Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ସୁନା ଚଢେଇ

ସୁନା ଚଢେଇ

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ବିଶ୍ଵବ୍ରହ୍ମା ରାଜାଙ୍କର ଏକ ସୁନ୍ଦର ଫଳ ବଗିଚା ଥିଲା l ସେହି ବଗିଚାରେ ଏକ ଗଛରେ ସୁନାର ଡାଳିମ୍ବ ଫାଲୁଥିଲା l ଦିନେ ମାଳି ଆସି ଖବର ଦେଲା ଯେ ଗଛରୁ ଏକ ସୁନାର ଡାଳିମ୍ବ ଚୋରି ହୋଇଯାଇଛି l ରାଜା ଦୁଇ ବଡ ରାଜକୁମାରଙ୍କୁ ଏହାର ଅନୁସନ୍ଧାନ କରିବା ଦାୟିତ୍ଵ ଦେଲେ ତଥାପି ତଥାପି ଆଉ ଦୁଇଟି ଡାଳିମ୍ବ ଚୋରୀ ହୋଇଗଲା l ତାପରେ ରାଜା ସାନ ରାଜକୁମାରଙ୍କୁ ଏହାର ଦାୟିତ୍ଵ ଦେଲେ l ସେ ରାତିସାର ଗଛ ଚାରିପଟେ ପହରା ଦେଉଥିବା ସମୟରେ ଦେଖିଲେ ଏକ ସୁନେଲି ଚଢେଇ ଡାଳିମ୍ବକୁ ଥଣ୍ଟରେ ଧରି ଚାଲି ଯାଉଛି l ତାର ତିର ବାଜି ଚଢେଇଟି ପର ଛିଣ୍ଡିଗଲା ମାତ୍ର ସେ ଉଡିଗଲା l ରାଜା ଏତେ ସୁନ୍ଦର ସୁନାର ପର ଦେଖି କହିଲେ ତୁମ ତିନି ଭାଇଙ୍କ ମଧ୍ୟରୁ ଯିଏ ସୁନାର ଚଢେଇ ଟିକୁ ଜୀବନ୍ତ ଧରି ଆଣିବ ମୁଁ ତାକୁ ଏ ରାଜ୍ୟର ରାଜା କରାଇବି l

ଏହା ଶୁଣି ତିନି ରାଜକୁମାର ଚଢେଇ ଖୋଜିବା ଉଦ୍ଦେଶ୍ୟରେ ଜଙ୍ଗଲ ସାରା ଖୋଜି ବୁଲିଲେ l ସାନ ରାଜକୁମାର ଏକ ଗଛମୂଳେ ବିଶ୍ରାମ ନେଇଥିବା ବେଳେ କାହାର ବିକଳ ଚିତ୍କାର ଶୁଣି ସେହି ଆଡକୁ ଚାଲିଲେ l ଦେଖିଲେ ଏକ ଚିତାବାଘର ବେକରେ ଶର ବାଜିଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଛି l ସେ ତା ପାଖକୁ ଯାଇ ତା ବେକରୁ ଶର କାଢି ଆଣି କ୍ଷତ ସ୍ଥାନରେ ଔଷଧି ଗଛର ପତ୍ରର ରସ ଆଣି ଲଗାଇଲେ l କିଛି ସମୟ ପରେ ବାଘଟି ସୁସ୍ଥ ହୋଇ କହିଲା – ଭାଇ ! ତୁମେ ମୋ ଜୀବନ ବଞ୍ଚାଇଛ l ତୁମର ମୁଁ କି ସେବା କରିପାରେ ଆଦେଶ ଦିଅ l ଏହା ଶୁଣି ସାନ ରାଜକୁମାର କହିଲେ- ମତେ ସୁନା ଚଢେଇ ଧରିବାରେ ସାହାଯ୍ୟ କରିବ ? ଠିକ୍ ଅଛି କହି ଚିଟା ବାଘ ତା ପିଠିରେ ବସାଇ ଏକ ଦୁର୍ଗ ପାଖକୁ ନେଇ ଯାଇ କହିଲା- ତୁମେ ଦୁର୍ଗ ଭିତରକୁ ଯାଇ ଦେଖିବ ଏକ କାଠର ପଞ୍ଜୁରୀ ଭିତରେ ସୁନା ଚଢେଇଟି ଥିବ l ତାକୁ ନେଇ ଆସିବ l ହଁ ତା ପାଖରେ ଥିବା ସୁନା ପଞ୍ଜୁରୀକୁ ଛୁଇଁବ ନାହିଁ l ଏହାପରେ ରାଜକୁମାର ଦୁର୍ଗ ଭିତରକୁ ଯାଇ ଭାବିଲେ ମୁଁ ଯଦି ଚଢେଇକୁ ସୁନା ପଞ୍ଜୁରୀରେ ରଖି ଦିଅନ୍ତି ତା ହେଲେ ସୁନ୍ଦର ଦେଖା ଯାଆନ୍ତା ଭାବି ସେ ଯେମିତି ରଖିଛି ସୁନା ଚଢେଇଟି ଜୋରରେ ରଡି ଛାଡିଲା l ସିପାହୀମାନେ ଧାଇଁ ଆସି ତାକୁ ରାଜାଙ୍କ ପାଖକୁ ନେଇଗଲେ l ରାଜା ତା’ ଠାରୁ ସବୁ କଥା ଶୁଣି କହିଲେ- ତୁମେ ହେଉଛ ଚୋର ତୁମକୁ ମୁଁ ଫାଶୀ ଦେବି ଯଦି ତୁମେ ମୋ ପାଇଁ ସୁନାର ଘୋଡା ଆଣିଦେବ ତା ହେଲେ ତୁମକୁ ମୁକ୍ତି ମିଳିବ l

