Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାୟା
ମାୟା
★★★★★

© Ram Prasad Bisoi

Abstract Others Inspirational

3 Minutes   13.9K    8


Content Ranking

             

ମାୟା ଅନ୍ଧାର,ଆଲୋକର ଚରିତ୍ର ନୁହେଁ,ସନ୍ଧ୍ୟା ନଇଁଲେ ନିଜକୁ ସଜାଡିବାକୁ ପଡେ ମୁହଁରେ,ଓଠରେ ରଙ୍ଗ ବୋଳି ,ଅନ୍ଧାରକୁ ତାର ଭୟ ନାହିଁ । ସେ ତ କେବେ ଠାରୁ ବନି ସାରିଛି,ଅଭିସାରିକା, ଅନେକ ଆସନ୍ତି ଓ ଚାଲି ଯାଆନ୍ତି। କିଛି ଟଙ୍କା ବିନିମୟରେ ତାକୁ ସବୁକିଛି କରିବାକୁ ପଡ଼େ। କିଏ ? ସିଗାରେଟର ଚେଙ୍କା ଲଗାଏ, ତ କିଏ ? ତ ଓଠକୁ କାମୁଡି ରକ୍ତାକ୍ତ କରିଦିଏ, ନଖ ବିଦାରଣ ଚିହ୍ନ ସେ ତ ସାହଜେ ବାରି ହୋଇଯାଏ ,ଗୋରା ତକତକ ଦେହେରେ, ସବୁ ସହିବାକୁ ପଡେ । ରାତ୍ରିର ଶେଷ ପ୍ରହର ପର୍ଯନ୍ତ, ବେଳେବେଳେ ନିଜକୁ ଏମିତି ରୂପେ ପରିବେଷଣ କରିବାକୁ ପଡେ ଯେ ସତେ ଯେମିତି ଏକ ଲଙ୍ଗଳ ଫୁଙ୍ଗୁଳା ଯନ୍ତ୍ର,ବିକଟ ଶବ୍ଧ କରି ଚାଲିଛି,ଯାହା ଶ୍ରୁତିକାଟୁ । ଏଇତ ଶୋଇଥିଲା କିନ୍ତୁ ନିଦ ଭାଙ୍ଗି ଗଲା ,ସ୍ଵପ୍ନ ବି ତାର ଛାଡୁ ନାହିଁ ପିଛା । ସବୁ ଦିନେ ସେଇ ଏକ ସ୍ଵପ୍ନ, କିଛି ଧୂସର ଚେହେରା, ତା ମାଁର ବିକଟ ଚିତ୍କାର,ବାପାଙ୍କ ଗୁଳିବିଦ୍ଧ ଶରୀର, ପାଞ୍ଛବର୍ଷୀୟ ଭାଇଟିର ଗଳାଚିପି ହତ୍ୟା , ମାଁ ର ସେଈ ଶେଷ କଥା ଦି ପଦ, ଦୌଡ଼ି ଚାଲି ଯାଆ,ମାୟା, , ସେଦିନୁ ଦୌଡ଼ି ଚାଲିଛି, ଅନ୍ତଃହୀନ ସେ ଦୌଡ ଏ ଯାବତ ଚାଲିଛି । 

ସ୍ମୃତି କଣ ? ସତରେ କେବେ ମରି ଯାଏନି, ହଜିବାର ନାମ ନିଏ ନାହଁ, ଏମିତି, ଜୀବନକୁ ହନ୍ତସନ୍ତ କରି ଚାଲିଥାଏ । ଭଲ ହୋଇ ନ ଥାନ୍ତା ଯଦି ମଣିଷ ପାଖରେ ସବୁ ଅଘଟଣ ଓ ଲୁହ ନ ଥାନ୍ତା, ବୋଧେ ଏ ତଫାତ ପରିଚୟ ଦିଏ ତାକୁ ତା ଅସ୍ତିତ୍ଵର ନ ହେଲେ ସେ କଣ ? ଭୁଲି ଯାଆନ୍ତା ନି ଜଣେ କେହି ଅଛି,ତା ଭାଗ୍ୟ ନିୟନ୍ତ୍ରଣ କରିବାକୁ। ଏମିତି ଅତୀତ ସବୁଦିନେ ତାକୁ କ୍ଷତାକ୍ତ କରି ଚାଲିଥିବ । ମାମିନା ମାଉସୀ ତାକୁ ଝିଅ କରି ରଖିଛି । ସକାଳୁ ନିତି କ୍ଷୀର ଗିଲାସ ସହ ତା ବିଛଣା ପାଖାରେ ପହଞ୍ଚି ଯାଏ । ସୋରିଷ ତେଲେ ଓ ହଲଦିରେ ଦେହ ସାରା ମାଖି ଦିଏ ଆଉ କହେ ଝିଅ, ଦେଖିବୁ ଦିନେ ଜଣେ କେହି ଆସି ପହଞ୍ଚିବ, ତତେ ଏ ନର୍କରୁ ଉଧାର କରିବ । ମୁଁ ,ମାଁ ହୋଇ ବିଦା କରିବି । ତୋ ପିଲାମାନଙ୍କ ସହ ମୋ ବଳକା ଦିନ ସବୁ କାଟିଦେବି । ତୋର ବି ଫେରି ଆସିବ, ହସିଲା ପୁରିଲା ଦିନ । କେଜାଣି କେବେ ଆସିବ ସେ ଦିନ, ଆଶା ଟିକକ ନେଇ କାଟିବାକୁ ପଡିବ ତ ଜୀବନ । ହଁ, ଆଶା ହିଁ ଜୀବନ ଜୀବନ ହିଁ ଆଶା।

