Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପୁରସ୍କାର
ପୁରସ୍କାର
★★★★★

© Soumya Shubhadarshinee

Inspirational

8 Minutes   439    23


Content Ranking

ସବୁବେଳେ ଥାଏ ଆମ ମନରେ ଟିକେ ପରିଚିତ ହେବାର ମୋହ ଆଉ ସେଇ ପରିଚୟ ଉପରେ ପୁରସ୍କାରର ମୋହର ଲଗେଇବାର ଲୋଭ । ହୁଏତ ତମାମ ଜୀବନ ସେଇ ଆକର୍ଷଣ ପଛରେ ବିତିଯାଏ ଲୋକଙ୍କର । କିନ୍ତୁ ସଭିଙ୍କୁ ମିଳେନି ସେଇ ସୁଯୋଗ !.......

★★

ଚାକିରୀ ପାଇବା ଆଜି ଆଉ କଷ୍ଟ ନୁହେଁ , କିନ୍ତୁ ମନଲାଖି ଚାକିରୀଟେ ପାଇବା ଭାରି କଷ୍ଟ । ହେଲେ ମନମୁତାବକ ଯଦି ନମିଳିବ ତେବେ କ'ଣ ଆମେ ଚାକିରୀ କରିବା ନାହିଁ । ଘରେ ବସି ପରାଙ୍ଗପୃଷ୍ଟ ହେଇ କେବଳ ଅନ୍ନ ଧ୍ୱଂସ କରୁଥିବା ? ଅରେ ବାବୁ କୌଣସି ଚାକିରୀ ଛୋଟ ନୁହେଁ ସବୁ ସମାନ । କାରଣ ସେତକ ଆମକୁ ସ୍ୱାବଲମ୍ବୀ କରେ । ଏମିତି ବେକାର ହେଇ ବସି ରହିଲେ ଯେ କେହି ଆଙ୍ଗୁଳି ନିର୍ଦେଶ କରି ପଦେ କହିବାର ସାହସ ପାଇଯାଏ । ଏତକ ବୁଝିବା ବଡ଼ ଜରୁରୀ ।

ଅଂଶୁ ଚୁପ ଚାପ ଶୁଣୁଥିଲା ଜେଜୀ ମା'ର ପ୍ରବଚନ । ମମି କିଛି କୁହେନି ତା' ଜବ୍ କୁ ନେଇ କିନ୍ତୁ ଜେଜୀ ଏମିତି ଗର ଗର ହୁଏ । ପାପା ଅକାଳରେ ଚାଲିଗଲା ପରେ ମମି ନୀରବ ହେଇଯାଇଛି ଏମିତି । ପାପା ଆର୍ମି ଚାକିରୀରେ ଥିଲେ ବୋଲି ପେନ୍ସନ ଗାଣ୍ଡକ ମିଳୁଛି ନହେଲେ ହୁଏତ ସ୍ଥିତି ଆହୁରି ଭୟଙ୍କର ହେଇଥାନ୍ତା । ଜେଜେ କିନ୍ତୁ ଚାଷ ବାସ ବୁଝା ବୁଝି କରି ବେଶ ସ୍ଵଛଳ ସ୍ଥିତି ତିଆରିଛନ୍ତି । ପରିବାର ଚଳୁଛି ବେଶ ଭଲ ଭାବରେ ସେଇ ରୋଜଗାର । ଜେଜେ ଥିବା ସମୟରେ ଜେଜୀ କେବେ ପଦେ କୁହେନି ତାକୁ । ଜେଜେ ଢାଲ ଭଳି ଦିଅନ୍ତି ସୁରକ୍ଷା । ସବୁବେଳେ କୁହନ୍ତି , '' ଦେଖିବୁ ମୋ ନାତି ନିଶ୍ଚିତ ସମାଜ ପାଇଁ କିଛି କରିବ ଯେତେହେଲେ ଯବାନର ପୁଅ ସେ । "

