Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Jena

Romance Tragedy Fantasy

4.3  

Anita Jena

Romance Tragedy Fantasy

ଅଭିମାନ ଠୁ ଉର୍ଦ୍ଧ୍ବ ରେ ପ୍ରେମ

ଅଭିମାନ ଠୁ ଉର୍ଦ୍ଧ୍ବ ରେ ପ୍ରେମ

4 mins
244



ମାମା ମାମା ମୁଁ ଅଫିସ୍ ଯାଉଛି । ଫେରି ଆସିଲେ ଆଜି ମାର୍କେଟିଂ ପାଇଁ ଯିବା ରେଡ୍ଡୀ ହେଇ ଥିବ । ଏତିକି କହି ଦେଇ ପ୍ରିୟଙ୍କା ବାହାରି ପଡ଼ିଲା ସ୍କୁଟି ଧରି ନିଜ କର୍ମସ୍ଥଳି କୁ । ଗାୟତ୍ରୀ ( ପ୍ରିୟଙ୍କା ର ମାଆ ) ଘର ଭିତରେ ସୁଶିଲ ( ପ୍ରିୟଙ୍କା ର ବାପା ) ଙ୍କୁ କହି ବସିଲେ - ଜାଣିଲ, ଝିଅ ଆମର ଏବେ ବଦଳି ଗଲାଣି । ପୁରୁଣା କଥା ସବୁ କୁ ଭୁଲି ନିଜ ପାଇଁ ନୂଆ ଏକ ଦୁନିଆ ତିଆରି କରି ସାରିଲାଣି । ବହୁତ୍ ଖୁସି ଲାଗୁଛି ତାକୁ ଏମିତି ଖୁସି ରେ ରହିବା ଦେଖି । ଭଗବାନ କରନ୍ତୁ ଆଉ ଯେମିତି କୌଣସି ଘଟଣା ତାକୁ ଭାଙ୍ଗି ନ ଦଉ ।


ସୁଶିଲ - ଠିକ୍ କହୁଛ , ଝିଅ କୁ ଆମର ଟିକେ ସମୟ ଲାଗିଲା ସବୁ କିଛି ଭୁଲି ପୁଣି ଥରେ ନିଜକୁ ସମ୍ଭାଳି ବାକୁ ହେଲେ ଝିଅ ଆମର କରି ପାରିଛି ଆଉ ସେଥି ପାଇଁ ମୁଁ ବି ବହୁତ୍ ଖୁସି । 


ଗାୟତ୍ରୀ - ହଁ ଏବେ ସେ କିଛି ଦିନ ନିଜ କୁ ବୁଝୁ ଆଉ ଦୁନିଆ କୁ ତା ପରେ ଆମେ ତା ସହ ତା ବାହାଘର ବିଷୟ ରେ କଥା ହେବା ଏବେ ନୁହେଁ ।


ସୁଶିଲ - ଠିକ୍ କହୁଛ ତମେ ।


   ପ୍ରିୟଙ୍କା ରାସ୍ତା ରେ ଯିବା ସମୟ ରେ କିଛି ଲୋକ ରୁଣ୍ଡ ହେଇ ଠିଆ ହେଇ ଥିବାର ଦେଖି ଅଟକି ଯାଏ ଆଉ ଘଟଣା ସ୍ଥଳୀ କୁ ଯାଇ ଦେଖେ ରକ୍ତ ଯୁଡୁବୁଡୁ ଅବସ୍ଥା ରେ କେହି ଜଣେ ପଡି ରହିଛି । ମୁହଁ ଦେଖି ପ୍ରିୟଙ୍କା ଧାଇଁ ଯାଏ ପିଲାଟି ପାଖକୁ । ପିଲା ଟିର ହୋସ ଥିଲେ ମଧ୍ୟ ସେ ନା କିଛି କହି ପାରୁ ନ ଥାଏ ନା ଭଲ ସେ ଚାହିଁ ପାରୁ ଥାଏ । ପ୍ରିୟଙ୍କା - ଉଠ ଆକାଶ, ଉଠ କେହି ଜଣେ ଆମ୍ବୁଲାନ୍ସ କୁ ଡାକ ତାଙ୍କୁ ଶୀଘ୍ର ଡାକ୍ତରଖାନା କୁ ନେଇ ଯିବା । ମୁଁ ତାଙ୍କୁ ଜାଣିଛି । 


  ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଆସି ଯାଏ ଆଉ ପ୍ରିୟଙ୍କା ଆକାଶ କୁ ନେଇ ଡାକ୍ତରଖାନା ରେ ପହଞ୍ଚେ । ଆଖି ରେ ଆଖିଏ ଲୁହ ଆଉ ଖାଲି ଭଗବାନ୍ ଙ୍କୁ ପ୍ରାର୍ଥନା କରୁଥାଏ ହେ ପ୍ରଭୁ ଆକାଶ ର ଯେମିତି କିଛି ନ ହଉ । ସେ ଭଲ ହେଇ ଘରକୁ ଫେରି ଆସନ୍ତୁ । ଷ୍ଟାଫ୍ ମାନେ ସମସ୍ତେ ମିଶି ଆକାଶ କୁ ନେଇ ଗଲେ ଭିତରକୁ , ବାହାରେ ବସି ପ୍ରିୟଙ୍କା କାନ୍ଦି କାନ୍ଦି କେବଳ ଠାକୁର ଙ୍କୁ ପ୍ରାର୍ଥନା କରୁ ଥାଏ । ବାହାରେ ବସିବା ଭିତରେ ଆଖି ଆଗରେ ତାର ଭାସି ଉଠିଲା ଅତୀତ ର ଝଲକ ସବୁ । ଆକାଶ ଆଉ ପ୍ରିୟଙ୍କା ଥିଲେ କଲେଜ୍ ରେ କ୍ଲାସ୍ ମେଟ୍ । କଲେଜ୍ ରେ ପଢିବା ଭିତରେ ଦିନେ ଆକାଶ ପ୍ରିୟଙ୍କା କୁ ପ୍ରେମ ପ୍ରସ୍ତାବ ଦେଇ ଥିଲେ ହେଲେ ପ୍ରିୟଙ୍କା ଏହାକୁ ଗ୍ରହଣ କରିବା ପାଇଁ ପ୍ରାୟତଃ ମାସ ଟିଏ ସମୟ ନେଇ ଥିଲେ ଆଉ ଆକାଶ କୁ ହଁ କରି ଦେଇ ଥିଲେ । ଦୁହେଁ ଦୁହିଁଙ୍କର ନିକଟତର ହେବାକୁ ଲାଗିଲେ । ଏହା ଭିତରେ ପ୍ରିୟଙ୍କା ଆକାଶ କୁ ନେଇ ସ୍ବପ୍ନ ଦେଖିବା ଆରମ୍ଭ କରି ନେଇ ଥାଏ । ଦିନେ ପ୍ରିୟଙ୍କା ବାପା ମା ଙ୍କୁ ଆକାଶ ବିଷୟ ରେ କହିଲା ଆଉ ଦୁହେଁ ଆକାଶ କୁ ଦେଖିବା ପାଇଁ ପ୍ରସ୍ତାବ ଦେଲେ । ସେଦିନ ପ୍ରିୟଙ୍କା ଆକାଶ କୁ ବାପା ମା ଙ୍କୁ ଦେଖା କରିବା ପାଇଁ ଆକାଶ କୁ ଘରକୁ ଡାକି ଥିଲା ହେଲେ ଅନେକ ସମୟ ଅପେକ୍ଷା କରିବା ସତ୍ତ୍ୱେ ଆସି ନ ଥିଲା ଆକାଶ । ପ୍ରିୟଙ୍କା ଅନେକ ଥର ଫୋନ କରିଥିଲା ହେଲେ ଆକାଶ ନା ଫୋନ ଉଠେଇ ଥିଲା ନା କିଛି ଖବର ଦେଲା । ଅନ୍ୟ ଜାଗା ରୁ ପ୍ରିୟଙ୍କା ଖବର ପାଇଲା ଯେ ଆକାଶ ର ଅନ୍ୟ ଜାଗା ରେ ବାହାଘର ଠିକ୍ ହେଇ ସାରିଛି ଆଉ ସେ ପ୍ରିୟଙ୍କା କୁ ନେଇ କେବେ ବି ସିରିଏସ ନ ଥିଲା । ଆକାଶ ସହ ଦେଖି ଥିବା ସ୍ଵପ୍ନ ସବୁ ଏମିତି ଭାଙ୍ଗି ଯିବ ବୋଲି କେବେ ବି ଭାବି ନ ଥିଲା ପ୍ରିୟଙ୍କା । ଏକ ଶକ୍ତ ଧକ୍କା ଲାଗି ଥିଲା ତାକୁ ଆଉ ସେହି ଦିନ ଠାରୁ ମାନସିକ ଚାପ ରେ ଭାଙ୍ଗି ପଡ଼ିଲା ପ୍ରିୟଙ୍କା । ବାପା ମା ଙ୍କ ର ସେବା ଯତ୍ନ ରେ ବେଶ୍ କିଛି ଦିନ ପରେ ପ୍ରିୟଙ୍କା ଫେରି ଆସିଲା ନିଜ ପୂର୍ବ ଅବସ୍ଥା କୁ । ଏବେ ସେ ପୁଣି ଥରେ କାମ କରିବା ଆରମ୍ଭ କରି ଦେଇଛି । ହେଲେ ଆଜି ଏମିତି ଆକାଶ କୁ ଏ ଅବସ୍ଥା ରେ ଦେଖି ତାକୁ ବହୁତ୍ ଯନ୍ତ୍ରଣା ହେଇଛି । 


