Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶେଷ ଆସରା
ଶେଷ ଆସରା
★★★★★

© Pranati Mahapatra

Tragedy

6 Minutes   7.4K    15


Content Ranking

ଗଳ୍ପଟି କାଳ୍ପନିକ ହେଲେ ବି ସାମାଜିକ।କିଛି କାଂଶରେ ସତ୍ୟତା ଉପଲବ୍ଧି କରି ଦୁଇଟି ପର୍ଯ୍ୟାୟରେ ପାଠକ ଙ୍କ ହୃଦୟରେ ଆଲୋଡ଼ନ ସୃଷ୍ଟି ନିମନ୍ତେ ଚେଷ୍ଟା କରିଛି।

(୧)

ଜୀବନର ଲମ୍ବା ରାସ୍ତା।ଚାଲିବାକୁ ତ ପଡିବ ନିଶ୍ଚୟ।ହେଲେ ଏତେ ଲମ୍ବା ରାସ୍ତାକୁ ଯଦି ପାଦରେ ପାଦ ମିଳାଇବାକୁ,ମନ ସହ ମନ ମିଳାଇବାକୁ ଅନ୍ତରଙ୍ଗ ସାଥି ଟିଏ ମିଳିଯାଏ କେତେ ଭଲ ନ ହେବ ସତେ।

୧୯ବର୍ଷର ଝିଅ ଟିଏ, ନାଁ ତାର ରେଣୁକା।ରୂପ ଗୁଣରେ ଅନୁପମ।ଘରେ ତା'ର ସାବତ ମାଆ।ସାବତମା'ର ଭୟରେ ମୁଣ୍ଡରେ ତେଲ କି ପାନିଆଁ ଟାଏ ଟିକିଏ ଯାଏନି।ନୁଖୁରା ବାଳ ସଦା ଫୁରୁଫୁରୁ ହୋଇ ଉଡୁଥାଏ।ଘରର ଯାବତୀୟ ଧନ୍ଦା ରେ ଏମିତି ବୁଡିଯାଏ ଯେ ,ନିଜ ଦେହ ମୁଣ୍ଡକୁ ନିଘା କରିବାକୁ ତର ପାଏ ନାହିଁ।

ଆଉ ଅଲରା ବାଳରେ ତେଲ କାହୁଁ ପାଇବ ଯେ,ମଥା ଖାଙ୍କିବ ସେ।

କେତେବେଳେ ଯେ ସେ ଘରଯୋଗ୍ୟା ହୋଇଗଲାଣି ,ସେ କଥା ବି ସେ ଜାଣି ପାରେନି।ଗୋଟିଏ ଚାଉଳରେ ଗଢା।ରୂପ ରାଇଜର ରାଜକୁମାର ବି ଦଣ୍ଡେ ଦେଖି ଘଡିଏ ଆଖି ତରାଟି ଚାହିଁବ।

ଘର ପାଖର ପିଲାଟିଏ ରାଜୀବ।

ରାଜୀବଲୋଚନ।ଜନ୍ମରୁ ଛୋଟା।ବାପା ମାଆ ଛେଉଣ୍ଡ।ଗାଆଁରେ ପୁରୁଖା ଲୋକମାନେ କହନ୍ତି ଯେ,ଏ ପିଲାବେଳେ ଭାରି ବୋକାଟିଏ ଥିଲା।ହିଙ୍ଗୁଳା ପୂଜା ଦେଖିବାକୁ ବାପା ମାଆ ସହ ଆସିଥିଲା।ଭିଡ ଭିତରେ ସବୁ କୁଆଡେ ଚାଲିଗଲେ।ସକାଳୁ ଦେଖାଗଲା ଏ ପିଲାଟି ରାହା ଧରି କାନ୍ଦୁଛି।ଯେତେ ଯାହା ପଚାରିଲେ ବି କିଛି କହିଲା ନାହିଁ।ଏମିତି କି ନିଜ ନାମ ବି କହି ପାରିଲା ନାହିଁ।ଗ୍ରାମର ମୁଖିଆ ଦୟାକରି ତାକୁ ନେଇଆସିଲେ।ଆଉ ଏବେ ଦୋକାନ ଖଣ୍ଡେ କରି ନିଜ ପେଟ ନିଜେ ପୋଷୁଛି।ଦେଖି ବାକୁ ବି ଭଲ।

