Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଘଟ ପରିବର୍ତ୍ତନ
ଘଟ ପରିବର୍ତ୍ତନ
★★★★★

© Soumya Shubhadarshinee

Drama Others

4 Minutes   7.9K    17


Content Ranking

ସାରା' ପରି ହୋଇଯିବାର ଗୋଟେ ଅଜଵ ଇଛା ବେଳେବେଳେ ବ୍ୟତିବ୍ୟସ୍ତ କରେ ଅସୀମାକୁ ।

ସେ ଇଛାର ପ୍ରଭାବରେ ସେ ବିକଳ ହୁଏ ଆଉ ଛାଇ ଯାଏ ଗୋଟେ ଉଦାସ ଶୁନ୍ୟତା.....

ସମାଜ କେବଳ ଝିଅର ବାହ୍ୟ ଭୂଗୋଳର ମୋହରେ , କିନ୍ତୁ କେହି ଅଭ୍ୟନ୍ତରର ସ୍ଵଛତା ଦେଖି ପାରନ୍ତିନି । ଆଉ ସେ ଯଦି ସୁନ୍ଦରୀ ନୁହେଁ, ତେବେ କଥା ସରିଲା । ଅନେକ ସମ୍ଭାବନାର ପଥ ରୁଦ୍ଧ ହୋଇଯାଏ ଗୋଟିଏ ଆସୁନ୍ଦରୀ ଝିଅ ପାଇଁ ।

ଅସୀମା ଖୁବ୍ ପାରିବାର ଝିଅ, ଗୋଟେ ସରକାରୀ ସଂସ୍ଥାରେ କାର୍ଯ୍ୟରତ । ସଫଳ ଓ ସ୍ୱାବଲମ୍ବୀ । କିନ୍ତୁ ସେ ସୁନ୍ଦରୀ ନୁହେଁ । ପରିଚିତ ସମାଜର ଦୃଷ୍ଟିରେ । ସେଇ ବାହ୍ୟ ସୌନ୍ଦର୍ଯ୍ୟର ଅଭାବକୁ ଜୀଇଁ ଆସୁଛି ସେ ଅନାଦି କାଳୁ।

ଗାୟତ୍ରୀ ଆପାର୍ଟମେଂଟରେ ତାର ଫ୍ଲାଟର ଠିକ ସାମ୍ନା ଫ୍ଲାଟରେ ରୁହେ ଅନିମେଶ ଦାସ । ଠିକ ତା ପରି ବ୍ୟସ୍ତ ଜୀବନଟେ ଅନିମେଶର । କେବେ କଥା ହୁଏନି ତା' ସହ ଅସୀମା । କେବେ କେମିତି ଲିଫ୍ଟରେ କି କରିଡରରେ ସାମ୍ନା ସାମ୍ନି ହେଇଯାଏ ଖାଲି । ଅସୀମା ସବୁବେଳେ ଇଚ୍ଛା କରେ କିଛି ଗୋଟେ କହିବାକୁ , ଗୋଟେ କଥାର ଖିଅ ଧରିବାକୁ । ହେଲେ ତା ସାହସ କୁଳାଏନି। ତାର ସୌନ୍ଦର୍ଯ୍ୟ ଗୋଟେ ବାଧକ ସାଜେ ଏଇ ଇଛାର ପଥରେ । ଗୋଟେ ଅଜଵ ଭୟ ବସା ବାନ୍ଧେ କାଳେ କଥା ହେବେନି ଅନିମେଶ ପରି ସଫଳ ମଣିଷ ତା ସହ । କେତେ ଅପମାନିତ ଲାଗିବ ସତେ ! ଅବଚେତନର ଏଇ ଚିନ୍ତା ଅଟକେଇ ଦିଏ ତାକୁ । କିନ୍ତୁ ଏକାନ୍ତରେ ଅନିମେଶଙ୍କ ପ୍ରତି ଥାଏ ଗୋଟେ କୋମଳ ଅନୁଭବ ।

