ମୁଁ ହାରିଯାଇଛି
ମୁଁ ହାରିଯାଇଛି
କଥାରେ କୁହାଯାଏ “ଆବଶ୍ୟକତା ହିଁ" ଉଦ୍ଭାବନର ଜନନୀ “ସେହିପରି ଏକ ଆବଶ୍ୟକୀୟ ପରିସ୍ଥିତି ରେ ମୋତେ କବିତା ଲେଖିବାକୁ ବାଧ୍ୟ କରାଯାଇଥିଲା ଏବ°ସେଥିରୁ ମୋର କବିତ୍ୱ ସୃଷ୍ଟି । ଯଦିଓ ମୁଁ "ସ°ସ୍କୃତରେ ସ୍ନାତକୋତ୍ତର କରିଥିଲି ତଥାପି ଦଶମ ଶ୍ରେଣୀ ର ସାହିତ୍ୟ ପଢାଉଥିଲି। ହଠାତ୍ ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ବିଦ୍ୟାଳୟରେ ପାଳିତ ହେବ । ତେଣୁ ବୃକ୍ଷରୋପଣ ଉପରେ ଏକ ନାଟକ ଶିଶୁମାନଙ୍କୁ ଶିଖାଗଲା ଜଣେ ବିଜ୍ଞାନ ଶିକ୍ଷକ ଦାୟିତ୍ୱ ନେଲେ ।ଶେଷରେ ବୃକ୍ଷରୋପଣ ସଚେତନ ଉପରେ ଗୀତଟିର ଆବଶ୍ୟକତା ଥାଏ,ସେ ଗୀତ ଟି ଲେଖିବ କିଏ?ଗୁରୁଜୀ ମୋତେ ଲେଖିବା ପାଇ "କହିଲେ। ମୁଁ "ସିନା ପିଲାମାନଙ୍କୁ ଗୀତ ଶିଖାଏ ହେଲେ କବିତା କେବେ ଲେଖିନଥିଲି ସେ କହିଲେ ତୁମେ ସାହିତ୍ୟ ଦିଦି ହୋଇ ଗୋଟିଏ ଗୀତ ଲେଖିପାରିବ ନାହି" ।ଏହି ପଦଟି ମୋତେ ବହୁତ ସ୍ପର୍ଶ କରିଥିଲା ।ସେପଟେ ପିଲାମାନଙ୍କୁ କହିଲେ ତୁମେମାନେ ଗୁରୁମାଙ୍କୁ କୁହ ସେ ଲେଖିବେ ।ପିଲାମାନେ ସବୁବେଳେ ନୂଆ ଗୀତ,ନୂଆ ସ୍ୱର ପାଇଁ ଜିଦ୍ କରନ୍ତି ତେଣୁ ମୁଁ ନୂଆ ଗୀତ ନୂଆ ସ୍ୱର ଦେଇ ଶିଖାଇ ଦିଏ ହେଲେ ଗୀତ ଲେଖିବା ବହୁତ କଷ୍ଟ ଶେଷରେ ସେମାନଙ୍କ ସ୍ନେହ ଶ୍ରଦ୍ଧା ଓ ଜିଦ୍ ପାଖରେ ମୁଁ ହାରିଗଲି ।ଛଅ ଧାଡିର କବିତାଟିଏ ଲେଖି ସ୍ୱରଦେଇ ପିଲାମାନଙ୍କୁ ଶିଖାଇ ଦେଲି ।ସେହି ଗୀତଟି ସମସ୍ତଙ୍କୁ ଭଲ ଲାଗିଲା ।ବନ ବିଭାଗର ଯେ କୌଣସି କାର୍ଯ୍ୟକ୍ରମ ହେଲେ ମୋ ଗୀତ ସହ ଆମ ବିଦ୍ୟାଳୟର ପିଲାମାନେ ପ୍ରାରମ୍ଭିକ ସ°ଗୀତ ଗାଇବାକୁ ଯାଉଥିଲେ । ତାହା ମୋତେ ବହୁତ ଆନନ୍ଦ ଦେବା ସହ ମୋର କବିତା ଲେଖାରେ ଅଭିବୃଦ୍ଧି ଘଟିଥିଲା ଯଥା ବିଜ୍ଞାନ ମେଳା,ବିଦାୟ ସ°ଗୀତ,ବାର୍ଷିକ ଉଚ୍ଛବ ନିମନ୍ତେ ସ୍ୱ।ଗତ ସ°ଗୀତ ମୋର ରଚନା ଓ ସ୍ୱର ସ°ଯୋଜନା ରେ ହେଉଥିଲା ।ଆଜି ମୁଁ ସ୍କୁଲ ଛାଡିଦେଇଛି କିନ୍ତୁ ପିଲାମାନଙ୍କ ଆଗ୍ରହ ଜିଦ୍ ପାଖରେ ମୁଁ ହାରିଯାଇଛି ଯାହା ଫଳରେ ସେମାନଙ୍କ ପ୍ରେରଣା ଯୋଗୁ ମୁଁ ଗୀତି କବି ଉପାଧି ବନ କୁସୁମ ସାହିତ୍ୟ ଅନୁଷ୍ଠାନ ତରଫରୁ ପାଇଲି ।ଆଜି ପର୍ଯ୍ୟନ୍ତ ଲେଖିବା କେବେ ବନ୍ଦ ହୋଇନି ।