ରେଣୁକା କୁ ଭାରି ଭଲପାଏ।ଅନେକ ବାର ନିଜ ମନକଥା ରେଣୁକା କୁ କହିଛି।ହେଲେ ସାବତମାର ଭୟରେ ରେଣୁକା ଚୁପଚାପ ହୋଇଯାଏ।

ହେଲେ, ମନେ ମନେ ଅନ୍ତରରେ ,ଏକଲା ପଣ ଦୂରେଇ ବାକୁ ରାଜୀବଲୋଚନ କୁ ଖୋଜେ।ଯାହାହେଉ ଗାଆଁ ଲୋକଙ୍କ ମଧ୍ୟସ୍ତିରେ ଦୁହେଁ ଦୁହିଁଙ୍କୁ ପାଇଗଲେ।ଖୁବ ଆନନ୍ଦରେ କିଛି ଦିନ ଚାଲିଗଲା।ଦିନେ ଦୁଇଜଣ ଯାକ ସହରରୁ ଫେରୁଥିବା ବେଳେ ଗୋଟିଏ ଟ୍ରକ ମାଡ଼ରେ ରାଜୀବଲୋଚନର ମୃତ୍ୟୁ ହୋଇଥିଲା।ସେତେବେଳକୁ ଚାରି ମାସର ଗର୍ଭବତୀ ଥିଲା ରେଣୁକା।ଏପଟେ ସ୍ଵାମୀଙ୍କ ବିଛେଦ,ପୁଣି ଗର୍ଭ ଯନ୍ତ୍ରଣା।ବେଡି ଉପରେ କୋରଡା ଭଳି ଲାଗୁଥାଏ ରେଣୁକାକୁ। ସବୁ ଯନ୍ତ୍ରଣା କୁ ସହି ସହି ଶେଷରେ ଗୋଟିଏ ପୁତ୍ର ସନ୍ତାନ କୁ ପାଇ ସବୁ ଦୁଃଖ ଭୁଲିଗଲା।ଚାହୁଁ ଚାହୁଁ ଚନ୍ଦ୍ର କଳା ପରି ପୁଅ ବଢି ଚାଲିଲା।ତା ଓଠର ହସ ଦେଖି ରେଣୁକା ଜୀବନର ସବୁ ଦୁଃଖ ସମୟକୁ ଭୁଲିଥିଲା ସିନା ପେଟକୁ ଗଣ୍ଡାଏ ଦାନା ଯୋଗାଡ ରେ ବ୍ୟଥିତ ହେଲା।

ଗାଆଁରେ ଥିବା ସ୍ଵାମୀ ଙ୍କର ଦୋକାନ ବନ୍ଦ ହୋଇଗଲା, ଘର ବୋଲି ତିନି ବଖରା ଚାଳଛପର ଘର ଖଣ୍ଡେ।

ଯାଇ ତାହି ମାଆ ପୁଅ ଦିହେଁ ଚଳି ଯାଉଥିଲେ।ହେଲେ ଦୋକାନରୁ ଜିନିଷ ପତ୍ର ସବୁ ସରିଗଲା ପରେ ଆଉ କିଏ ଅଛି ଯେ ଦୂର ବଜାରରୁ ସଉଦା ପତ୍ର ଆଣି ଦେବ।

ତେଣୁ ବାଧ୍ୟହୋଇ ସେସବୁ ବନ୍ଦ କରିଦେଲା ରେଣୁକା।

ଏଣେ ପୁଅଟି ବଡ଼ ହେଲାଣି।ଦୁଇ ପ୍ରାଣୀ ଚଳିବେ ବା କେମିତି, ଖାଇବେ କଣ?

