Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational Tragedy

5.0  

Writer Roja Panda

Inspirational Tragedy

ଅପରିଚିତା

ଅପରିଚିତା

5 mins
7.9K


ଅପରିଚିତା

ରୋଜା ପଣ୍ଡା


ବିଚିତ୍ର ଏ ସଂସାର । ବିଚିତ୍ର ପ୍ରଭୁଙ୍କର ଲୀଳା । ଦୁନିଆଁଟା ଗୋଲ । ଜୀବନରେ କେବେ କେଉଁଠି କାହା ସହିତ ସମ୍ପର୍କ ସ୍ଥାପନ ହେଇଯାଏ ତାହା ମନୁଷ୍ୟ ନିଜେ ବି ଜାଣିପାରେନି । ଆଉ ସେଇ ସମ୍ପର୍କ ଏତେ ମଜବୁତ ହେଇଯାଏ ସମୟର ଅନ୍ତରାଳେ ଯାହା ତୁଟାଇବା ମନୁଷ୍ୟ ପକ୍ଷେ ଅସମ୍ଭବ ହୋଇପଡେ ।

ଏମିତି କିଛି ନିଆରା ଆଉ ନିରାଟ ସତ୍ୟ ଘଟଣା ସମୟ କ୍ରମେ ଗଳ୍ପ ପାଲଟିଯାଏ ଯାହା ମନୁଷ୍ୟ ନିଜର ପରପିଢିଙ୍କୁ ଶୁଣାଏ । ମୁଁ ମଧ୍ୟ ସେଥିରୁ ବାଦ ପଡ଼ିନାହିଁ । ମୁଁ ବି ଏମିତି କିଛି ସମ୍ପର୍କରେ ବାନ୍ଧିହେଇଯାଇଛି ଯାହା ରକ୍ତ ସମ୍ପର୍କ ନହେଇ ମଧ୍ୟ ଅଧିକା ଗୁରୁତ୍ୱପୂର୍ଣ ହେଇଯାଇଛି ମୋ ପାଇଁ । ଏମିତି କିଛି ଅଭୁଲା ସମ୍ପର୍କ ମତେ ବହୁତ କିଛି ଶିକ୍ଷା ପ୍ରଦାନ କରିଛି । ମୋ ମନରେ ଉଙ୍କିମାରୁଥିବା ଅପର୍ଯ୍ୟାପ୍ତ ଦ୍ଵନ୍ଦକୁ ଦୂର କରି ମୋର ଭାବନାକୁ ଭୁଲ ପ୍ରମାଣିତ କରିଛି । ସେଇ ସମ୍ପର୍କ ମାନଙ୍କମଧ୍ୟରୁ ଗୋଟିଏ ସମ୍ପର୍କ ଆରମ୍ଭ ହେଇଛି କଟକସ୍ଥିତ ଏକ ବୃଦ୍ଧାଶ୍ରମରୁ ।

ମୁଁ ଥରେ ବିଜୁପଟନାୟକ ଛକ ନିକଟସ୍ଥ "ଦୟାଶ୍ରମ" ନାମକ ଏକ ବୃଦ୍ଧାଶ୍ରମକୁ ବୁଲିବାକୁ ଯାଇଥିଲି । ସେଠି ଇଂଚାର୍ଜ ଥିବା ସିଷ୍ଟର ମ୍ୟାରୀଙ୍କ ସହିତ ଆଲୋଚନା କରି ମୋର ସବୁ ଛୁଟିଦିନ ମୁଁ ସେଇ ଆଶ୍ରମରେ କଟାଇବା ପାଇଁ ସ୍ଥିର କଲି । ତାପରେ ମୋର ପ୍ରତିଟି ଅବସର ସମୟ କଟିଥିଲା ସେଇ ବୃଦ୍ଧାଶ୍ରମରେ ।

