ଅପରାଧୀ
ଅପରାଧୀ
ମୁଁ ଜାଣିପାରୁଛି, ତୋ ଭାଉଜ ପ୍ରତି ମୁଁ ବହୁତ ଅନ୍ୟାୟ କରିଛି l କେବେ ବି ତାର ମନକୁ ବୁଝିବାକୁ ଚେଷ୍ଟା କରିନି l ସବୁବେଳେ ତାକୁ କର୍ତ୍ତବ୍ୟବୋଧର ଦ୍ୱାହି ଦେଇ ନିରବ କରେଇଦେଇଛି l ସେ ବି କେବେ ପ୍ରତିବାଦ କରିନି l କାହିଁକି କଲାନି ସେ ପ୍ରତିବାଦ ?
ବାହାଘର ପରେ ତୁମମାନଙ୍କର ଅସୁବିଧା ହେବ ବୋଲି ତାକୁ କେବେ ଚାକିରି ଯାଗାକୁ ଆଣିନି l ଶନିବାରେ ଯାଇ ଗାଆଁରେ ପହଞ୍ଚିବା ବେଳକୁ ରାତି ଦଶ ଓ ସୋମବାର ଦିନ ପାହାନ୍ତି ପାହାନ୍ତି ବାହାରି ଆସେ l ସେ କେବେ କିଛି ଦାବୀ କରେନା କି ତାର କିଛି ଅଭାବବୋଧ ଅଛି ବୋଲି ମୁଁ ଜାଣିବାକୁ ଚେଷ୍ଟା କରିନି l ତୁମେମାନେ ନିଜ ନିଜ କ୍ଷେତ୍ରରେ ଅବସ୍ଥାପିତ ହୋଇଗଲ l ତା ପରେ ବାବା ବୋଉଙ୍କର ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଓ ଅସୁବିଧା l ସେମାନେ ଜମ୍ମା ରାଜି ହେଲେନି ଆମ ସହ ଭୁବନେଶ୍ୱର ଆସିବା ପାଇଁ l ତେଣୁ ଭାଉଜ ତୋର ରହିଲା ସେଠି ଗାଆଁରେ l ଅନୁ ଓ ସୋନୁ ପରି ପ୍ରଥମରୁ ଯଦି ମୁଁ ତୋ ଭାଉଜକୁ ମୋ ସାଙ୍ଗରେ ନେଇ ଆସିଥାନ୍ତି, ହୁଏତ ବାବା ବୋଉ ମୋ ସହ ଆସିବାକୁ ରାଜି ହୋଇଥାନ୍ତେ l କେଜାଣି??? ବାବା ବୋଉଙ୍କ ପରେ ରୀତୁ ଓ ସିତୁର ଭବିଷ୍ୟତ l ବାସ୍ ଏହି ନିଅଣ୍ଟିଆ ବଜେଟ୍ ଭିତରେ ମୁଁ କେବେ ସାହସ କରିନି, ତୋ ଭାଉଜର କିଛି ଦାବୀ ଅଛି କି ନା ଜାଣିବା ପାଇଁ l ସିଏ ବି କିଛି କହିନି l ଆଜି ଭାବୁଛି, ସବୁ ହୋଇପାରିଲା, ତେବେ ଏତିକି କାହିଁକି ହୋଇପାରିଲା ନାହିଁ ? ତୋ ଭାଉଜ ଆଗରେ ମୁଁ ଆଜି ଅପରାଧୀ l
ଏତିକି କହି ସାରିବା ପରେ ଭାଇ ଆଖିରୁ ଝରିଆସିଲା ଦୁଇ ଧାର ଲୁହ ଓ ସେ ଲୁହ ସଞ୍ଚରି ଗଲା ଆଖିକୁ ମୋର l