ଏସବୁ ଚିନ୍ତା କରି ରେଣୁକା ପଦାକୁ ଗୋଡ଼ କାଢିଲା ପରଘରେ ବାସି ପାଇଟି କରିବାକୁ।

ଦୁଇ ତିନିଟା ଘର ଠିକ୍ କରି ,ଯାହା ଟଙ୍କା ପଇସା ରୋଜଗାର କଲା,ସେଥିରେ ଚଳିଗଲେ ଦୁହେଁ।

ପୁଅକୁ ପାଠ ପଢାଇବା ମନ ନେଇ,ଅବଧାନ ଙ୍କୁ ଗୁହାରୀ କଲା। ସ୍କୁଲର ଅବଧାନେ ବି ସାହାଯ୍ୟ କଲେ।ପୁଅଟି ପାଠ ପଢିଲା।ରେଣୁକା ର ଖୁସି କହିଲେ ନ ସରେ।

ରେଣୁକାର ଇଚ୍ଛା ପୁଅ ପାଠପଢି କଲେକ୍ଟର ହେବ।ସେଥିପାଇଁ ରେଣୁକା ଦିନରାତି ପରିଶ୍ରମ କଲା।ଅଧିକ ବାବୁ ଘର ଠିକ କରି ବାସି ପାଇଟି କଲା।ଚନ୍ଦ୍ର କଳା ଭଳି ବଢି ଚାଲିଲା ପୁଅ ଚିତ୍ତରଞ୍ଜନ।

ପାଠପଢି ମାଆର ଆଶା ବି ପୂରଣ କଲା।ସତକୁ ସତ ସେ କଲେକ୍ଟର ହେଲା।

ରେଣୁକା ଗାଆଁ ଦାଣ୍ଡରେ ବୁଲି ବୁଲି ସମସ୍ତଙ୍କୁ କହିଲା, ଦେଖରେ ଦେଖ, ମୋ ପୁଅ ଆଜି କଲେକ୍ଟର ହୋଇ ଯାଇଛି।ମୋ ମାନ ମହତ ଉଜ୍ଜଳ କରିଛି।ବାପର ନାମ ରଖିଛି।ଅପୁଆ ଘରେ ପୁଅ ହୋଇଥିଲା।ଅଯୋଗାର ପୁଅ ଏ ଗାଆଁର ନାମ ରଖିଲା।

ଯୋଗା ବୋଲି ପ୍ରମାଣିତ କଲା।

ଏକଥା ଚାରିଆଡେ ବୁଲି ବୁଲି କହିଲା ପରେ ଗାଆଁ ଠାକୁର ଠାକୁରାଣୀ, ଗ୍ରାମ ଦେବତା ଙ୍କ ପାଖରେ ପୁଅର ଶୁଭ ମନାସିଲା।

ତାପରେ ପରେ ଭଲ ପାତ୍ରୀଟିଏ ସହ ପୁଅର ଶୁଭପରିଣୟ ଶେଷ କରିଦେଲା ରେଣୁକା।ପରମ ଆତ୍ମତୃପ୍ତି ଲାଭ କଲା।କିଛି ଦିନ ହସଖୁସିରେ ସମୟ ବିତିଗଲା।

ଦିନକର ଘଟଣା।

ବୋହୁ ଏକାଜିଦ୍ କରି ପୁଅ ସହ ଝଗଡା ଆରମ୍ଭ କରିଦେଲା।ବୋହୁର ଏକାଜିଦ୍ ପୁଅ ସହ ତା ପାଖକୁ ପଳାଇ ଯିବ।ଏ ଗାଁରେ ଆଉ ସେ ଦଣ୍ଡେ ବି ରହି ପାରିବନି।