ହେଲେ ଆଜି ଯାଏଁ ସେମିତି କରିପାରିନି ଅଂଶୁ । ଅଛି ଗୋଟେ ବେକାର ହେଇ ଆଉ ଶୁଣୁଛି ଏମିତି । କିଛି ଗୋଟେ ବିଶେଷ କରି ନିଜର ପରିଚୟ ତିଆରିବାରେ ଆସମର୍ଥ ହେଇ ବେଜାଏ ଦୁଃଖ ମୁଣ୍ଡେଇ ବୁଲୁଛି ଦିଶାହୀନ ଭାବରେ । ବେଶ ପାଠ ପଢିଥିବା ଗୋଟେ ବେକାର ଇଞ୍ଜିନିୟର କ'ଣ ଦେଶ ପାଇଁ କରିବ ଖୋଜି ପାଉନି । ସମାଜ ପାଇଁ କିଛି କରିବା ଭାରି କଷ୍ଟ ସତରେ , ଆମେ ସାଧାରଣ ମଣିଷ କେବଳ ନିଜ ପାଇଁ କରୁ ଅନ୍ୟପାଇଁ କିଏ କରେ ଆଉ ! ହେଲେ ଜେଜେଙ୍କ କଥା ବ୍ୟତିବ୍ୟସ୍ତ କରେ ଅଂଶୁକୁ ଆଉ ଏକରକମ ଉସୁକାଏ କିଛି ବିଶେଷ କରିବାକୁ ।

********

ଜେଜୀ ଅଧିକ କହିଲେ ଘରୁ ବାହାରି ଯାଏ ଅଂଶୁ ଆଉ ଚାଲେ ନଦୀ କୂଳକୁ । ଚା' ଖଟିରେ ବସିବା ତା'ର ଅଭ୍ୟାସ ନୁହେଁ କାରଣ ସେଠି ନିଜକୁ ସବଜାନତା ବୋଲି ସାବ୍ୟସ୍ତ କରିବାର ପ୍ରତିଯୋଗିତାରେ ରୁହନ୍ତି ସଭିଏଁ । ଦଳେ ଲୋକ ନିଜ ନିଜର ଆତ୍ମ ପ୍ରଚାର ପାଇଁ ବ୍ୟବହାର କରନ୍ତି ସେଇ ସ୍ଥାନକୁ । ସେଠି ଅଂଶୁ ଆକ୍ତାମାକ୍ତା ହେଇଯାଏ ଭୀଷଣ ଭାବରେ । ତେଣୁ ନିଜ ସହ ନିଜେ ବନ୍ଧୁତା କରି ସମୟ ବିତାଏ ନଦୀ କୂଳରେ ।

ବେଳେବେଳେ ଦୃଷ୍ଟି ଯାଏ ନଦୀ କୁଳରେ ଥିବା ଝୁମ୍ପୁଡି ବସ୍ତି ଆଡ଼କୁ । ସେମାନଙ୍କୁ ଦେଖିଲେ ଲାଗେ ସେ ବହୁତ ସମ୍ପନ୍ନ ଏଗୁଡ଼ାକ ତୁଳନାରେ । ତା' ପାଖରେ ଘର ଗୋଟେତ ଅଛି , ମୁଣ୍ଡ ଗୁଞ୍ଜିବା ପାଇଁ । ଏ ହତଭାଗା ଗୁଡାକ ସେତକବି ପାଇ

ନାହାଁନ୍ତି । ଘୁରି ବୁଲୁଛନ୍ତି ଯାଯାବର ହେଇ । ଯେ କୌଣସି ସମୟରେ ସରକାର ବସ୍ତି ଭାଙ୍ଗି ଦେଇ ପାରେ । ପ୍ରତିରୋଧ କରିବାର ଶକ୍ତି ନଥାଏ କାହାରି ।

