Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Binay Das

Others

3  

Binay Das

Others

SHUNYATA

SHUNYATA

1 min
7.0K


ଶୂନ୍ୟତା

ବିନୟ୍ ମୋହନ ଦାସ

୩୦.୦୬.୨୦୧୫

 

ଶୂନ୍ୟତା ମୋହର ଅତି ପରିଚିତ

ଯା’ ସଙ୍ଗେ ମୁଁ କଥା ହୁଏ,

ଲୁଚିଥିବା ଯେତେ ଭାବପ୍ରବଣତା

ତାହା ଆଗେ ଗପି ଦିଏ ୥

 

ମୁରୁକି ହସେ ସେ’ ଗପ ଶୁଣୁ ଶୁଣୁ

ତଥାପି ସେ’ ଶୁଣୁ ଥାଏ,

ବିରୋଧ କରିନି, ଦୂରେଇ ଯାଇନି

ମୋତେ ବୋଧେ ଭଲ ପାଏ ୥

ଯେତେ ଥିଲେ ସାଙ୍ଗ ଦୂରେଇ ଗଲେଣି

ଦୂର ହୋଇନି ଶୂନ୍ୟତା,

ଯେବେ ବି ଡାକିଛି, ସହସା ଆସିଛି

ମୋ’ ସଙ୍ଗେ ହୋଇଛି କଥା ୥

 

ବୋଧଜ୍ଞାନ ମୋର ଲୋପ ହୋଇଲେ ବି

ବିରକ୍ତ ହୋଇନି କେବେ,

ପ୍ରୋତ୍ସାହନ ଦିଏ, ବୁଝାଇ ବି କହେ

“ନିଜତ୍ବ ହରାନି କେବେ” !!

ଶୁଣିବାକୁ ସିଏ ସର୍ବଦା ପ୍ରସ୍ତୁତ

କହିବାକୁ ଯେବେ ଚାହେଁ,

ଅଦ୍ଭୁତ ତାହାର ଧୀ-ଧୈର୍ଯ୍ୟ ଶକ୍ତି

ବାସ୍ତବରେ ମୋତେ ଭାଏ ୥

 

ଯଦି ଝୁଣ୍ଟିପଡ଼େ ମୋତେ ଧରି ନେଇ

କୁହଇ ମୋ’ କାନ ପାଖେ,

ଏପରି ଅଧୈର୍ଯ୍ୟ ହୁଅନି ହେ’ ବନ୍ଧୁ

ରହି ଯିବ ସଦା ଦୁଃଖେ ୤

 

ସମୟର ତାଳେ ସବୁ ବଦଳୁଛି

ତୁମେ କି ନୂଆ ବ୍ୟକ୍ତିତ୍ବ,

ତୁମ ପାଇଁ କିଛି ନୂଆ ଘଟୁନାହିଁ

ହରାଅ କାହିଁ ଅସ୍ଥିତ୍ବ ??


Rate this content
Log in

More oriya story from Binay Das