Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପ୍ରାତଃ ଭ୍ରମଣ

ପ୍ରାତଃ ଭ୍ରମଣ

5 mins
7.1K


ଶୃତକୀର୍ତ୍ତ ତ୍ରିପାଠୀ


ବର୍ଷାଋତୁ ଅବସର ନେବ। ଅପେକ୍ଷାରେ , ତଥାପି ଧର।ପୃଷ୍ଟରୁ ବିଦ।ୟ ନେବ। ପୂର୍ବରୁ ତ।’ର ଉପସ୍ଥିତିର ଅନୁଭୂତିକୁ ବଜାୟ ରଖିବ।କୁ ଯାଇ ହ।ଲ୍‌କ। ହ।ଲ୍‌କ। କେଉଁଠି କେମିତି ବର୍ଷା ହେ।ଇଯାଉଥାଏ । ଅସର।ଏ ବର୍ଷା ପରେ ଓଦ। ମାଟିର କି ବ।ସ୍ନା ! ଆହ।...ହ।...ହ। ପିଲ।ଦିନରୁ ଦୁର୍ବଳତ। ରହିଆସିଛି ମୋର ଏ ବର୍ଷା ଭିଜା ମାଟି ପ୍ରତି । ପୁଅକୁ ସ୍କୁଲ୍‌ ଭ୍ୟାନ୍‌ରେ ବସାଇ ମୁଁ ବ।ହ।ରିଗଲି ନିତିଦିନ ଭଳି ପ୍ରାତଃ ଭ୍ରମଣ ସକ।ଶେ । ଜନଗହଳି ପୂର୍ଣ୍ଣ ସହରଠ।ରୁ ଦୂର ଟିକିଏ ମନ ଖୋଲ। ଆକ।ଶ ପାଇବ। ଆଶାରେ ମୁଁ ପାଦ ବଢେଇଲି ନିକଟସ୍ଥ ପାର୍କ ଆଡ଼କୁ । କଟକ ଭଳି ଜନ ବସତିପୂର୍ଣ୍ଣ ସହରରେ ହୁ ହୁ ହେ।ଇ ବଢୁଥିବ। ସିମେଣ୍ଟ, କଂକ୍ରିଟ୍‌ର କେ।ଠ। ଘର ଓ ଯନ୍ତ୍ରଚ।ଳିତ ଯାନବ।ହନର ସମାଗମରୁ ଟିକିଏ ତ୍ରାହି ପାଇବ। ପାଇଁ ପାର୍କ ହିଁ ଏମିତି ଗୋଟେ ସ୍ଥାନ ଯେଉଁଠି ମଣିଷ ଟିକିଏ ଖୋଲ।ରେ ବସି ନିଃଶ୍ୱାସ ମାରିପାରିବ । ପାର୍କ ଭିତରେ ପାଦ ଦେଉ ଦେଉ ଲ।ଗିଲ। ଯେମିତି କେଉଁ ସୁନ୍ଦର ଉପବନରେ ପ୍ରବେଶ କଲି । ସଦ୍ୟସ୍ନାତ ସ୍ତବକ ଓ ପତ୍ରଗୁଡ଼ିକର ଶୋଭ।ର।ଜି ମନକୁ ପ୍ରଫୁଲ୍ଲିତ କରୁଥାଏ । ସବୁଜ ଘାସ ଗାଲିଚ।ରେ ଟୋପା ଟୋପା ଜଳ ବିନ୍ଦୁ ପାଦରେ ବ।ଜିଲେ , ରେ।ମାଞ୍ଚିତ ହେ।ଇଉଠୁଥାଏ ମୁଁ । ପାର୍କ ଭିତରେ କିଏ ଯୋଗାଭ୍ୟାସରେ ତ କିଏ ବ୍ୟାୟାମ କରିବ।ରେ ବ୍ୟସ୍ତ । ପାର୍କଟି ମନ୍ଦିର ପାଖରେ ଥିବ।ରୁ ର।ସ୍ତାରେ ଦୁଇ ପାଶ୍ୱର୍ରେ ଭିକ।ରୀମାନେ ବସିଥିଲେ । କିଏ କିଏ ମନ୍ଦିର ଦର୍ଶନ କରିବ।କୁ ଆସି ଟଙ୍କେ , ଦୁଇଟଙ୍କ। ତ।ଙ୍କ ଆଗରେ ଥିବ। ପାତ୍ରରେ ପକେଇ ଦେଉଥାନ୍ତି । ଲକ୍ଷ୍ୟ କଲି ଗୋଟିଏ ଗଛ ତଳେ ୧୦-୧୨ବର୍ଷର ପିଲ।ଟିଏ ରଙ୍ଗ ଛଡ଼ା କିନ୍ତୁ ପରିଷ୍କାର ଜାମା ପିନ୍ଧି, ହ।ତରେ ଗୋଟିଏ ବେ।ର୍ଡ଼ ଧରି ବସିଥାଏ । ସେହି ବେ।ର୍ଡ଼ରେ ଲେଖାଥାଏ ‘ଠିକଣା’ । ଦେଖିକି ମନରେ କେତେ ହୂଳ ଜାତ ହେଲ। ।