କିନ୍ତୁ ପୁଅ ବୋହୁର ଏ ନିଷ୍ପତ୍ତି ଉପରେ ଆଦୌ ଏକମତ ନୁହେଁ।ତେଣୁ ଦିନତମାମ ଚାଲିଲା ଗଣ୍ଡଗୋଳ ,କଳିଝଗଡା।ଏମିତି କଥା କଟାକଟି ସମୟରେ ବୋହୁର ବାପା ବୋଉ ଆସି ପହଞ୍ଚି ଗଲେ।ତେଣୁ ସେମାନଙ୍କ ମତାମତ ଅନୁସାରେ ବୋହୁ ପୁଅକୁ ସାଥିରେ ନେବାପାଇଁ ସହମତି ପ୍ରକାଶ କରି କହିଲା ମାଆ ତ ବୁଢ଼ୀ ହୋଇଗଲାଣି।ସେ ବି ଆମ ସହ ଯିବ।

ବାପା, ମାଆ ଓ ଝିଅ ବି ଅନିଛା ସତ୍ତ୍ଵେ ରାଜି ହୋଇ ରେଣୁକା କୁ ସାଥିରେ ନେଇ ଗଲେ।

ଏଇଠୁ ରେଣୁକା ର ଉପରେ ବିପଦର କଳାବାଦଲ ଘନେଇ ଆସିଲା।ପୁଅ ବୋହୁଙ୍କ ପାଖରେ ଚାକିରିଆଣୀ ଠାରୁ ଆହୁରି ହୀନ ହୋଇ ରହିଲା।ହେଲେ ଏସବୁ ପୁଅ ଚିତ୍ତରଞ୍ଜନ ର ଅଜାଣତରେ।

ରାତି ପାହିଲା ଠାରୁ ରାତି ହେବାଯାଏ ଗାଈଗୋରୁ ପରି ଖଟିଲା,ଘୁଷୁରୀ ପରି ଗଣ୍ଡାଏ ଖାଇଲା।ଦେହମୁଣ୍ଡ କଥା ଆଉ ପଚାରେ କିଏ;

କେତେବେଳେ ହେଲେ ପୁଅ ସହ ମନଖୋଲା କଥା ବି ହୋଇ ପାରେନାହିଁ।ଧୀରେ ଧୀରେ ରୋଗାକ୍ରାନ୍ତ ହେଲା।ସବୁବେଳେ ପାଣିରେ କାମ କରୁଥିବାରୁ ଥଣ୍ଡା,କାଶ,ଲାଗି ରହିଲା।ଡାକ୍ତର ପାଖକୁ ଯିବାକୁ କହିଲେ ବୋହୁ କହେ,ମାଆ, ତୁମ ପୁଅ ତ ସବୁବେଳେ କାମ ବ୍ୟସ୍ତ,ତାଙ୍କୁ କାହିଁକି ଏ ଛୋଟ ଛୋଟ କଥା କହି ଭାରାକ୍ରାନ୍ତ କରୁଛନ୍ତି। ମୁଁ ତୁମକୁ ନେଇଯିବି। ସେ ଯାଆନ୍ତୁ।ସେ କଥା ସେଇଠି ହିଁ ଶେଷ ହୋଇଯାଏ।ଆଉ ନା ବୋହୁ ଡାକ୍ତର ପାଖକୁ ନିଏ,ନା ଔଷଧ ଟିକେ ରେଣୁକା କୁ ଦିଏ।

କାହାକୁ ବା ଏକଥା କହିବ ରେଣୁକା।ଭାଗ୍ୟକୁ ଆଦରି ପଡିରହେ।

ଦିନକର କଥା।ପୁଅ ଆସି ପହଞ୍ଚି ଗଲ।। ଏଇ ସମୟରେ ବୋହୁ ଘରେ ନ ଥାଏ।ନାତିଟୋକା ଦଉଡି ଦଉଡ଼ି ଆସି ବାପାଙ୍କୁ ଜେଜେମା ର ଦେହ ଖରାପ କଥା କହିଲା।।ବାପା ତୁମେ ଜେଜେମା ଙ୍କୁ ଡାକ୍ତର ପାଖକୁ ନେଉନ କାହିଁକି ଯେ ।ତାଙ୍କ ଦେହ ବହୁତ ଖରାପ।ତାଙ୍କୁ ଔଷଧ ଟିକେ କେହି ଆଣି ଦେଉନ ,ଆଜି ଚାଲ,ଆମେ ଡାକ୍ତର ପାଖକୁ ନେଇ ଯିବା।

