Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସଂଳାପ-୫୩
#ସ୍ମୃତିରଝର୍କାରୁ***
ସଂଳାପ-୫୩ #ସ୍ମୃତିରଝର୍କାରୁ***
★★★★★

© Ram Prasad Bisoi

Others

2 Minutes   1.4K    10


Content Ranking

ସଂଳାପ-୫୩
#ସ୍ମୃତିରଝର୍କାରୁ***
 
ହଠାତ ଆଚମ୍ବିତ, ଦେଖିବା ପରେ କଲେଜରେ କିଛି ବନ୍ଧବୀ ଗହଣଙ୍କ ମଧ୍ୟରେ, ବିଶ୍ୱାସ କରି ପାରୁନଥିଲି , ଅନାମିକା ତୁମେ ଥିଲ ନା ଆଉ କିଏ ? ସେଇ ଧୂସର ଆଖି,ବାଦାମୀ କେଶ, ଗୋରା ବର୍ଣ ଆଉ ଟିକେ ଗୋରା ଲାଗୁ ଥିଲା ।
କିଶୋର ମନର #ଅନାମିକା ପ୍ରଥମ ପ୍ରେମ ତୁମେ ଥିଲ ମୋର, ତୁମ ଭାଇଙ୍କ ବଦଳି ପରେ ଦୂରକୁ ଚାଲି ଯାଇଥିଲ।
ପଣସଗଛକୁ ତୁମ ସେହି ଭରାଦେଇ ଚିଢା ହେବା ଭଙ୍ଗିମା, ମୁଁ ଓ ମୋ ସାଇକେଲଟି ତୁମ ଠାରୁ ଅନତି ଦୁରେ ,
ସେଇ ଦୃଶ୍ୟ, ବଞ୍ଚିଛି ଏ ଯାବତ ମୋ ଆଖିରେ-----------! ଦୀର୍ଘ ଦେଢ଼ ବର୍ଷ ଥିଲା ଅନ୍ତର,ପୁଣି ଆଖି ଦେଖିଲା ତୁମକୁ । କିଛି ସମୟ ପରେ ,ଛୋଟିଆ ଚିଠି ଟିଏ ମିଳିଥିଲା ପହଞ୍ଚିବାକୁ ସେଇ ଗଛ ମୂଳେ ଯେଉଁଠି ଆମେ ଅତୀତରେ ମିଶୁ ଥିଲେ ,ମୁଁ ବି ପହଞ୍ଚି ଯାଇଥିଲି , ଝିପି ଝିପି ବର୍ଷାର ଉପରବେଳା, ତୁମେ ସେଇଠି ଛିଡା ହୋଇଥିଲ, ଭିଜି ନ ଭିଜି ପୁରା, ମୁଁ ଗଲା ପରେ ଥିଲା ତୁମ ଆଖିର ଅମାନିଆ ଲୁହର ଶ୍ରାବଣ ,ମୋ ଆଖିରୁ ବି ଝରି ପଡିଥିଲା କେଇ ବୁନ୍ଦା, ପାଖକୁ ଚାଲି ଆସିଲ, ଛାତିରେ ମୁଣ୍ଡ ଗୁଞ୍ଜି କୋହକୁ ଚାପି କଇଁ କଇଁ କରି ଅବିରାମ କାନ୍ଦୁ ଥିଲ ,ଅଜାଣତରେ ହାତ ମୋ ଚାଲି ଥିଲା ତୁମ କେଶ ରାଶିରେ ,କଥା ନ ଥିଲା କିଛି ,ଥିଲା ଯଦି ଖାଲି ଲୁହ ଆଉ ନିଶ୍ୱାସ ବୋଧେ ଆଶ୍ୱସ୍ତିର--------! ଦୁଇଟି ବିରହି ମନ, ଅବ୍ୟକ୍ତ ଅଭିଳାଷ,ରକ୍ଷଣଶୀଳ ଦୁଇଟି ପରିବାର,ଦୁଇଟି କିଶୋର ମନର ଅତୁଟ ଭଲ ପାଇବା, ସତ କି, ଭ୍ରମ କି ସ୍ୱପ୍ନ ,ଜଣା ପଡୁ ନ ଥିଲା । ଦୂରତା ମଣିଷଙ୍କୁ ଅନ୍ୟ ଠାରୁ ଆରଜଣକୁ ଅତି ନିକଟର ନିକଟତର କରି ଦିଏ, ଫେରିଯିବାର ଅନିଶ୍ଚିତ ଭବିଷ୍ୟତକୁ ଦୁହେଁ ଦୁହିଁଙ୍କ ଠାରୁ  ପ୍ରସ୍ତୁତ,ପ୍ରତିଶୃତି କି ଚୁକ୍ତି କିଛି ନ ଥିଲା , ହଠାତ ଓଠଟି ଆଣି ଥାପି ଦେଇଥିଲ ମୋ ଓଠରେ, ଆଉ ମୁଁ----------! କିଛି ସମୟ ଅନ୍ତରାଳେ 
