Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପେନସିଲ୍ ବକ୍ସ୍
ପେନସିଲ୍ ବକ୍ସ୍
★★★★★

© Lipika Mohapatra

Inspirational Abstract Others

3 Minutes   7.4K    16


Content Ranking

ୟେ ଆମେରିକା ଏତେ ଦୂର କାହିଁକି?

ତା’ ନଅ ବର୍ଷ ବୟସର ମୁଣ୍ଡରେ ପ୍ରଶ୍ନଟି ଓଜନିଆ ମନେ ହେଉଥିଲା | ଉତ୍ତର ଖୋଜିବାଠୁ ବେଶି ପ୍ରଶ୍ନଟି ଉପରେ ଇ୍ ସେ ମନେ ମନେ ବିରକ୍ତ ହେଉଥିଲା | ସ୍କୁଲ୍ ଛୁଟିକୁ ଆଉ ମାତ୍ର ଦଶ ମିନିଟ | ଏବେ ପହଞ୍ଚିଯିବ ସେ, ତା’ ବେବିସିଟର୍ ଏଲିନା | ଆମେରିକାରେ ପହଞ୍ଚିବାରତିନି ମାସହେଇଗଲାଣିସ୍ଵରାକୁ ସ୍କୁଲରୁ ନେବା ଆଣିବା,ମମିଡାଡି ଅଫିସ୍ ରୁ ଫେରିବା ଯାଏ ତାକୁ ଘରେ ଜଗି ବସିବା ଏଲିନାର କାମ | କାହିଁକି କେଜାଣି ଖାତାରେ ଆଙ୍କିଥିବା ଗୋଟାଏ ମୁହଁକୁ ପେନସିଲରେ ଗାରେଇ ପକେଇଲା‘ | ବଡବଡ ଅକ୍ଷରରେ ଲେଖିଦେଲା “ଏଲିନା!”

“କମନ ବେବି! ଲେଟ୍ ଅସ୍ ଗୋ |” ଓଃ ଏଲିନା | ଗହମ ରଙ୍ଗର କେଶ, ପଚିଶି କି ଛବିଶି ବର୍ଷର ଝିଅଟେ | ମୁହଁରେ ଦୋହଲୁଥାଏ କେମିତିକିଆ ଗୋଟେ ହସ | ସେ ହସ ଦେଖିଲେ ସ୍ଵରା ଗମ୍ଭୀର ହୋଇଉଠେ | ଗୁମସୁମ୍ ମୁହଁ କରି କାର୍ ଭିତରେ ପଶିଯାଏ | ଠିକ୍ ସେଇ ମୁହଁ ବଜାୟ ରଖି ଆଉ ପନ୍ଦର ମିନିଟ ପରେ ସେ ଘରେ ପଶିଯିବ | ଏଲିନା କିନ୍ତୁ ଫୋନ୍ ରେ କାହା ସହ କଥାହୋଇ ଆହୁରି ହସିବ, ଅଗଣାକୁ ଯାଇ ସିଗାରେଟ୍ ଲଗାଇବ ଓ ସ୍ଵରାକୁ ଭୁଲିଯିବ | ପୁରା ଭୁଲିଯିବ |

କାରର ପଛ ସିଟରେ ବସି ସ୍କୁଲ ବ୍ୟାଗରୁ ପେନସିଲ ବକ୍ସ୍ କାଢିଲା ସେ | ଗୋଲାପି ରଙ୍ଗର ପେନସିଲ୍ ବକ୍ସ୍ | ତା’ ଉପରେ ନୀଳ ଫ୍ରକରେ ବାର୍ବିଡଲର ଫଟୋ | ୟେ ଫଟୋ ଅବିକଳ ଆମ ସ୍ବରା ପରି ଦିଶୁଛି ନା, ଗଲା ବର୍ଷ ତା’ ଜନ୍ମ ଦିନରେ ପେନସିଲ ବକ୍ସ୍ ଟି ଉପହାର ଦେଲା ବେଳେ ଜେଜେ ମା’ କହିଥିଲେ | ବକ୍ସ୍ ଭିତରୁ ଚାରି ଭାଙ୍ଗର କାଗଜଟିଏ ଖୋଲିଲା | ଭିତରେଫଟୋଟିଏ, ତା’ର ଜେଜେ ମା’ ଜେଜେ ବାପାଙ୍କର | ଫଟୋ ଉପରେ ପେନସିଲରେ ଆଙ୍କିଦେଲା ଡେଣା ଯୋଡିଏ | ଏଥର ତା’ର କୁନି କୁନି ଆଙ୍ଗୁଠିରେ କାଗଜକୁ ପୂର୍ବ ପରି ଭାଙ୍ଗି ବକ୍ସ୍ ଭିତରେ ସାଇତି ଦେଲା ଏବଂ ପେନସିଲ୍ ବକ୍ସ୍ କୁ ଧୀରେ ଆଉଁସି ବନ୍ଦ କରିଦେଲା |

ମାସଟିଏ ବୋଧେ ହେବଣି ଡାଡି କି ମମି ଇଣ୍ଡିଆ ଫୋନ୍ କରି ନାହାନ୍ତି | ତାଙ୍କର ବେଳ ନାଇଁ | ଗ୍ରାଣ୍ଡ ପ୍ୟାରେଣ୍ଟସ୍ ମାନେ କାଳେ ପୁରୁଣା କାଳିଆ ଲୋକ ଆମେରିକା ଭଳି ଏତେ ଦୂର ଜାଗାକୁ ଫୋନ୍ କରି ଜାଣନ୍ତି ନାଇଁ, ମମି ତାକୁ କେତେ ଥର ବୁଝେଇ ଦେଲେଣି |