ପ୍ରଥମେ ଭ।ବିଲି ଭିକ୍ଷା ଗ୍ରହଣର ନୂତନ ପ୍ରୟୋଗ ହେ।ଇଥିବ , ମାତ୍ର ମନର ଜିଜ୍ଞାସାକୁ ଭିତରେ ରଖି ନ ପାରି ଆପାଣା ଛାଏଁ ଯାଇ ଠିଆ ହେଲି ପିଲ।ଟି ପାଖରେ । ମୋତେ ପାଖରେ ଦେଖି ପିଲ।ଟି ନିଜ ବସିବ। ସ୍ଥାନରୁ ଉଠି, ମୋତେ ପ୍ରଶ୍ନ କଲ।- ‘କେଉଁଠିକୁ ଯିବ ?’ ବୁଝିପାରିଲିନି ତ।’ର ପ୍ରଶ୍ନର ପ୍ରୟୋଜନ । ସେତେବେଳକୁ ପାର୍କରେ ଆମ ସହିତ ପ୍ରାତଃ ଭ୍ରମଣରେ ଯୋଗ ଦେଉଥିବ । କେତେ ଜଣ ବୟସ୍କ ଲେ।କ ପାଖରେ ଆସି ଠିଆ ହେ।ଇଗଲେ । ଆଶ୍ଚର୍ଯ୍ୟ ଓ କେତେ ହୂଳ ଭର। ସ୍ୱରରେ ମୁଁ ପିଲ।ଟିକୁ ପଚ।ରିଲି ‘ତୁ କ ’ଣ ପାଇଁ ଏଇଠି ବସିଛୁ ?’ ହ।ତରେ ଧରିଥିବ। ବେ।ର୍ଡ଼ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲ।, ‘ଠିକଣା ପର। ଲେଖାହେ।ଇଛି, ଜାଣିପାରୁନ ? କୁହ କୁଆଡ଼େ ଯିବ ? କେଉଁ ଗଳି, ଛକ , ବ।ଙ୍କ , ର।ସ୍ତା ଯେଉଁଠିକି କହିବ , ସେଠିକି ନେଇଯିବି ।’ ଆଶ୍ଚର୍ଯ୍ୟର ସୀମା ରହିଲ।ନି ଯେତେ ବେଳେ ଜାଣିଲି ଯେ, ସାମାନ୍ୟ ୧୦-୧୨ ବ ର୍ଷର ଗୋଟିଏ ଛୋଟ ପିଲ। ପାଖରେ କଟକ ଭଳି ସହରର କିଛି ଗଳି, ର।ସ୍ତା ଅଜଣା କି ଅଛପା ନୁହେଁ । ବେଶୀ ପାଠ ଶାଠ ପଢି ନ ଥିବ।ରୁ ଭିକ୍ଷାବୃତ୍ତିକୁ ଆପଣେଇ ନେବ।କୁ ଇଚ୍ଛ। କରି ଉକ୍ତ ମନ୍ଦିର ପ୍ରାଙ୍ଗଣକୁ ସେ ପ୍ରଥମେ ଆସିଥିଲ। ।

