Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଖାଦ୍ୟ-ଲୁହ-ଲହୁ
ଖାଦ୍ୟ-ଲୁହ-ଲହୁ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

2 Minutes   7.2K    13


Content Ranking

ସମିର କୁମାର ବେଉରା

ସମିର ଆଉ ରଶ୍ମି ଦୁହେଁ ଚେନ୍ନାଇରେ ଗୋଟିଏ କଲ୍‌ ସେଣ୍ଟର୍‌ରେ କାମ କରନ୍ତି । ରଶ୍ମି ଭୁବନେଶ୍ୱର ଆଉ ସମିର କଟକ ଜିଲ୍ଲାର ଏକ ନିପଟ ମଫସଲୀ ଗାଁର । ରଶ୍ମି କାମ କରେ ୟୁ.ଏସ୍‌.ଏ. କ୍ଲାଏଣ୍ଟ୍‌ ପାଇଁ , ଯେଉଁଥିରେ ଇଂଲିଶ ଭାଷାର ବ୍ୟବହାର ଆଉ ସମିର ଭାରତୀୟ କ୍ଲାଏଣ୍ଟ୍‌ ପାଇଁ , ଯେଉଁଥିରେ ଭାରତୀୟ ଭାଷାର ବ୍ୟବହାର ଅଧିକ । ମୁଖ୍ୟ କଥା ହେଲା ରଶ୍ମି ସମ୍ଭ୍ରାନ୍ତ ପରିବାରର , ଦୁଃଖ କଷ୍ଟ କ’ଣ ଜାଣିନି ଆଉ ସମିର ସାଧାରଣ ଚାଷୀ ତଥା ଗରିବ ପରିବାରର , ଯେଉଁଠି ଲହୁ ସ୍ୱେଦ ହୋଇ ନ ବୋହିଲେ ପେଟକୁ ଦାନା ମିଳେନି । ରଶ୍ମି ରୁହେ ଗୋଟେ ଦାମୀ ଘରେ ପେଇଙ୍ଗ୍‌ ଗେଷ୍ଟ ଭାବରେ ଆଉ ସମିର ରୁହେ ଗୋଟେ ବସ୍ତିରେ ଏକ ଛୋଟ ଘରଟିଏ ଭଡ଼ା ନେଇ । ରଶ୍ମି ହୋଟେଲ୍‌ରୁ ବିଭିନ୍ନ ଖାଦ୍ୟ ଅଡର୍ର କରି ଖାଏ ଏବଂ ସମୀର ନିଜେ ରୋଷେଇ କରି ଖାଏ । କିନ୍ତୁ ଏସବୁ ପରେ ବି ଦୁହିଁଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା । ଯେତେବେଳେ ଘଣ୍ଟା ଘଣ୍ଟା ଧରି ବକ୍‌ବକ୍‌ ପରେ ଦଶ ମିନିଟ୍‌ର ବିରତି ମିଳିଯାଏ ସେତେବେଳେ ଦୁହେଁ ଏକାଠି ହୁଅନ୍ତି କାଫେଟେରିଆରେ । ଗ୍ରିନ୍‌ ଟି’ ଆଉ ବ୍ରେଡ୍‌ ଅମ୍‌ଲେଟ୍‌ , କେବେ ଜିଞ୍ଜର ଟି’ ଆଉ ମ୍ୟାରି ବିସ୍କୁଟ୍‌ ତ କେବେ କମ୍ପାନି ତରଫରୁ ମିଳୁଥିବା ବ୍ରେକ୍‌ଫାଷ୍ଟ , ଲଞ୍ଚ୍‌ ଅବା ଡିନର୍‌ ସବୁବେଳେ ଏକାଠି ଖାଆନ୍ତି ।

