Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gangadhar Nanda

Children Stories Classics abstract

3.5  

Gangadhar Nanda

Children Stories Classics abstract

ପ୍ରାରବ୍ଧ

ପ୍ରାରବ୍ଧ

3 mins
247


ପ୍ରଭାତ ସମୟ । ମହାମନ୍ତ୍ରୀ ବାଳକ ଯୁବରାଜଙ୍କର ହାତ ଧରି ନଗର ରାସ୍ତାରେ ପ୍ରଭାତ ଭ୍ରମଣରେ ବାହାରିଥିଲେ । କିଛି ସମୟ ଚାଲିବାପରେ ଅଦୂରରେ ସାମାନ୍ୟ ଗହଳି ମହାମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କଲା । କୌତୁହଳୀ ମହାମନ୍ତ୍ରୀ ଭିଡ଼ ଭିତରେ ପ୍ରବେଶ କରି ଗହଳିର କାରଣ ଜାଣିବାକୁ ଚେଷ୍ଟା କଲେ । ମହାମନ୍ତ୍ରୀଙ୍କୁ ଦେଖି ଜନତା ସମ୍ଭ୍ରମରେ ଆଡେଇଗଲେ । ଭିଡ଼ ଶେଷରେ ଜଣେ ଅନ୍ଧ ଭିକ୍ଷୁକ ଜନତାଙ୍କ ହସ୍ତରେଖା ଦରାଣ୍ଡି ଦରାଣ୍ଡି ନିଜ ହସ୍ତାଙ୍ଗୁଳି ଦ୍ଵାରା ରେଖା ଗୁଡ଼ିକର ଅବସ୍ଥିତି ନିର୍ଣ୍ଣୟ କରି ଭବିଷ୍ୟବାଣି କରୁଥିଲେ । କୈତୁହଳୀ ମହାମନ୍ତ୍ରୀ ବାକୁତ ଯୁବରାଜଙ୍କର ହାତ ଭିକ୍ଷୁକଙ୍କ ଆଡକୁ ବଢାଇଲେ । କିଛି ସମୟ ନିଜ ହସ୍ତାଙ୍ଗୁଳି ଦ୍ଵାରା ଯୁବରାଜଙ୍କ ହସ୍ତରେଖା ପର୍ଯ୍ୟବେକ୍ଷଣ କରିବାପରେ ଉପରକୁ ଚାହିଁ ଭିକ୍ଷୁକ ଶାନ୍ତ ଓ ଶକ୍ତ ସ୍ୱରରେ କହିବାକୁ ଆରମ୍ଭ କଲେ.," ଏ ବାଳକ ଏକ ସମ୍ଭାନ୍ତ ଓ ଉଚ୍ଚ ଘରର ସନ୍ତାନ । ସମ୍ଭବତଃ ରାଜକୁମାର । ଉବିଷ୍ୟତରେ ଉତ୍ତମ ଶିକ୍ଷାଗ୍ରହଣ ପରେ ଏହାର ରାଜ୍ୟାଭିଷେକ ହେବ । ଏ ବାଳକ କେବଳ ରାଜା ନୁହେଁ ରାଜଚକ୍ରବର୍ତ୍ତୀ ହେବ । କିନ୍ତୁ . . . . . I 'କିନ୍ତୁ '?ମହାମନ୍ତ୍ରୀ କୌତୁହଳରେ ପଚାରିଲେ । 'ତାପରେ ଏ ବାଳକର ଦୁର୍ଭାଗ୍ୟ ସମୟ ଆରମ୍ଭ ହେବ ।ଶନି ମହାଦଶା ଆରମ୍ଭ ହେବ।ମାତ୍ରେ ହିଁ ରାଜ୍ୟ ଯିବ, ରାଜଗାଦି ହରାଇବ, ନିଜ ସ୍ତ୍ରୀକୁ ବିକ୍ରି କରିବ. ଏକମାତ୍ର ପୁତ୍ରର ମୃତ୍ୟୁ ହେବ. . . . 'ସେତିକି ଥାଉ ' ।