Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Drama

3  

Prasant Kumar Nath

Drama

ଦାୟିତ୍ୱ ଓ ପ୍ରେମ

ଦାୟିତ୍ୱ ଓ ପ୍ରେମ

4 mins
7.2K


ପ୍ରଶାନ୍ତ ଏକ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଥିଲା । ପ୍ରଶାନ୍ତ ଥିଲା ଅତ୍ୟନ୍ତ ଶାନ୍ତ ସ୍ୱଭାବର । କେବେ କାହାରି ମନରେ କଷ୍ଟ ଦିଏନି। ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପ୍ରକୃତ ମଣିଷ ପଣିଆ ବୋଲି ସିଏ ଭାବୁଥିଲା। ସେଥିପାଇଁ ସିଏ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲା । ଏକ ଗରିବ ଘରେ ଜନ୍ମ ଗ୍ରହଣ କରିଥିବା ପ୍ରଶାନ୍ତ ବହୁତ କଷ୍ଟରେ ପାଠ ପଢିଥିଲା । ବିଏ ପାସ୍ କଲା ପରେ ଅଧିକ ପଢିବାକୁ ଇଛା ଥିଲେବି ଦରିଦ୍ରତା ତା'ର ବାଟ ଓଗାଳି ବସିଥିଲା । ଆଉ ସେ ଚାଲି ଯାଇଥିଲା ନିଜ ଗାଁ ଠୁଁ କାହିଁ କେତେ ଦୂର ବାଙ୍ଗାଲୋର ସହରକୁ ।

ସେଠାରେ ଏକ ଛୋଟ କମ୍ପାନୀରେ କିରଣୀ ଭାବରେ ନିଯୁକ୍ତ ହୋଇଥିଲା । ଘରେ ତା'ର ଥିଲେ ବାପା,ସାନ ଭାଇ ଆଉ ରୋଗୀଣା ମାଆ । ଆଉ ସେମାନଙ୍କ ଦାୟିତ୍ୱ ବହନ କରୁଥିଲା ପ୍ରଶାନ୍ତ । ସ୍ୱଳ୍ପ ରୋଜଗାରରେ ନିଜେ ଚଳି ପରିବାରକୁ ମଧ୍ୟ ଚଳାଇ ନେଉଥିଲା ପ୍ରଶାନ୍ତ । ବିବାହ ବୟସରେ ଉପନୀତ ହୋଇ ସାରିଥିଲେ ସୁଧା ସେ କେବେବି ଚାହିଁ ନଥିଲା ବିବାହ କରିବାକୁ । କାହିଁକି ନା ଚାରି ପ୍ରାଣୀଙ୍କ ପାଇଁ ନିଆଣ୍ଟ ସାଜୁଥିବା ରୋଜଗାରରେ ଆଉ ଜଣେ ଭାଗିଦାରୀ ହୋଇଯିବ ।

ତାପରେ ଆଜିକାଲି ସମୟ ଯାହା କିଏ କହିପାରିବ କେମିତି ଝିଅଟେ ମିଳିବ । ଏମାନେ ସିନା ନିଜର ଅଭାବକୁ ହୃଦୟଙ୍ଗମ କରି ଜେନତେନ ପ୍ରକାର ଚଳି ଯାଉଛନ୍ତି । ହେଲେ ଯଦି ଘରକୁ ବୋହୁ ସାଜି ଆସିଥିବା ଝିଅଟି ଆଡଜଷ୍ଟ ନକରି ପାରିଲା । କାହିଁକିନା ସବୁ ଝିଅ ମାନଙ୍କର ମଧ୍ୟ କିଛି ସ୍ୱପ୍ନ ଥାଏ । ଆଉ ପ୍ରାୟ ସମସ୍ତେ ଏକ ସୁଖୀ ପରିବାରର ସ୍ବପ୍ନ ଦେଖି ଥାଆନ୍ତି । କିନ୍ତୁ କେତେଜଣ ବୁଝନ୍ତି ଯେ ପ୍ରକୃତରେ ହସଖୁସି ଆଉ ସୁଖୀ ପରିବାର ଟଙ୍କା ପଇସାରେ ନଥାଏ,ଥାଏ ସ୍ନେହ ପ୍ରେମ ଆଉ ଭଲ ପାଇବାରେ । ଆଜିକାଲି କେତେଜଣ ବୁଝୁଛନ୍ତି ଶାଶୂ ଶଶୁର ଆଉ ସ୍ୱାମୀଙ୍କ ସେବା ହିଁ ପରମ ଧର୍ମ ।