ସେଠି କିନ୍ତୁ ତଥାପି ଜୀବନ ଚାଲୁଥାଏ ଗୋଟେ ନିରବିଚ୍ଛିନ୍ନ ଗତିରେ । ସେଇ ଝୁମ୍ପୁଡି ଘରୁ ଧୂଆଁ ଉଠେ , ଘର ଉପରେ ଲାଉ ଡଙ୍କାଏ , ତୁଳସୀ ଚଉଁରାରେ ଦୀପ ଜଳେ , କିଚିରି ମିଚିରି ଛୁଆଙ୍କ କଳରବ ଶୁଭେ , ଗେଣ୍ଡୁ ଫୁଲ ଫୁଟେ ଆଉ ଝୋଟି ଚିତା ଲେଖା ହୁଏ । ଅଂଶୁକୁ ଭଲ ଲାଗେ ଏ ପ୍ରବାହ ଆଉ ମିଳେ ଟିକେ ତୃପ୍ତି ।

ସେଇ ବସ୍ତି ପିଲା ଗୁଡିକୁ ଦେଖି ଗୋଟେ ବିଚିତ୍ର ଆଇଡ଼ିଆ ଆସେ ଅଂଶୁ ମନରେ । ଏଇ ବସ୍ତି ପିଲାଙ୍କୁ ପଢେଇଲେ ତ ଭଲ ହୁଅନ୍ତା । ଆଉ ବେକାର ଲାଗନ୍ତା ନାହିଁ ନିଜକୁ ତା' ସହିତ ପିଲା ଗୁଡାବି ମଣିଷ ହେଇଯାନ୍ତେ । ଏଇକଥା ଭାବି ସେ ଦିନେ ଚାଲିଲା ବସ୍ତି ଆଡ଼କୁ । ଦେଶ ପାଇଁ ଭଲ କାମ କରିବା ଭିତରେ ଏଇଟି ମଧ୍ୟ ନିଶ୍ଚିତ ଆସେ ବୋଲି ଭାବନା ଥିଲା ତା' ମନରେ । ସେ ଚା' ଦୋକାନି ରାଓ , ଯେ ବସ୍ତି ପିଲାଙ୍କୁ ପଢେଇ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି । ତାଙ୍କରି ହାତ ଗଢ଼ା ସ୍କୁଲ '' ଆଶା ଓ ଆଶ୍ୱାସନା '' କଥା ଆସୁଥିଲା ବାରମ୍ବାର ମନ ଭିତରେ । କିଏ ଜାଣେ ହୁଏତ ସେବି ଦିନେ !.........

************

ପ୍ରଥମେ ସେ ଠିକ କରିପାରିଲା ନାହିଁ କେଉଁଠୁ ଆରମ୍ଭ କରିବ ଏଇ ପଢ଼ା କଥା । କିଏ ଶୁଣିବ ତାକୁ , ମାନେ ମୁଖିଆ ଲୋକ କିଏ ଏଠି ଯାହାକୁ ସେ ନିଜର ଏଇ ଇଚ୍ଛା ଜଣେଇବ । ତେବେ ଯାଇଁ ବିଧିବଦ୍ଧ ଭାବେ ପାଠ ପଢ଼ାର ବନ୍ଦୋବସ୍ତ ହେଇ ପାରିବ । କାରଣ ଏମିତି ହୁଏତ ଘଟୁ ନଥିବ କେବେ ଯେ ଗୋଟେ ବେକାର ଇଞ୍ଜିନିୟର ଦେଖା ଦେବ ଏମିତି ବସ୍ତିରେ ଆଉ କହିବ ,'' ମୁଁ ପିଲାଙ୍କୁ ପଢେଇବି ଏଠି । ନିଜ ନିଜ ପିଲାଙ୍କୁ ପଠାନ୍ତୁ । '' ଏମିତି କହିବା ଟିକେ ବିଚିତ୍ର ଲାଗିବ ନୁହେଁକି। ତେଣୁ କୌଣସି ବସ୍ତି ବାସିନ୍ଦା ସହ ଟିକେ କଥା ହେଇ କିଛି ବ୍ୟବସ୍ଥା କରିବା ଜରୁରୀ ଖୁବ୍ । ତେବେ ଯାଇଁ ସମ୍ଭବ କିଛି ନ ହେଲେ କିଏ ବିଶ୍ୱାସ କରିବ ତାକୁ ?