ସଫଳ ମଣିଷ ମାନେ ଅସୀମା ପରି ଏକାକୀ ନଥାନ୍ତି । ଅନିମେଶ ବି ଏକା ନଥିଲେ । ସାରା ଥିଲା ତା ଜୀବନରେ । ଅବଶ୍ୟ ସାରା ସ୍ତ୍ରୀ, ପ୍ରେମିକା, ବାଗଦତ୍ତା କି ବାନ୍ଧବୀ କହିବା ସମ୍ଭବ ନୁହେଁ, କାରଣ ଅସୀମା କେବେ କଥା ହେବାର ସୁଯୋଗ ପାଇ ନଥିଲା ।

ସାରା କେବଳ ସୁନ୍ଦରୀ ନଥିଲା , ଥିଲା ଅପୂର୍ବ ସୁନ୍ଦରୀ । ଅସୀମା ବି ଥିଲା ସାରା ପ୍ରେମରେ । ସବୁଠୁ ସୁନ୍ଦର ଲାଗୁଥିଲା ତା'ର ଢଳ ଢଳ ଆଖି । ବିଲକୁଲ୍ ସ୍ୱପ୍ନାବିଷ୍ଟ । ସେ ଆଖିରେ ଅୟୁତ ଯୁଗର ଆକର୍ଷଣ । ଗୋଟେ ଅପୂର୍ବ ସମ୍ମୋହନ।

ସାରା ଯେବେ ଆସୁଥିଲା ଘର ଚଳ ଚଞ୍ଚଳ ଲାଗୁଥିଲା । ବାଲକୋନିର ଫୁଲ ଆଉ ପ୍ରଜାପତି ହସୁଥିଲେ । ଠାକୁର ପୂଜର ଘଣ୍ଟି ବାଜୁ ଥିଲା । କାନ୍ଥ ବାଡ ବି କହୁଥିଲେ,

" ସାରା ଆସିଛି । ସୁନ୍ଦରୀ ସାରା , ଅନିମେଶର ସାରା ।"

ସାରାକୁ ଅସୀମା ଦେଖେ ଆପାର୍ଟମେଂଟର ଲନ୍ ରେ ଅନିମେଶଙ୍କ ସହିତ ବ୍ୟାଡମିଣ୍ଟନ୍ ଖେଲୁଥିବାର । ଦେଖେ ସୁପର ମାର୍କେଟରେ ସପିଂ କରୁଥିବାର । ଆଉ ବି ଦେଖେ ସନ୍ଧ୍ୟାରେ ନନ୍ଦନ ରେଷ୍ଟୁରାଣ୍ଟରେ । ସବୁଠି ସାରା ଖୁବ୍ ସୁନ୍ଦର ଲାଗେ ଅନିମେଶଙ୍କ ସହ ।

ଅସୀମା ବେଳେବେଳେ ନାରୀ ମନସ୍କ ହୋଇ ନିଜ ଜୀବନରେ ଗୋଟେ ଅନିମେଶର ଅଭାବ ଅନୁଭବ କରେ । କିନ୍ତୁ ଅନିମେଶଙ୍କୁ ପାଇବାକୁ ହେଲେ ସାରାକୁ ଜୀଇଁ ବାକୁ ହେବ ତାକୁ । ଏଇଠି ସରିଯାଏ ତା ଇଚ୍ଛା । ସେ ସାରା ନୁହେଁ ତେଣୁ ଅନିମେଶ ତାର ଇପ୍ସିତ ନୁହଁନ୍ତି କେବେ !!

ମଣିଷର ମନ ସବୁବେଳେ ଅବୋଧ୍ୟ । ସାରା ଅନିମେଶ ଜୀବନରେ ନ ରହୁ । ବ୍ରେକ୍ଅପ ହେଇଯାଉ ଦୁହିଁଙ୍କର । ଏମିତି ଗୋଟେ ଈର୍ଷା ଆସେ ଅସୀମା ମନରେ । ଏଇଟା ଅସୀମାର ଅବଚେତନର ଅଭାବ ବୋଧରୁ ସୃଷ୍ଟ ଗୋଟେ ବିକାର । ସେ କେବଳ କଳ୍ପନା କରେ ଏମିତି । କିନ୍ତୁ ପ୍ରକୃତରେ ଏପରି ହେଉ ବୋଲି ଚାହେଁନି।