ମୋ ହାତରେ ଥିବା ରୁପା ତିଆରି ଚନ୍ଦ୍ରକାନ୍ତ ମଣିର ମୁଦ୍ରିକା ଶୋଭା ପାଇଥିଲା ତୁମ ହାତ ଆଙ୍ଗୁଠିରେ ଚୁମି ନେଲ ତାକୁ, ଲୁହ ପୋଛି ଚାଲିଗଲ ମୁଁ ସେଇ ଗଛକୁ ଭରା ଦେଇ ଗଣି ଚାଲିଥିଲି  ଆକାଶର ତାର ବର୍ଷା ଭିଜା ମନ ଓ ଦେହ କୁ ନେଇ, ଅନେକ ବର୍ଷ ପରେ ଜଣେ ବନ୍ଧୁ ପୁତ୍ରଙ୍କ ବିବାହ ଉସ୍ତବ , ଯୋଗଦାନ କରିବାକୁ ଯାଇଥାଏ  ବନ୍ଧୁଜଣକ ପାଛୋଟି ନେଲେ ବର ଏବଂ ବଧୁଙ୍କ ପରିଚୟ କରାଇବା ପାଇଁ ,ଦେଖେ ତୁମକୁ ପୁଣି ମୋ ଆଖି ,ଚିଢା ହୋଇଥିବା ନବବଧୁ କଡ଼େ, ମତେ ଦେଖିବା ମାତ୍ରେ ବଧୂଟିକୁ କାନରେ କିଛି କହିଥିଲ ତୁମେ, ବଧୁ ଟି ଅବିକଳ ନକଲ ତୁମର ଆଉ ଯେଉଁ ବେଶରେ ତୁମକୁ ଦେଖିବାକୁ ଚାହୁଁ ଥିଲା ଠିକ ସେଇ ବେଶରେ ସେ ସଜ୍ଜିତ ମୋ  ସାମନାରେ,  ସିଧା ସେ ନବ ବଧୁ ଆସି ମୋ ପାଦ ଛୁଇଁ , ଆଶୀର୍ବାଦ ମାଗିଲା ଉଠାଇ ଆଣି ତାକୁ କୁଣ୍ଢାଇ ଧରି କପାଳରେ ଦେଲି ଏକ ଚୁମ୍ବନ ।
ଆଖିରୁ ଲୁହ କେଇ ବୁନ୍ଦା ଅଜାଣତରେ ଝରି ପଡିଥିଲା, ଚାଲିଗଲି  ଦୂରକୁ ଲୁଚାଇ ଲୁହ, ବସିଗଲି, ରାତିସାରା ବାହାଘର ଚାଲିଥାଏ, ମୁଁ ବସି ଅନାମିକକୁ ଦେଖି ଚାଲିଥାଏ 
ନିଶିକାନ୍ତ, ସେଦିନ ଥିଲା ତୁମର ନାୟକ ,ଆଜି କିନ୍ତୁ ଆନମିକା , ମାଆ ଆଉ ମୁଁ ଏକ ପ୍ରତ୍ୟକ୍ଷ ପ୍ରମାଣ, 
ମା ତୁମେ ସତ୍ୟ କିନ୍ତୁ ପିତା ସ୍ଥାନରେ ନିଶିକାନ୍ତ ଏକ ନିମିତ୍ତ ପ୍ରମାଣପତ୍ର, ଭୁଲଥିଲା ଦୁଇ କିଶୋର ମନର ନା ସମୟର ତଥାପି ଆଖି ଦେଖି ଚାଲିଥିଲା ଅନାମିକାଙ୍କୁ ପୁଣିଥରେ ତୁମକୁ, ଅନାମିକା #ସ୍ମୃତିରଝରକାରୁ।
 
©®କାଶ୍ୟପ,ରାୟଗଡା ।

ସଂଳାପ-୫୩ #ସ୍ମୃତିରଝର୍କାରୁ***

Rate the content


Originality
Flow
Language
Cover design

Comments

Post

Some text some message..