କିନ୍ତୁ ଜୀବନର ଏକ ମୁଖ୍ୟ ଆଉ ମହତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ବିବାହ । ବିବାହ ବିନା ଜୀବନଟା ଯେମିତି ଅସମ୍ପୂର୍ଣ୍ଣ ଲାଗେ । ସେମିତି ପ୍ରଶାନ୍ତର ମଧ୍ୟ ସ୍ତ୍ରୀ ଛୁଆ ପିଲାକୁ ନେଇ ଏକ ସୁନେଲି ସ୍ୱପ୍ନ ଥିଲା । କିନ୍ତୁ ସେ ନିଜେବି ଜାଣିନଥିଲା ପ୍ରକୃତରେ ତାର ସେହି ସ୍ୱପ୍ନ ବାସ୍ତବର ରୂପ ନେବ କି ନାହିଁ ।

ପ୍ରଶାନ୍ତର ବାପା ମା ତେଣେ ଭାବୁଥାନ୍ତି । ତାର ବିବାହ କରାଇଦେଲେ ସେମାନେ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ । ବହୁତ ଖୋଜା ଖୋଜି ପରେ ତାର ବାହାଘର ହୋଇଗଲା । ବାହାଘରର କିଛିଟା ଦିନ ପରେ ହିଁ ସ୍ତ୍ରୀ ଜିଦ ଧରିଥିଲା ସ୍ୱାମୀ ସହ ଯାଇ ବାହାରେ ରହିବ । କିନ୍ତୁ ସ୍ୱଳ୍ପ ଦରମାରେ ସେଠାରେ ଘରଭଡା ନେଇ ରହିବା କେତେଯେ କଷ୍ଟ ତାହା ଜଣେ ଅଙ୍ଗେ ନଲିଭେଇଲେ ବୁଝେଇବା ସହଜ ନୁହେଁ । କିନ୍ତୁ ସ୍ତ୍ରୀର ଜିଦ ଆଉ ବାପମାଆଙ୍କ ବାଧ୍ୟବାଧ୍ୟକତାରେ ପ୍ରଶାନ୍ତ ନିଜର ସ୍ତ୍ରୀକୁ ତା ପାଖକୁ ନେଇ ଯାଇଥିଲା । ଆଉ ମାସିକ ପାଞ୍ଚ ହଜାର ହିସାବରେ ଗୋଟେ ଏକ ବଖରା ବିଶିଷ୍ଟ ଘର ଭଡାରେ ନେଇଥିଲା । ପ୍ରଥମେ ପ୍ରଥମେ ତ ସବୁ ଠିକ୍ ଠାକ ଚାଲିଥିଲା କିନ୍ତୁ ଧୀରେ ଧୀରେ ଖର୍ଚ୍ଚ ବଢ଼ିଲା । ଯେତେ ରୋଜଗାର କରିଲେ ବି ନିଅଂଟ ହେଲା । ସେପଟେ ସ୍ତ୍ରୀ ନିଜର ଖର୍ଚ୍ଚରୁ କିଛି ଆଡ଼ଜଷ୍ଟ କରିବାକୁ ନାରାଜ ଥିଲା । ସେପଟେ ଘରେ ରୋଗୀଣା ମା', ବାପା ଆଉ ଭାଇର ପଢିବା ପାଇଁ ମଧ୍ୟ ଟଙ୍କାର ଆବଶ୍ୟକ । ଯେହେତୁ ସେ ଘରର ବଡ଼ପୁଅ ଘରର ଦାୟିତ୍ୱ ନେବା ତାର କର୍ତ୍ତବ୍ୟ ଆଉ ଏପଟେ ସ୍ତ୍ରୀକୁ ଖୁସିରେ ରଖିବା ମଧ୍ୟ ଜଣେ ସ୍ୱାମୀର କର୍ତ୍ତବ୍ୟ । କିନ୍ତୁ ଏହି ଦୁଇ କର୍ତ୍ତବ୍ୟକୁ ପାଳନ କରିବାକୁ ଯାଇ ଯେମିତି ସିଏ ପେଷି ହୋଇ ଯାଉଥିଲା ।