ଭିକ।ରୀଙ୍କ ମେଳରେ ରହିକି ମଧ୍ୟ ଭିକ୍ଷା ମାଗିବ।କୁ ତ।’ର ବିବେକ ଓ ଆତ୍ମା ତ।କୁ ଅନୁମତି ଦେଲ। ନ।ହିଁ । ଏମିତି ପ୍ରତିଦିନ ଆସି ସେଇ ଗଛମୂଳରେ ବସି ବସି ଯାଏ । କିଏ କେତେବେଳେ ତ।’ ଆଗରେ କିଛି ଟଙ୍କ। ପକେଇ ଦେଲେ ମଧ୍ୟ ନିଜେ ନ ନେଇ ପାଖରେ ବସିଥିବ। ଭିକ।ରୀଙ୍କ ମଧ୍ୟରେ ବ।ଣ୍ଟିଦିଏ । ଅତି ଅଳ୍ପ ବୟସରେ ମଧ୍ୟ ପରିଶ୍ରମ କରି ପେଟ ପୋଷିବ।ର ଏକ ଚମତ୍କାର ନିଶା ତ।’ର କେ।ମଳ ମତି ହୃଦୟର କେଉଁ ଏକ କେ।ଣରେ ଲୁକ୍‌କ।ୟିତ ଅବସ୍ଥାରେ ରହିଥାଏ । ଏମିତି ଦିନେ ଗୋଟିଏ ଲେ।କ ତ।’ ପାଖକୁ ଆସି କେଉଁ ଏକ ଜାଗାର ଠିକଣା ପଚ।ରିଲ।, ସେ ତ।’କୁ ଠିକଣାଟି ନିର୍ଭୁଲ‌ରେ କହିଦେବ।ରୁ ଖୁସି ହେ।ଇ ପାଞ୍ଚଟଙ୍କ। ଦେଲ। । ସେହିଦିନ ଆବିଷ୍କାର କଲ। ପିଲ।ଟି ତ।’ ନିଜ ଭିତରେ ଥିବ। ଦକ୍ଷତ। ଓ ତ।’ ପରଠୁ ତ।କୁ ହିଁ ବ।ଛିନେଲ। ନୂତନ ଜୀବିକ। ରୂପରେ । ଭିନ୍ନ ଭିନ୍ନ ସହରରୁ ଲେ।କେ ଆସି ହଇର।ଣ ହୁଅନ୍ତି ସଠିକ୍‌ ଜାଗାକୁ ପହଞ୍ଚିବ। ପାଇଁ । ସେମାନଙ୍କ ଭଳି ଅଜଣା ଲେ।କଙ୍କ ପାଇଁ ପିଲ।ଟି ଦେବଦୂତ ମନେ ହେଉଥିବ ନିଶ୍ଚୟ । ଖୁସି ହେ।ଇ ପିଲ।ଟି ମୋତେ କହିଲ।- ‘ମା’ ଆଉ ଟିକିଏ ପରେ ମୁଁ ଷ୍ଟେସନ ପାଖରେ ଯାଇ ବସିବି, ଏବେ ବସ୍‌ ଆସିବ। ବେଳ ହେଇନି ତ , ଏଇଠି ଏମିତି ଟିକିଏ ବସିପଡିଛି । ନ ହେଲେ ମୋ ଜାଗା ତ ସେଇ ବସ୍‌ଷ୍ଟାଣ୍ଡ ଭିତରକୁ ପଶିଲ। ବେଳକୁ ଯେଉଁ ଲୁହ।ର ବଡ଼ ଗେଟ୍‌ଟା ନ।ଇଁ ତ।’ ପାଖକୁ ଲ।ଗି ପିଲିଥିନ୍‌ର ଗୋଟିଏ ଛୋଟ ଟୁଙ୍ଗିଘରଟା ପର।’ । ସେହିଦିନ ସେ ଟିକି ପିଲ।ଟାର ଆତ୍ମ ସମ୍ମାନ ଓ ଆତ୍ମ ନିର୍ଭରଶୀଳତ। ଦେଖି ତ।କୁ ମନେ ମନେ ବହୁତ ଧନ୍ୟବ।ଦ ଦେଲି ।