ପୁଅ ଚିତ୍ତରଞ୍ଜନ କିଛି କହିବା ଆଗରୁ ବୋହୁ ଚଣ୍ଡୀ ଆସି ପହଞ୍ଚି ଗଲା।ଆଉ ସ୍ଵାମୀ କୁ ଏମିତି କହିଲା ଯେ ସବୁ ଯୋଜନା ବେକାର ହୋଇଗଲା।

ପୁଅ ଗଲା ପରେ ବୋହୁ ଚାକରକୁ କହି ବୁଢ଼ୀ କୁ ଘରଠାରୁ କିଛି ଦୂରରେ ଥିବା ଗ୍ୟାରେଜ ଘରେ ରହିବାର ବ୍ୟବସ୍ଥା କଲା।ଏସବୁ କଥା ବୋହୁର ଛୋଟ ପୁଅ ରମେଶ ସବୁ ଦେଖୁଥିଲା।ଦିନେ ବାପା ପେପର ପଢ଼ୁଥିବା ସମୟରେ ଜେଜେମା କଥା ଉଠେଇଲା।

ବାପା, ଏ ମମି ନା ,ତୁମ ମାଆଙ୍କୁ ନେଇ ଗ୍ୟାରେଜ ଘରେ ରଖିଛନ୍ତି।

ଚିତ୍ତରଞ୍ଜନ- ଆରେ ନୀଳିମା,ରମେଶ ଯାହା କହୁଛି କଣ ସତ।

ନୀଳିମା - ନାହିଁ, ନାହିଁ, ସେମିତି ନୁହେଁ।

ତୁମ ମାଆ କାଶିକାଶି ଘରଦ୍ଵାର ଚାରିଆଡ଼େ ଛେପଖଙ୍କାର ପକାଇଲେ।ଆମ ଘରକୁ ତ ବହୁତ ବଡ଼ବଡ଼ ଲୋକ ଆସୁଛନ୍ତି।ମୋ ସାଙ୍ଗମାନେ ବି ଦେଖିଲେ।ଥରେ ଅଧେ ଏଣୁ ତେଣୁ କଥା କହିଲେ।ଏକଥା ବୋଧେ ମାଆଙ୍କୁ ଖରାପ ଲାଗିଲା।ସେ ନିଜେ ଚାହିଁଲେ ସେଠାରେ ରହିବାକୁ।

ମୋ କଥା ଯଦି ବିଶ୍ଵାସ ନ କରୁଛ,ତୁମେ ନିଜେ ଯାଇ ତାଙ୍କୁ ପଚାରୁନ।

ଚିତ୍ତରଞ୍ଜନ ନିଜ ଭାଗ୍ୟକୁ ବହୁତ ଧିକ୍କାର କଲା।ହେଲେ କଣ ବା କରିବ।

ଏଭଳି ସ୍ତ୍ରୀ ଯାହା ପାଖରେ ଥିବ ,ସେ ବା କଣ କରିବ।

ବୋହୁ ସହ ପୁଅ ରମେଶ ସବୁବେଳେ ଜେଜେମା ପାଇଁ କଳିକଲା।

ଏସବୁ ର ପରିସମାପ୍ତି ପାଇଁ ନୀଳିମା କାହାକୁ କିଛି ନ କହି ବୁଢ଼ୀ କୁ ଚାକର ସହ କୁଆଡେ ପଠାଇ ଦେଇ ସ୍ଵାମୀ ପାଖରେ ବୁଢ଼ୀ ବିରୁଦ୍ଧରେ ଏଣୁ ତେଣୁ କହିଲା।ପୁଅ ତ ସବୁବେଳେ ବ୍ୟସ୍ତ ଥାଏ।ତେଣୁ ମାଆ ଗାଆଁକୁ ଯାଇଛି ଭାବି ନିଶ୍ଚନ୍ତ ରହିଲା।