ସେଇ ଆଶ୍ରମଟି କେବଳ ବୃଦ୍ଧା, ଅବହେଳିତା, ଶାରୀରିକ ବିକଳାଙ୍ଗ ମହିଳାମାନଙ୍କପାଇଁ ଉଦ୍ଧିଷ୍ଟ ଥିଲା । ସେଠାରେ ସମସ୍ତେ ମୋର ଅପରିଚିତା ଥିଲେ । ସେଠି ପହଞ୍ଚି ମୁଁ ସେଠାରେ ରହୁଥିବା ସମସ୍ତ ମହିଳାମାନଙ୍କ ସହିତ ପରିଚିତ ହେଲି । ଧୀରେ ଧୀରେ ସେମାନଙ୍କ ସହିତ ମୋର ସମ୍ପର୍କ ବହୁତ ନିବିଡ ହେବାରେ ଲାଗିଲା । ସେଠି ସମସ୍ତଙ୍କ ସହିତ ମୁଁ କଥାବାର୍ତା କରୁଥିଲି,ସମସ୍ତଙ୍କ ହାତ ଆଉ ପାଦର ବଢୁଥିବା ନଖକୁ କାଟି ପରିଷ୍କାର କରୁଥିଲି,ସମସ୍ତଙ୍କ ମୁଣ୍ଡରେ ତେଲ ଲଗେଇଦେଉଥିଲି,ସମସ୍ତଙ୍କ ସହିତ ହସି ଖେଳି ସମୟ ବିତାଉଥିଲି । ସେଠାରେ ଏକ ମହିଳା ରହୁଥିଲେ ଯିଏ କି ମାନସିକ ରୋଗରେ ଆକ୍ରାନ୍ତ ଥିଲେ । ସେ କିନ୍ତୁ କେବେବି ମୋ ସହିତ କଥା ହେଉନଥିଲେ । ମୁଁ ବହୁତ ଚେଷ୍ଟା କରୁଥିଲି ତାଙ୍କ ସହିତ ମିଶିବାପାଇଁ ,ତାଙ୍କ ଅସୁବିଧା ଜାଣିବାପାଇଁ ଓ ଏହି ଆଶ୍ରମକୁ ଆସିବାର କାରଣ ଜାଣିବାପାଇଁ । ହେଲେ ବାରମ୍ବାର ମୋର ପ୍ରୟାସ ବ୍ୟର୍ଥ ଯାଉଥିଲା । ମୁଁ ତାଙ୍କପାଇଁ ବହୁତ ଅପରିଚିତା ଥିଲି । ସେ ଔଷଧ ଖାଉନଥିଲେ ସେଥିପାଇଁ ମାନସିକ ବ୍ୟତିକ୍ରମ ଯୋଗୁ ସେ ଏମିତି ସମସ୍ତଙ୍କୁ ଅପରିଚିତ ଭାବୁଥିଲେ ବୋଲି ସେଠାକାର ସେବୀକା ମାନେ କହିଲେ । ଦୁଇଦିନ ପରେ ତାଙ୍କୁ ଔଷଧ ଦିଆଗଲା । ତାପରେ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ ଏବଂ ମୋର ଏତେ ଦିନର ପ୍ରୟାସ ବାସ୍ତବ ରୂପ ନେଲା । ସେ ମୋ ସହିତ ଖୁବ ଭଲ ବ୍ୟବହାର କଲେ । ଅନ୍ୟମାନଙ୍କ ପରି ମୁଁ ମଧ୍ୟ ତାଙ୍କ ନଖ କାଟି ସଫାକରିଦେଲି । ମତେ ବହୁତ ଖୁସି ଲାଗୁଥିଲା ସେତେବେଳେ ।


ଆଉ ଜଣେ ଛୋଟ ଝିଅ ମଧ୍ୟ ସେଠି ରହୁଥିଲେ । ସେ ଶାରୀରିକ ବିକଳାଙ୍ଗ ଥିଲେ । ତାଙ୍କର ଦୁଇଟି ଗୋଡ ପୁରାପୁରି ନଷ୍ଟ ହେଇଯାଇଥିଲା । ସେ ମତେ ଏକ ସମ୍ପର୍କରେ ବାନ୍ଧିଦେଲେ । ତାହା ଥିଲା ଏକ ବଡ ଭଉଣୀର ସମ୍ପର୍କ । ସେ ସବୁବେଳେ ମୋ ଉପରେ ତାଙ୍କର ଅଧିକାର ସାବ୍ୟସ୍ତ କରୁଥିଲେ । ରକ୍ତର ବଡ ଭଉଣୀ ପରି ସେ ନିଜର ସବୁ ଅସୁବିଧା ମୋ ସାମ୍ନାରେ ପରିପ୍ରକାଶ କରୁଥିଲେ । ଆଉ କିଛି ମହିଳା ମୋ ସମାସ୍କନ୍ଦ ଥିଲେ ଯେଉଁମାନେ ମତେ ସେମାନଙ୍କର ଅତି ପ୍ରିୟ ବାନ୍ଧବୀ ବୋଲି ମାନିନେଇଥିଲେ । ମୋ ସହିତ ହସୁଥିଲେ, ମତେ ସେମାନଙ୍କ ଅତୀତ ଘଟଣା ବାଣ୍ଟୁଥିଲେ ।