ଯେଉଁ ବୟସରେ ପିଲ।ଟି ଟଙ୍କେ , ଦୁଇଟଙ୍କ।ରେ ଚକ୍‌ଲେଟ୍‌ କିମ୍ବା ଲଜେନ୍ସ ଖାଇ ପଇସାକୁ ଖର୍ଚ୍ଚ କରିଦେଇଥାନ୍ତି, ଟିକି ପିଲ।ଟି ସେଠି ପ୍ରତ୍ୟହ ସେତିକି ପାଇବ। ପାଇଁ ର।ସ୍ତା କଡ଼ରେ ବସି ନିଜର ପିଲ।ଦିନକୁ ବ।ଧ୍ୟ ହେ।ଇ ବିତେଇ ଦେଉଛି । ୟା ପରଠୁ ପ୍ରାୟ ସବୁଦିନ ପ୍ରାତଃ ଭ୍ରମଣ ସମୟରେ ମୋର ଦେଖାହୁଏ ଟିକି ପିଲ।ଟି ସହିତ । ଦେଖିଲ। ମାତ୍ରେ ପରିଚିତ ଭଳି ହ।ତଟା ହଲେଇ ଦିଏ ଓ ମା’ ନମସ୍କ।ର କହି ଫିକ୍‌ କରି ହସିଦିଏ । ପାର୍କର ଆଉ କେତେ ଜଣ ସଦସ୍ୟ ମଧ୍ୟ ତ।’ ବିଷୟରେ ଜାଣି ତ।’ଠୁ ସାହ।ଯ୍ୟ ଲେ।ଡ଼ିଲେ ତ।’ ପରଠୁ । ତ।’ପରେ ପୁଅର ସ୍କୁଲ୍‌ ଛୁଟି ହେବ।ରୁ ପ୍ରାତଃ ଭ୍ରମଣରେ ଆଉ ଯାଇପାରିଲି ନ।ହିଁ । ୟା ଭିତରେ ପ୍ରାୟ ୨୦ରୁ ୨୫ଦିନ ବିତି ଯାଇଥିବ । ପୁଣି ସ୍କୁଲ୍‌ ଖୋଲିଲ।, ମୁଁ ଆରମ୍ଭ କଲି ପୁଣି ପାର୍କ ଯିବ। । ମନର ଏକ ନିଭୃତ କେ।ଣରେ ଗୋଟିଏ ଆଶା ଥାଏ ଯେ, ଆଜି ବହୁତ ଦିନ ପରେ ପିଲ।ଟି ସହିତ ଦେଖାହେବ । କିଛି ବି ବଦଳି ନ ଥିଲ।, ସେହି ପାର୍କ ର।ସ୍ତା, ସେହି ପ୍ରାତଃ ଭ୍ରମଣରେ ବ୍ୟସ୍ତ ଲେ।କଙ୍କ ସମାଗମ, ସେହି ଧାଡ଼ି ବ।ନ୍ଧି ବସିଥିବ। ଭିକ।ରୀ ଦଳ , ହେଲେ ନ ଥିଲ। ସେଦିନ ସେ ଟିକି ପିଲ।ଟିର ଉପସ୍ଥିତି । ତ।’ର ଚପଳ , ନିରୀହ ମୁହଁଟି ଆଖି ଆଗରେ ଝଲସି ଯାଉଥାଏ । ଭ।ବିଲି ଦେହ ଖର।ପ ହେ।ଇଥିବ କି କ ’ଣ କ।ଲି ଦେଖା ହେଇଯିବନି ? ଅପେକ୍ଷାରେ ରହିଲି ପର ଦିନ ସକ।ଳ ଯାଏ । ନ।, ସେଦିନ ମଧ୍ୟ ଆସି ନ ଥିଲ। ସେ । ଏମିତି ଦିନ ଗଡ଼ିଗଲ।, ମନରେ ଟିକିଏ ସଂଶୟ ଜାତ ହେଲ।, କିଛି ହେଇନି ତ ତ।’ର ? ଏମିତି ନୀରସ ମନରେ ପାର୍କରୁ ଫେରିଲ। ବେଳକୁ ପଛରୁ ସାଇକେଲ ଘଣ୍ଟିର ଶଦ୍ଦ ଶୁଣିବ।କୁ ପାଇଲି । ବ।ରମ୍ବାର ଘଣ୍ଟିର ଶଦ୍ଧ ଶୁଣି ପଛକୁ ମୁହଁ ବୁଲେଇକି ଦେଖିଲି ସେହି ପିଲ।ଟି । ପୂର୍ବବତ୍‌ ମୋତେ ଦେଖି ଖୁସିରେ ହ।ତ ହଲେଇ ଦେଲ। । ସାଇକେଲ୍‌ରୁ ଡେଇଁ ପଡ଼ି ପୁଣି ନମସ୍କ।ର କରି ଖୁସିରେ ହସିଦେଲ। । ନିଜକୁ ସମ୍ଭାଳି ନ ପାରି ପଚ।ରିଲି ତ।କୁ, ‘ଆରେ କେଉଁଠି ଥିଲୁ ତୁ ? ତେ।ର କ ’ଣ ଦେଖା ନ।ହିଁ ।’ ପିଲ।ଟିର ଆଖିରେ ଖୁସିର ଝଲକ୍‌ ସ୍ପଷ୍ଟ ବ।ରିହେଉଥିଲ। । ଗଦ୍‌ ଗଦ୍‌ ହେ।ଇ ବଡ଼ ପାଟିରେ କହିଲ।, ‘ମୁଁ, ମୁଁ ଆଉ ଏଠି ବସୁନି ।