ଏମିତି ଟିକେ ଭାବନା ଭିତରେ ସେ ଇତସ୍ତତଃ ହେଉଥିବାର ଦେଖିଲେ ବୁଢ଼ୀ ମାଉସୀ ଟିଏ । ପୁଅଟି ହୁଏତ କାହାକୁ ଖୋଜୁଛି , ଏମିତି ଭାବି ମାଉସୀ ଡାକିଲେ ତାକୁ । ଅଂଶୁ ତାଙ୍କ ଡାକ ଶୁଣି ମନେ ମନେ ଟିକେ ଖୁସି ହେଲା , ମିଳିଗଲେ ଜଣେ ନିଜ କଥା କହିବାକୁ । ଅଂଶୁ ଗଲା ତାଙ୍କ ପାଖକୁ ବଡ଼ ଆଗ୍ରହ ସହ ।

-- " କାହାକୁ ଖୋଜୁଛ ପୁଅ ?''

--'' ନାଇଁ ମୋର ଟିକେ କାମ ଥିଲା ।"

--'' କାହା ପାଖରେ କାମ କହୁନ ?''

--'' ଏଇ ବସ୍ତି ଛୁଆଙ୍କ ପାଖରେ । ''

--'' ତାଙ୍କଠି କି କାମ ?''

-- '' ଭାବୁଛି ପାଠ ପଢେଇବି ସେମାନଙ୍କୁ ।''

ଭାରି ଗୋଟେ ଖୁସି ଲାଗିଲେ ମାଉସୀ , ଗୋଟେ ମିଠା ହସ ଖେଳିଗଲା ତାଙ୍କ ଓଠରେ । ବସିବାକୁ କହିଲେ ଅଂଶୁକୁ ଆଉ ଘର ଭିତରକୁ ଚାଲିଗଲେ । ଅଂଶୁ ଭାବୁଥିଲା ସେ ହୁଏତ ସଠିକ ଜାଗାରେ ପହଞ୍ଚି ଯାଇଛି ! ହାତରେ ଗିଲାସ ଟିଏ ଧରି ଆସିଲେ ମାଉସୀ , ଯେଉଁଥିରେ ଅଂଶୁ ଲାଗି ଥିଲା ମିଠା ଦହି ସର୍ବତ । ଅଂଶୁ ପିଇ ଦେଲା ବେଶ ଆନନ୍ଦରେ । ମନେ ହେଲା ସେ ମାଣିକ ଗଉଡ଼ୁଣୀ ସହ ଭେଟ କରି

ନେଇଛି ।

ମାଉସୀ ବସିଲେ ତା' ପାଖରେ ଆଉ କହିଲେ , '' ଏଠି ପ୍ରାଥମିକ ବିଦ୍ୟାଳୟ ଟିଏ ଅଛି ସିନା କେହି ମାଷ୍ଟର୍ ନାହାନ୍ତି । ଗୋଟିଏ ଝିଅ ପୋଷ୍ଟିଂ ହେଇଚି , ହେଲେ ସେ ସବୁବେଳେ ଆସୁନି । ତୁମେ ପଢେଇବ ପିଲାଙ୍କୁ ଶୁଣି ଭାରି ଖୁସି ଲାଗିଲା ପୁଅ ।''