ଶେଷରେ କିଛି ବୟସ୍କା ମହିଳାଙ୍କ ସହିତ ସମ୍ପର୍କ ବାନ୍ଧିଲି ଯେଉଁମାନଙ୍କ ମଧ୍ୟରୁ କିଛି ମହିଳା ବୟସରେ ବହୁତ ବୟୋଜଷ୍ଠ ଥିଲେ । ସେମାନେ ମତେ ନିଜ ନାତୁଣୀ ବୋଲି ସମ୍ବୋଧନ କରୁଥିଲେ । ମତେ ଖୁବ ଭଲ ପାଉଥିଲେ ସେମାନେ । ନୂଆ ନୂଆ ଗପ କହୁଥିଲେ ମତେ । ମୁଁ ମଧ୍ୟ ସେମାନଙ୍କ ଗୋଡ,ହାତ,ଅଣ୍ଟା ଇତ୍ୟାଦି ମାଲିସ କରିଦେଉଥିଲି ଖୁବ ଆନନ୍ଦରେ । ଗୀତା ପଢି ଶୁଣାଉଥିଲି ତାଙ୍କୁ । ଆମେ ଥଟ୍ଟା ମଜ଼ା ମଧ୍ୟ କରୁଥିଲୁ ବହୁତ ସମୟରେ ।