ସେଦିନ ଅଫିସରୁ ଫେରୁ ଫେରୁ ତାର ନଜରରେ ପଡିଲା ଏକ ଏଲେକ୍ଟ୍ରିକ ପୋଲରେ ଲଗାଯାଇଥିବା ପାର୍ଟ ଟାଇମ ଜବ ବିଷୟରେ । ସେଠାରୁ ଠିକଣା ସଂଗହ କରି ସେଦିନ ସିଏ ପହଞ୍ଚିଥିଲା ସେହି ଅଫିସର ଠିକଣାରେ । ସତେ ଯେମିତି ଦାୟିତ୍ୱ ଓ ପ୍ରେମର ଦୋଛକିରେ ଠିଆ ହୋଇଥିବା ଲୋକଟିକୁ ଏକ ସୁରକ୍ଷିତ ଆଉ ସହଜ ରାସ୍ତାଟେ ମିଳିଗଲା । ସେଠାରେ ତାକୁ ଅପେକ୍ଷା କରିବାକୁ କୁହାଗଲା । ଭାବିଲା ସ୍ତ୍ରୀକୁ ଫୋନ କରି କହିଦେବ ଆଜି ଅଫିସରୁ ଫେରିବା ଟିକେ ଲେଟ ହେବ । ପୁଣି ଭାବିଲା ସ୍ତ୍ରୀ କଣ ଏକଥା ଶୁଣି ବିଶ୍ୱାସ କରିବ ଓଲଟି ଚିଡି ଉଠିବ ଆଉ ଯେତେ ଜଲଦି ଆସିବାକୁ ହୁକୁମ କରିବ । ତାପରେ ପାର୍ଟ ଟାଇମ ଚାକିରି କଲେ ଘରକୁ ଲେଟରେ ଫେରିବ ଧୀରେ ଧୀରେ ସବୁ ଠିକ୍ ହୋଇଯିବ ।

ବେଳେ ବେଳେ ସ୍ତ୍ରୀର ଜିଦ ଖୋର କଥା ଗୁଡିକ ବହୁତ କଷ୍ଟ ଦିଏ କିନ୍ତୁ ସବୁକିଛି ସହି ରହିବାକୁ ହୁଏ । ପାଟି ଖୋଲିଲେ ଘରେ ଘରେ ମହାପ୍ରଳୟ । ଝୁପୁଡି ଖେଳରୁ ମହାଭାରତ ସୃଷ୍ଟି ହେଲାପରି ଟିକିଏ କଥାକୁ ନେଇ କଥା କାହିଁ କେଉଁଠି ପହଂଚି ଯାଉଛି । ପ୍ରଶାନ୍ତ ସିନା ଏ ସବୁକୁ ବୁଝି ଚୁପଚାପ ସବୁ ସହି ଯାଉଛି କିନ୍ତୁ ଛାତି ତଳେ ତାର ଅସହ୍ୟ ଯନ୍ତ୍ରଣା। ଠିକ୍ ଅଜାଗା ଘା ପରି ନା ନିଜେ ଦେଖି ହେଉଛି ନା କାହାକୁ ଦେଖେଇ ହେଉଛି ।

