Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Comedy Inspirational

4.5  

Pramod Kumar Jena

Comedy Inspirational

ଉଚିତ ଜବାବ

ଉଚିତ ଜବାବ

2 mins
827


ରଙ୍ଗୀନ୍ ଆଲୋକର ତାଳେ ତାଳେ ଆଧୁନିକ ସଙ୍ଗୀତର ଧୁନ୍ । କେତେ ରଙ୍ଗର ଫୁଲରେ ସଜା ହୋଇଛି ତୋରଣ । ବଡ ବଡ ଅକ୍ଷରରେ ଲେଖା ହୋଇଛି ରାନୁ ଓ ରୁନୁଙ୍କର ସ୍ୱାଗତ ସମାରୋହ । ୱାଃ...... ନାମ ଦୁଇଟା ବେଶ୍ ବେଶ୍ ମ୍ୟାଚ୍ କରୁଛି । ଆଜି ରଞ୍ଜିତର ବିବାହ ପରବର୍ତ୍ତୀ ସ୍ୱାଗତ ଉତ୍ସବ । ଘରକୁ ତାଙ୍କର ବନ୍ଧୁ – ବାନ୍ଧବ, ପଡିଶା – ଅଡିଶା ତଥା ସାଙ୍ଗମାନଙ୍କର ସୁଅ ଛୁଟୁଛି । ଗେଟ୍ ସାମ୍ନାରେ ତାଙ୍କ ବାପା ମାଆ ଠିଆ ହୋଇ ପାଛୋଟି ଆଣୁଛନ୍ତି ଅତିଥିମାନଙ୍କୁ । ରଞ୍ଜନ (ରାନୁ) ଆଉ ରୁନୁ ବର ବଧୁ ବେଶରେ ରଙ୍ଗ ବୋଳି ହୋଇ ଯାତ୍ରା ପାର୍ଟିର କଳାକାର ଭଳି ମଞ୍ଚରେ ବସିଛନ୍ତି । ଭିଡିଓ ସୁଟିଙ୍ଗ୍ ଚାଲିଛି । ପୁଣି ଷ୍ଟିଲ୍ ଫୋଟ ବି ଉଠାଯାଉଛି । ପୁଣି କେତେବେଳେ କାହାସାଙ୍ଗେ ଫୋଟ ଉଠାଯାଉଛି ତା’ର ହିସାବ ନାହିଁ । ବାରମ୍ବାର ସ୍ମାଇଲ୍ ଦେଇ ଦେଇ ରାନୁ ମୁହଁର ହସର ରଙ୍ଗ ଫିକା ପଡି ଆସିଲାଣି । ହଠାତ୍ ଦୁଇ ଜଣ ଯୁବକ ଗେଟ୍ ପାଖରେ ପହଞ୍ଚିଲେ । ସେମାନଙ୍କୁ ଦେଖି ରଞ୍ଜିତର ବାବା ଟିକେ ବିବ୍ରତ ଜଣା ପଡିଲେ ।

: ମଉଷା ! ନମସ୍କାର ।

: ଆରେ ଦିଲୁ ଆଉ ପିଣ୍ଟୁ । ଆସ ଆସ । ଲାଗିଲା ଯେମିତି କିଛିଟା କୃତ୍ରିମତା ଥିଲା ତାଙ୍କର ପାଛୋଟିବାରେ । ଏ ଦୁହେଁ ରଞ୍ଜିତର ବାଲ୍ୟ ବନ୍ଧୁ । କିଛି ଦିନ ତଳେ ରଞ୍ଜିତ୍ ସାଙ୍ଗରେ ଏମାନଙ୍କର ଝଗଡା ହୋଇଥିଲା । ସେଥିପାଇଁ ଜାଣିଶୁଣି ନିମନ୍ତ୍ରଣ ଦେଇ ନ ଥିଲେ ସେ ଦୁହିଁଙ୍କୁ । ଏହା ସତ୍ତ୍ୱେ, ସେ ଦୁହେଁ ଆସିଛନ୍ତି ଯେତେବେଳେ, ଟିକେ ଅପଦସ୍ତ ମନେ କଲେ ସେ । ଯା’ ହେଉ । ସେ ଦୁହେଁ କିଛି ନ କହି ଭିତରକୁ ଚାଲିଗଲେ । ରକ୍ଷା……. ଦୁହିଁଙ୍କ ହାତରେ ରଙ୍ଗୀନ୍ କାଗଜ ଗୁଡା ଦୁଇଟା ପ୍ୟାକେଟ୍ । ଦୁହେଁ ଆଗେଇ ଚାଲିଥାଆନ୍ତି । ସିଧା ଯାଇ ବସିଗଲେ ଖାଇବା ଟେବୁଲ୍ ପାଖରେ । ଆରେ ୟେ କ’ଣ ? ପ୍ୟାକେଟ୍ ଦୁଇଟା ଏ ପର୍ଯ୍ୟନ୍ତ ନବ ବିବାହିତ ଯୋଡିଙ୍କୁ ନ ଦେଇ ପାଖରେ କାହିଁକି ରଖିଛନ୍ତି ? ପ୍ଲେଟ୍ ଲଗାଗଲା । ବ୍ୟଞ୍ଜନ ପରଷା ଗଲା ବେଳକୁ ଦୁହେଁ ମନା କଲେ । ସମସ୍ତଙ୍କ ପ୍ଲେଟରେ ନାନାଦି ବ୍ୟଞ୍ଜନ ପରଷା ଗଲା । ସମସ୍ତେ ଭାବୁଥାନ୍ତି, ଏମାନେ ଯଦି ଖାଇବେନି, ବସିଛନ୍ତି କାହିଁକି ? ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦୁହେଁ ରଙ୍ଗୀନ୍ ପ୍ୟାକେଟ୍ ଦୁଇଟା ଖୋଲିବାକୁ ଲାଗିଲେ । ଆରେ ୟେ ତ ପାଉଁରୁଟି । ଦୁହେଁ ପାଉଁରୁଟି ଖୋଲି ଖାଇବାକୁ ଲାଗିଲେ । ସେତେବେଳକୁ ରଞ୍ଜିତ୍, ତା’ର ନବପତ୍ନୀ, ବାପା, ବୋଉ ବି ପହଞ୍ଚି ସାରିଥିଲେ । ଅବାକ୍ ହୋଇ ସମସ୍ତେ ଚାହିଁ ରହିଥାଆନ୍ତି । କେହି କାହାକୁ କିଛି ପ୍ରଶ୍ନ କରିବା ପୂର୍ବରୁ ସେ ଦୁହେଁ ଖାଇସାରି ଚାଲିଗଲେ ଏବଂ ରଞ୍ଜିତ୍ ସହ ହାତ ମିଳେଇ ଶୁଭେଚ୍ଛା ଜଣେଇ ଦେଇଗଲେ ।

ପ୍ରମୋଦ କୁମାର ଜେନା ©



Rate this content
Log in

Similar oriya story from Comedy