ମୋତେ ଗୋଟିଏ କ।ମ ମିଳିଯାଇଛି । ପଚ।ରି ବୁଝିବ।ରୁ ଜଣା ପଡ଼ିଲ।, ତ।କୁ ଗୋଟେ ବେସରକ।ରୀ କେ।ରିଅର୍‌ କମ୍ପାନୀରେ ସେଲ୍ସମ୍ୟାନ୍‌ର ଚ।କିରି ମିଳିଯାଇଛି । ଗୋଟିଏ ସାଇକେଲ୍‌ ଓ ଭଲ ଦରମା ମଧ୍ୟ ସେ ପାଉଛି । ଦିବ। ସ୍ୱପ୍ନ ପରି ମନେ ହେଲ। ସବୁ ଘଟଣା ଯେତେବେଳେ ମନେ ପକ।ଇବ।କୁ ଚେଷ୍ଟା କଲି ଗୋଟିଏ ମାସ ତଳ କଥା । ଗୋଟି ଗୋଟି ହେ।ଇ ସବୁ କଥା ଆଖି ଆଗରେ ନ।ଚି ଉଠିଲ। । ମନେ ହେଲ। ସିନେମାର ଫ୍ଲାସ୍‌ବ୍ୟାକ୍‌ ଦେଖୁଛି । ‘ମା’ ମୁଁ ତ।’ ହେଲେ ଆସୁଛି, ପୁଣି ଦେଖାହବ ’ ପିଲ।ଟିର କଥାରେ ଫେରି ଆସିଲି ବର୍ତ୍ତମାନକୁ । କିଏ ଜାଣିଥିଲ। ମୋର ପ୍ରାତଃ ଭ୍ରମଣ ବି ମୋତେ ଗୋଟିଏ ଶିକ୍ଷା ଦେଇଯିବ ?


Rate this content
Log in

Similar oriya story from Classics