ଏତକ ଅଂଶୁ ପାଇଁ ବଡ଼ ଆନନ୍ଦର ବିଷୟ ଥିଲା । ମାନେ ସେ ସଠିକ ଲୋକ ପାଖରେ ପହଞ୍ଚି ଯାଇଥିଲା । ମାଉସୀ ବସ୍ତିର ଲୋକଙ୍କୁ ରୁଣ୍ଡେଇ ତା' ପଢ଼ା କାର୍ଯ୍ୟ ଆରମ୍ଭ କରିଦେଲେ । ଆଜି ଥିଲା ଗୋଟେ ବିଶେଷ ଦିନ ନିଶ୍ଚିତ । ନିଜ ଜୀବନର ଗୋଟେ ମହାନ ଦିଗ ଆବିଷ୍କାର କରିଥିଲା ଅଂଶୁ ।

*******

ରୋଜ୍ ସକାଳୁ ନିତ୍ୟକର୍ମ ସାରି ବାହାରି ପଡେ ଅଂଶୁ ସେଇଠିକୁ । ମମି ପଚାରେ ନାହିଁ କେବେ କୁଆଡେ ଯାଉଛି , କିନ୍ତୁ ଜେଜୀ କୁହେ , '' କିଛି ଗୋଟେ କାମ ଧରିଛୁ କିରେ ?" ଅଂଶୁ କୁହେ , " ରହୁନୁ ଟିକେ , ଚେଷ୍ଟା କରୁଛି ପା ' ଏମିତି ବ୍ୟସ୍ତ ହେଲେ କେମିତି ହେବ !"

ଆଉ ଚାଲେ ତା' ଡ଼ମି ସ୍କୁଲ । ସବୁ ସ୍କୁଲ ପରି କିନ୍ତୁ ନୁହେଁ କାରଣ ସେ ସତ ସତିକା ଶିକ୍ଷକ ନୁହେଁ । ତା'ର ମ୍ୟାଥ୍ ଟିକେ ଭଲ ହୁଏନା । ସେଇତକ ସମ୍ଭାଳି ନିଅନ୍ତି ମାଉସୀ ବେଶ ଭଲ ଭାବେ । ଆଗରୁ ସେହିଁ ପଢଉ ଥିଲେ ସଭିଙ୍କୁ । ଏବେ ଅଂଶୁକୁ ପାଇ ଖୁବ୍ ଖିସି ସେ । ଦୁଇଟା ମଣିଷ ଠିକ ଦୁଇଟି ଚକ ଭଳି ଚଲଉଛନ୍ତି ସ୍କୁଲ , ଗତି ଏବେ ଭାରି ସହଜ । ଆହୁରି ସେଇ ସମୀକ୍ଷା ଦିଦି ମଧ୍ୟ ଆସୁଛନ୍ତି ଏବେ ଟିକେ ଅଧିକ । ହୁଏତ ସ୍କୁଲର ଚଳଚଞ୍ଚଳ ପଣ ତାକୁ ଏବେ ଆସିବାକୁ ବାଧ୍ୟ କରୁଛି ବା ଅଂଶୁର ଉପସ୍ଥିତି ଉତ୍ସାହିତ କରୁଛି । ଗୋଟେ ପିଲା ଭଲ୍ୟୁଣ୍ଟର ଭାବେ ଆସି ପଢେଇବ ଅଥଚ ସେ ଦରମା ନେଇ ଠକିବେ । ଏମିତି ଭାବ ସମୀକ୍ଷା ଦିଦିଙ୍କ ଭିତରେ। କିନ୍ତୁ ସବୁଠୁ ଭଲ ପଢ଼ାନ୍ତି ମାଉସୀ , ସ୍ନେହ ଆଉ ଆତ୍ମୀୟତା ସହକାରେ ।