ଏଣେ ଚାକର ସୁଧାକର ବୁଢୀ କୁ ରାସ୍ତାକଡ଼ରେ ନ ଛାଡି ,ଗୋଟିଏ ନିର୍ଭରଯୋଗ୍ୟ ତଥା ନିରାପତ୍ତା ସ୍ଥାନରେ ଅର୍ଥାତ ଗୋଟିଏ ବୃଦ୍ଧାଶ୍ରମରେ ନେଇ ଛାଡି ଆସିଲା।ଯାହାକି ବୁଢୀର ଶେଷ ଆସରା ଥିଲା।

(୨)ଏପଟେ ଆଉ ଏକ କାହାଣୀ ର ଅବତାରଣା କରିଛି।

ସେହି ଗ୍ରାମର ମାଷ୍ଟ୍ରେ ଥିଲେ ରବିଶଙ୍କର ବାବୁ। କେଉଁଠି ତାଙ୍କ ଘର କେଜାଣି।କେହି ସଠିକ କହି ପାରନ୍ତି ନାହିଁ।ହେଲେ ଦୀର୍ଘ ୪୦ବର୍ଷ ହେଲା ସେ ଗାଆଁରେ ଥିବା ପିଲାମାନଙ୍କୁ ପାଠଶାଠ ପଢାଇ ସତ୍ ମଣିଷ କରି ଗଢିଛନ୍ତି।ସେଥିପାଇଁ ଗାଆଁ ଗୋଟାକାର ଲୋକଙ୍କ ମୁହଁରେ

ରବି ସାର୍ ଙ୍କର ପ୍ରଶଂସା।ସମସ୍ତେ ଭାରି ଭଲ ପାଆନ୍ତି ତାଙ୍କୁ।୩ବର୍ଷ ତଳେ ତାଙ୍କ ସ୍ତ୍ରୀ ଆର ପାରିକୁ ଚାଲି ଯାଇଥାନ୍ତି।ଘରେ ପୁଅ ବୋହୁ, ନାତି ନାତୁଣୀ ସହ ବେଶ୍ ହସଖୁସିରେ ସମୟ କଟାଇ ଦିଅନ୍ତି ରବିବାବୁ।

ଏସନ ବୈଶାଖ ମାସ ପଣାସଂକ୍ରାନ୍ତି ଦିନ ଚାକିରି ସରିଥିବା କାରଣରୁ ଆଉ ସ୍କୁଲ ଗଲେ ନାହିଁ।

ସବୁବେଳେ ଘରେ ଥାଆନ୍ତି।ଚାକିରୀ ସରିଗଲା।ଆଉ ଦରମା ଆସିବାର ନାହିଁ।କେବେ ପେନସନ ହେବ ତାର କିଛି ଠିକ୍ ଠିକଣା ନ ଥାଏ।ଯେତେ ଯାହା ଟଙ୍କା ସଞ୍ଚୟ କରି ରଖିଥାନ୍ତି ସେସବୁ ମିଳିବାର ସମୟ ହୋଇ ନ ଥାଏ।ତେଣୁ ବୋହୁର ଅତ୍ୟାଚାର ଶ୍ଵଶୁର ଉପରେ ଆରମ୍ଭ ହୋଇଗଲା।ପୁଅ ସବୁ ଶୁଣେ।ଆଉ କହେ,ଆଜିର ଦିନରେ ଜଣେ ଲୋକର ରୋଜଗାର ରେ ପାଞ୍ଚପ୍ରାଣୀ ଚଳିବା କେତେ ଯେ କଷ୍ଟ,ସେକଥା କଣ ତୁମକୁ ବୁଝେଇବାକୁ ପଡିବ।ନିଜେ ସେକଥା ବୁଝି ବାକୁ ଚେଷ୍ଟା କର।ନହେଲେ ଘର ଚଳିବ କେମିତି।କେଉଁଠି କାମଧନ୍ଦା କର,ନଚେତ ଗାଆଁ ପାଖରେ ଗୋଟିଏ ଚା,କିମ୍ବା ଜଳଖିଆ ଦୋକାନ କର।

