Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଗମ୍ଭୀର ଗଛ
ଗମ୍ଭୀର ଗଛ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Tragedy

3 Minutes   7.9K    30


Content Ranking

ବିଛଣାରେ ପଡି ପଡି ଶମ୍ଭୁନାଥ ବିଳିବିଳି ହେଉଥିଲେ | ଅସ୍ପଷ୍ଟ ପାଟିରେ ପୁଅକୁ କହୁଥିଲେ, ଗମ୍ଭାରୀ ଗଛଟାକୁ ଆଇତିରେ ରଖିଥିବୁରେ ବେନୁଆ, ସେଇଟା ତୋ ବୋଉର ଶେଷ ସନ୍ତକ୤ ଗଲାବେଳେ କାନ୍ଦି କାନ୍ଦି କହିଥିଲା, ବେନୁଆକୁ ଯେମିତି ଯତ୍ନରେ ପାଳିବ, ସେ ଗମ୍ଭାରୀ ଗଛଟାକୁ ସେମିତି ଯତ୍ନରେ ପାଳି ପୋଷିକି ରଖିଥିବ୤ ଇଏ ମୋ ସଂସାରର ମଝିଖୁଣ୍ଟ, ସେଟା ଗଛ ନୁହେଁରେ ବେନୁଆ, ସେ ତୋ ମାଆ, ତୋ ଭାଇ|

ବେନୁଆ ଓରଫ‌୍ ବିନୋଦ ବାବୁ ଅସହାୟ ହୋଇ ବାପାଙ୍କ ହାତକୁ ମୁଠେଇ ଧରିଥିଲେଜ୍ଝ ମୁଣ୍ଡରେ ହାତ ବୁଲେଇ ବୁଢାବାପକୁ ବୋଧ ଦେଲାବେଳେ, ସେ ଭଲ କରି ଜାଣିଥିଲେ, ଯିଏ ଯେତେ ଚାହିଁଲେ ବି ତାଙ୍କ ତଳବାଡିର ସେ ଗମ୍ଭାରୀ ଗଛଟାକୁ କେହି ବଞ୍ଚାଇ ପାରିବେ ନାହିଁଜ୍ଝ ସରକାର ସବୁ ବିକିଦେଲେ | କିଆରି କିଆରି ଧାନଗଛ, ଖଣ୍ଡମଣ୍ଡଳ ମହକୁଥିବା ଏକର ଏକର କୁରେଇଫୁଲର ବୁଦା,ଡେଙ୍ଗା ଡେଙ୍ଗା ତାଳଗଛ,ଇତିହାସର ମୁଣ୍ଡିଆ ପାହାଡ଼ | ସବୁ ଏବେ ଶୋଇବେ ମୃତ୍ୟୁ ଶେଯରେ | ଗଛଙ୍କ ଶବ ଉପରେ କାରଖାନା ବସିବ୤ ଟୋକେଇରେ କୋଳି ଗୋଟେଇଲା ପରି, କାରଖାନା ମାଲିକ ଜମିବାଡ଼ି ଗୋଟେଇ ନେଉଛନ୍ତି | ଏମାନଙ୍କୁ ଦେଖିଲେ ଲାଗୁଛି,ଉଦୁଉଦିଆ ଖରାବେଳେ ବିକୃତ ମୁହଁ କରି ସତେ ଯେମିତି ଅରଣା ମଇଁଷିମାନେ ବୁଲୁଚନ୍ତି୤ ଯାହା ପାଇବେ ଶିଙ୍ଗରେ ଭୁଷି ସମାନ କରିଦେବେ୤

ଅସୁସ୍ଥ ଶମ୍ଭୁନାଥଙ୍କ ପଦସେବା କରୁଥିବା ନାତି ଦୟାନନ୍ଦ କହିଲା୤ ସାଆନ୍ତ,ସବୁତ ଗଲା, ଏଇ ଗମ୍ଭାରୀ ଗଛଟା କି କାମକୁ ଆସିବ୤ ଏଇଟା ପାଇଁ ଶେଷ ଜୀବନରେ ଏତେ ଅଶାନ୍ତି ପାଉଚ୤