ତଥାପି ସେ ଅବୁଝା ହୁଏ | ଇଣ୍ଡିଆ ଫେରି ଯିବାକୁ ଅଳି କରେ |

           ମମି ଗେହ୍ଲା କରନ୍ତି,ତୋ ପାଇଁ ଆମେରିକାରେ ଆମେ ସୁନ୍ଦର ଭବିଷ୍ୟତ ଟିଏ ବନଉଛୁ ମାଆ | ତତେ ଏଇଠି ରହିବାକୁ ପଡିବ |

ସୁନ୍ଦର ଭବିଷ୍ୟତ ମାନେ କ’ଣ?

ସ୍ବରାର ନିରୀହ ପ୍ରଶ୍ନରେ ମମି କେବଳ ହସନ୍ତି |

ସୁନ୍ଦର ଭବିଷ୍ୟତ ପାଇଁ ବୋଧହୁଏ ଜେଜେ ମା’ ଜେଜେ ବାପାଙ୍କ ସହ ଦିନ ଦିନ ଧରି କଥା ନହୋଇ ରହିବାକୁ ପଡେ | ସେମିତିଆ ଗୋଟେ ଭବିଷ୍ୟତ ତା’ର ଦରକାର ନାହିଁ | ମମିଙ୍କୁ ବୁଝାଇ ନ ପାରି ସେ ବିକଳ ଦେଖାଯାଏ |

ସ୍ବରା ତା’ର ନୂଆ ସାଇକଲ୍ ଶିଖିଲାବେଳେ, ବାରମ୍ବାର ପଡିଯାଏ |ଜେଜେ କିନ୍ତୁ ତା’କୁ ତଳେ ପଡିବାକୁ ଦିଅନ୍ତିନି | ଦଉଡି ଆସି ଧରି ପକାନ୍ତି | ସେ କାନ୍ଦିବା ଭୁଲିଯାଇ ଖିଲିଖିଲି ହସି ପକାଏ |

ଅପରାହ୍ନ ଚାରିଟା | ଆଉରି ତିନି ଘଣ୍ଟା ଏଲିନାର ସେଇ ମିଛ ହସ ଅଧିନରେ ରହିବାକୁ ପଡିବ ତାକୁ | ଏଠି ସବୁ ମିଛ | ଲମ୍ବା ଲମ୍ବା ପାଇନ ଗଛ ତାକୁ ମିଛ ଲାଗନ୍ତି | ସ୍ଵରା ତା’କୋଠରିର କୋଳାହଳରେ ମଗ୍ନ ରଙ୍ଗବେରଙ୍ଗ ଖେଳଣାମାନଙ୍କୁ କ୍ଷଣେ ଚାହିଁଲା | ପେନସିଲ୍ ବସ୍କ୍ ରୁ ହଳଦିଆ ଏବଂ ଲାଲ୍ ପେନସିଲ୍ ଦୁଇଟିକୁ ମୁଠାଇ କ’ଣ ଯେମିତି ଭାବିଲା | ଲାଲ୍ ପେନସିଲ୍ ଟିକୁ ତୋଳି ଧରି ସବୁଯାକ ଖେଳନା ଉଦ୍ଦେଶ୍ୟରେ ଧୀର କଣ୍ଠରେ ଘୋଷଣା କଲା - ଏଇ ମୋର ଜେଜେ ମା’ | ଠିକ୍ ସେଇ ଭଙ୍ଗିରେ ହଳଦିଆ ପେନସିଲଟିକୁ ଚିହ୍ନାଇ ଦେଲା ତା’ ଜେଜେ ବାପା | ଖେଳଣାମାନେ ନାଚି କୁଦି ସ୍ବାଗତ କଲେ |

“ସ୍ଵରା ମୋ କୋଳକୁ ଆ ମାଆ ମୁଣ୍ଡରେ କ୍ଲିପ୍ ମାରିଦେବି ବାଳଯାକ କେଡେ ଅଲରା ହେଇଛି |”ଲାଲ୍ ପେନସିଲ୍ ରେ ଲେଖିଲା ସେ |

      “ତୋସାଇକେଲ୍ ନେଇ ରାସ୍ତାକୁ ଆ ସ୍ବରା |” ହଳଦିଆ ପେନସିଲ୍ ରେ ଲେଖିଲା |

- ମୁଁ ସାଇକେଲ୍ ଶିଖିନି ଜେଜେ |

“ମୁଁ ଅଛି ପରାରେ ମାଆ, ଡର ନା |”

ସ୍ଵରା ପେନସିଲ୍ ବକ୍ସକୁ ଖୋଲି ମୁହଁ ପାଖକୁ ତୋଳି ଧରିଲା |ତା’ ନାକ ଦେଇମୁଣ୍ଡ ଭିତରକୁ ସଞ୍ଚରିଗଲା ଏକ ପରିଚିତ ବାସ୍ନା | ସେ ବିହ୍ଵଳ ହେଲା |

ପେନସିଲ୍ ଜେଜେ ବାପା ଆମେରିକା

Rate the content


Originality
Flow
Language
Cover design

Comments

Post

Some text some message..