ମହାମନ୍ତ୍ରୀ ଗମ୍ଭୀର ସ୍ଵରରେ ବାଧା ଦେଲେ । ରାଜକୁମାରଙ୍କ ହାତକୁ ଭିକ୍ଷୁକ ହାତରୁ ଭିଡ଼ିଆଣି ମହାମନ୍ତ୍ରୀ ରାଜପ୍ରାସାଦ ଅଭିମୁଖେ ଅଗ୍ରସର ହେଲେ । ରାଜକୁମାରଙ୍କୁ ନଅରରେ ଛାଡ଼ି ମହାମନ୍ତ୍ରୀ ସ୍ଵଗୃହକୁ ବାହୁଡିଗଲେ । କହିବା ବାହୁଲ୍ୟ, ଚପଳମତି ଯୁବରାଜ ପ୍ରଭାତ ସମୟରେ ଶୁଣିଥିବା ଭବିଷ୍ୟତବାଣୀ ସଂପର୍କରେ ପିତାଙ୍କ ସମ୍ମୁଖରେ ବର୍ଣ୍ଣନା କରିସାରିଥିଲେ । ଅବିଳମ୍ବେ ମହାରାଜାଙ୍କ ନିକଟରେ ହାଜର ହେବାଲାଗି ମହାମନ୍ତ୍ରୀଙ୍କୁ ଦୂତ ଦ୍ଵାରା ସନ୍ଦେଶ ପ୍ରେରଣ କରାଗଲା । ଭୟ ବ୍ୟାକୁଳ ଚିତ୍ତ ନେଇ ମହାମନ୍ତ୍ରୀ ମହାରାଜାଙ୍କୁ ସାକ୍ଷାତ କଲାବେଳେ ରାଜାଙ୍କର କ୍ରୋଧ ଜର୍ଜ୍ଵରିତ ଚକ୍ଷୁକୁ ଚାହିଁବାର ସାହସ ଜୁଟାଇପାରୁନଥିଲେ ।'ମହାମନ୍ତ୍ରୀ ! ଆପଣ ହିତାହିତ ଜ୍ଞାନ ହରାଇ ସାରିଲେଣି । ଏବେ ମୁଣ୍ଡଟି ହରାଇବାକୁ ପ୍ରସ୍ତୁତ ରୁହନ୍ତୁ । ଯୁବରାଜଙ୍କ ମୁଣ୍ଡରେ ଏ ଉଦ୍ଭଟ ଭବିଷ୍ୟବାଣୀ ପୂରାଇଲା କିଏ ?' 'ଗୋଟିଏ ଅନ୍ଧଭିକ୍ଷୁକ ମହାରାଜ ।'ମହାମନ୍ତ୍ରୀ କଂପିତ ସ୍ୱରରେ ଉତ୍ତର ଦେଲେ ।' ତେବେ ସେ ଉବିଷ୍ୟବାଣୀ ଆଉଥରେ ମୋ ସମ୍ମୁଖରେ ହେବ। ଚାହି ।'ମହାରାଜାଙ୍କ ନିର୍ଦ୍ଦେଶରେ ଭିକ୍ଷୁକଙ୍କୁ ନଅରକୁ ଅଣାଗଲା । ଯୁବରାଜଙ୍କ ସମବୟସ୍କ କିଛି ବାଳକମାନଙ୍କ ହାତ ଦେଖିବା ଅବସରରେ ମଝିରେ ଯୁବରାଜଙ୍କ ହାତକୁ ବଢାଇ ଦିଆଗଲା ।'ଆରେ ! ଏ ହାତକୁ ମୁଁ ଆଗରୁ ଦେଖିଛି । ଏ ବାଳକ ଏକ ଉଚ୍ଚ ଓ ପ୍ରଭାଵଶାଳୀ ବଂଶରେ ଜନ୍ମ । ସମ୍ଭବତଃ ଯୁବରାଜ । ଏ ବାଳକ ରାଜା ହେବ , କିନ୍ତୁ ଭବିଷ୍ୟତରେ ସବୁ ହରାଇବ । ସ୍ତ୍ରୀକୁ ବିକ୍ରୀ କରିବ, ପୁତ୍ରକୁ ହରାଇବ, ରାଜ୍ୟ ହରାଇବ , ଏ ବାଳକ . . . . .' ବାସ୍, ସେତିକି ଥାଉ ।'ମହାରାଜା ଗର୍ଜ୍ୱନ କଲେ , ଏ ଅନ୍ଧର ମୁଣ୍ଡକାଟ କରାଯାଉ ।' ଉପସ୍ଥିତ ଅମାତ୍ୟବର୍ଗଙ୍କ ମଧ୍ୟରେ ମୃଦୁ ଗୁଞ୍ଜରଣ ଖେଳିଗଲା । ମୂଖ୍ୟ ଅମାତ୍ୟ ସାହସ ସଞ୍ଚୟ କହିଲେ ,' ନା ମହାରାଜ , ଏକ ଅନ୍ଧଭିକ୍ଷୁକର ମୁଣ୍ଡ କାଟିବା ଶାସ୍ତ୍ର ସମ୍ମତ ନୁହେଁ ।..'ତେବେ ଆଜୀବନ କାରାଦଣ୍ଡ ଦିଆଯାଉ ।'