Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆତ୍ମଗାଥା।
ଆତ୍ମଗାଥା।
★★★★★

© Ram Prasad Bisoi

Others

1 Minutes   7.2K    8


Content Ranking

ଆତ୍ମଗାଥା।           --- ଅନୁଗଳ୍ପ***
----------------------

ଲଙ୍ଗଳା ଫୁଙ୍ଗୁଳା ଦୀନ ଅରକ୍ଷିତ ଅନାଥ ପିଲାଟିଏ । ଖେଳିବାକୁ ନାହିଁ ମୋ ପାଖେ ଖେଳଣାଟିଏ । ଭୋକରେ ମୋ ପେଟ ଆଉଟି ପାଉଟି ଅଇଁଠା ଭାତ ମୁଠାଏ ପାଇଁ ବିକେ ମୋ ମୁଣ୍ଡ । ନେତାଏ ଏଠି ବସି ମୋ ପାଇଁ ବନାନ୍ତି କାଗଜରେ ଦସ୍ତାବିଜ । କାହା ମନରେ ନାହିଁ ଟିକେ  ମୋ ପାଇଁ ଚିନ୍ତା ,ଅନାଥ ଯେ । ପିଲାଟି ଦିନରୁ ବୁଲୁଥିଲି ବାର ଦ୍ୱାର ଶୁଣ୍ଡିପିଣ୍ଡା । କିଏ  ? କେତେବେଳ ଦେଉଥିଲେ ଖଣ୍ଡିଏ ଲୁଗା ଗଣ୍ଡାଏ ଭାତ । କେତେବେଳ କେମିତି ଦୁଇଟି ପଇସା । ବୁଝିପାରିଲାବେଳକୁ ଠିକଣା ଖୋଜେ ନନଭାଇ ହଟେଲ ବାରଣ୍ଡା ମତେ ମୁଁ ଦେଖେ ନିଜକୁ । ଖାଇବାରେ ମୋ ଅଭାବ ନାହିଁ ରାତିଦିନକୁ କରି ମୁଁ ଏକ ଚାଲିଥାଏ କାମ ବନାମ ଗଣ୍ଡାଏ ଭାତ ପୁଳାଏ ଗାଳି । ହଠାତ ଦିନେ ଗୋରାବାବୁ ଜଣେ ଆସିଲେ ମୋ ପାଖକୁ କହିଲେ ଶିଶୁ ଶ୍ରମକଟିଏ ଚାଲ ମୋ ସହ ସରକାର ତୋ ସାଥିରେ ଅଛନ୍ତି । ପଡିବୁ ତୁ ବଡ ବଡ ପାଠ । ନେଇ ରଖିଦେଲେ ରିମାଣ୍ଡ ଘରେ । ସେଠି ଥିଲେ ପିଲା ଅନେକ, ଏଠି ମୋ ଅବସ୍ଥା କହିଲେ ନ ସରେ ନାହିଁ ମୋ ପାଇଁ ପେଟଭରା ଖାନା,ପାଠ ପଢା ବାହାନାରେ କେବଳ ଖଟଣି ବେଠି କାଲି ନଥିଲେ କିଏ ମୋ ସାହା ନା ଆଜି କିଏ ଅଛନ୍ତି ରାହା । ଅନାଥ ପିଲାଟିଏ ମୁଁ ''ଶୁଣ ମୋ ଆତ୍ମଗାଥା''  ।

 

©®କାଶ୍ୟପ,ରାୟଗଡା ।

 

ଆତ୍ମଗାଥା।

Rate the content


Originality
Flow
Language
Cover design

Comments

Post

Some text some message..