ଆତ୍ମଗାଥା।
ଆତ୍ମଗାଥା।
ଲଙ୍ଗଳା ଫୁଙ୍ଗୁଳା ଦୀନ ଅରକ୍ଷିତ ଅନାଥ ପିଲାଟିଏ । ଖେଳିବାକୁ ନାହିଁ ମୋ ପାଖେ ଖେଳଣାଟିଏ । ଭୋକରେ ମୋ ପେଟ ଆଉଟି ପାଉଟି ଅଇଁଠା ଭାତ ମୁଠାଏ ପାଇଁ ବିକେ ମୋ ମୁଣ୍ଡ । ନେତାଏ ଏଠି ବସି ମୋ ପାଇଁ ବନାନ୍ତି କାଗଜରେ ଦସ୍ତାବିଜ । କାହା ମନରେ ନାହିଁ ଟିକେ ମୋ ପାଇଁ ଚିନ୍ତା ,ଅନାଥ ଯେ । ପିଲାଟି ଦିନରୁ ବୁଲୁଥିଲି ବାର ଦ୍ୱାର ଶୁଣ୍ଡିପିଣ୍ଡା । କିଏ ? କେତେବେଳ ଦେଉଥିଲେ ଖଣ୍ଡିଏ ଲୁଗା ଗଣ୍ଡାଏ ଭାତ । କେତେବେଳ କେମିତି ଦୁଇଟି ପଇସା । ବୁଝିପାରିଲାବେଳକୁ ଠିକଣା ଖୋଜେ ନନଭାଇ ହଟେଲ ବାରଣ୍ଡା ମତେ ମୁଁ ଦେଖେ ନିଜକୁ । ଖାଇବାରେ ମୋ ଅଭାବ ନାହିଁ ରାତିଦିନକୁ କରି ମୁଁ ଏକ ଚାଲିଥାଏ କାମ ବନାମ ଗଣ୍ଡାଏ ଭାତ ପୁଳାଏ ଗାଳି । ହଠାତ ଦିନେ ଗୋରାବାବୁ ଜଣେ ଆସିଲେ ମୋ ପାଖକୁ କହିଲେ ଶିଶୁ ଶ୍ରମକଟିଏ ଚାଲ ମୋ ସହ ସରକାର ତୋ ସାଥିରେ ଅଛନ୍ତି । ପଡିବୁ ତୁ ବଡ ବଡ ପାଠ । ନେଇ ରଖିଦେଲେ ରିମାଣ୍ଡ ଘରେ । ସେଠି ଥିଲେ ପିଲା ଅନେକ, ଏଠି ମୋ ଅବସ୍ଥା କହିଲେ ନ ସରେ ନାହିଁ ମୋ ପାଇଁ ପେଟଭରା ଖାନା,ପାଠ ପଢା ବାହାନାରେ କେବଳ ଖଟଣି ବେଠି କାଲି ନଥିଲେ କିଏ ମୋ ସାହା ନା ଆଜି କିଏ ଅଛନ୍ତି ରାହା । ଅନାଥ ପିଲାଟିଏ ମୁଁ ''ଶୁଣ ମୋ ଆତ୍ମଗାଥା'' ।
©®କାଶ୍ୟପ,ରାୟଗଡା ।