ବୃଦ୍ଧ ଶମ୍ଭୁନାଥ ନିଜର ସବୁ ବଳ ଖଟେଇ ଦୟାନନ୍ଦକୁ ଏକ ଶକ୍ତ ଗୋଇଠା ମାରିଲେ୤ ଶଳା,ଆଜିକା ଟୋକା ଶଃ

ମେଞ୍ଚଡ଼ଟା, କହିଲା କ’ଣ ନା ଗମ୍ଭାରୀ ଗଛର ମହତ୍ବ ନାହିଁ୤ ଶଳା ହାରମଜାଦା ଅକାଳକୁଷ୍ମାଣ୍ଡ କାହାଁକା୤

ବେନୁଆ ଓରଫ ବିନୋଦ ବାବୁ ବାରମ୍ବାର ଲଗାଇଥିଲ୥ ବାପା ଏ ଗମ୍ଭାରୀ ଗଛଟା ହାଣି ଦେବା୤ ପଟା ଚିରି ଚିରି ଭାଡ଼ିଟାଏ କରିବା୤ ବାକି ଯାହା ବଳିବ, ତାକୁ ଆଟୁରେ ଲଗେଇ ଦେବା୤ ଏଇ ଜାଗାରେ ଗୋବର ଗ୍ୟାସ‌୍ ଗାତ ଗୋଟେ କରିବା୤

କିନ୍ତୁ ଗମ୍ଭାରୀ ଗଛ କଥା ପଡିଲେ ବୃଦ୍ଧ ଶମ୍ଭୁନାଥ ସମସ୍ତଙ୍କୁ ଖେଙ୍କାରି ଗୋଡ଼ାଉଥିଲେ୤ କହୁଥିଲେ, ୟାହାପ! ମାଆକୁ ଚିରିବୁ, ଯିଏ ତତେ ଜନ୍ମ ଦେଇଚି୤ ତାକୁ ହାଣି ତା ଜାଗାରେ ଗାତ ଖୋଳିବୁ୤ ମୁର୍ଖ, ପାଷାଣ୍ଡ କୋଉଠିକାର୤

ତୁ ପେଟରେ ଥିଲୁ, ତୋ ମାଆ ଏ ଗଛଟାକୁ ଲଗେଇଥିଲା, ସେତେବେଳେ ସେ ନୂଆ ଭୁଆସୁଣୀ୤ ମୁଣ୍ଡ ଉପର ସୂର‌୍ୟ୍ୟଙ୍କୁ ହାତ ଯୋଡି କହିଥିଲା,ମହାପ୍ରୁ, ଏଇ ଗମ୍ଭାରୀ ଗଛକୁ ସାକ୍ଷୀ ରଖିଲି୤ ମୋ ସଂସାର, ମୋ ପିଲାପିଚିକା, ମୋ ଗେରସ୍ତକୁ ସହି ସଲାମତ ରଖିଥିବୁ୤

ତା ପରେପରେ ତୁ ଜନ୍ମ ହେଲୁ୤ ଏ ଗଛ ତୋ ବଡ଼ଭାଇ୤ କହୁଚୁ କଣନା, ପଟା ଚିରି ଦେବୁ୤ ଚିରିଲୁ ଦେଖି, ଦେଖିବି କୋଉ କାରଖାନା ବାଲା ଆସିବ ଏ ଗଛ କାଟିବାକୁ୤

ଘର ସଂସାର କଥା ବୁଝି ବୁଝି ଶମ୍ଭୁନାଥ ଧୀରେ ଧୀରେ କ୍ଳାନ୍ତ ହୋଇ ପଡ଼ୁଥିଲେଜ୍ଝ ଧୀରେ ଧୀରେ ବେନୁଆ ଓରଫ ବିନୋଦ ବାବୁଙ୍କ ହାତକୁ ଚାଲି ଆସୁଥିଲା ସଂସାରର ଭାର, ଜମିବାଡ଼ି, ଘରଖଞ୍ଜା, ଖଳା, ଶଗଡ଼, ବଳଦ, କରଂଜ ଓ ଗମ୍ଭାରୀ ଗଛ୤