ଅସୀମାର ଏଇ ଇଚ୍ଛା ଲୁକ୍କାୟିତ ରୁହେ ମନରେ ଖୁଵ ସନ୍ତର୍ପଣରେ । ଏସବୁର ଟିକିଏ ବି ଗନ୍ଧ ମିଳେନି କାହାକୁ କେବେ।

ସମୟ ସହ ପରିବର୍ତ୍ତନ ଗୋଟେ ଚିରାଚରିତ ପର୍ଵ । ଅନିମେଶ ବି କେମିତି ହୁଅନ୍ତେ ମୁକ୍ତ । ଅନେକ ଦିନ ହେବ ସାରାର କିଛି ବାସ୍ନା ନଥିଲା ଅନିମେଶଙ୍କର ପୃଥିବୀରେ । ଅସୀମା ଦେଖୁ ନଥିଲା ତାକୁ । ଘର ଚଳ ଚଞ୍ଚଳ କରିବାକୁ ଆସୁନଥିଲା ସୁନ୍ଦରୀ ।

ସାରାର ଅନୁପସ୍ଥିତ କିନ୍ତୁ ଅନିମେଶଙ୍କୁ କରୁଥିଲା ବ୍ୟସ୍ତ । ବୁଝୁଥିଲା ଅସୀମା । ତାଙ୍କର ରୁକ୍ଷ ରୂପ, ଅସ୍ତ ବ୍ୟସ୍ତ କେଶ, ବର୍ଦ୍ଧିତ ସ୍ମଶ୍ରୁ , ରଙ୍ଗହୀନ ବେଶ ସମ୍ମିଳିତ ଭାବେ ଜଣେଇ ଦେଉଥିଲେ ତାଙ୍କର ବେଦନା । ଅନିମେଶ ରାତି ଅଧ ଯାଏଁ ରହୁଥିଲେ ନିରୁଦିଷ୍ଟ । ନିଜ ବାଲ୍କୋନିରୁ ସେ ଅନିମେଶଙ୍କର ନିଶାରେ ଟଳମଳ ରୂପ ବି ଦେଖୁଥିଲା କେବେ କେମିତି । ଅନିମେଶଙ୍କ ଭିତରେ ନଥିଲା ସେ ଉଲ୍ଲାସ । ତାଙ୍କ ହୃଦୟ ରହୁଥିଲା ଉଦାସ ।

ଅସୀମାକୁ ସହ୍ୟ ହେଉ ନଥିଲା ଏଇ ଶ୍ରୀହୀନ ଅନିମେଶ । ଗୋଟେ ଅବ୍ୟକ୍ତ ଯନ୍ତ୍ରଣାଟେ ହେଉଥିଲା । ଆଉ ଇଚ୍ଛା ହେଉଥିଲା ଈଶ୍ୱରଙ୍କୁ ମାଗିବାକୁ ସାରା' ର ପ୍ରତ୍ୟାବର୍ତ୍ତନ। ପ୍ଲିଜ ! ସାରା, ତୁମେ ଫେରିଆସ । ମୁଁ ଅନିମେଶଙ୍କୁ ଏମିତି କଷ୍ଟରେ ଦେଖିପାରିବି ନାହିଁ । ମୁଁ ତାଙ୍କୁ ସମ୍ଭାଳି ପାରିବି ନାହିଁ । ତୁମେ ! ହଁ , କେବଳ ତୁମେ ! ଦରକାର ।

ସାରାମନସ୍କ ଅନିମେଶ ପାଇଁ କିଛି ବି କରିପାରୁ ନଥିଲା ଅସୀମା ଯଦିଚ ସେ ବହୁତ କିଛି କରିବାକୁ ଚାହୁଁ ଥିଲା । ଅନିମେଶଙ୍କୁ ତାଙ୍କର ପୂର୍ବ ଅବସ୍ଥାକୁ ଫେରାଇ ନେବାକୁ ଚାହୁଁଥିଲା । ସେଇ ଉନ୍ମୁକ୍ତ ଉନ୍ମାଦନାର ସନ୍ଧାନ କରୁଥିଲା ଯାହା ଥିଲା ଅନିମେଶଙ୍କର ପରିଚୟ । କିନ୍ତୁ ,ସେ ଥିଲା ନିରୁପାୟ ।