   ୟା ଭିତରେ ନର୍ସ ଆସି କହିଲେ ମାମ୍ ଭିତରକୁ ଆସନ୍ତୁ , ସାର୍ ଙ୍କୁ ଚେତା ଆସିଲାଣି ଆଉ ସେ ଆପଣଙ୍କୁ ଖୋଜୁଛନ୍ତି । ପ୍ରିୟଙ୍କା ଭିତରକୁ ଧାଇଁ ଯାଇ କହିଲେ ତମେ ଭଲ ଅଛ ନା ଆକାଶ । ବେଶୀ କିଛି ହେଇନି ତ ତମର ? 


ଆକାଶ - ମତେ କ୍ଷମା କରି ଦିଅ ପ୍ରିୟଙ୍କା । ତମ ସହ ମୁଁ ଯାହା ବି କିଛି କରିଛି ସେଥି ପାଇଁ ଜାଣିଛି ମୁଁ କେବେ ବି ତମ କ୍ଷମା ର ଯୋଗ୍ୟ ନୁହେଁ । ଜାଣିଛି ତମେ ଆଜି ବି ମୋ ଉପରେ ରାଗ ଅଭିମାନ କରି ଥିବ । ଏତେ ରାଗ ଅଭିମାନ ପରେ ବି ତମେ ଆଜି ମୋ ଜୀବନ ବଞ୍ଚେଇଲ । 


ପ୍ରିୟଙ୍କା - ଅଭିମାନ ଠିକ୍ କହୁଛ , ମୁଁ ଆଜି ବି ଅଭିମାନ କରିଛି ହେଲେ ମୋ ଅଭିମାନ ଠାରୁ ମୋ ପ୍ରେମ ଉର୍ଦ୍ଧ୍ବରେ । ତମେ ସିନା ମୋ ସହ ଛଳନା କରି ଥିଲ ହେଲେ ଦିନେ ମୁଁ ତମକୁ ହୃଦୟ ରୁ ଭଲ ପାଇଥିଲି । ଆଉ ମୋର ତମ ପ୍ରତି ଭଲ ପାଇବା ସାରା ଜୀବନ ରହିବ । 


   ଆକାଶ କିଛି ନ କହି ଚୁପ୍ ହେଇ ତଳକୁ ମୁହଁ କରି ଦେଲା । ପ୍ରିୟଙ୍କା ଫେରି ଆସିବାକୁ ବାହାରି ପଡି କହିଲା ମୁଁ ତମ ଘରକୁ ଖବର ଦେଇ ଦେଇଛି , ସେମାନେ ଆସୁ ଥିବେ । ମୁଁ ଏବେ ଆସୁଛି । ।

  ଆକାଶ ଚାହିଁ ରହି ଥାଏ ପ୍ରିୟଙ୍କା ର ଫେରି ଯିବାକୁ, ଆଖିରେ ଅନୁତାପ ର ଛବି ନେଇ ଆଉ ହୃଦୟ ତାଙ୍କର ବୁଝି ପାରୁ ଥାଏ ପ୍ରିୟଙ୍କା ମନ ରେ ଥିବା ଅଭିମାନ ର ଧାସ କୁ ।



Rate this content
Log in

Similar oriya story from Romance