ମନେ ମନେ ଭାବିଲା ଡ୍ୟୁଟି ସରି ଗଲା ପରେ ଦୁଇ ଘଣ୍ଟା କିଛି ପାର୍ଟ ଟାଇମ କାମ କରିବ । କିଛି ପଇସା ହାତକୁ ଆସିଯିବ ଆଉ ଆଡ଼ଜଷ୍ଟ ହେଇଯିବ । ସେଦିନ ସେହି ଅଫିସରେ ସାକ୍ଷାତ କରି ଫେରୁ ଫେରୁ ଡେରି ହୋଇଗଲା । ଆଉ ତର ତର ହୋଇ ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡା ହୋଇଗଲା ସ୍ମିତା । ମୁହଁ ଲାଲ ଦେଖା ଯାଉଥିଲା । "କୋଉଠି ଥିଲ ଏତେ ବେଳ ଯାଏଁ ? ଏଇଟା ଘର ନ ଆଉ କିଛି ? ତମର ଯେତେବେଳେ ଇଚ୍ଛା ହେବ ଆସିବ ଆଉ ଯିବ ? ଆଉ କାହା ପ୍ରତି ତୁମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ ? ପିନ୍ଧିଥିବା ସାର୍ଟକୁ ଖୋଲିଦେଇ ସ୍ମିତାକୁ ଧକ୍କା ଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ । ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, "ମୋତେ ଭୋକ ଲାଗିଲାଣି,ଜଲଦି ଖାଇବାକୁ ବାଢ ।" ସ୍ମିତା ଅବାକ ହୋଇ ଚାହିଁ ରହିଥିଲା । କି ଅଦ୍ଭୂତ ମଣିଷ ଇଏ ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ ପଡୁନି ? ନ,ଆଜି ଯାହା ବି ହେଉ ପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡିବ । ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ । ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା । ନିଜ ଲୁହରୁ କଂସାଏ ପିଇ ଆଉ ନିଜ କଷ୍ଟ ଓ ଯନ୍ତ୍ରଣାରୁ ପେଟେ ଖାଇ ଶୋଇ ପଡ଼ିଲା ପ୍ରଶାନ୍ତ ।

ସକାଳୁ ଉଠିଲା ବେଳକୁ ମନରେ ତାର ରାଗ ରୁଷା ମାନ ଅଭିମାନ କିଛି ବି ନଥିଲା । କାଲି ରାତିରେ ସ୍ମିତା କିଛି ଖାଇନଥିବ ଭାବି ନିଜ ହାତରେ ଚା ଆଉ ଜଳଖିଆ ତିଆରି କରି ପହଞ୍ଚି ଗଲା ସ୍ମିତା ପାଖରେ । ସ୍ମିତା ଅବାକ ହୋଇଗଲା ଆଉ ଭାବିଲେ ସତରେ ତମେ କେଉଁ ଉପଦାନରେ ଗଢା । ଏତେ କଥା ହେଲା ପରେବି ଅଭିମାନ ଟିକେ ବି ତୁମ ପାଖ ମାଡି ପାରିନି ।କିଛି ମନ ମତାଣିଆ କଥା କହି ସ୍ମିତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା । କହୁଥିଲା କାଲି ରାତିରେ ଡେରିରେ ଫେରିବା ଥିଲା ମୋର ଦାୟିତ୍ୱର କଥା । ଆଉ ଆଜି ସକାଳୁ ଉଠି ତୁମ ପାଇଁ ଜଳଖିଆ ତିଆରି କରିବା ଥିଲା ମୋର ପ୍ରେମ । ଆଉ ତୁମେ ସାମାନ୍ୟ ଟିକିଏ ସହଯୋଗର ହାତ ବଢ଼େଇଲେ ମୁଁ ମୋର ଦାୟିତ୍ୱ ଓ ପ୍ରେମ କୁ ଅତି ସହଜରେ ବଲାନ୍ସ କରି ଚାଲି ପାରିବି । ସ୍ମିତା ଲୋଟି ପଡିଥିଲା ପ୍ରଶାନ୍ତର ଛାତିରେ । ଆଭା ପ୍ରଶାନ୍ତର ହାତ ବୁଲୁଥିଲା ସ୍ମିତାର ପିଠିରେ ।

****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର


Rate this content
Log in

Similar oriya story from Drama