ମହାରାଜାଙ୍କ ଆଦେଶ ତତ୍‌କ୍ଷଣାତ୍ ପାଳନ ହେଲା । ସମୟ ଗଡି ଚାଲିଲା । . . . ସେଦିନର ବାଳକ ଏବେ ମହାରାଜା । ସତ୍ୟ ଓ ନ୍ୟାୟର ପ୍ରତୀକ ରାଜା ହରିଶ୍ଚନ୍ଦ୍ର । ଇକ୍ଷାକୁ ବଂଶର ରାଜା ତ୍ରିଶଙ୍କୁ (ସତ୍ୟବ୍ରତ ) ଙ୍କର ପୁତ୍ର ତଥା ସତ୍ୟ ଓ ବଚନ ସିଦ୍ଧ ଦାନବୀର ରାଜା ହରିଶ୍ଚନ୍ଦ୍ର । ଘଟଣାଚକ୍ରରେ ବିଶ୍ଵାମିତ୍ରଙ୍କୁ ନିଜ ରାଜ୍ୟ ଦାନ କରି ଅଳ୍ପ କିଛି ପାଉଣା ନିମନ୍ତେ ନିଜକୁ କ୍ରିତଦାସ ଭାବରେ ବିକ୍ରୟ କରି ସାରିବା ପରେ ନିୟମ ମୁତାବକ କାରାଗାରରୁ ସମସ୍ତ ବନ୍ଦିଙ୍କୁ ମୁକ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଲେ । ସ୍ୱହସ୍ତରେ ଏକ ନିର୍ଦ୍ଦିଷ୍ଟ ବନ୍ଦିଙ୍କୁ ମୁକ୍ତ କରିବାଲାଗି ରାଜା କାରାଗାରରେ ଉପସ୍ଥିତ ହେଲେ । ସେ ବନ୍ଦିଜଣକ ଥିଲେ ପଚିଶ ବର୍ଷ ତଳେ ଭବିଷ୍ୟବାଣୀ କରିଥିବା ଅନ୍ଧଭିକ୍ଷୁକ ।'ବାବା ! ମୋତେ କ୍ଷମା କରି ଦିଅନ୍ତୁ , ଆଜି ଆପଣଙ୍କର ଭବିଷ୍ୟବାଣୀ ସତ୍ୟ ହେବାକୁ ଯାଉଛି । ଏବେ ଆପଣ ମୁକ୍ତ ।" ଥର ଥର ହସ୍ତରେ ବୃଦ୍ଧ ଅନ୍ଧ ,ରାଜା ହରିଶ୍ଚନ୍ଦ୍ରଙ୍କ ହାତ ଧରି ହସ୍ତରେଖା ଉପରେ ଆଙ୍ଗୁଳି ସଞ୍ଚାଳନ କରୁଥିଲେ । ଜ୍ୟୋତିହୀନ ଚକ୍ଷୁ ଧିରେ ଧିରେ ଚମକିବା ଆରମ୍ଭ କରୁଥିଲା ।' ମହାରାଜ !ମୋର ଦୁଃର୍ଭାଗ୍ୟ , ମୋତେ ଆଗକୁ କହିବାକୁ ସୁଯୋଗ ମିଳିଲାନି । ବିଧିର ବିଧାନ ବଡ ବିଚିତ୍ର । ଆପଣଙ୍କର ପ୍ରାରବ୍ଧ କର୍ମଫଳ ଆପଣଙ୍କୁ ଭୋଗିବାକୁ ପଡିବ । ତେବେ ଆପଣଙ୍କର ସତ୍ୟବାଦିତା ଓ ଦାନଶୀଳତା ବାର୍ଥ ଯିବନାହିଁ । ଆପଣ ସବୁ କିଛି ଫେରି ପାଇବେ । କିନ୍ତୁ କେବେ ଓ କିପରି , ଏହା କହିବା ମୋ ସାଧ୍ଯ ବାହାରେ ।'ମହାଭାଗ ! ରାଜା ବାଷ୍ପରୁଦ୍ଧ କଣ୍ଠରେ କହିଲେ, ଏବେ ଆପଣଙ୍କର ଗନ୍ତବ୍ଯ ସ୍ଥାନ କୁହନ୍ତୁ । ମୁଁ ଆପଣକୁ ଛାଡିବାର ବ୍ୟବସ୍ଥା କରିଦେବି । 'ନା ମହାରାଜ, ମୋର ଶେଷ ସମୟ ନିକଟସ୍ଥ । ଏବେ କେଉଁଆଡ଼େ ଯିବି ?ଗୋଟିଏ ଅନ୍ଧ ପାଇଁ କାରାଗାର ବା ବାହ୍ୟ ସ୍ଵାଧୀନତା ଭିତରେ କୌଣସି ଅନ୍ତର ନାହିଁ । ତେବେ ଏ କାରାଦଣ୍ଡ ପୂର୍ବରୁ ମୁଁ ବେଳେ ବେଳେ ଚିନ୍ତାକରେ କି ଏ ଅସହାୟ ଅନ୍ଧ ଭିକାରୀ କାହାର କି କ୍ଷତି କରିବ ଯେ ସେଥିପାଇଁ ଏକ ଦୀର୍ଘ କାରାଦଣ୍ଡ ଭୋଗିବାକୁ ପଡିବ ? ମୋତେ ଏହିଠାରେ, ଏ କାରାଗାର ମଧ୍ୟରେ ରହିବାର ଅନୁମତି ଦିଅନ୍ତୁ । ଏହା ହିଁ ମୋର ପ୍ରାରବ୍ଧ । . . . . . . . . ( ଏକ ପୌରାଣିକ କଥା ଉପରେ ଆଧାରିତ )


Rate this content
Log in