ମାଉସୀ ଏତେ ସୁନ୍ଦର କେମିତି ପଢ଼ାନ୍ତି ବୁଝି ପାରେନି ଅଂଶୁ । ଗୋଟେ ପୋଖତ ମ୍ୟାଥ୍ ଟିଚର ପରି । ଅଂଶୁ ଭାବେ ହୁଏତ ଭଲ ହେଉଥିବ ତାଙ୍କର ପିଲାଦିନୁ । ମ୍ୟାଥ୍ ବୁଦ୍ଧିଆ ପିଲାଙ୍କ ପାଠ । ମାଉସୀ ହୁଏତ ସେମିତି । ଯାହାବି ହେଉ ସେ ଅଂଶୁ ପାଇଁ ଭାରି ଭଲ ।

ମାଉସୀ ଖାଲି ପାଠ ପଢ଼ାନ୍ତିନି ରାନ୍ଧନ୍ତି ବି ଚମତ୍କାର । ଅଂଶୁର ସବୁଦିନିଆ ମଧ୍ୟାହ୍ନ ଭୋଜନ ତାଙ୍କ ପାଖରେ । କେଡେ ବଢିଆ ଦହି ପଖାଳ ଆଉ ଛୁଇଁ ଭଜା ଆଉ ପୁଣି ବେଳେବେଳେ ରାମ ଖିଚିଡି । ସବୁ ଅମୃତ ଭଳିଆ ।

ଧୀରେ ଧୀରେ ଅଂଶୁ ମାଉସୀଙ୍କ ସହ ଗଢି ନିଏ ଅଦୃଶ୍ୟ ସମ୍ପର୍କଟେ । ନିଜର ନିଜର ଲାଗନ୍ତି ମାଉସୀ ଆଉ କରନ୍ତି ବେଶ ଶ୍ରଦ୍ଧା । ବସ୍ତି ଲୋକେବି ଦିଅନ୍ତି ବେଶ ସମ୍ମାନ । ଦ୍ଵିତୀୟ ଘରଟେ ଗଢି ନିଏ ଅଂଶୁ ସେଇ ପରିବେଶ ଭିତରେ । ଜୀବନ ଲାଗେ ବେଶ ସମ୍ଭାବନା ମୟ । ତାଙ୍କର ଏଇ ପ୍ରୟାସ ପ୍ରଭାବିତ କରେ କିଛି ରିପୋର୍ଟରଙ୍କୁ । ଗୋଟେ ଯୋଡ଼େ ଇଣ୍ଟରଭ୍ୟୁ ମଧ୍ୟ ନିଅନ୍ତି ନ୍ୟୁଜ ଚ୍ୟାନେଲ ବାଲାଏ । ଗୋଟେ ଯୁବ ଇଞ୍ଜିନିୟରଙ୍କର ସଫଳ ଉଦ୍ୟମକୁ ନେଇ ହୁଏ ଟିକେ ଚର୍ଚ୍ଚା ପରିଚିତ ପୃଥିବୀରେ । ଖୁବ୍ ଉତ୍ସାହିତ କରେ ଏସବୁ ଅଂଶୁକୁ । ପୁରସ୍କୃତ ହେବାର ଆଶା ବୃକ୍ଷଟେ କୁଆଁ ମେଲେ ମନ କୋଣରେ । ଆଉ ଘଟେ ମଧ୍ୟ ସେମିତି ।