ପୁଅର ଏଭଳି ନାସ୍ତି ବାଣୀ ରବିବାବୁଙ୍କୁ ଭାରି କଷ୍ଟ ଦେଲା।

କଣ କରିବେ ଚିନ୍ତା କରି ଘର ଛାଡିଲେ।ବାଟରେ ଯାଉଯାଉ ଅନେକ କଥା ଅନେକ ଭାବନା ଆସୁଥାଏ।ଏ ପରିଣତ ବୟସରେ ସେ କେଉଁଠି ବା କଣ କରିପାରିବେ।ଏଭଳି ଚିନ୍ତା କରି ଶେଷରେ ଗୋଟିଏ ଫାଟକ ପାଖରେ ପହଞ୍ଚି ଯାଇଥିଲେ।ଯେଉଁଠି ଲେଖାଥିଲା ବୃଦ୍ଧାଶ୍ରମ।

ଏକା ନିଶ୍ଵାସରେ ଭିତରକୁ ପଶିଗଲେ।ସେଠାରେ ଥିବା ଜଣେ ଅଧିକାରୀ ପାଦଛୁଇଁ ପ୍ରଣାମ କଲେ ଓ ଖୁବ ଆଦର କରି ଭିତରକୁ ନେଇ ଗଲେ।ରବିବାବୁ ପଚାରିଲେ ବାବୁ ,ତୁମେ ଏଠି ଏତେ ଆଦର କରୁଛ,ଲାଗୁଛି ମୋତେ ପୁନର୍ଜନ୍ମ ମିଳିଗଲା।

ଅଧିକାରୀ - ସାର୍,ପିଲାବେଳେ ମୋର ବାପା ବୋଉ ର ପରିଚୟ ନ ଥିବା ବେଳେ ଆପଣ ମୋତେ ବାପା ବୋଉ ର ସ୍ନେହ ଦେଇ ପାଠ ପଢାଇଥିଲେ।

ଆଉ ମୁଁ ପାଠ ପଢି ଏଇଠି ଚାକିରୀ ଖଣ୍ଡେ ପାଇଛି ସାର୍।ମୁଁ ସେଇ ନିରଞ୍ଜନ।ଆପଣଙ୍କ ସ୍ନେହ ଆଦରର ସନ୍ତକ।ହେଲେ ସାର୍ ଆଜି ଆପଣ ଏଠି।ରବିବାବୁ ଆଉ ଅଧିକ କିଛି କହି ପାରିଲେ ନାହିଁ।ରକ୍ତ ଯେଉଁଠି ପର କରିଦେଉଛି ପର ସେଠାରେ କେମିତି ଆପଣାର ବନ୍ଧନରେ ବାନ୍ଧୁଦେଉଛନ୍ତି।ସାର୍ ଆଜି ଆପଣଙ୍କ ର ଯିଏ ଶେଷ ଆସରା।ମୋର ବି ସେଇ ସ୍ଥାନ ଟି ଶେଷ ଆସରା।

ସେଠାରେ କିଛି ଦିନ ରହିବା ପରେ ପୁଅ ବାପା ର ଠିକଣା ଖୋଜି ଖୋଜି ପହଞ୍ଚି ଯାଇଛି।ବାପା ରଖିଥିବା ଟଙ୍କା