ମାଆ ବୟସର ଯେଉଁ ମହିଳାମାନେ ଥିଲେ ସେମାନେ ମତେ ନିଜ ଝିଅପରି ବ୍ୟବହାର କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମାଆ ଖୁବ ନିଆରା ଥିଲେ । ମତେ ଖୁବ ଭଲ ପାଉଥିଲେ ସେ । ସତରେ ଜଣେ ଅପରିଚିତା ବି ଏମିତି ସ୍ନେହ ଦେଇପାରେ ମୁଁ ପ୍ରଥମଥର ପାଇଁ ଅନୁଭବ କଲି । ଆଜିକାଲିର ମାଆ ଯେମିତି ପରଛୁଆଙ୍କୁ ଆପଣେଇବାକୁ କୁଣ୍ଠାବୋଦ୍ଧ କରୁଛନ୍ତି,ନିଜ ରକ୍ତର ସନ୍ତାନର ଲକ୍ଷେ ଭୁଲ ଥିଲେ ବି ସେସବୁ ଆଜିକାଲିର ମାଆମାନଙ୍କ ଆଖିକୁ ସଂପୂର୍ଣ୍ଣ ଠିକ ବୋଲି ଲାଗୁଛି ଓ ପର ସନ୍ତାନକୁ ଅତି ସହଜରେ ଦୋଷ ଦେଇ ନିଜ ସନ୍ତାନକୁ ମୁକୁଳେଇ ନେଉଛନ୍ତି ବିନାକିଛି ଅନୁତାପରେ । ପର ସନ୍ତାନର ଦକ୍ଷତା, କୌଶଳକୁ ନିନ୍ଦା କରି ନିଜ ସନ୍ତାନକୁ ମହାନ ପଣ୍ଡିତ ବୋଲି ଭାବୁଛନ୍ତି । ଏ ମାଆଟି କିନ୍ତୁ ସମ୍ପୂର୍ଣ ଭିନ୍ନ ଥିଲେ । ମୁଁ ତାଙ୍କପାଇଁ ସମ୍ପୂର୍ଣ ପର ସନ୍ତାନ ଥିଲି । ସେ ମତେ ଜନ୍ମ ଦେଇନଥିଲେ କିନ୍ତୁ ନିଜ ଜନ୍ମିତ ମାଆପରି ସେ ମୋର ଯତ୍ନ ନେଉଥିଲେ । ମୁଁ ଅବହେଳିତା ମାନଙ୍କର ଯତ୍ନ ନେବା ଉଦ୍ଧେଶ୍ୟରେ ସେଠାକୁ ଯାଇଥିଲି କିନ୍ତୁ ସେଠି ମୋ ଜନ୍ମିତ ମାଆ ପରେ ପ୍ରଥମଥର ପାଇଁ ଗୋଟେ ପାଳିତ ମାଆର ମୋପ୍ରତି ଏତେ ଯତ୍ନ ଦେଖି ଖୁସିରେ ମୋ ଆଖିରୁ ଲୁହ ଝରିଗଲା । ତାଙ୍କ କୋଳରେ ମୁଣ୍ଡ ରଖି ମୁଁ କାନ୍ଦିବାକୁ ଲାଗିଲି । ବହୁତ ଦିନପରେ ମୁଁ ଆଉଥରେ ମାଆର ସ୍ନେହ ଟିକେ ପାଇଲି । କାହିଁକେତେ କାଳରୁ ମୁଁ ଏମିତି ଗୋଟେ ସ୍ନେହୀ,ମମତମୟୀ ମାଆକୁ ମନେମନେ ବହୁତ ଖୋଜୁଥିଲି । ମୋ ଜନ୍ମିତ ମାଆର ସ୍ନେହ ମୋର ମନେପଡିଯାଉଥିଲା ସେଇ ଆଶ୍ରମର ମାଆଙ୍କୁ ଦେଖି । ତାଙ୍କ ଆଖିରେ ଟିକେ ବି ଛଳନା ନଥିଲା, ନା ନିଜ ଆଉ ପର ସନ୍ତାନର ଭେଦବିଚାର ଥିଲା । କେବଳ ଥିଲା ମୋ ପ୍ରତି ବାସ୍ତବ ପ୍ରେମ । ମୁଁ ଜେବେବି ସେଇ ଆଶ୍ରମକୁ ଯାଉଥିଲି ସେଇ ମାଆଙ୍କ କୋଳରେ ମୁଣ୍ଡ ରଖି କିଛି ସମୟ ବିତାଉଥିଲି । ତାଙ୍କ ପାଖରେ ଟଙ୍କା ପଇସା କିଛି ନଥିଲା କିନ୍ତୁ ତାଠାରୁ ଅଧିକ ମୂଲ୍ୟବାନ ସ୍ନେହ ମମତା ତାଙ୍କ ପାଖରେ ଭରପୁର ଥିଲା । ସେ ଶାରୀରିକ ବିକଳାଙ୍ଗ ଥିଲେ ମଧ୍ୟ ମୁଁ ଆସିବା ଖବର ପାଇଲେ ଘୁସୁରି ଘୁସୁରି ଯାଇ ଆଶ୍ରମର ବଗିଚାରୁ ମୋ ପାଇଁ ମଲ୍ଲି ଫୁଲ ସାଉଁଟି ଆଣୁଥିଲେ । ତାକୁ ସୂତାରେ ଗୁନ୍ଥି ମୋ ମୁଣ୍ଡରେ ଲଗାଇ ଦେଉଥିଲେ । ବେଳେ ବେଳେ ଗୁନ୍ଥି ନପାରିଲେ ଆଞ୍ଜୁଳାଏ ଫୁଲ ଆଣି ମୋ ହାତରେ ଧରାଇ ଦେଉଥିଲେ । ଆଶ୍ରମରେ ତାଙ୍କୁ ଯାହା ଖାଇବା ଜିନିଷ ମିଳୁଥିଲା ସେ ନିଜେ ନଖାଇ ମୋ ପାଇଁ ସାଇତି ରଖୁଥିଲେ । ବହୁତ ଥର ମତେ ଖରାପ ଲାଗିଲେ ବି ମୁଁ ସେଇ ଖାଦ୍ୟକୁ ତାଙ୍କ ଠାରୁ ଗ୍ରହଣ କରୁଥିଲି କେବଳ ତାଙ୍କ ମନ ନଭାଙ୍ଗିବା ପାଇଁ ।