ରାତି ବଢି ସାରିଥିଲା, ବୟସ୍କ ହେଇ ସାରିଥିଲା ତାର ଆୟୁଷ , କିନ୍ତୁ ନିଦ ନଥିଲା ଅସୀମା ଆଖିରେ । କିଛି କାମରେ ବ୍ୟସ୍ତ ହେଇ ବସିଥିଲା ସେ ଲ୍ୟାପଟପ୍ ସହ। ହଠାତ୍ ଗୋଟେ ଚିତ୍କାର ଶୁଭିଲା । କେହି ଜଣେ କରିଡର୍ ରେ ପଡିଗଲା ପରି ଶବ୍ଦ, ଆଉ ଯନ୍ତ୍ରଣାରେ ଚିତ୍କାର ।

'କି ହୋଲ' ଦେଇ ଦେଖିଲା ଅନିମେଶ ନିଶାରେ ଚୁର୍ ହେଇ ପଡିଯାଇଚ୍ଛନ୍ତି । ଉଠିବାର ଅପଚେଷ୍ଟା କରୁଛନ୍ତି କିନ୍ତୁ ଲାଗୁଛନ୍ତି ଅସହାୟ ।

ନିଜକୁ ଆଉ ରୋକି ପାରିଲା ନାହିଁ ଅସୀମା । ରୁମରୁ ବାହାରି ଅନିମେଶଙ୍କୁ ଘର ଚାବି ମାଗିଲା । ଅନିମେଶ ସେତକ ବି ଦେବା ସ୍ଥିତିରେ ନଥିଲେ । ବଡ଼ କଷ୍ଟରେ ତା ଅସ୍ତବ୍ୟସ୍ତ ପୋଷାକରୁ ଚାବି ଖୋଜି ଖୋଲିଲା ସେ ଘର। ଆଉ ଅନିମେଶଙ୍କୁ ଧରି ନେଇକି ଗଲା ତା ରୁମ । ଗୋଟେ ଅଜଵ ଆନନ୍ଦ ଥିଲା ତା ହୃଦୟରେ । ଅନିମେଶ ଥିଲେ ତା ନିକଟରେ । ଅନିମେଶଙ୍କୁ ବେଡ଼ରୁମରେ ଛାଡି ଫେରିବା ବେଳକୁ ସେ ଦେଖିଲା ଅନିମେଶ ଧରିଛନ୍ତି ତା ହାତ । ଆଉ କରୁଛନ୍ତି ଅନୁରୋଧ ," ସାରା ! ପ୍ଲିଜ ଯାଅ ନାହିଁ, ରହି ଯାଅ ଏଇ ଗୋଟେ ରାତି । ମୁଁ ତୁମ ବିନା ବଞ୍ଚି ପାରୁନି କି ମରି ବି ପାରୁନି । "

ଅସୀମା କହୁଥିଲା " ମୁଁ ଅସୀମା ! ଅନିମେଶ, ସାରା ନୁହେଁ !!!

ଅନିମେଶ କିନ୍ତୁ ଆଲିଙ୍ଗନ କରୁଥିଲେ ଖୁବ୍ ଆବେଗରେ ଆଉ ଛାଡି ନଯିବାର ଜିଦ୍ କରୁଥିଲେ । ଅସୀମାର ପ୍ରତିରୋଧ ଶକ୍ତିହୀନ ହେଉଥିଲା ବେଳକୁ ବେଳ। ଆଉ ତାକୁ ଅନୁଭବ ହେଉଥିଲା ଯେମିତି ଅସୀମା ପରିବର୍ତ୍ତିତ ହୋଇଯାଉଛି ସାରା ରୂପକୁ ।

ସୌମ୍ୟା

ଅସୀମା ସାରା ଅନିମେଶ

Rate the content


Originality
Flow
Language
Cover design

Comments

Post

Some text some message..