ପାଇବାର ଉପଯୁକ୍ତ ସମୟ ହୋଇଯାଇଛି।ନଗଦ ୧୫ଲକ୍ଷ ଟଙ୍କା।ବୋହୁ କଥା ରେ ପୂଅବୋହୁ ଆସିଛନ୍ତି ବାପାଙ୍କୁ ଘରକୁ ନେଇ ଯିବା ପାଇଁ।ହେଲେ ସେ ଟଙ୍କାର କାଗଜପତ୍ର ରବିବାବୁ ସବୁ ଦେଖିଲେ।ଏବଂ ପୁଅ ପାଖରୁ କାଗଜପତ୍ର ରଖି ନିର୍ଦ୍ଦିଷ୍ଟ ସ୍ଥାନରେ ଓ ସମୟରେ ଯାଇ ସେଠାରେ ପହଞ୍ଚି ଗଲେ।ସାଙ୍ଗରେ ଥାଏ ନିରଞ୍ଜନ।

ରବିବାବୁ ୧୫ ଲକ୍ଷ ଯାକ ଟଙ୍କା ଧରି ଆସିଲେ।ଆଉ ଖୁବ ଖୁସିରେ ଟଙ୍କା ସବୁକୁ ସେହି ବୃଦ୍ଧାଶ୍ରମର ମାଲିକଙ୍କୁ ଦାନ କରିଦେଲେ।

ରବିବାବୁ କହିଲେ, ଦେଖନ୍ତୁ ଆଜ୍ଞା ଆଜିର ପୁଅ ବୋହୁ ମାନେ ନିଜ ବାପା ମାଆ ଙ୍କର ଏହି ପରିଣତ ବୟସରେ ,ଘରୁ ବାହାର କରିଦେଉଛନ୍ତି,ମାନ୍ୟବର ସରକାର ଙ୍କର କଣ ଏଥିପାଇଁ କିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା ନାହିଁ।ଯଦି ଏହି ବୃଦ୍ଧ ବୃଦ୍ଧା ମାନଙ୍କ ପାଇଁ କିଛି ପୁରସ୍କାର ସ୍ଵରୁପ ବ୍ୟବସ୍ଥା ରଖନ୍ତେ,

ଯେପରି ଯେଉଁ ବୁଢା ବୁଢ଼ୀ ମାନେ ସ୍ଵାସ୍ଥ୍ୟ ବାନ୍,ସୁସ୍ଥ ସବଳ ଓ ଖୁସି ରହିଥିବେ ,

ସେ ବୁଢା ବୁଢ଼ୀ ଙ୍କର ପୂଅବୋହୁ ମାନଙ୍କୁ ଉପଯୁକ୍ତ ସନ୍ତାନ ର ମାନ୍ୟତା ସ୍ଵରୂପ ନଗଦ ଅର୍ଥ ରାଶି ପ୍ରଦାନ କରିବେ,ସ୍ଵୟଂ ଓଡିଶା ସରକାର ଓ ଭାରତ ସରକାର।

ତା ହେଲେ ଆଉ କୌଣସି ବୁଢା ବୁଢ଼ୀ ମୋ ଭଳି ଶେଷ ଆସରା ପାଇଁ ଏଣେ ତେଣେ ଘୁରି ବୁଲିବେ ନାହିଁ, କି ଶେଷ ଆସରା ର ବୃଦ୍ଧାଶ୍ରମ ମାନ ଦିନକୁ ଦିନ ଗଢି ଉଠିବନି।ସେ ଦିନ ଠାରୁ ବନ୍ଦ ହୋଇଯିବ ବୃଦ୍ଧାଶ୍ରମ ନାମଧାରୀ ଏହି ଶେଷ ଆସରା ଗୁଡିକ।

ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର।

ସାମାଜିକ କାଳ୍ପନିକ ଅଲରା ବାଳ

Rate the content


Originality
Flow
Language
Cover design

Comments

Post

Some text some message..