ସାନ ରାଜକୁମାର ଚିତାବାଘକୁ ସ୍ମରଣ କଲେ l ଚିତାବାଘ ଆସି କହିଲା- ତୁମେ ତ ମୋ କଥା ମାନିଲନି l ହାଉ ଠିକ୍ ଅଛି କହି ସେ ତାକୁ ପିଠିରେ ବସେଇ ଅନ୍ୟ ଏକ ରାଜନଅରରେ ପହଞ୍ଚିଲା ଏବଂ କହିଲା- ତୁମେ ଏ ଘୋଡାଶାଳ ଭିତରକୁ ଯାଇ ବନ୍ଧା ହୋଇଥିବା ସୁନା ଘୋଡାକୁ ଫିଟାଇ ଆଣିବ l ହଁ ପାଖରେ ଥିବା ଲୁହା ଶିକୁଳିରେ ବାନ୍ଧିବ l ସୁନା ଶିକୁଳିକୁ ଛୁଇଁବ ନାହିଁ l ଏହା ପରେ ରାଜ କୁମାର ଭିତରକୁ ଯାଇ ଲୁହା ଶିକୁଳିରେ ସୁନା ଘୋଡାକୁ ବାନ୍ଧି ଆଣି ରାଜାଙ୍କୁ ଦେଲା l ସୁବର୍ଣ୍ଣ ଦେଶରେ ପହଞ୍ଚି ରାଜକୁମାରୀ ଗାଧୋଉଥିବା ସମୟରେ ରାଜକୁମାର ତାକୁ ନେଇ ବାଘ ପିଠିରେ ବସେଇ ରାଜାଙ୍କ ପାଖରେ ପହଞ୍ଚିଲେ l ରାଜା ତାଠାରୁ ସୁନା ଘୋଡା ଯେମିତି ପାଇଛି ସେ ରାଜକୁମାରୀ ସହିତ ନିଜେ ଘୋଡା ଉପରେ ବସି ପବନ ବେଗରେ ସୁନା ଚଢେଇ ଦେଶର ରାଜାଙ୍କ ପାଖରେ ପହଞ୍ଚି ସୁନା ଚଢେଇ ଧରି ନିଜ ରାଜ୍ୟରେ ପହଞ୍ଚିଲେ l ବିଶ୍ଵକର୍ମା ପୁଅଠାରୁ ସୁନା ଚଢେଇ ପାଇ ତାକୁ ରାଜ୍ୟର ରାଜା କଲେ ଓ ପରେ ସ୍ଵର୍ଣ୍ଣମୁଖୀ ସହ ବିବାହ ଦେଲେ l


Rate this content
Log in

Similar oriya story from Children