ତା ' ପାଇଁ ହୁଏ ପୁରସ୍କାରର ବନ୍ଦୋବସ୍ତ ।

ଏଇ ସଫଳତାରେ ସବୁଠାରୁ ଅଧିକ ଆନନ୍ଦିତ ହୁଅନ୍ତି ମାଉସୀ । ବଢେ ଆହୁରି ଆତ୍ମୀୟତା । ଶ୍ରଦ୍ଧାଳୁ ମାଉସୀଙ୍କର ସବୁକିଛି ଭଲ ଲାଗେ ତାକୁ କିନ୍ତୁ ଗୋଟିଏ କଥା ଟିକେ ବ୍ୟସ୍ତ କରେ । ସେଇଟି ହେଉଛି ମାଉସୀଙ୍କ ଚାଦର । ମାଉସୀ ସବୁବେଳେ ସେଇଟି ଘୋଡେଇ ହେଇ ରୁହନ୍ତି । ଶୀତ ଦିନ ହେଇଥିଲେ ଭିନ୍ନ କିନ୍ତୁ ଏବେ ଡହଡହ ଖରା । ଅଂଶୁକୁ ତାଙ୍କର ଏ ବ୍ୟବହାର ଟିକେ ବିଚିତ୍ର ଲାଗେ । ଭାବେ ସେ ପଚାରିବ ସେଇ ଚାଦରର ରହସ୍ୟ । କେମିତି ଗରମ ହେଉନି ସତେ ତାଙ୍କୁ ?...

ଦିନେ ଅଂଶୁ ପଚାରେ ମାଉସୀଙ୍କୁ ତାଙ୍କ ନିଜ ଜୀବନ କଥା । କାରଣ ସେ ଯେ ଏଇ ବସ୍ତିର ନୁହଁନ୍ତି ଏତକ ବେଶ ବୁଝିଯାଇଥାଏ ଅଂଶୁ ।ତାଙ୍କ ମାର୍ଜିତ ବ୍ୟବହାର , ପାଠ ପଢା , ଚାଲି ଚଳନ ବାରି ହେଇଯାଏ ଭିଡ଼ ଭିତରୁ । ଆହୁରି ମନରେ ଥାଏ ଖୋଜିବାକୁ ଚାଦର ରହସ୍ୟ ।

--'' ଏଇଠିକୁ କେମିତି ଆସିଲେ ଯେ , ଆପଣ ନୁହଁନ୍ତି ବସ୍ତିର ମଣିଷ ଏମିତିହିଁ ଲାଗେ ମୋତେ ?''

-- '' ଛାଡ଼ ସେକଥା ଅଂଶୁ , ସେଇଟା ମୋ ଅତୀତ । ଭୁଲି ଗଲିଣି ମୁଁ ସେକଥା ସବୁ ।''

--'' ମୋତେ ଜମା ନିଜର ଭାବୁନ ନା' ସେଥିପାଇଁ କହୁନ । ''

--'' ଆରେ ନା' ନା' ତୁମକୁ କହିବାରେ କିଛି ସଂକୋଚ ନାହିଁ । କିନ୍ତୁ ପୁରୁଣା କ୍ଷତ ସତେଜ କରିବାକୁ ଇଚ୍ଛା ନାହିଁ ।''

--'' ମୁଁ କିନ୍ତୁ ଜାଣେ ଦୁଃଖ ବାଣ୍ଟିଲେ କମି ଯାଏ । ''

--'' ହଁ , ହୁଏତ ତୁମେ ଠିକ । ''

ମାଉସୀ ସେଦିନ ଦେହରେ ପଡିଥିବା ଚାଦରଟିକୁ ହଟେଇ ଦେଲେ । ଭୟ ଲାଗିଲା ଅଂଶୁକୁ , ବାଁ ହାତଟି କଚଟି ପାଖରୁ ନଥିଲା ତାଙ୍କର । କେବେ ଧ୍ୟାନ ଦେଇନି

ସେ । ଏମିତିବି ସବୁବେଳେ ଡାହାଣ ହାତ ସହ କାରବାର ଆମର । କିଛି ପଚାରିପାରିଲା ନାହିଁ ଅଂଶୁ ଏଇ ଦୁର୍ଘଟଣା ବିଷୟରେ , କେବଳ ଚୁପ ରହିଲା ଗୋଟେ ହତାଶ ଦୃଷ୍ଟି ସହ ।

ମାଉସୀ ହସିଲେ , ଯେମିତି କିଛି ଘଟିନାହିଁ , ଖୁବ୍ ସାଧାରଣ ଘଟଣା ଏଇଟି ।ଆଉ କହିଲେ ଗୋଟେ ଠକର ଗପ ।

