Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

2  

Niranjan Sahu

Others

ହଠାତ ସମ୍ପତି ହେଇଗଲେ ମଣିଷ ଅବସ୍ଥା

ହଠାତ ସମ୍ପତି ହେଇଗଲେ ମଣିଷ ଅବସ୍ଥା

2 mins
7.2K


ହୀରା ବେପାରୀଟିଏ । ଦିନେ ଗୋଟେ ମୂଷା ଗୋଟେ ହୀରା ଗିଳି ଦେଲା । ବେପାରୀ ଚେଷ୍ଟାକଲା ମୂଷାକୁ ଧରିବାକୁ କିନ୍ତୁ ପାରିଲାନି । ଲକ୍ଷେ ଟଙ୍କାର ହୀରା ବ୍ୟସ୍ତ ହେଇଗଲା । ଜଣେ ମୂଷା ଧରାଲିକୁ ଡାକି ସବୁକଥା କହିଲା । ମୂଷାକୁ ଧରିଦେଲେ ଦଶଜାର ପୁରସ୍କାର ଦିଆଯିବ କହିଲା । ମୂଷା ଧରାଳି ମୂଷା ଧରିବାକୁ ସେ କୋଠରୀକୁ ଗଲା । ଯେଉଁ କୋଠରୀକୁ ମୂଷା ହୀରା ଖାଇ ଚାଲିଯାଇଥିଲା । ସାଙ୍ଗରେ ହୀରା ବେପାରୀ ବି ଥିଲେ। କୋଠରୀରେ ଦେଖିଲେ ବହୁତ ଗୁଡିଏ ମୂଷା । ଦଳ ଦଳ ବୁଲୁଛନ୍ତି... । ବେପାରୀ କହିଲା ଏତେଗୁଡିଏ ମୂଷା ।

କେମିତି ଜାଣିବ କେଉଁ ମୂଷା ହୀରା ଖାଇଛି । ମୂଷା ଧରାଳି ସ୍ମିତ ହସିଲା ଓ ଦେଖିଲା , ଗୋଟିଏ ମୂଷା ଉଚ୍ଚ ଜାଗାରେ ବସି ନିଶକୁ ଫୁଲେଇ ଏକଲା ବସିଛି ଓ ଗୋଡ଼ ହଲେଇ ଏଣେ ତେଣେ ଦେଖୁଛି । ମୂଷାଧରାଳି ସେଇ ମୂଷା ଟିକି ଖାପ କିନା ଧରିଲା । ବେପାରୀଙ୍କୁ କହିଲା ଏ ମୂଷା ହୀରା ଖାଇଛି । ବେପାରୀ ଖୁସିରେ ମୂଷାକୁ ମାରି ପେଟ କାଟିଲା । ସତରେ ପେଟରେ ହୀରା ଥିଲା ପାଇ ଖୁସିହେଲା ଏବଂ ଆଶ୍ଚର୍ଯ୍ୟ ହେଇଗଲା ଏତେ ମୂଷାରେ ସେ ଜାଣିଲା କେମିତି ଏ ନିର୍ଦ୍ଧିଷ୍ଠ ମୂଷା ହୀରା ଖାଇଛି । ବେପାରୀ ମୂଷା ଧରାଳିକୁ ରହସ୍ୟ ପଚାରିଲା । ମୂଷାଧରାଳି ହସିଲା ଓ କହିଲା ଆଜ୍ଞା... ମଣିଷ ପାଖରେ ଯେବେ ହଠାତ ସମ୍ପତି ହେଇଯାଏ ସେ ନିଜକୁ ବଡ଼ ଭାବେ କା ସହିତ ମିଶେ ନାହିଁ । ସମସ୍ତଙ୍କୁ ଘୃଣା କରେ ଏ ଦୁନିଆରେ ସେ ହିଁ ବଡ଼ ଭାବେ...ଏଣୁ ଏକଲା ଏକଲା ରହେ,ଆତ୍ମ ଗର୍ବ ବଢିଯାଏ,,ମୁଁ ଏତକି ଜାଣିଛି । ତେଣୁ ମୂଷା ଧରିବା ସହଜ ହେଲା । ଯେତେବେଳେ ମୂଷାଟି ହୀରାଟିଏ ଗିଳିଦେଇଛି । ସେ ନିଜକୁ ଧନୀ ଓ ପ୍ରଭାବଶାଳୀ ଭାବିଲା ଓ ଅନ୍ୟ ମୂଷାକୁ ଘୃଣା କଲା କା ସହ ମିଶିଲାନି । ଏକଲା ଏକଲା ରହିବାକୁ ଲାଗିଲା । ଆଉ ଆଜି ତାର ଗର୍ବ ହିଁ ବିପଦ ଡାକିଲା । ଏହା ଭାବି ମୂଷା ମୁଁ ଚିହ୍ନି ଦେଲି ।

ହୀରା ବେପାରୀ ଖୁସି ହୋଇ ଆଉ ଅଧିକ ୨ହଜାର ପୁରସ୍କାର ଦେଲା ଓ ତାକୁ ଗୁରୁ ହିସାବରେ ଗ୍ରହଣ କରି ସମସ୍ତଙ୍କ ସମ୍ପର୍କ ଭଲରେ ରଖି ସୁଖଶାନ୍ତିରେ ଚଳିଲା ।

( ନିରଞ୍ଜନ ସାହୁ)


Rate this content
Log in