ଧୀରେ ଧୀରେ କାରଖାନା ବସୁଥିଲା, ଡେଙ୍ଗା ଡେଙ୍ଗା ତାଳଗଛକୁ ମେସିନ‌୍ ଚକିରେ କଟାଯାଉଥିଲା, ପାଚେରୀ ଗଢ଼ା ହେଉଥିଲା, ତାରଜାଲି ଲାଗୁଥିଲା, ଡ୍ରୋଜର୍‌ ଚାଲୁଥିଲା, ବଡ଼ ବଡ଼ ମେସିନ‌୍କୁ ଦେଖି ଗାଁ ଲୋକେ ଭାବୁଥିଲେ, ଏଇ ବୋଧେ କାରଖାନା୤

ଏପଟେ ଶମ୍ଭୁନାଥ ଅଧିକ ଅସୁସ୍ଥ ହେଉଥିଲେ, ଦିନରାତି ବିଛଣାରେ ପଡ଼ିଅ ବେଶି ବେଶି ଗମ୍ଭାରୀ ଗଛ କଥା ବିଳିବିଳି ହେଉଥିଲେ, ବିନୋଦ ବାବୁ କାରଖାନା କଣ୍ଟ୍ରାକ୍ଟର ସହ ଚୁକ୍ତି କରୁଥିଲେ, ଧୀରେ ଧୀରେ ବାପ-ଗୋସାପ ଅମଳର ଜମିବାଡ଼ିଅ, ଚାରିବଂଶର ଘରଡିହ, ଲିପାପୋଛା ଖଳାବାଡ଼ିଅ, ଉଚ୍ଚା ଉଚ୍ଚା ଧାନଗଦା ଓ କେନା ଦେଉଥିବା ବାଉଁଶ ବୁଦା ଉପରେ ଚାଲୁଥିଲା ଡ୍ରୋଜର ମେସିନ‌୍୤

ଏପଟେ ଧୀରେ ଧୀରେ କତରାଲଗା ହେଉଥିଲେ, ଶମ୍ଭୁନାଥ, ଗୀତା ଭାଗବତ ଶୁଣୁଥିଲେ, ଆକାଶର ତାରା ହୋଇଯାଇଥିବା ପତ୍ନୀ ସେବତୀଙ୍କୁ ମନେ ପକାଉଥିଲେ, ପଚାରୁଥିଲେ, ଗମ୍ଭାରୀ ଗଛ କାଇଁ, କାଇଁ ତା ପାଉଁଶିଆ ଡାଳ, ଶୁଆପକ୍ଷିଆ ପତର, କାଇଁ ?

ବିନୋଦ ବାବୁ ଓରଫ ବେନୁଆ କହିଲେ, ଅଧିଗ୍ରହଣ ହୋଇଥିବା ସବୁ ଜମିରୁ ସରକାର ଗଛ କାଟିବେ, ଗାଁ ଲୋକ ଗଦାହେଲେ, ଚକିରି ମେସିନ‌୍ ଆସି ସଁ ସଁ କଁ କଁ ହେଇ ଗୋଟିଏ ପରେ ଗୋଟିଏ ଗଛକୁ ମୁହୂର୍ତ୍ତ ମୁହୂର୍ତ୍ତରେ ଧରାଶାୟୀ କରୁଥିଲା୤ ଏପଟେ ବୃଦ୍ଧ ଶମ୍ଭୁନାଥ ବିଳିବିଳି ହେଉଥିଲେ୤ ସେପଟେ ଖଳାବାଡ଼ିରେ ଗଡୁଥିଲା ଗୋଟେ ପରେ ଗୋଟେ ଗଛଙ୍କ ମୃତଦେହ, ଆଉ ତା ଭିତରେ ଗଡୁଥିଲା ଗମ୍ଭାରି ଗଛର ଗଣ୍ଡି୤

ଏଇ ସମୟରେ, ଘର ଅଗଣାରୁ ଜୋର‌୍‌ରେ ଶୁଭିଲା କାନ୍ଦ ବୋବାଳି, କିଏଜଣେ ବଡପାଟିରେ କହୁଥିଲା, ତୁ ଅନାଥ ହୋଇଗଲୁରେ ବେନୁଆ |

ଗମ୍ଭୀର ଗଛ ଧାନଗଛ ଅକାଳକୁଷ୍ମାଣ୍ଡ

Rate the content


Originality
Flow
Language
Cover design

Comments

Post

Some text some message..