'' ଜାଣୁ ମୁଁ ଟ୍ରେନ୍ ରେ ବସି ଯାଉଥିଲି ତାଙ୍କ ସହ । ସେ କଲିକତାରେ ଚାକିରୀ

କରୁଥିଲେ । ବଡ ସଜବାଜ ହେଇ ଯାଉଥିଲି ମୁଁ । ଏଇ ହାତ ଗୁଡିକରେ ମେଞ୍ଚେ ସୁନା ଚୁଡି ପିନ୍ଧି । ସେମାନେ ହାଣି ନେଲେ ମୋ ହାତ । ଡ଼କାଏତ ଗୁଡା ବୋଲି ହୁରି ପଡିଥିଲା ସବୁଠି । ମୁଁ ଠକି ଦେଇଥିଲି ସେଗୁଡ଼ାକଙ୍କୁ ଇମିଟେସନ୍ ଚୁଡି ପିନ୍ଧି । କିନ୍ତୁ ଜାଣି ନଥିଲି ଏତେ ଭାରି ପଡିବ ମୋତେ ମୋ ଠକାମି । ''

କାନ୍ଦୁଥିଲେ ମାଉସୀ , ନିଜ ଅତୀତର ପୃଷ୍ଠା ଲେଉଟେଇ । ସେଇ ଦୁର୍ଘଟଣା ପରେ ବିକ୍ଷିପ୍ତ ହେଇଗଲା ଜୀବନ ତାଙ୍କର । ସ୍ୱାମୀ ହାତ ଖଣ୍ଡି ବୋହୂକୁ ଆଉ ପସନ୍ଦ କଲେନି । ତିକ୍ତତା ବଢ଼ିଲା ସେ ଦୁହିଁଙ୍କ ଭିତରେ । ନଥିଲେ ତାଙ୍କ ସ୍ୱାମୀ ସେତେ ଉଦାର । ଦିନେ ହଠାତ୍ ସେ ଛାଡି ଦେଲେ ମାଉସୀଙ୍କୁ ଆଉ ଗୋଟିଏ ସୁନ୍ଦରୀ ବଙ୍ଗାଳୁଣୀ ସହ ସଂସାର କରିନେଲେ । ମାଉସୀ ଫେରିଲେ ଓଡିଶା କିନ୍ତୁ ଗଲେନି ଘରକୁ । ବାପାଙ୍କର ସେତେ ସମ୍ବଳ ନଥିଲା ଯେ ସାରା ଜୀବନ ବସେଇ ଖୋଇଥାନ୍ତେ । ସେବେଠୁ ସେ ଏଇଠି ବସ୍ତିରେ । ମ୍ୟାଟ୍ରିକ ପାସ୍ କରିଥିଲେ ତେଣୁ ପିଲାଙ୍କୁ ପଢଉଛନ୍ତି ଆଉ ସେଇଥିରେ ଚଳୁଛନ୍ତି ।

ଅଂଶୁ ଆଗରେ ଥିଲା ଗୋଟେ ଭିନ୍ନ ମଣିଷର ଚିତ୍ର । ଜୀବନ ସଂଘର୍ଷରେ ନିଜକୁ ଦୃଢ଼ କରି ଠିଆ କରିଥିବା ମଣିଷ । ଅଂଶୁ ଭାବୁଥିଲା , ତା' ଏଇ ସ୍କୁଲ ପାଇଁ ପୁରସ୍କୃତ ହେବାର ଅଧିକାରୀ କେବଳ ଏଇ ମାଉସୀ ସେ

ନୁହେଁ ।...

ସୌମ୍ୟା

ଅଂଶୁ ଜେଜୀ ମାଷ୍ଟର୍

Rate the content


Originality
Flow
Language
Cover design

Comments

Post

Some text some message..