ସତରେ ସ୍ନେହ ମମତା ସାମ୍ନାରେ ଟଙ୍କା ପଇସାର ମୂଲ୍ୟ କିଛି ନୁହେଁ । ବିଶେଷ କରି ସେଇ ମାଆଙ୍କ ସାମ୍ନାରେ । ମାତ୍ର କେଇ ମୁହୂର୍ତ୍ତରେ ସେ ମତେ ଯେଉଁ ସ୍ନେହ ଦେଇଥିଲେ ତାହା ମୁଁ ସାରା ଜୀବନ ଭୁଲିପାରିବିନି । ଯେଉଁ ସମୟରେ ମତେ ଗୋଟେ ମାଆର ସ୍ନେହ ଆବଶ୍ୟକ ଥିଲା ,ଯେଉଁ ସମୟରେ ମୁଁ ଗୋଟେ ସ୍ନେହମୟୀ ମାଆକୁ ହୃଦୟରୁ ଖୋଜୁଥିଲି,ଯେଉଁ ସମୟରେ ମୁଁ ମାଆର କୋଳ ଖୋଜୁଥିଲି ଠିକ ସେଇ ସମୟରେ ମୋର ସେଇ ମାଆଙ୍କ ସହିତ ସାକ୍ଷାତ ହେଇଥିଲା । ହୁଏତ ଏହା ହିଁ ଈଶ୍ୱରଙ୍କ ଇଛା ଥିଲା କାରଣ ମୁଁ ଠିକ ସେଇ ସମୟରେ ଈଶ୍ୱରଙ୍କୁ ମୋ ପାଖକୁ ଗୋଟେ ସ୍ନେହମୟୀ ମାଆ ପଠାଇବାକୁ ପ୍ରାର୍ଥନା କରୁଥିଲି । ଈଶ୍ୱର ହୁଏତ ସେଦିନ ମୋର ଅଭାବକୁ ଅନୁଭବ କଲେ ଆଉ ମୋ ପାଖକୁ ଏମିତି ଏକ ଅମୂଲ୍ୟ ମାଆ ପଠାଇଦେଲେ ।

ଏମିତି ଏକ ସ୍ଥାନରେ ଭଗବାନ ମତେ ପହଁଞ୍ଚେଇ ଦେଇଥିଲେ ସେଦିନ ଯେଉଁଠି ମତେ ସବୁ ସମ୍ପର୍କର ମିଠା ଅନୁଭବ ମିଳିଯାଇଥିଲା । ଯାହା ଥିଲା ଭଉଣୀ,ଜେଜେମା, ବାନ୍ଧବୀ ଆଉ ମାଆର ସମ୍ପର୍କ । ଓଃ କେତେ ମଧୁର ଏ ସମ୍ପର୍କ ସତେ । ଯାହାର ତୁଳନା ଶବ୍ଦରେ ପରିପ୍ରକାଶ କରିହେବନି ।

ଜଣେ ଅପରିଚିତା ଭାବରେ ମୁଁ ସେଠାକୁ ଯାଇଥିଲି କିନ୍ତୁ ଆଜି ମୁଁ ସେଇ ଆଶ୍ରମର ଗୋଟେ ଝିଅ,ଗୋଟେ ସାଙ୍ଗ,ଗୋଟେ ଭଉଣୀ ଓ ଗୋଟେ ନାତୁଣୀଭାବେ ପରିଚୟ ପାଇଲି । ସେଠାକାର ସମସ୍ତେ ମୋ ଆସିବା ବାଟକୁ ଚାହିଁ ବସୁଥିଲେ । ମୋର ଆସିବାରେ ଟିକେ ଡେରି ହେଲେ ମତେ ଫୋନ କରୁଥିଲେ । ମତେ ବହୁତ ଆଶୀର୍ବାଦ ଦେଉଥିଲେ । ମୋପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ । ମୁଁ ଝୁଣ୍ଟି ପଡିଲେ ସେମାନେ ଲୁହ ଝରାଉଥିଲେ । ଏହାହିଁ ତ ପ୍ରକୃତ ସମ୍ପର୍କ ନା । ବିନା କିଛି ପାଇବାର ଆଶା, ବିନା କିଛି ଲୋଭ, ବିନା କିଛି ଆସକ୍ତିର ନୂତନ ସମ୍ପର୍କ ଏକ ଅପରିଚିତା ସହିତ । ଏହାକୁ ହିଁ କହନ୍ତି ସମ୍ପର୍କର ମୂଲ୍ୟବୋଧ ବୋଧେ । ଆଜିବି ସେମାନଙ୍କ ସହିତ ମୋର ସମ୍ପର୍କ ଅତୁଟ ରହିଛି,ଆଗକୁ ରହିବ ମଧ୍ୟ ।


ରୋଜା ପଣ୍ଡା

ନେତାଜୀ ନଗର

ମଧୁପାଟଣା

କଟକ




Rate this content
Log in

Similar oriya story from Inspirational