛି ସେ ! ତାକୁ କୁହ, ଏ ମାସର ହିସାବ ଆଣିଦେଉ । ନହେଲେ ଆର ମାସଠୁ ପକେଟ୍ ମନି ବନ୍ଦ । ପତ୍ନୀଙ୍କୁ ନିର୍ଦ୍ଦେଶ ଦେଇ ବୈଠକ ଘରକୁ ଚାଲିଗଲେ ସୁଦର୍ଶନ । ଟିଭି ସେମିତି ଚାଲିଥିଲା । ସାମ୍ନାରେ ସୁଦର୍ଶନ ବସିଥିଲେ ସତ, କିନ୍ତୁ ଆତ୍ମଗ୍ଲାନିରେ ସନ୍ତୁଳୁଥିଲେ ନିଜେ ନିଜେ । ଗୋଟାଏ ବୋଲି ପୁଅ । ଆଗରୁ ଏମିତି କେବେ କହିନଥିଲେ । ତଥାପି ବିଗିଡିଯାଉଛି ଦେଖି କେଉଁ ବାପାର ଧୈର୍ଯ୍ୟ ରହିବ ? ପତ୍ନୀ ଖାଇବାକୁ ଡାକିବାରୁ ଇଚ୍ଛାନାହିଁ କହି ମନା କରିଦେଲେ । ବୁଝିପାରି ସେ ଫେରିଗଲେ ଶୋଇବାକୁ । ରାତି କେଯାଏଁ ହେଲାଣି । ଘରସାରା ନିଶବ୍ଦ । ସୋଫାରୁ ଉଠି ଶୋଇବାକୁ ଗଲେ ସୁଦର୍ଶନ । ମୁହଁ ବୁଲାଇ ଶୋଇଛନ୍ତି ପତ୍ନୀ । ତକିଆ ଉପରେ ଚଉତା ହୋଇ ଥୁଆ ହୋଇଛି କାଗଜଟିଏ । ଚଷମା ପିନ୍ଧି ଦେଖିବାରୁ, ପୁଅ ଦେଇଛି ତା' ପକେଟ୍ ମନିର ହିସାବ ।... ସିନେମା, ରେଷ୍ଟୁରାଣ୍ଟ୍, ପେଟ୍ରୋଲ, ସାଙ୍ଗ ଜନ୍ମଦିନ, ବାଳକାଟିବା, ଚଷମା କିଣିବା ଆଦି ସବୁକିଛି ର ହିସାବ ଲେଖିଥିଲା ଗୋଟିଗୋଟି । ଶେଷକୁ ଚମକାଇ ଦେଲାପରି ଲେଖା - "ବୁଢ଼ୀମା'ର ଔଷଧ - ତିନିଶ' ।" ପାଦତଳୁ ପ୍ରାୟ ମାଟି ଖସିଯାଇଥିଲା ସୁଦର୍ଶନବାବୁଙ୍କର । ବ୍ୟସ୍ତତା ଭିତରେ ଏଇ ମାସ ସେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ ମା'ର ମାସିକିଆ ମେଡ଼ିସିନ୍ ଆଣିବାକୁ । ପୁଅକୁ ଗାଳି କରି ସେ ସନ୍ତୁଳୁ ତ଼ ଥିଲେ , ଏବେ ତା'ର ହିସାବରେ ମାଆକୁ ପାଇ ଥମଥମ ହୋଇଗଲେ ଯେପରି । ସ୍ବତ ପ୍ରବୃତ୍ତ ଭାବେ ପୁଅ ପାଖକୁ ଯାନ୍ତେ, ଦେଖିଲେ - ବୁଢୀମାକୁ ଯାବୁଡ଼ି ଧରି ଶୋଇପଡିଛି ବିଚରା । ମୁହଁସାରା ଶୁଖିଲା ଲୁହର ଦାଗ ସବୁ । କମ୍ବଳଟାକୁ ଦୁହିଁଙ୍କ ଉପରକୁ ଭଲକରି ଟାଣିଦେଇ ଫେରୁଫେରୁ ସୁଦର୍ଶନବାବୁ ଭାବୁଥିଲେ ଭୁଲ୍ ତ ମାଗି ହେବନି । ସେ ଜଣେ ବାପା ପରା !

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର , ୯୪୩୭୬୩୧୭୧୯


Rate this content
Log in