ଆଜି ଦଶହରା, ଏଇତ କିଛି ଦିନ ତଳେ ବାଲୁ ମହାରଣା ମାଙ୍କ ମୃଣ୍ୟୟ ମୁର୍ତ୍ତି ଗଢିବାକୁ,ତା ଦାଣ୍ଡରୁ ମାଟି ଖୋଳି ନେଇଥିଲା । ମାମିନା ମାଉସିକୁ ପଚାରିଲି ମାଁଙ୍କ ମୁତ୍ତି ଗଢିବାକୁ ଆମ ଦାଣ୍ଡର ମାଟି, କଣ ? ଆମେ ପରା ବାରାଙ୍ଗନା, ତା ହେଲେ ଅପିବିତ୍ର, ପୁଣି ମାଙ୍କ ପୂଜାରେ ଆମ ମାଟି । ମାଉସୀ କହିଲା, ଆଲୋ ମାଯା ଆମେ ପରା ମୋହିନୀ କନ୍ୟା, ଆଉ ମା ଭୁବନ ମୋହିନୀ, ଆମ ରୂପ ଯୌବନ,ଷୋଳ ଶିଙ୍ଗାର,କୁ ନେଇ ମାଁ ଙ୍କ ମୂର୍ତ୍ତୀ ଗଢାହେବ, ଶିଳ୍ପୀର କଲ୍ପନାରେ ଆମ ସୁନ୍ଦରତା । ମାଁ ଙ୍କ ସେଇ ରୂପ ଦେଖି ଯେଉଁ ପୁରୁଷ ମୋହିତ ହେବ, ସେ କେବେ ବି ପାଇବ ନି ମୁକ୍ତି,ତା ଦାନବତ୍ୱ ସେମିତି ତା ପାଖରେ,ରହିଯିବ । ଚଊଷଠି ଯୋନିରେ ସେ ଭୋଗ କରିବାକୁ ପଡିବ ତା ପାପ ଆଉ ଯିଏ ଭକ୍ତି,ପ୍ରେମ,ବାଛଲ୍ୟରେ ମାଁଙ୍କୁ ଡାକିବ, ତାର ସକଳ ଦୁର୍ଗତି ନାଶନ ହେବ । ପଚାରିଲା,ମାୟା,ତା ହେଲେ ଆମେ କଣ ? ଏ ନର୍କରୁ ଉଦ୍ଧାର ପାଇବା ନି କେବେ । 

ମାଉସୀ କହିଲା, ମା ଲୋ ଆମେ ସବୁ ପଙ୍କରୁ ଜାତ ପଦ୍ମ । ଆମ ଆଶା ସବୁ ପଦ୍ମ ପତ୍ରେ ହସୁଥିବା କାଚକେନ୍ଦୁ, ପାଣି, ଚନ୍ଦ୍ର ଆଲୋକରେ ହସି ଚାଲିଥିବା, ମିଥ୍ୟା ପ୍ରହେଳିକା ଅନ୍ଧାର ରାତ୍ରିର ମାୟା । ମାଁ ଯୋଗମାୟା, ଆଉ ଆମେ ସବୁ ଯୋଗିନୀ ମାୟା । ନର୍କଗାମୀ ପୁରୁଷଙ୍କୁ ସଂସାର ବନ୍ଧନରେ ବାନ୍ଧି ରଖି ପାରୁଥିବା, ମାୟା ।

କାଶ୍ୟପ,

ରାମ ପ୍ରସାଦ ବିଷୋଇ,

ନ୍ୟୁ କଲୋନୀ, ରାୟଗଡା । 

ମୋ ୯୪୩୭୨୩୪୪୭୩

ଅନ୍ଧାର ମାୟା ଯୋଗିନୀ

Rate the content


Originality
Flow
Language
Cover design

Comments

Post

Some text some message..