ରଶ୍ମି ତଥା ଆହୁରି ଅନେକ ସହକର୍ମୀ ଯେତେବେଳେ ପିଜା ବର୍ଗର ପରି ଦାମୀ ଖାଦ୍ୟ କିମ୍ବା କମ୍ପାନି ତରଫରୁ ଫ୍ରି ମିଳୁଥିବା ବ୍ରେକ୍‌ଫାଷ୍ଟ , ଲଞ୍ଚ୍‌ ଅବା ଡିନର୍‌ ଆଦି ଡଷ୍ଟବିନ୍‌କୁ ଫିଙ୍ଗିଦିଅନ୍ତି ସେତେବେଳେ ସମିର ବହୁତ କଷ୍ଟ ପାଏ ମନେ ମନେ । ପ୍ରତିଦିନ କାଫେଟେରିଆ ନୋଟିସ ବୋର୍ଡରେ ଫିଙ୍ଗାଯାଇଥିବା ଖାଦ୍ୟର ପରିମାଣ ଦେଖି ବହୁତ କଷ୍ଟ ପାଏ ସମିର । ମନେପଡ଼େ ତା’ ଗାଁରେ ମୁଠାଏ ଖାଇବା ପାଇଁ ଜୀବନସାରା ମଣିଷ କେତେ ସଂଘର୍ଷ କରୁଥାଏ । କେମିତି ଚାଷୀ ହତାଶ ହୋଇ ଆତ୍ମହତ୍ୟା କରୁଛି । ଆହୁରି ଭାବେ ଏଇ ସହରୀ ମଣିଷଗୁଡ଼ାଙ୍କର ହୃଦୟ ନାହିଁ , ନ ହେଲେ ଖାଦ୍ୟକୁ ଏମିତି ଫିଙ୍ଗିଦେଉ ନ ଥା’ନ୍ତେ ! ମନ ଭିତରର ଏଇ ଯନ୍ତ୍ରଣା ସବୁକୁ ଦିନେ ସେ କାଫେଟେରିଆରେ ଖାଇବା ସମୟରେ ରଶ୍ମିକୁ କହିଲା , ‘‘ଦେଖ , ଆମେ ଆଜି ସଭ୍ୟ ସମାଜରେ ବଢ଼ି ସୁଦ୍ଧା ଅସଭ୍ୟଙ୍କ ଭଳି ଖାଦ୍ୟ ନଷ୍ଟ କରୁଛେ ।’’

ରଶ୍ମି ତା’ର କଥାକୁ ଫୁ କରି ହସରେ ଉଡ଼େଇଦେଇ କହିଲା , ‘‘କ’ଣ ଏମିତି ବେକାର କଥା କହୁଚ ? ଏତିକି ଟିକେ ଖାଦ୍ୟ ନଷ୍ଟ ହୋଇଗଲେ ସଭ୍ୟ-ଅସଭ୍ୟ କଥା ଉଠୁଚି କୋଉଠୁ ? ଆଫ୍‌ଟର୍‌ ଅଲ୍‌ ଇଟ୍‌ସ୍‌ ଏ ସିମ୍ବଲ୍‌ ଅଫ୍‌ ୟୋର୍‌ ଷ୍ଟାଟସ୍‌ ।’’

ସତେ ଯେମିତି ନିଆଁ ଲାଗିଗଲା ସମିର ଦେହରେ । ଗର୍ଜି ଉଠିଲା ସେ- ‘‘ତମେ ସେକଥା କାହିଁ ବୁଝିବ ? ତମର ଏ ଷ୍ଟାଟସ୍‌ ଟିକକ ପାଇଁ ତମେ କେବେ ଦେଖି ନ ଥିବା ମଣିଷଟିଏ ପାଣି କାଦୁଅରେ ମାସ ମାସ ପରିଶ୍ରମ କରି ତା’ର ଲହୁକୁ ଝାଳ କରି କେତେଟା ଶସ୍ୟ ଫଳାଏ । ନିଜ ପରିବାରକୁ ପଛକରି ସେ ଦେଶ ପାଇଁ ଦାନା ଅମଳ କରେ । ବେଳେବେଳେ ସମୟ ଦାଉରେ ତାକୁ ଆତ୍ମହତ୍ୟା କରିବାକୁ ପଡ଼େ । ହେଲେ ତମ ପରି ମଣିଷମାନେ ନିଜର ଷ୍ଟାଟସ୍‌କୁ ଦେଖାଅ । ଦେଖିବ ଏମିତି ସମୟ ଆସିବ ଆମକୁ ଖାଦ୍ୟ ବଦଳରେ ଔଷଧ ଖାଇ ବଞ୍ଚିବାକୁ ହେବ ଆଉ ସେଦିନ ତମର ଷ୍ଟାଟସ୍‌ ଦେଖାଇବାକୁ ଆଉ କିଛି ନ ଥିବ ।’’ ରାଗ ତମତମ ହୋଇ ସମିର ଉଠିଗଲା ଖାଇବା ଛାଡ଼ି । ଖାଇବା ସବୁ ସେମିତି ଥାଳିରେ ଥୁଆହୋଇଥାଏ । ସାରା କାଫେଟେରିଆରେ ଗହଳଚହଳ। ଚୁପ୍‌ଚାପ୍‌ ରଶ୍ମି । ପାଖରେ ଖାଉଥିବା ଅନ୍ୟମାନେ ବୋଧେ ଏ ଦୁହିଁଙ୍କ ଭାଷା ବୁଝିପାରି ନ ଥିଲେ । ରଶ୍ମି କିନ୍ତୁ ବୁଝିସାରିଥିଲା ଗୋଟେ ଥାଳି ଖାଦ୍ୟ ଭିତରେ ଥିବା ଲୁହ ଆଉ ଲହୁକୁ । ସମିର ଛାଡ଼ିଯାଇଥିବା ଥାଳିକୁ ସେ ନିଜଆଡ଼କୁ ଟାଣିନେଲା ।

ସମିର ରଶ୍ମି ଚେନ୍ନାଇ

Rate the content


Originality
Flow
Language
Cover design

Comments

Post

Some text some message..